ପ୍ରଚାର ମଇଦାନରେ ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷା

ଗଞ୍ଜାମ,୯।୨(ଡି.ଏନ୍‌.ଏ): ଗତ କିଛି ବର୍ଷ ହେବ ରାଜନୀତିରୁ ଦୂରେଇ ଯାଇଥିବା ଗଞ୍ଜାମ ଏନ୍‌ଏସି ଅଧକ୍ଷା ଉର୍ର୍ମିିଳା ପଲାଇ ଏବେ ଚଳିତ ପଞ୍ଚାୟତ ନିର୍ବାଚନ ପ୍ରଚାର ମଇଦାନରେ ଦେଖିବାକୁ ମିଳୁଛି। ଯାହାକୁ ନେଇ ସମଗ୍ର ବ୍ଲକ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଗଞ୍ଜାମ ଏନ୍‌ଏସିରେ ପ୍ରଥମେ ଭାଜପାରୁ କାଉନସିଲର ପାର୍ଥୀ ଭାବେ ଜିତି ଧର୍ମଗୁଳାରେ ଉପଧ୍ୟକ୍ଷା ହୋଇଥିଲେ । ପରବର୍ତ୍ତୀ ସମୟରେ ବିଜେଡିରେ ମିଶିବା ପରେ ଦୁଇ ଦୁଇ ଥର ଚେୟାରମ୍ୟାନ ହୋଇଥିବା ପଲାଇ ଗତ ଦୁଇବର୍ଷରୁ ଊର୍ଦ୍ଧ୍ୱ ହେବ କୌଣସି ସଭା ସମିତି ଦେଖିବାକୁ ମିଳୁ ନ ଥିବା ବେଳେ ହଠାତ ପଞ୍ଚାୟତ ନିର୍ବାଚନରେ ବିଜେଡି ଦଳୀୟ ପାର୍ଥୀଙ୍କ ନିମନ୍ତେ ପ୍ରଚାର କରୁଛନ୍ତି ।