Posted inଖେଳ

ଡବ୍ଲୁଟିଏସି ଫାଇନାଲ: ଟିମ୍‌ ଇଣ୍ଡିଆ ପାଇଁ ୧୨ ଖେଳାଳିଙ୍କୁ ଚୟନ କଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୧।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଜୁନ୍‌ ୭ରେ ଲଣ୍ଡନର ଓଭାଲରେ ଖେଳାଯିବାକୁ ଥିବା ଅନ୍ତିମ ମ୍ୟାଚ ପାଇଁ ଟିମ ଇଣ୍ଡିଆ ଇଂଲଣ୍ଡରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛନ୍ତି। ଏହି ସମୟରେ ଭାରତର ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଡବ୍ଲୁଟିଏସି ଫାଇନାଲ ପାଇଁ ତାଙ୍କ ଭାରତୀୟ ଦଳ ଚୟନ କରିଛନ୍ତି। ସେ ଦଳରେ ୧୨ ଜଣ ଖେଳାଳିଙ୍କୁ ସାମିଲ କରିଛନ୍ତି ।

ରବି ଶାସ୍ତ୍ରୀଙ୍କ ଏହି ଦଳରେ କ୍ୟାପଟେନ ରୋହିତ ଶର୍ମା ଶୀର୍ଷରେ ଥିବା ବେଳେ ଶୁଭମାନ ଗିଲ ତାଙ୍କ ସହ ଦୁଇ ନମ୍ବରରେ ରହିଛନ୍ତି। ଅର୍ଥାତ୍‌ ଗିଲ ଏବଂ ରୋହିତ ଶର୍ମାଙ୍କୁ ଓପନିଙ୍ଗ୍‌ର ଦାୟିତ୍ୱ ଦିଆଯାଇଛି। ଏହା ପରେ ଚେତେଶ୍ୱର ପୂଜାରାଙ୍କୁ ତୃତୀୟରେ ରଖାଯାଇଛି। ଏହା ପରେ ବିରାଟ କୋହଲି ଅଛନ୍ତି। ଏଥି ସହିତ ଦୀର୍ଘ ସମୟ ପରେ ଫେରୁଥିବା ଅଜିଙ୍କ୍ୟ ରାହାନେ ପାଞ୍ଚ ନମ୍ବରରେ ଥିବା ବେଳେ ଇଶାନ କିଷାନ ଏବଂ କେ.ଏସ ଭରତଙ୍କୁ ଉଇକେଟ କିପର ଭାବରେ ଷଷ୍ଠ ସ୍ଥାନରେ ରଖିଛନ୍ତି। ଉଭୟଙ୍କ ମଧ୍ୟରୁ ଯେକୌଣସି ଖେଳାଳିଙ୍କୁ ଚୟନ କରାଯାଇପାରିବ।
ତା’ପରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଦଳରେ ସାତ ନମ୍ବର ଦାୟିତ୍ୱ ଦିଆଯାଇଛି। ସେହିପରି ପରେ ଅଷ୍ଟମ ନମ୍ବରରେ ଦ୍ରୁତ ବୋଲର ମହମ୍ମଦ ଶାମି, ନଅ ନମ୍ବରରେ ମହମ୍ମଦ ସିରାଜ ଏବଂ ଦଶ ନମ୍ବରରେ ଶାର୍ଦ୍ଦୁଲ ଠାକୁର ସ୍ଥାନ ପାଇଛନ୍ତି। ଏଥି ସହିତ ଦଳର ଷ୍ଟାର ସ୍ପିନର ଆର ଅଶ୍ୱିନ ୧୧ ନମ୍ବର ଏବଂ ଶେଷରେ ଉମେଶ ଯାଦବ ୧୨ ନମ୍ବରରେ ରହିଛନ୍ତି। ରବି ଶାସ୍ତ୍ରୀ ତାଙ୍କ ୧୨ ଖେଳାଳିଙ୍କ ଦଳରେ ଚାରି ଦ୍ରୁତ ବୋଲରଙ୍କ ସହିତ ୨ ସ୍ପିନରଙ୍କୁ ଅନ୍ତର୍ଭୁକ୍ତ କରିଛନ୍ତି। ଏଥିରେ ଉଭୟ ରବିନ୍ଦ୍ର ଜାଡେଜା ଏବଂ ଆର ଅଶ୍ୱିନ ଦଳର ଅଲରାଉଣ୍ଡର ଭାବରେ ନଜର ଆସିବେ। ଜାଡେଜାଙ୍କ ସହ ଅଶ୍ୱିନ ମଧ୍ୟ ଟେଷ୍ଟରେ ଚମତ୍କାର ବ୍ୟାଟିଂ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

ଇରାନର ପରମାଣୁ ପ୍ଲାଣ୍ଟ ଉପରେ ବଡ଼ ଆକ୍ରମଣ କଲା ଇସ୍ରାଏଲ, ଚେତାବନୀ ଦେଲେ ଇରାନୀ ମନ୍ତ୍ରୀ, କହିଲେ…

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏକ ଅତ୍ୟନ୍ତ ବିପଜ୍ଜନକ ମୋଡ଼ରେ ପହଞ୍ଚିଛି। ଗତକାଲି ଇସ୍ରାଏଲୀ ବାୟୁସେନା ଦୁଇଟି ପ୍ରମୁଖ ଇରାନୀ ପରମାଣୁ ପ୍ରତିଷ୍ଠାନ ଏବଂ ଦୁଇଟି ବଡ଼…

ପ୍ରଖ୍ୟାତ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ଗିରଫ: ମଦ ପିଇ କରୁଥିଲେ ଏହି କାମ

ଫ୍ଲୋରିଡା,୨୮।୩: ପ୍ରଖ୍ୟାତ ଆମେରିକୀୟ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ପୁଣି ଥରେ ବିବାଦରେ ଫସିଛନ୍ତି। ମଦ୍ୟପାନ କରି ଗାଡ଼ି ଚଲାଇବା ସନ୍ଦେହରେ ତାଙ୍କୁ ଫ୍ଲୋରିଡାରେ ଗିରଫ କରାଯାଇଛି।…

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri