ମହଙ୍ଗା ପଡ଼ିଲା ପୂର୍ବତନ କର୍ପୋରେଟରଙ୍କୁ ହତ୍ୟା ଧମକ: ୫ ଗିରଫ

ବ୍ରହ୍ମପୁର ଅଫିସ,୨୮ା୩: ବ୍ରହ୍ମପୁର ସହରରେ ପୌର ନିର୍ବାଚନ ପରବର୍ତ୍ତୀ ହିଂସା ଓ ଜଣେ କର୍ପୋରେଟରଙ୍କୁ ହତ୍ୟା ଧମକ ଘଟଣାରେ ଗୋଷାଣୀନୂଆଗାଁ ପୋଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ପ୍ରେମନଗର ଫର୍ଚ୍ୟୁନ ଶଙ୍କର ପ୍ୟାଲେସରେ ରହୁଥିବା ଶିବା ଓରଫ କୁମାର ଅଭିଷେକ ବେହେରା(୧୯), ବିଜିପୁର ଲକ୍ଷ୍ମୀସାହିରେ ରହୁଥିବା ସାଗର ପାତ୍ର(୨୯), ହାଉସିଂ ବୋର୍ଡ ବିମଳାନଗରରେ ରହୁଥିବା ଅରୁଣ ଓରଫ ସରୋଜ କୁମାର ବେହେରା, ଜଗନ୍ନାଥ ବିହାରରେ ରହୁଥିବା ସିତୁନ ସାହୁ(୨୧) ଓ ବାଲାଜୀପେଣ୍ଠ ସାହିରେ ରହୁଥିବା ସନ୍ତୁ ଓରଫ ସନ୍ତୋଷ କୁମାର ସାହୁ(୨୯)।

ଘଟଣାରେ ବ୍ୟବହୃତ ସ୍କୋଡା କାର୍‌ (ଓଆର୍‌ ୦୨ ବି ଡବ୍ଲ୍ୟୁ ୦୦୨୪)କୁ ପୋଲିସ ଶିବାଙ୍କଠାରୁ ଜବତ କରିଛି। ମାମଲା ନଂ. ୪୬/୨୨ରେ ଗିରଫ ଉପରୋକ୍ତ ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଏକ ପ୍ରେସ୍‌ ବିବୃତିରେ ବ୍ରହ୍ମପୁର ଏସ୍‌ଡିପିଓ ବିଷ୍ଣୁପ୍ରସାଦ ପତି ସୂଚନା ଦେଇଛନ୍ତି। ପରେ ଅଭିଯୁକ୍ତମାନଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ପୋଲିସ କହିଛି।

ପ୍ରକାଶ ଯେ, ହାଉସିଂ ବୋର୍ଡ ବ୍ରିଟ୍‌ କଲୋନିରେ ରହୁଥିବା ବୀରେନ ପଟ୍ଟନାୟକ ବିଏମ୍‌ସିର ଜଣେ ପୂର୍ବତନ କର୍ପୋରେଟର ଥିବା ବେଳେ ସେ ଚଳିତ ଥର ୱାର୍ଡ ନମ୍ବର ୧୨ରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ସେହିପରି ତାଙ୍କ ସ୍ତ୍ରୀ ସସ୍ମିତା ଦାସ ଭାଜପାରୁ ଟିକେଟ ପାଇ ବିଏମ୍‌ସିର ୧୪ ନମ୍ବର ୱାର୍ଡର କର୍ପୋରେଟର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ଉଭୟ ବୀରେନ ଓ ତାଙ୍କ ସ୍ତ୍ରୀ ଉକ୍ତ ନିର୍ବାଚନରେ ପରାଜିତ ହୋଇଥିଲେ। ଗତ ୨୬ତାରିଖ ବିଳମ୍ବିତ ରାତି ପ୍ରାୟ ୩ଟାରେ ଏକ କାର୍‌ ବୀରେନଙ୍କ ଘର ସମ୍ମୁଖରେ ପହଞ୍ଚିଥିଲା। ଗାଡ଼ି ଭିତରୁ ୭/୮ ଜଣ ଯୁବକ ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ଧରି ବୀରେନ ଓ ତାଙ୍କ ସ୍ତ୍ରୀଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଏନେଇ ଥାନାରେ ଅଭିଯୋଗ ହୋଇଥିଲା।

ଫଟୋ-ବିଏମ-୨୮-୭-ଗିରଫ ୫ ଅଭିଯୁକ୍ତ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri