ଦୁର୍ନୀତି ଲୁଚାଇବାକୁ ମାର୍ଚ୍ଚରେ ବନୀକରଣ

ଲୋଇସିଂହା,୩୧ା୩(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ବନ ରେଞ୍ଜ ସାଲେଭଟା ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲ ଗ୍ରାମରେ କାମ୍ପା ଯୋଜନାରେ ହୋଇଥିବା ବନୀକରଣରେ ଦୁର୍ନୀତି ହୋଇଛି। ବଲାଙ୍ଗୀର ବନଖଣ୍ଡ ଅଧିକାରୀଙ୍କ ନିକଟରେ ଶନିିବାର ଏହିଭଳି ଅଭିଯୋଗ କରିଛି ବଙ୍ଗାବାହାଲ ବନ ସୁରକ୍ଷା ସମିତି। ଦୁର୍ନୀତିକୁ ଘଣ୍ଟ ଘୋଡାଇବା ଉଦ୍ଦେଶ୍ୟରେ ମାର୍ଚ୍ଚ ମାସରେ ନିର୍ଧୁମ ଖରାରେ ବନୀକରଣ ଓ ପ୍ରକଳ୍ପ କାମର ମରାମତି କରାଯାଉଛି ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି।
ଅଭିଯୋଗ ଅନୁସାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କାମ୍ପା ଯୋଜନାରେ ୧୦ହେକ୍ଟର ବନୀକରଣ ପାଇଁ ଯୋଜନା ରହିଥିଲା। ଏଥରେ ୧୬ ହଜାର ଚାରା ଲଗାଯାଇଥାନ୍ତା। ହେଲେ ପ୍ରାୟ ୧୧ହଜାର ଚାରା ଲଗାଯାଇ ଅବଶିଷ୍ଟ ଚାରା ନଷ୍ଟ କରାଯାଇଥିବା ଅଭିଯୋଗ ହୋଇଛି ା ପୁନଶ୍ଚ ୨କିମି ଚାରା ବନୀକରଣ କରିବାକୁ ଥିବା ବେଳେ ୮ ଶହରୁ ୯ ଶହ ମିଟରରେ ଏହାକୁ ସୀମିତ ରଖାଯାଇଛି। ଏହି ପ୍ରକଳ୍ପରେ ବନୀକରଣ ଚାରାର ସୁରକ୍ଷା ପାଇଁ ନିର୍ମାଣ ହୋଇଥିବା ସିମେଣ୍ଟ ଖମ୍ବ ଓ ତାରଜାଲି ନିର୍ଦ୍ଧାରିତ ଅନୁଯାୟୀ କରାଯାଇନାହିଁ। ଏପରିକି ବନୀକରଣ ପରେ ଚାରାରେ ପାଣି ଦିଆଯାଉନାହିଁ। ଶ୍ରମିକ ଆଶ୍ରୟସ୍ଥଳୀ ନିର୍ମାଣ ନ କରି ଟଙ୍କା ଉଠାଣ କରାଯାଇଛି। କେବଳ ଏହି ପ୍ରକଳ୍ପ ନୁହେଁ, ଅଞ୍ଚଳର ହୋଇଥିବା ଅନ୍ୟାନ୍ୟ କେତେକ ପ୍ରକଳ୍ପରେ ମଧ୍ୟ ଏହି ପ୍ରକାରର ଅନିୟମିତତା କରାଯାଇଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି।
ସେହିପରି ୨୦୨୧-୨୨ ବର୍ଷରେ କେତେକ ପ୍ରକଳ୍ପରେ ପଥର ବ୍ୟବହାର ହୋଇଛି। ବଙ୍ଗାବାହାଲ ଗ୍ରାମ୍ୟ ସୁରକ୍ଷା ସମିତିର ବିରୋଧ ସତ୍ତ୍ୱେ ସଂରକ୍ଷିତ ଘୋଡାଖାଇ ଜଙ୍ଗଲରୁ ଏହି ପଥର ସବୁ ଅଣାଯାଇଛି ା ଆମ ଜଙ୍ଗଲ ଯୋଜନାରୁ ଆସିଥିବା ୧ଲକ୍ଷ ପ୍ରୋତ୍ସାହନ ରାଶି ବଙ୍ଗାବାହାଲ ଗ୍ରାମ୍ୟ ସୁରକ୍ଷା ସମିତିକୁ ପ୍ରଦାନ କରାଯାଇ ନ ଥିବା ଅଭିଯୋଗରେ ଦର୍ଶାଯାଇଛି। ଉଦ୍ଦେଶ୍ୟମୂଳକ ଭାବେ ଗ୍ରାମ୍ୟ ସୁରକ୍ଷା ସମିତିର ଉତ୍କର୍ଷ କାର୍ଯ୍ୟ ସହଯୋଗକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ଚକ୍ରାନ୍ତ କରି ଜଙ୍ଗଲ ସୁରକ୍ଷା ସମିତି ଗୃହକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ନେଇ ଗୁରୁତର ଅଭିଯୋଗ ଆଣିଛି ସଙ୍ଗଠନ। ଅଭିଯୋଗ ପରେ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବନ ବିଭାଗର ଏକ ୪ଜଣିଆ ଟିମ୍‌ ସାଲେଭଟା ରେଞ୍ଜ ଅଫିସ ଆସି ଘଟଣା ସଂକ୍ରାନ୍ତରେ ବନ ସୁରକ୍ଷା ସମିତି ସହ ଆଲୋଚନା କରିଛି। ଅଭିଯୋଗର ସତ୍ୟତା ଜଣାପଡିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନଖଣ୍ଡ ଅଧିକାରୀ ନୀତିଶ କୁମାର କହିଥିବା ବନ ସୁରକ୍ଷା ସମିତିର ଯୋଗେଶ୍ୱର କଲତା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri