ପୂର୍ବତନ ଏମପି ବାଳଗୋପାଳ ମିଶ୍ରଙ୍କୁ ଅସମ୍ମାନ ପ୍ରସଙ୍ଗ; କୋଶଲବାଦୀ ସଙ୍ଗଠନ ପକ୍ଷରୁ ଅଭିନଵ ପ୍ରତିବାଦ, ଚୌକି ଧରି…

ବଲାଙ୍ଗୀର,୧।୬(ସୁନିଲ କୁମାର ମହାନ୍ତି): ପୂର୍ବତନ ଏମ୍‌ପି ତଥା ବର୍ଷିୟାନ ରାଜନେତା ବାଳଗୋପାଳ ମିଶ୍ରଙ୍କୁ ସୋମବାର ଜିଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲା ପ୍ରଶାସନ ପକ୍ଷରୁ ଅସମ୍ମାନ କରାଯାଇଥିବା ଚର୍ଚ୍ଚା ଜାରି ‌ରହିଛି । ଆଜି କୋଶଲବାଦୀ ସଙ୍ଗଠନ ପକ୍ଷରୁ ଜିଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ସମ୍ମୁଖରେ ଅଭିନବ ପ୍ରତିବାଦ ଜଣାଇଥିଲେ । ଜିଲା ପ୍ରଶାସନକୁ ଚୌକି ଉପହାର ଦେବାକୁ କୋଶଲବାଦୀ ସଙ୍ଗଠକ ମାନେ ଆସିଥିଲେ।

ସେମାନେ ଜିଲା ଅଭିଯୋଗ ଶୁଣାଣି ଶିବିରକୁ ପଶି ଚୌକି ଦେବାକୁ ଉଦ୍ୟମ କଲାବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲେ । ସେଠାରେ ଦୀର୍ଘ ସମୟ ଧରି କୋଶଲବାଦୀ ସଙ୍ଗଠକ ଓ ପୋଲିସ ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲା। ଏହା ପରେ ସେଠାରେ ଚୌକି ଛାଡି ଦେଇ କୋଶଲବାଦୀ ସଙ୍ଗଠକମାନେ ଫେରି ଯାଇଥିଲେ। ଛାଡ଼ି ଯାଇଥିବା ଚୌକିକୁ ଜବତ କରି ପୋଲିସ ଥାନାକୁ ନେଇଥିଲା।
କୋଶଲବାଦୀ ସଙ୍ଗଠନ ପ୍ରତିନିଧି ମାନେ କହିଥିଲେ, ବାଳଗୋପାଳଙ୍କ ଭଳି ଜଣେ ପୂର୍ବତନ ଏମ୍‌ପି ଓ ବିଶିଷ୍ଟ କୋଶଲବାଦୀ ସଂଗ୍ରାମୀଙ୍କୁ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ବସିବା ପାଇଁ ଚୌକିଟିଏ ନ ଦେବା ଏବଂ ଠିଆ କରି ତାଙ୍କ ଅଭିଯୋଗ ଶୁଣିବା କେବଳ ତାଙ୍କୁ ଅପମାନ ନୁହେଁ ବରଂ ସମଗ୍ର ପଶ୍ଚିମ ଓଡିଶା ଓ କୋଶଳାଞ୍ଚଳର ଜନସାଧାରଣଙ୍କ ଭାବାବେଗକୁ ଆଘାତ ଦେଇଛି। ଏହି ଘଟଣାକୁ ସେମାନେ ତୀବ୍ର ନିନ୍ଦା ଓ ପ୍ରତିବାଦ କରିଥିଲେ। ଏଣୁ ଯଥାଶୀଘ୍ର ଜିଲା ପ୍ରଶାସନ ଏହି
ଘଟଣାରେ ଦୁଃଖ ପ୍ରକାଶ କରନ୍ତୁ ବୋଲି ଦାବି କରିଥିଲେ।

ଏହାସହିତ ଜିଲାର ସମସ୍ତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ଆସୁଥିବା ଜିଲାର ବୟୋଜ୍ୟେଷ୍ଠ ନାଗରିକ, ଭିନ୍ନକ୍ଷମ, ପୀଡିତ ବ୍ୟକ୍ତି, ଚାଷୀ, ମୂଲିଆ ଏବଂ ଅନ୍ୟମାନଙ୍କ ପାଇଁ ବସିବା ବ୍ୟବସ୍ଥା କରି ସେମାନଙ୍କ ଅଭିଯୋଗ ଶୁଣାଣି କରିବାକୁ କୋଶଲ ସେବା ସଭାପତି କୌସ୍ତୁଭ ସାହୁ, ବିକାଶ ସା, ସିପୁନ୍ ଖମାରୀ, ସରୋଜ ପ୍ରଧାନ, ଯଦୁମଣି କୁଦେଇ, ଜିତୁ ନାଏକ ଓ ଯୋଗେନ୍ଦ୍ର କର୍ମୀ ଦାବି କରିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ସେନା ଉପରେ BLAର ବଡ଼ ଆକ୍ରମଣ, ବଲୁଚିସ୍ତାନକୁ ସ୍ୱାଧୀନ ଦେଶ ଘୋଷଣା କରି ଦେଖାଇଲା ଶକ୍ତି!

ଇସଲାମବାଦ,୧୭।୭: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ପାଇଁ ସମସ୍ୟା କମିବାର କୌଣସି ସଙ୍କେତ ଦେଖାଯାଉନାହିଁ । ଗୋଟିଏ ପଟେ, ପିଓକେରେ…

ମା’ଙ୍କୁ ସୁପାରି ଦେଇ ହତ୍ୟା କଲେ ଝିଅ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜୟପୁର(ରାଜସ୍ଥାନ), ୧୭।୭:ପିଲାମାନଙ୍କ ଏକ ସୁରକ୍ଷିତ ଭବିଷ୍ୟତ ଗଢ଼ିବା ପାଇଁ ମା’ବାପାମାନେ ଜୀବନରେ ବହୁ ତ୍ୟାଗ କରିଥାନ୍ତି। ନିଜେ କଷ୍ଟ ସହୁଥିଲେ ସୁଦ୍ଧା ପିଲାମାନଙ୍କୁ ଏହାର ଅନୁଭବ ହେବାକୁ…

ଧୂମଧାମରେ ପାଳନ ରଥଯାତ୍ରା ପାଳିତ: ମନମୋହିଲା ରଣପ୍ପା ନୃତ୍ୟ

ଛତ୍ରପୁର,୧୭।୭(ଦିଲ୍ଲୀପ ସାମଲ): ପୁରୀ ସମେତ ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ଗୁଡ଼ିକରେ ରଥଯାତ୍ରା ଧୂମଧାମରେ ପାଳନ କରାଯାଇଛି । ଛତ୍ରପୁର ତାଡେପଲ୍ଲୀ…

ଅଲଇଣ୍ଡିଆ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା: ଛତିଶଗଡ଼ରେ ଚମକିବେ ୟୁରୋ ସ୍କୁଲର ଛାତ୍ରୀଛାତ୍ର

ଛତ୍ରପୁର,୧୭।୭(ଦିଲ୍ଲୀପ ସାମଲ): ଛତିଶଗଡରେ ଚମକିବେ ୟୁରୋ ସ୍କୁଲର ଛାତ୍ରୀଛାତ୍ର। ଛତିଶଗଡ଼ ଭିଲାଇଠାରେ ୧୭ ଠାରୁ ୧୯ ତାରିଖ ୩ ଦିନିଆ ସିବିଏସଇ ଅଲଇଣ୍ଡିଆ କ୍ଲଷ୍ଟରସ୍ତରୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା…

ଖୋଲା ଆକାଶତଳେ ଛାତ୍ରୀଛାତ୍ରଙ୍କ ମଧ୍ୟାହ୍ନଭୋଜନ: ଅବ୍ୟବସ୍ଥାରେ ସର୍ବପୁରାତନ ପ୍ରାଥମିକ ବିଦ୍ୟାଳୟ

ବରଗଡ଼,୧୭।୭(ପ୍ରେମାନନ୍ଦ ଖମାରୀ):ପାଠ ପଢ଼, ଦେଶ ଗଢ଼। ବିଦ୍ୟାଳୟଗୁଡ଼ିକରେ ଅନୁଷ୍ଠିତ ବିଭିନ୍ନ ସଭା, ସମିତିରେ ସରକାରୀ କଳର ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ବିଧାୟକ, ଏମ୍‌ପି, ମନ୍ତ୍ରୀ, ଛାତ୍ରୀଛାତ୍ରଙ୍କୁ…

କଙ୍ଗୋ ଜଙ୍ଗଲରୁ ମିଳିଲା ନୂଆ ପ୍ରଜାତିର ମାଙ୍କଡ଼, କମଳା ରଙ୍ଗର ଓଠ ସାଙ୍ଗକୁ…

କିନ୍‌ସାସା/ଫ୍ଲୋରିଡା, ୧୭ା୭: ଡେମୋକ୍ରାଟିକ ରିପବ୍ଲିକ ଅଫ୍‌ କଙ୍ଗୋ (ଡି.ଆର୍‌. କଙ୍ଗୋ)ର ଦୁର୍ଗମ ଜଙ୍ଗଲରେ ଗବେଷକମାନେ ସମ୍ପୂର୍ଣ୍ଣ ନୂଆ ପ୍ରଜାତିର ମାଙ୍କଡ଼ ଖୋଜିପାଇଛନ୍ତି। କଳା ରଙ୍ଗର ଚମକଦାର ଲୋମ,…

ଶ୍ରୀଲିଙ୍ଗରାଜ ମନ୍ଦିର ଗର୍ଭଗୃହରେ ସୋନୁ ନିଗମଙ୍କ ଫଟୋ ଭାଇରାଲ: ଉଠିଲା ପ୍ରଶ୍ନବାଚୀ

ପୁରୁଣାଭୁବନେଶ୍ୱର,୧୭ା୭(ସୁବାସ ଚନ୍ଦ୍ର ପ୍ରଧାନ):ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଗର୍ଭଗୃହରେ ବଲିଉଡ୍‌ କଣ୍ଠଶିଳ୍ପୀ ସୋନୁ ନିଗମ ପୂଜାର୍ଚ୍ଚନା କରୁଥିବା ସମୟର ଏକ ଫଟୋ ଗୁରୁବାର ସୋସିଆଲ…

ଟ୍ରମ୍ପଙ୍କ ବଡ଼ ଅଭିଯୋଗ, ୨୨ କୋଟି ଆମେରିକୀୟ ଭୋଟରଙ୍କ ଡାଟା ଚୋରି କରିଛି ଚାଇନା

ଓ୍ବାଶିଂଟନ,୧୭।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା ନିର୍ବାଚନ ତଥ୍ୟ ସହିତ ଚାଇନା ଅଦଳବଦଳ କରୁଥିବା ଅଭିଯୋଗ କରିଛନ୍ତି। ୨୫ମିନିଟର ଏକ ଭାଷଣରେ ସେ କହିଛନ୍ତି ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri