ରାହୁଲଙ୍କୁ ପ୍ରଶଂସାରେ ପୋତିଲେ ପାକିସ୍ତାନର ପୂର୍ବତନ ମନ୍ତ୍ରୀ, ଶେୟାର କଲେ ଏଭଳି ଭିଡିଓ

ନୂଆଦିଲ୍ଲୀ,୨।୫: ଦେଶରେ ଲୋକ ସଭା ନିର୍ବାଚନ ୨୦୨୪କୁ ନେଇ ରାଜନୈତିକ ଉଷ୍ମତା ମଧ୍ୟରେ ପାକିସ୍ତାନର ଜଣେ ପୂର୍ବତନ ମନ୍ତ୍ରୀ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ପ୍ରଶଂସା କରିଛନ୍ତି। ଇମରାନ ଖାନ୍‌ଙ୍କ କ୍ୟାବିନେଟ୍‌ର ପୂର୍ବତନ ମନ୍ତ୍ରୀ ଚୌଧୁରୀ ଫଓ୍ବାଦ୍‌ ହୁସେନ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ରାହୁଲଙ୍କ ଏକ ଭିଡିଓ ଶେୟାର କରି ‘ରାହୁଲ ଅନ୍‌ ଫାୟାର…’ ବୋଲି ଲେଖିଛନ୍ତି। ଉକ୍ତ ଭିଡିଓକୁ ନେଇ ଭାଜପା କଂଗ୍ରେସକୁ ଟାର୍ଗେଟ କରୁଛି।

ଏକ୍ସରେ ଏକ ପୋଷ୍ଟ କରି ଭାଜପା ଆଇଟି ସେଲ୍‌ ମୁଖ୍ୟ ଅମିଲ ମାଳବୀୟ କହିଛନ୍ତି, ଇମରାନ ଖାନ୍‌ କ୍ୟାବିନେଟ୍‌ରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ କାମ କରିଥିବା ଚୌଧୁରୀ ଫଓ୍ବାଦ୍‌ ରାହୁଲଙ୍କୁ ପ୍ରୋତ୍ସାହିତ କରୁଛନ୍ତି। କ’ଣ କଂଗ୍ରେସ ପାକିସ୍ତାନରେ ନିର୍ବାଚନ ଲଢ଼ିବାର ଯୋଜନା କରୁଛି? ଏକ ଘୋଷଣାପତ୍ରରୁ ଯେଉଁଥିରେ ମୁସଲମାନ ଲିଗ୍‌ର ଛାପ ରହିଛି, ସୀମା ଆରପଟୁ ଜୋରଦାର ସମର୍ଥନ ଯାଏ ପାକିସ୍ତାନ ସହ କଂଗ୍ରେସର ମେଣ୍ଟ ଏହାଠାରୁ ଅଧିକ ସ୍ପଷ୍ଟ ହୋଇପାରିବ ନାହିଁ। ପୋଷ୍ଟରେ ମାଳବୀୟ ଫଓ୍ବାଦ୍‌ଙ୍କ ପୋଷ୍ଟର ସ୍କ୍ରିନଶଟ୍‌ ଶେୟାର କରିଛନ୍ତି।

ତେବେ ଫଓ୍ବାଦ୍‌ ରାହୁଲଙ୍କ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରୁଛନ୍ତି। ଭିଡିଓରେ ରାହୁଲ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ଆମନ୍ତ୍ରିତ ଲୋକଙ୍କୁ ନେଇ ଭାଜପା ସରକାରକୁ ଟାର୍ଗେଟ କରୁଥିବା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୁଏତ୍‌ର ନିଷ୍ପତ୍ତିରେ ବଢ଼ିଲା ପାକିସ୍ତାନର ଚିନ୍ତା, ଇରାନ ଯୁଦ୍ଧ ସମୟରେ ଏପରି ଘଟିଲା ​​ଯାହା…

କତାର,୮ା୩: ଇରାନରେ ବଢ଼ୁଥିବା ଯୁଦ୍ଧ ଏବେ ବିଶ୍ୱ ଶକ୍ତି ବଜାରକୁ ପ୍ରଭାବିତ କରୁଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ଅନେକ ତୈଳ…

ମାଇକେଲ କ୍ଲାର୍କଙ୍କ ବଡ଼ ଭବିଷ୍ୟବାଣୀ, ଟି-୨୦ ବିଶ୍ୱକପ୍ ଫାଇନାଲରେ ଏହି ଖେଳାଳି ହେବେ ପ୍ଲେୟର ଅଫ….

ନୂଆଦିଲ୍ଲୀ,୮।୩:  ପୂର୍ବତନ ଅଷ୍ଟ୍ରେଲିୟ ଅଧିନାୟକ ମାଇକେଲ କ୍ଲାର୍କ ୨୦୨୬ ଟି- ୨୦ ବିଶ୍ୱକପ୍ ପାଇଁ ଏକ ଭବିଷ୍ୟବାଣୀ କରିଛନ୍ତି । କ୍ଲାର୍କ ସେହି ଖେଳାଳିଙ୍କ ବିଷୟରେ କହିଥିଲେ ଯିଏ…

ଅନ୍ତର୍ଜାତୀୟ ମହିଳା ଦିବସରେ ଯାତାୟାତ ପାଇଁ ସଂଘର୍ଷ କରୁଛନ୍ତି ମହିଳା

ଦାରିଙ୍ଗବାଡ଼ି,୮ା୩(ଅରୁଣ ସାହୁ): ଆଜି ବିଶ୍ୱ ପାଳୁଛି ମହିଳା ଦିବସ। ଏହି କ୍ରମରେ ଦାରିଙ୍ଗବାଡ଼ିଠାରେ ଏହି ଦିନରେ ଏକାଧିକ ସ୍ଥାନରେ ଏହି ଦିବସ ବଡ଼ ଧୂମ୍‌ଧାମରେ ପାଳନ କରାଯାଉଛି।…

କଇଁଚିରେ ଶାଶୁଙ୍କ ନାକ କାଟି ଦେଲେ ଜ୍ବାଇଁ, କଟା ନାକ ଧରି ଫେରାର….

ଜୟପୁର,୮।୩: ରାଜସ୍ଥାନର ଜାଲୋର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପାରିବାରିକ ବିବାଦକୁ ନେଇ ଜଣେ ବ୍ୟକ୍ତି ତାଙ୍କ ଶାଶୁଙ୍କୁ ଆକ୍ରମଣ କରିଛନ୍ତି ।…

JDUରେ ସାମିଲ ହେଲେ ନିଶାନ୍ତ, କହିଲେ ମୋ ବାପାଙ୍କ ଉପରେ ମୁଁ ଗର୍ବ କରେ

ପାଟନା,୮।୩: ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର ଜନତା ଦଳ ୟୁନାଇଟେଡ (ଜେଡିୟୁ)ରେ ଯୋଗ ଦେଇଛନ୍ତି। ବୈଠକ ସମୟରେ ସେ ଦଳୀୟ କର୍ମୀମାନଙ୍କୁ ସ୍ବାଗତ କରିଥିଲେ।…

‘ସମାଜ ଗଠନରେ ନାରୀମାନଙ୍କ ଭୂମିକା ଅତୁଳନୀୟ’

ଥୁଆମୂଳ ରାମପୁର,୮ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏକ…

ବଡ଼ ଘୋଷଣା କଲେ ମହମ୍ମଦ ମୋକିମ୍‌, ଏହି ଦିନ ଲଞ୍ଚ କରିବେ ନୂଆ ଦଳ

ଭୁବନେଶ୍ବର,୮ା୩: ଏପ୍ରିଲ୍‌ ୮ରେ ମହମ୍ମଦ ମୋକିମ୍‌ ନୂଆ ଦଳ ଲଞ୍ଚ୍‌ କରିବେ । ନୂଆ ଦଳର ନାଁ ‘ଓଡ଼ିଶା ଜନତା କଂଗ୍ରେସ’ ରହିବ ବୋଲି ଘୋଷଣା କରିଛନ୍ତି…

‘ନାରୀ ଶିକ୍ଷିତ ହେଲେ ଆର୍ଥିକ କ୍ଷେତ୍ରରେ ପ୍ରଗତି ହୋଇପାରିବ’

ଭଞ୍ଜନଗର,୮ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଏବଂ ଘୁମୁସର ଗବେଷଣା ପ୍ରତିଷ୍ଠାନ(ଜିଜିପି) ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri