ଲଢ଼ିବେନି ଦେବେନ୍ଦ୍ର, ଝିଅ ପାଇଁ ବାଟ ଛାଡ଼ିଲେ

ଆଳି,୨୦ା୨(ବନମାଳୀ ସେନାପତି): ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଆଳି ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନୀ ଉଷ୍ମତା ଦେଖାଦେଲାଣି। ଆଳିର ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଦେବେନ୍ଦ୍ର ଶର୍ମା ଚଳିତ ଥର ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି। ତାଙ୍କ ବଦଳରେ ଏଠାରେ କଂଗ୍ରେସର ମଙ୍ଗ ଧରିବା ସହ ତାଙ୍କ ଝିଅ ଡା. ଦେବସ୍ମିତା ଶର୍ମା ନିର୍ବାଚନ ଲଢ଼ିବେ ବୋଲି ସେ କହିଛନ୍ତି। ଅପରପକ୍ଷେ ଡା. ଦେବସ୍ମିତା ମଧ୍ୟ ନିର୍ବାଚନ ଲଢ଼ିବା ନିମନ୍ତେ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଇସ୍ତଫା ଦେଇଛନ୍ତି। ଏ ନେଇ ଦେବେନ୍ଦ୍ର ଶର୍ମା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ବୟସାଧିକ ଓ ଶାରୀରିକ ଅସୁସ୍ଥତା କାରଣରୁ ସେ ନିର୍ବାଚନ ଲଢ଼ିବେ ନାହଁି। କିନ୍ତୁ ନିର୍ବାଚନମଣ୍ଡଳୀରେ ସେ ସକ୍ରିୟ ରହିବେ। ରାଜନୀତିକୁ ଯୁବପିଢ଼ିମାନଙ୍କ ଆସିବାର ଆବଶ୍ୟକତା ଥିବାବେଳେ ସେ ତାଙ୍କ ଝିଅଙ୍କୁ ନିର୍ବାଚନ ମଇଦାନକୁ ଆଣିଛନ୍ତି। ଆଳି, ରାଜକନିକାରେ କଂଗ୍ରେସର ସଙ୍ଗଠନ ସୁଦୃଢ଼ ଥିବାବେଳେ ତାଙ୍କ ପରିବାର ପ୍ରତି କଂଗ୍ରେସର ସମର୍ଥନ ରହିଛି। ଏ ନେଇ ଡା. ଦେବସ୍ମିତା ଶର୍ମାଙ୍କୁ ପଚାରିବାରେ ଜେଜେ ଡା. ଦିବାକର ଶର୍ମା ଡାକ୍ତର ହେବା ସହିତ ରାଜନୀତିରେ ପାଦ ଥାପି ବିଧାୟକ ହୋଇଥିଲେ। ତାଙ୍କ ପିତା ଦେବେନ୍ଦ୍ର ଶର୍ମା ମଧ୍ୟ କଂଗ୍ରେସ ଦଳର ବିଧାୟକ ହେବା ସହ ନିର୍ବାଚନମଣ୍ଡଳୀରେ ନିଜର ସଙ୍ଗଠନ ରଖିଛନ୍ତି। ତେଣୁ ସେ ଜେଜେ ଓ ପିତାଙ୍କ ପଦାଙ୍କ ଅନୁସରଣ କରି ଡାକ୍ତର ଭାବେ କଣ୍ଡିଆ ପ୍ରାଥମିକ ଚିକିତ୍ସାଳୟରେ ଚାକିରି କରିଥିଲେ। ଏବେ ସେ କଂଗ୍ରେସ ଦଳରୁ ନିର୍ବାଚନ ଲଢ଼ିବା ନିମନ୍ତେ ଚାକିରିରୁ ଇସ୍ତଫାଦେବା ସହ କଂଗ୍ରେସ ପକ୍ଷରୁ ଟିକେଟ ନିମନ୍ତେ ଆଶାୟୀ ଅଛନ୍ତି। ଡା. ଦେବସ୍ମିତା ପାଠପଢ଼ା ସମୟରୁ କଂଗ୍ରେସ ରାଜନୀତିରେ ଜଡ଼ିତ ଥିଲେ। ୨୦୧୪ ନିର୍ବାଚନରେ ସେ ପିତାଙ୍କ ପାଇଁ ପ୍ରଚାର ମଧ୍ୟ କରିଥିଲେ। ଏପରିକି କଂଗ୍ରେସର ଅନେକ ସମାବେଶରେ ଦେବସ୍ମିତା ଜଡିତ ରହିଥିଲେ। ଝିଅକୁ ନିର୍ବଚାନମଣ୍ଡଳୀରେ ପ୍ରୋଜେକ୍ଟ କରିବା ପରେ ଏବେ ସେଠାରେ ରାଜନୀତି ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରବାର ନମାଜ ସମୟରେ ଆତ୍ମଘାତୀ ବୋମା ବିସ୍ଫୋରଣ, ୧୨ ମୃତ

ଇସଲାମାବାଦ,୬।୨: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଏକ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି। ସିଆ ମସଜିଦ, କସର୍‌-ଏ-ଖାଦିଜାତୁଲ କୁବ୍ରାରେ ଶୁକ୍ରବାର ନମାଜ ପାଠ ସମୟରେ ଏକ ଆତ୍ମଘାତୀ ବିସ୍ଫୋରଣ…

୪ ଦିନ ଚଳଚଞ୍ଚଳ ରହିବ ପଦ୍ମନାଭପୁର, ଆଜି ଲକ୍ଷ୍ମୀନୃସିଂହ ମନ୍ଦିରରେ…

ଦିଗପହଣ୍ଡି,୬ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ କୁମୁଟି ସାହିରେ ଶ୍ରୀଲକ୍ଷ୍ମୀନୃସିଂହ ଠାକୁରଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ନିମନ୍ତେ ଶୁକ୍ରବାର ଫାଲଗୁନ କୃଷ୍ଣପକ୍ଷ…

ଅସ୍ତ୍ରଶସ୍ତ୍ର ସହ ପୋଲିସ ଆଗରେ ଆତ୍ମସମର୍ପଣ କଲେ ୪ ମାଓବାଦୀ

ଫୁଲବାଣୀ,୬।୨: ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ମାଓବାଦୀ ସଙ୍ଗଠନ । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାନେଇ କନ୍ଧମାଳ ପୋଲିସ ନିକଟରେ ଶୁକ୍ରବାର ୪ଜଣ ମାଓବାଦୀ…

Vaibhav Suryavanshi: ପୁଣି ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୬।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୧୯ ବର୍ଷରୁ କମ ଏକଦିବସୀୟ ବିଶ୍ୱକପର ଫାଇନାଲ ମ୍ୟାଚ ଚାଲିଛି। ଭାରତୀୟ ଅଧିନାୟକ ଆୟୁଷ ମହାତ୍ରେ ଟସ ଜିତି ପ୍ରଥମେ…

Love-Relationshipକୁ ନେଇ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣି ଦେଲେ ସୁପ୍ରିମକୋର୍ଟ: ବ୍ରେକଅପ ପରେ ବଳାତ୍କାର ଅଭିଯୋଗ…

ନୂଆଦିଲ୍ଲୀ,୬।୨: ସୁପ୍ରିମକୋର୍ଟ ଗୁରୁବାର (ଫେବୃଆରୀ ୫, ୨୦୨୬) ଦିନ ଏକ ମାମଲାରେ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣି କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ସମ୍ପର୍କ ଖରାପ ହେବା କିମ୍ବା ଭାଙ୍ଗିବା…

ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିଲେ ନିଶା: ଗିରଫ ଭୟରେ ଆଗୁଆ ଜାମିନ ଆବେଦନ ପରେ ଏବେ…

ବଲାଙ୍ଗୀର,୬ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଆଗୁଆ ଜାମିନ ମିଳିଛି। ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ…

ବରଗଡ଼ ସିଭିଲ କୋର୍ଟକୁ ବୋମା ଧମକ, ଛାନିଆ ହୋଇ ବାହାରକୁ ଚାଲିଆସିଲେ…

ବରଗଡ,୬।୨(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ କୋର୍ଟକୁ ଶୁକ୍ରବାର ମିଳିଥିବା ବୋମା ଧମକ ହଇଚଇ ସୃଷ୍ଟି କରିଛି। ବରଗଡ଼ ସିଭିଲ କୋର୍ଟକୁ ମଧ୍ୟ ଇ-ମେଲରେ ଏଭଳି ଧମକ ଆସିଛି।…

କେରଳରେ ଯୁବ ଚାଷୀଙ୍କ ମୃତ୍ୟୁ ଘଟଣା: ପ୍ରଶାସନ ପରେ ବଢୁଛି ସହାୟତାର ହାତ

ଲୋଇସିଂହା,୬।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ସନଅଗାଁ(କ) ଗ୍ରାମର ଯୁବ ଚାଷୀ ବଳରାମ ପଧାନ ତାଙ୍କ ଖରିଫ ଧାନ ବିକ୍ରି ଟଙ୍କା କୌଣସିକାରଣବଶତଃ କେରଳରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri