Posted inଖେଳ

ଏହି କାରଣରୁ ଗାଙ୍ଗୁଲିଙ୍କୁ ଘୃଣା କରୁଥିଲେ ଇଂଲଣ୍ଡର ପୂର୍ବ ଅଧିନାୟକ

ନୂଆଦିଲ୍ଲୀ,୫।୭: ଇଂଲଣ୍ଡ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ନାସିର ହୁସେନ ଭାରତୀୟ ଟିମ୍‌ର ପୂର୍ବ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ବିଷୟରେ ଏକ ମଜାଦାର କଥା କହିଛନ୍ତ। ଏହା ଏବେ ଚର୍ଚ୍ଚାକୁ ଆସିଛି।

ଷ୍ଟାର ସ୍ପୋଟ୍ସର ଏକ ଶୋ’ରେ ହୁସେନ କହିଛନ୍ତି, ଉଭୟ ଟିମ୍‌ ଖେଳିବା ସମୟରେ ଅନେକ ସ୍ମରଣୀୟ ମୂହୁର୍ତ୍ତ ରହିଛି। ସ୍ବଭାବରେ ଗାଙ୍ଗୁଲୀ ବିନମ୍ର ଥିଲେ। ଭାରତୀୟ ଟିମ୍‌କୁ ସେ ଶକ୍ତିଶାଳୀ ଦଳରେ ପରିଣତ କରିଥିଲେ। ଏଣୁ ତାଙ୍କ ଦଳ ସହ ଖେଳିବା, କୌଣସି ଯୁଦ୍ଧ ଲଢ଼ିବାଠାରୁ କମ୍‌ ନ ଥିଲା। ହେଲେ ଗାଙ୍ଗୁଲି ସବୁବେଳେ ତାଙ୍କୁ ଟସ୍‌ ପାଇଁ ଅପେକ୍ଷା କରାଉଥିବା ଯୋଗୁ ସେ ତାଙ୍କୁ ଘୃଣା କରୁଥିଲେ। ଏବେ ସେ ଦଶ ବର୍ଷରୁ ଅଧିକ ସମୟ ଧରି ଗାଙ୍ଗୁଲୀଙ୍କ ସହ କମେଣ୍ଟ୍ରି କରୁଛନ୍ତି। ଗାଙ୍ଗୁଲୀ ଜଣେ ସୁନ୍ଦର ମଣିଷ। ଶାନ୍ତ ରୁହନ୍ତି। ହେଲେ ଏବେ ବି କମେଣ୍ଟ୍ରି କରିବାକୁ ବିଳମ୍ବ କରୁଛନ୍ତି ବୋଲି ସେ କହିଛନ୍ତି।

ଗାଙ୍ଗୁଲି ଭାରତୀୟ ପ୍ରଶଂସକଙ୍କ ମନୋସ୍ଥିତିକୁ ବୁଝିଥିଲେ। ସେ କ୍ରିକେଟକୁ କେବଳ ଏକ ଖେଳ ବୋଲି ଭାବୁ ନ ଥିଲେ। ସେ ନିଜେ ଶକ୍ତିଶାଳୀ ଥିଲେ। ସେଭଳି ଟିମ୍‌ ସଦସ୍ୟଙ୍କୁ ଚୟନ କରୁଥିଲେ। ଖେଳ ସମୟରେ ଯୁଦ୍ଧ ଲଢ଼ିବା ଭଳି ଲାଗୁଥିଲା। ହେଲେ ମ୍ୟାଚ୍‌ ଶେଷ ହେବା ପରେ ସେ ବେଶ୍‌ ଭଲରେ ମିଶୁଥିଲେ ବୋଲି ହୁସେନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri