ବଦଳି ପାଇଁ ଉପବାଚସ୍ପତିଙ୍କ ନାମରେ ଜାଲ୍‌ ଦସ୍ତଖତ, ଦୁଇ ସହକାରୀ ଯନ୍ତ୍ରୀଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା

ଭୁବନେଶ୍ୱର,୧୭।୬(ତ୍ରିନାଥ ମହାନ୍ତି): ବଦଳି ପାଇଁ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଦସ୍ତଖତକୁ ଜାଲ୍‌ କରିବା ଏବଂ ସରକାରୀ ଡି.ଓ. ପ୍ୟାଡ୍‌ର ଦୁରୁପଯୋଗ କରିବା ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି। ଉପବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ନିରଞ୍ଜନ କୁମାର ସାହା କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ ପୋଲିସ କେସ୍‌ ନଂ. ୪୭୩/୨୬ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବାଂସପାଳ ବ୍ଲକ୍‌ ସହକାରୀ ଯନ୍ତ୍ରୀ ମୋନାଲିସା ବେହେରା ଏବଂ ହରିଚନ୍ଦ୍ରପୁର ସହକାରୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମଙ୍କ ନାମରେ ମାମଲା ରୁଜୁ କରାଯାଉଛି।
ଉପବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ନିରଞ୍ଜନ କୁମାର ସାହା କ୍ୟାପିଟାଲ ଥାନା ଆଇଆଇସିଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ ରହିଛି ଯେ, ବାଂସପାଳ ବ୍ଲକର ସହକାରୀ ଯନ୍ତ୍ରୀ ମୋନାଲିସା ବେହେରା ଏବଂ ହରିଚନ୍ଦନପୁର ବ୍ଲକ୍‌ର ସହକାରୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମ ଉପବାଚସ୍ପତିଙ୍କ ଜାଲ ଦସ୍ତଖତ ଏବଂ ତାଙ୍କ କାର୍ଯ୍ୟାଳୟର ଅଧିକୃତ ଡି.ଓ. ପ୍ୟାଡ ବ୍ୟବହାର କରି ଜାଲ ଦସ୍ତାବେଜ ପ୍ରସ୍ତୁତ କରିଥିଲେ। ପରେ ତାହାକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନିକଟରେ ଦାଖଲ କରି ସୁନ୍ଦରଗଡ଼ ଜିଲ୍ଲାର ବରଗଁା ଓ ସଦର ବ୍ଲକକୁ ବଦଳି ହେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।
ଉପବାଚସ୍ପତିଙ୍କ କାର୍ଯ୍ୟାଳୟ ସ୍ପଷ୍ଟ କରିଛି ଯେ, ଉକ୍ତ ଚିଠିଗୁଡ଼ିକ କେବେ ବି ତାଙ୍କ କାର୍ଯ୍ୟାଳୟରୁ ଜାରି କିମ୍ବା ଅନୁମୋଦିତ ହୋଇନାହିଁ। ତେଣୁ ଏହା ସରକାରୀ ଦସ୍ତାବେଜ ଜାଲିଆତି, ପରିଚୟ ଜାଲିଆତି, ଆପରାଧିକ ଷଡଯନ୍ତ୍ର ଓ ସୂଚନା ପ୍ରଯୁକ୍ତି ଆଇନ ଉଲ୍ଲଂଘନ ଭଳି ଗୁରୁତର ଅପରାଧ ଶ୍ରେଣୀରେ ଆସୁଛି। ଏହି ଘଟଣାରେ ତୁରନ୍ତ ଏଫଆଇଆର୍‌ ରୁଜୁ କରି ଆଇନ ଅନୁଯାୟୀ କଡ଼ା ପଦକ୍ଷେପ ନେବାକୁ କ୍ୟାପିଟାଲ ଥାନା ପୋଲିସକୁ ଅନୁରୋଧ କରାଯାଇଛି। ଏନେଇ କ୍ୟାପିଟାଲ ଥାନା ଅଧିକାରୀ ରାଧାକାନ୍ତ ସାହୁ କହିଛନ୍ତି, ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ କରୁଛି। ଆବଶ୍ୟକ ହେଲେ ଦୁଇ ଯନ୍ତ୍ରୀଙ୍କ ମତାମତା ଲୋଡ଼ିବୁ। ସେମାନଙ୍କ ବିରୋଧରେ ପ୍ରମାଣ ମିଳିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏସିଆ କପ୍‌ ପରେ ହଠାତ୍‌ ଇସ୍ତଫା ଦେଲେ ଅଧିନାୟକ, ନିଷ୍ପତ୍ତିରେ ବୋର୍ଡ ଚକିତ

ଢାକା: ବାଂଲାଦେଶ ମହିଳା କ୍ରିକେଟ ଦଳରେ ହଠାତ୍‌ ହଲଚଲ ସୃଷ୍ଟି ହୋଇଛି। ଏସିଆ କପ୍‌ ୨୦୨୬ ଶେଷ ହେବା ପରେ ନିଗାର ସୁଲତାନା ଟି-୨୦ ଦଳର ଅଧିନାୟକ…

ଗଜକେସରୀ ଯୋଗ: ଅକ୍ଟୋବର ଆରମ୍ଭରୁ ୩ ରାଶିକୁ ମିଳିବ ବମ୍ଫର ଫାଇଦା, ମାଲାମାଲ ହେବା ସହ ଚାକିରିରେ ବଡ଼ ପ୍ରମୋଶନ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗଜକେସରୀ ଯୋଗକୁ ଅତ୍ୟନ୍ତ ଶୁଭ ଓ ପ୍ରଭାବଶାଳୀ ଯୋଗ ଭାବେ ମାନ୍ୟତା ଦିଆଯାଏ। ଜ୍ୟୋତିଷୀୟ ବିଶ୍ୱାସ ଅନୁସାରେ, ଏହି ଯୋଗ ଶକ୍ତି, ମାନ-ସମ୍ମାନ…

ନଗର ନିଗମ ଫଳାଫଳ: ଭାଜପାକୁ ବଡ଼ ଝଟକା, ଆଉ ୪ ୱାର୍ଡରେ ଜିତିଲା କଂଗ୍ରେସ

ଜୟପୁର,୧୭।୯: ରାଜସ୍ଥାନର ଜୟପୁର, କୋଟା ଓ ଯୋଧପୁରର ୯ଟି ଆସନ ମଧ୍ୟରୁ ୮ଟିର ନିର୍ବାଚନ ଫଳାଫଳ ଘୋଷଣା ହୋଇଛି। ଏହି ଆସନଗୁଡ଼ିକରେ ସେପ୍ଟେମ୍ବର ୧୬ ତାରିଖରେ ପୁନଃ…

ବାୟୁ ପ୍ରଦୂଷଣ ବଢ଼ାଉଛି ଆତ୍ମହତ୍ୟା ମନୋଭାବ

ନୂଆଦିଲ୍ଲୀ, ୧୭ା୯ : ବାୟୁ ପ୍ରଦୂଷଣ ସଂସ୍ପର୍ଶରେ ଆସିବା ଦ୍ୱାରା ବ୍ୟକ୍ତିଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବୃତ୍ତି ଏବଂ ଆତ୍ମହତ୍ୟାର ଚିନ୍ତାଧାରା ବୃଦ୍ଧି ପାଉଥିବା ନେଇ ଏକ ନୂତନ…

ବୈଦିକ ଭୂମିରେ ହିନ୍ଦୁଧର୍ମ

ସିନ୍ଧୁ ନଦୀର ଶାଖାନଦୀଗୁଡ଼ିକ ଦ୍ୱାରା ପ୍ଳାବିତ ପଞ୍ଜାବ ମୂଳ ବୈଦିକ ଭୂମି ଥିଲା। ହେଲେ ଏବେ ଯମୁନା-ଗଙ୍ଗା ଧୋୟାଞ୍ଚଳ ସହିତ ବେଦକୁ ଅଧିକ ଜଡ଼ିତ କରାଯାଉଥିବାବେଳେ ଅନ୍ୟପକ୍ଷରେ…

PM ମୋଦି କେବେ କେବେ UPIରେ କରିଛନ୍ତି ପେମେଣ୍ଟ? ଜାଣନ୍ତୁ କେତେ ଟଙ୍କା କରିଥିଲେ ଖର୍ଚ୍ଚ

ନୂଆଦିଲ୍ଲୀ, ୧୭/୯:ଆଜି ସେପ୍ଟେମ୍ବର ୧୭। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ତାଙ୍କ ଜନ୍ମଦିନକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଦେଶରେ ଡିଜିଟାଲ ପେମେଣ୍ଟ ଏବଂ UPIକୁ…

ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ‘ନରେନ୍ଦ୍ର’ଙ୍କ ନେତୃତ୍ବରେ ହେଉଛି ନବଭାରତର ନିର୍ମାଣ

ଭୁବନେଶ୍ୱର,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶତ ଶତ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ସୋସିଆଲ ମିଡିଆ…

ପ୍ରେମିକା ଘର ବାରଣ୍ଡାରେ ପ୍ରେମିକଙ୍କୁ ପିଟି ପିଟି ହତ୍ୟା, ପ୍ରମାଣ ନଷ୍ଟ ପାଇଁ ଜାଳିଦେଲେ ମୃତଦେହ

ଦେବଗଡ଼, ୧୭ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଓ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମିକା ଘରକୁ ଯାଇଥିବା ବେଳେ ପ୍ରେମିକଙ୍କୁ ନିର୍ମମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?