ମହୁଲ ପାଇଁ ନିଆଁରେ ନଷ୍ଟ ହେଉଛି ଜଙ୍ଗଲ

ମାଲକାନଗିରି,୧୨ା୩(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲାରେ ମାର୍ଚ୍ଚ ମାସ ଆରମ୍ଭରୁ ଗ୍ରୀଷ୍ମ ପ୍ରଭାବରୁ ଜଙ୍ଗଲରେ ଥିବା ଗଛଗୁଡିକ ପତ୍ରଝଡା ଦେଇଥାଏ। ଶୁଖିଲା ପତ୍ରରେ ଜଙ୍ଗଲ ଆଚ୍ଛାଦିତ ହୋଇଯାଏ। ଏହି ସମୟରେ ମହୁଲ ଗଛରେ ଫୁଲ ଫୁଟିବା ଆରମ୍ଭ ହୋଇଥାଏ ା ମହୁଲ ଗଛରୁ ସକାଳୁ ସକାଳୁ ଫୁଲଗୁଡିକ ଝଡି ତଳେ ଗଛ ଚାରିପଟେ ବିଛାଇ ହୋଇ ପଡିଥାଏ। ଅଙ୍ଗୁର ସଦୃଶ ଏହି ମହୁଲ ଫୁଲ ଶୁଖିଲା ପତ୍ର ମଧ୍ୟରେ ପଡିଯିବା ଦ୍ୱାରା ଏହାକୁ ସଂଗ୍ରହ କରିବା ପାଇଁ ବନାଞ୍ଚଳରେ ବାସ କରୁଥିବା ଅଧିବାସୀମାନଙ୍କୁ ଅନେକ ସମୟ ଲାଗିଥାଏ। ଅଳ୍ପ ସମୟ ମଧ୍ୟରେ ପ୍ରଚୁର ମହୁଲ ଫୁଲ ସଂଗ୍ରହ କରିବା ପାଇଁ ଗଛ ତଳେ ଜମା ହୋଇଥିବା ଶୁୁଖିଲା ପତ୍ରକୁ ନିଆଁ ଲଗାଇ ପରିଷ୍କାର କରି ଦିଅନ୍ତି । ଫଳରେ ଗଛ ଚାରିପଟେ ସଫା ହେବାଦ୍ୱାରା ପୁଲଗୁଡିକ ଦେଖାଯିବା ସହ ଅଳ୍ପ ସମୟରେ ମହୁଲ ଫୁଲଗୁଡିକ ସଂଗ୍ରହ କରିପାରନ୍ତି। କିନ୍ତୁ ନିଆଁ ନ ଲିଭାଇବା ଯୋଗୁ ଲଗା ଯାଇଥିବା ନିଅଁା ଧୀରେ ଧୀରେ ଜଙ୍ଗଲକୁ ବ୍ୟାପିଯାଇ ଅନେକ ସମ୍ପଦ ନଷ୍ଟ ହେବା ସହ ଛୋଟଛୋଟ ଚାରା, ଔଷଧୀୟ ବୃକ୍ଷ, ପଶୁ ପକ୍ଷୀଙ୍କ ଜୀବନ ହାନି ହେବା ସହ ବାୟୁମଣ୍ଡଳ ଉତ୍ତପ୍ତ ଏବଂ ବିଷାକ୍ତ ହୋଇ ପରିବେଶ ଉପରେ କୁପ୍ରଭାବ ପକାଏ ା ଏହାଦ୍ୱାରା ଜଙ୍ଗଲ ଓ ମୃତ୍ତିକା କ୍ଷୟ ସହ ଜଙ୍ଗଲ ଅଞ୍ଚଳର ମାଟିର ଆର୍ଦ୍ରତା ଶୁୁଷ୍କ ହୋଇଯାଏ ା ତେଣୁ ଜଙ୍ଗଲଜାତ ଦ୍ରବ୍ୟ ଉପରେ ବର୍ଷ ବର୍ଷ ଧରି ନିର୍ଭର କରୁଥିବା ଆଦିବାସୀମାନଙ୍କ ବର୍ତ୍ତମାନ ବନଜାତ ଦ୍ରବ୍ୟ ସଂଗ୍ରହରେ ବାଧା ସୃଷ୍ଟି ହେବା ସହ ସେମାନଙ୍କ ଜୀବନ ଜୀବିକା ଉପରେ କୁପ୍ରଭାବ ପଡିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ବନାଞ୍ଚଳରେ ବସବାସ କରୁଥିବା ଗ୍ରାମବାସୀଙ୍କୁ ନେଇ ବନ ସଂରକ୍ଷଣ ସମିତି ଗଠନ କରିଛନ୍ତି। ଜଙ୍ଗଲ, ବନ୍ୟଜନ୍ତୁ ଏବଂ ନିଅଁା ଦାଉରୁ ଜଙ୍ଗଲକୁ ରକ୍ଷା କରିବା ପାଇଁ ଏହି ସମିତିଗୁଡିକ କାର୍ଯ୍ୟ କରୁଛି।
ଏଥିରେ ବର୍ତ୍ତମାନ ସୁଦ୍ଧା ଶତ ପ୍ରତିଶତ ସୁଫଳ ମିଳି ନ ଥିବା ବେଳେ ବନାଞ୍ଚଳ ଆଦିବାସୀମାନେ ଅନୁଭବ କଲେଣି, ଯଦି ତାଙ୍କ ଅଞ୍ଚଳର ଜଙ୍ଗଲକୁ ସୁରକ୍ଷା ଦିଆ ନ ଯାଏ ତେବେ ସେହିମାନଙ୍କ ଆଗାମୀ ବଂଶଧର କ୍ଷତିଗ୍ରସ୍ତ ହେବା ସହ ଜମି, ଜଳ ଏବଂ ପରିବେଶ ଉପରେ ଏହାର କୁପ୍ରଭାବ ପଡିବ, ଯଦ୍ୱାରା କୃଷି କାର୍ଯ୍ୟରେ ବାଧା ସୃଷ୍ଟି ହେବ ା
ଏ ନେଇ ସତୀଗୁଡା ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ପରିଚାଳନା ଦାୟିତ୍ୱରେ ଥିବା ତାଳଗୁଡା ବନ ସଂରକ୍ଷଣ ସମିତିର ଏକ ବୈଠକ ସଭାପତି ବଳରାମ ମାଝିଙ୍କ ଅଧ୍ୟକ୍ଷତାରେ ସତୀଗୁଡାଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ବାଣିଶ୍ରୀ ମନସ୍ବିନୀ ଦେବୀ, ବନପାଳ ଦେବାଶିଷ ପ୍ରଧାନ, ପର୍ଯ୍ୟଟନସ୍ଥଳୀ ପରିଚାଳକ ଅବିନାଶ ମହାନ୍ତ ଓ ବନରକ୍ଷୀ ସୁଜାତା ବୈରାଗୀଙ୍କ ସହ ବନ ସଂରକ୍ଷଣ ସମିତିର ସମସ୍ତ ସଦସ୍ୟା ସଦସ୍ୟ ଉପସ୍ଥିତ ଥିଲେ ା ବିଶେଷ କରି ଚଳିତ ଗ୍ରୀଷ୍ମ ଋତୁରେ ଜଙ୍ଗଲରେ ଯେପରି ନିଆଁ ନ ଲାଗିବ ମହୁଲ ସଂଗ୍ରହକାରୀମାନେ ଶୁଖିଲା ପତ୍ରକୁ ନିଅଁା ନ ଲଗାଇ ଗଛମୂଳ ସଫାକରି ଫୁଲ ସଂଗ୍ରହ କରିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଇଥିଲା। ଉପସ୍ଥିତ କର୍ମକର୍ତ୍ତାମାନେ କହିଥିଲେ, ଆମେ ଅନୁଭବ କରିପାରୁଛୁ ମହୁଲ ସଂଗ୍ରହ ସମୟରେ ଜଙ୍ଗଲରେ ନିଅଁା ଲାଗି କିପରି ଜଙ୍ଗଲ ସମ୍ପଦ ଧ୍ୱଂସ ହେଉଛି ଏବଂ ଆମେମାନେ କ୍ଷତିଗ୍ରସ୍ତ ହେଉଛୁ। ଏବେ ମହୁଲ ନୁହେଁ ଆମକୁ ଜଙ୍ଗଲ ଦରକାର, ଜଙ୍ଗଲକୁ ନିଅଁା ଦାଉରୁ ରକ୍ଷା କରିବୁ ବୋଲି ଶପଥ ନେଇଥିଲେ। ତେବେ ଆଗାମୀ ଦିନରେ ଆଜିର ବୈଠକରେ ନିଆଯାଇଥିବା ନିଷ୍ପତି କିପରି କାର୍ଯ୍ୟକାରୀ ହେବ ତାହା ଦେଖିବାକୁ ବାକି ରହିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ

କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…

ମଧ୍ୟପ୍ରାଚ୍ୟ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୭ ମାର୍ଚ୍ଚ, ୨୦୨୬ ସା ୬ଟା ୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ହର୍ମୁଜକୁ ନେଇ ବଡ଼ ଯୋଜନାରେ ଅଛି ଇରାନ? ସଂସଦରେ ଉପସ୍ଥାପନ ହେବ ବିଲ୍‌! ଜାଣନ୍ତୁ ଭାରତ ଉପରେ କ’ଣ ପଡିବ ପ୍ରଭାବ

ତେହରାନ୍‌,୨୬।୩: ଇରାନ-ଇସ୍ରାଏଲ-ଆମେରିକା ବିବାଦ ମଧ୍ୟରେ, ଇରାନ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛି। ଇରାନ ସଂସଦ ଏବେ ଏକ ବିଲ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ…

ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..

ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…

ସୋନିଆଙ୍କ ସ୍ବାସ୍ଥ୍ୟକୁ ନେଇ ଆସିଲା ବଡ଼ ଅପଡେଟ, ଆଣ୍ଟିବାୟୋଟିକରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ,୨୬।୩: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୋନିଆ ଗାନ୍ଧୀ…

ପ୍ରଧାନମନ୍ତ୍ରୀ ମୋଦି, ନିର୍ବାଚନ କମିଶନଙ୍କ AI ଭିଡିଓ ଭାଇରାଲ, X ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ,୨୬।୩: କେରଳ ପୋଲିସର ସାଇବର ଶାଖା ସୋସିଆଲ ମିଡିଆ ପ୍ଲାଟଫର୍ମ X ଏବଂ ଏହାର ଏକ ହ୍ୟାଣ୍ଡେଲ ବିରୋଧରେ ଏକ ମାମଲା ରୁଜୁ କରିଛି। ଅଭିଯୋଗ ହୋଇଛି…

ଯୁବକଙ୍କ ଗୀତରେ ହଠାତ୍‌ ମୁଣ୍ଡ ହଲାଇ ନାଚି ଉଠିଲା ଦନ୍ତା ହାତୀ, Video ଦେଖିଲେ…..

କେନ୍ଦୁଝର,୨୬ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ଦନ୍ତା ହାତୀର ଜଳ କ୍ରୀଡ଼ା ଏବଂ ଉଗ୍ରରୂପ ସମସ୍ତେ ଦେଖିଛନ୍ତି । ତେବେ ହାତୀର ମଜାଳିଆ ଢଙ୍ଗ ବହୁତ୍ କମ ଦେଖିବାକୁ…

କଟକ ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା, ଏହି ଦିନ ହେବ ମ୍ୟାଚ୍

କଟକ,୨୬ା୩: ବିସିସିଆଇ ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜିନ୍ ମଧ୍ୟରେ, ଭାରତୀୟ ଦଳ ମୋଟ ୨୨ଟି ମ୍ୟାଚ୍ ଖେଳିବ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri