ଭାଜପାରେ ମିଶିଲେ ବାଲେଶ୍ବରର ପୂର୍ବତନ ଏମପି ରବୀନ୍ଦ୍ର ଜେନା, କାଲି ଛାଡିଥିଲେ ବିଜେଡି

ଭୁବନେଶ୍ବର,୧୧।୩: ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେଡିରୁ ଇସ୍ତଫା ଦେଇଥିବା ରବୀନ୍ଦ୍ର ଜେନା ଆଜି ଭାଜପାରେ ମିଶିଛନ୍ତି । ରାଜ୍ୟ ପାର୍ଟି ଅଫିସ ଯାଇ ସେ ଦଳରେ ସାମିଲ ହୋଇଛନ୍ତି । ଶତାଧିକ ସମର୍ଥକଙ୍କୁ ନେଇ ପାର୍ଟି ଅଫିସ୍ ଆସି ପଦ୍ମ ଧରିଲେ ବାଲେଶ୍ବରର ପୂର୍ବତନ ଏମପି ରବୀନ୍ଦ୍ର ଜେନା । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଭାଜପାରେ ମିଶିଲେ ।

ପ୍ରକାଶଥାଉକି, ସେ ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଥିଲେ । ବାଲେଶ୍ବରବାସୀଙ୍କ ସେବା କରି ଆସିଛି । ଦଳ ସହିତ ମୋର ଦୀର୍ଘ ଦିନର ସମ୍ପର୍କ ମୋ ପାଇଁ ଏକ ସ୍ମରଣୀୟ ଯାତ୍ରା ହୋଇ ରହିବ ବୋଲି କହିଥିଲେ ରବୀନ୍ଦ୍ର । ରାଜ୍ୟସଭା ନିର୍ବାଚନ ପୂର୍ବରୁ ତାଙ୍କ ଦଳ ଛାଡିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ଏହାରି ଭିତରେ ଆଜି ସେ ଭାଜପାରେ ସାମିଲ ହୋଇଛନ୍ତି । କହରଖୁଛୁ କି, ରବୀନ୍ଦ୍ରଙ୍କ ପତ୍ନୀ ସୁବାସିନୀ ଜେନା ବିଜେଡି ଟିକେଟରେ ବସ୍ତାରୁ ବିଧାୟକ ରହିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ରେ ଚୋରା ଚାଲାଣ କରୁଥିଲେ ମଦ, ଘଟଣାସ୍ଥଳରୁ ମିଳିଲା…

ଦିଗପହଣ୍ଡି,୧୧ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ପଞ୍ଚାୟତ ଢେପାଗୁଡ଼ା, ତେଲିଆପଲ୍ଲୀ ସମେତ ବ୍ରହ୍ମପୁର ସଦର ଥାନା ଡେଙ୍ଗାପଦର ଗ୍ରାମରେ ବୁଧବାର ଅବକାରୀ ଟିମ୍‌…

ଲୋକସଭାରେ ବାଚସ୍ପତିଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ କାଟ୍; ଗୃହରେ ପ୍ରବଳ ହଟ୍ଟଗୋଳ

ନୂଆଦିଲ୍ଲୀ,୧୧ା୩: ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ବିରୋଧୀ ଦଳ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଯାଇଛି। ପ୍ରବଳ ହଟ୍ଟଗୋଳ ଓ ନାରାବାଜି ମଧ୍ୟରେ ବାଚନିକ…

ପୋଖରୀରୁ ମାଛ ଧରିବା ନେଇ ଗ୍ରାମରେ ଦେଖା ଦେଇଥିବା ବିବାଦ ଥମିଲା

ପୁରୁଷୋତ୍ତମପୁର,୧୧ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ରାଣୀଗାଁ କାନକାଟି ପୋଖରୀରୁ ମାଛ ଧରିବାକୁ କେନ୍ଦ୍ର କରି ଲାଗି ରହିଥିବା ବିବାଦର ଏକପ୍ରକାରର ଅନ୍ତ ଘଟିଛି। ଶେଷରେ…

ଭାରତୀୟ ତେଲ କମ୍ପାନୀଗୁଡ଼ିକ ଉପରେ ଚାପ: ଏପରି ସତର୍କବାଣୀ ଶୁଣିଲା ରେଟିଂ ସଂସ୍ଥା ମୁଡିସ୍

ନୂଆଦିଲ୍ଲୀ,୧୧ା୩: ମଧ୍ୟପ୍ରାଚ୍ୟର ଚାଲିଥିବା ଯୁଦ୍ଧ କାରଣରୁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ଏଭଳି ଘଡ଼ିସନ୍ଧି ମୁହୁର୍ତରେ ଭାରତୀୟ ବଜାରରେ ତେଲ ଦର…

BCCI ପରେ ICCର ବଡ଼ ଘୋଷଣା, ଟିମ୍ ଇଣ୍ଡିଆ ଉପରେ କୋଟି କୋଟି ଟଙ୍କା ବର୍ଷା

ନୂଆଦିଲ୍ଲୀ,୧୧ା୩:  ମାର୍ଚ୍ଚ ୮ ତାରିଖରେ ଟି୨୦ ବିଶ୍ୱକପ୍ ବିଜେତା ଘୋଷଣା କରାଯାଇଥିଲା। ଟିମ୍ ଇଣ୍ଡିଆ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ୯୬ ରନରେ ପରାସ୍ତ…

ଭ୍ରମାତ୍ମକ ଖବର ଯୋଗୁ ଗ୍ୟାସ ସିଲିଣ୍ଡର ପାଇଁ ଆତଙ୍କ, ବଡ଼ ପଦକ୍ଷେପ ନେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୧ା୩: ଦେଶରେ ଏଲପିଜି (LPG) ସଙ୍କଟକୁ ନେଇ ବ୍ୟାପୁଥିବା ଗୁଜବ ଓ ଭ୍ରମାତ୍ମକ ଖବର ଯୋଗୁଁ ଉପଭୋକ୍ତାଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏହି କାରଣରୁ ଅନେକ ସ୍ଥାନରେ…

ମାଛ ଜାଲରୁ ସାପକୁ ଉଦ୍ଧାର କରିବାବେଳେ ମାରିଲା ଚୋଟ, ଆଉ ତା’ ପରେ…

ଆନନ୍ଦପୁର,୧୧ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା କଲରା ଗଡ଼ିଆ ଗ୍ରାମର ସୁଜିତ ନାଏକ (୪୫)ବିଷଧର ସାପ ଚୋଟରେ ମୃତ୍ୟୁ ଘଟିଛି। ସୂଚନାରୁ…

ଉତ୍କଳୀୟ ସଂସ୍କୃତିରେ ଶ୍ରୀଜଗନ୍ନାଥ, ଘୁମୁସରର ରାଜା-ପ୍ରଜାମାନଙ୍କ ପାଇଁ ଆଜି…

ଭଞ୍ଜନଗର,୧୧ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ବୁଧବାର ଉତ୍କଳୀୟ ସଂସ୍କୃତିରେ ଶ୍ରୀଜଗନ୍ନାଥ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri