ଭଦ୍ରକ,୯ା୬(ସନାତନ ରାଉତ): ବହୁ ପ୍ରତିଭାର ଅଧିକାରୀ ଥିଲେ ଲୌହ ମାନବୀ ଓଡ଼ଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଲୌହ ମାନବୀ ନନ୍ଦିନୀ ଶତପଥୀ। ଜମିଜମା କ୍ଷେତ୍ରରେ ଭୂ-ସଂସ୍କାର ଆଇନ ପ୍ରଣୟନଠାରୁ ଆରମ୍ଭ କରି ଓଡିଶାର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେଇଥିଲେ ବୋଲି ତାଙ୍କ ଜୟନ୍ତୀ ଅବସରରେ ବକ୍ତାମାନେ ପ୍ରକାଶ କରିଥିଲେ। ଏକାଧାରରେ ଜଣେ ସାହିତି୍ୟକା, ରାଜନେତା, ସାମ୍ବାଦିକା ସହ ବହୁ ପ୍ରତିଭାର ଅଧିକାରିଣୀ ଥିଲେ ବୋଲି କହିଥିଲେ। ତ୍ୟାଗଭୂମି ସଭାପତି ଅଜୟ ନାୟକଙ୍କ ସଭାପତିତ୍ୱରେ ଭଦ୍ରକ ଜିଲା ଧରିତ୍ରୀ କାର୍ଯ୍ୟାଳୟରେ ଆୟୋଜିତ ଜୟନ୍ତୀ ଉତ୍ସବରେ ଅବସରପ୍ରାପ୍ତ ପ୍ରଫେସର କମଳାକାନ୍ତ ସ୍ବାଇଁ, ସ୍ତମ୍ଭକାର ପ୍ରଫୁଲ୍ଲ ସାହୁ, ଆଇନଜୀବୀ ଗଦାଧର ବଳ, ଅରବିନ୍ଦ ବସନ୍ତ ରାୟ, ଗୌରାଙ୍ଗ ବାରିକ ପ୍ରମୁଖ ବକ୍ତବ୍ୟ ରଖିଥିଲେ।


