ବନ କର୍ମଚାରୀଙ୍କୁ ଆକ୍ରମଣ କରି ବନ୍ଧା ହେଲେ ୩

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜର ନୟାକୋଟ ବିଟ୍‌ର ଫରେଷ୍ଟର ଏବଂ ସ୍କ୍ବାଡ କର୍ମଚାରୀଙ୍କୁ ଆକ୍ରମଣ କରିବା ଘଟଣାରେ ବନ ବିଭାଗ ୩ଜଣଙ୍କୁ ଗିରଫ କରିଛି। ଗତ ୨୫ ତାରିଖ ଅପରାହ୍ନରେ ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜ ଅଧିନସ୍ଥ ଖଣ୍ଡାଧାର ଡିପିଏଫ୍‌ରେ ନିଆଁ ଲାଗିଥିବା ଦେଖି ଏସିଏଫ୍‌ ଜିତେନ୍ଦ୍ର ବେହେରା ବନ କର୍ମଚାରୀଙ୍କୁ ନିଆଁ ଲିଭାଇବା ପାଇଁ ପଠାଇଥିଲେ। ନୟାକୋଟ ବିଟ୍‌ ଫରେଷ୍ଟର ରାଜେନ୍ଦ୍ର ଜେନା ୪ ଜଣ ସ୍କ୍ବାଡ କର୍ମଚାରୀଙ୍କୁ ନେଇ ଜଙ୍ଗଲକୁ ଯାଇଥିଲେ। ସେଠାରେ କିଛି ଲୋକ ଏକ କୁଟୁରା ମାରିଥିବା ଦେଖିଥିଲେ। ବନ କର୍ମଚାରୀଙ୍କୁ ଦେଖି କିଛି ଲୋକ ଗାଁକୁ ଧାଇ ପଳାଇଥିବା ବେଳେ ମୃତ କୁଟୁରା ସହ ୨ଜଣଙ୍କୁ ବନ କର୍ମଚାରୀ କାବୁ କରି ଆଣିବାବେଳେ ନିକଟସ୍ଥ ଲୁହାକଳା ଗାଁର ଲୋକ ସେଠାରେ ପହଞ୍ଚି ଫରେଷ୍ଟର ରାଜେନ୍ଦ୍ର ଜେନା ଏବଂ ଅନ୍ୟ ବନ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ପରେଷ୍ଟର ରାଜେନ୍ଦ୍ର ଜେନାଙ୍କ ମୁଣ୍ଡ ଫାଟିଥିବା ଜଣାପଡ଼ିଛି। ଆକ୍ରମଣ କରି ବୋଲେରୋ ଗାଡ଼ିର କାଚ ଭାଙ୍ଗି ୨ଜଣ ଅଭିଯୁକ୍ତଙ୍କୁ ଗ୍ରାମବାସୀ ନେଇ ପଳାଇଥିଲେ। ଶୁକ୍ରବାର ସକାଳେ ଏସିଏଫ୍‌ ଜିତେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଭାଜପା ରେଞ୍ଜର ନୟନକାନ୍ତ ସାହୁ,ଚମ୍ପୁଆ ରେଞ୍ଜର ଅକ୍ଷୟ ଛତ୍ର୍ରିୟାଙ୍କ ସମେତ ବନ କର୍ମଚାରୀ ୩ଜଣ ଅଭିଯୁକ୍ତ ଧନେଶ୍ୱର ପ୍ରଧାନ, ବିଦ୍ୟାଧର ପ୍ରଧାନ, ଦେବାନନ୍ଦ ଦେହୁରୀଙ୍କୁ ଗିରଫ କରିଥିବା ବେଳେ ବାଂଶପାଳ ବ୍ଲକ ଅଧିନସ୍ଥ ଲୁହାକଳା ଗ୍ରାମର ଅନ୍ୟ ୭ଜଣଙ୍କୁ ଫେରାର ଅଛନ୍ତି। ସେମାନଙ୍କ ଠାରୁ ଧନୁ,ତୀର,ଫାଶ,ଟାଙ୍ଗିଆ ଆଦି ଜବତ କରାଯାଇଛି ବୋଲି ଭୂୟାଁ ଜୁଆଙ୍ଗପୀଢ଼ ରେଞ୍ଜର ନୟନକାନ୍ତ ସାହୁ ସୂଚନା ଦେଇଛନ୍ତି। ନୟାକୋଟ ବିଟ୍‌ ଫରେଷ୍ଟର ରାଜେନ୍ଦ୍ର ଜେନାଙ୍କ ଏତଲା ଆଧାରରେ ନୟାକୋଟ ପୋଲିସ କେସ୍‌ ନଂ ୧୪୧/୨୦୨୪ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ବର୍ତ୍ତମାନ ଅଖଣ୍ଡ ଶିକାର ପାଇଁ ବନବାସୀମାନେ ଜଙ୍ଗଲରେ ନିଆଁ ଲଗାଇ ବନ୍ୟପ୍ରାଣୀ ଶିକାର କରୁଥିବାରୁ ଅନେକ ଜଙ୍ଗଲରେ ନିଆଁ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ରାଜ୍ୟବାଦର ନଗ୍ନ ରୂପ

ଶୀତଳ ଯୁଦ୍ଧର ଅବସାନ ପରେ ସାମ୍ରାଜ୍ୟବାଦୀ ଆମେରିକାର ଔଦ୍ଧତ୍ୟ ଯେ ବହୁଗୁଣା ବଢ଼ିଯାଇଛି, ଏଥିରେ କେହି ଦ୍ୱିମତ ହେବେ ନାହିଁ। କେତେକ ରାଷ୍ଟ୍ରରେ ସାମରିକ ଶକ୍ତି...

ଆପଣା ପଣରେ ନାରୀ

ରାଜା ବ୍ରାହ୍ମଣମାନଙ୍କୁ ପୁଚ୍ଛାକଲେ, ‘ଯେଉଁ ଫଳ ଉପୁଜାଇ ସେ ଫଳ ଖାଇ କି ନ ଖାଇ’। ତହିଁକି ବ୍ରାହ୍ମଣ ବୋଇଲେ ଯେ ଯେଉଁ ଫଳ ଉପୁଜାଇ...

ପ୍ରାଥମିକ ଶିକ୍ଷା: ଖାଲିପଡ଼ିଛି ୧୬,୯୭୩ ଶିକ୍ଷକ ପଦବୀ

ଭୁବନେଶ୍ୱର,୨୧ା୧ (ସୁଚିସ୍ମିତା ସାହୁ):ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ...

ପୁଣି ଥର୍‌ ଆତଙ୍କ: ଆସିଲା ବୁଲେଟ୍‌କୁ ପିଟିଲା , ଜଣେ ମୃତ…

ଭୁବନେଶ୍ୱର,୨୧।୧: ରାଜଧାନୀରେ ପୁଣି ଥର୍‌ ଆତଙ୍କ। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସାମ୍ନାରେ ବୁଲେଟ୍‌କୁ ଧକ୍କା ଦେଇଛି ଥର୍‌। ଘଟଣାସ୍ଥଳରେ ଜଣେ ମୃତ, ୨ ଜଣ ଗୁରୁତର...

ତାମିଲନାଡୁ ବିଧାନସଭାରୁ ରାଜ୍ୟପାଳଙ୍କ କକ୍ଷତ୍ୟାଗ

ଚେନ୍ନାଇ,୨୧ା୧: ତାମିଲନାଡୁ ରାଜ୍ୟପାଳ ଆର୍‌.ଏନ୍‌. ରବି ମଙ୍ଗଳବାର ରାଜ୍ୟ ବିଧାନସଭାରେ ଉଦ୍‌ବୋଧନ ନ ଦେଇ ଚାଲିଯାଇଛନ୍ତି। ବିନା ଭାଷଣରେ କକ୍ଷତ୍ୟାଗ କରିବା ରାଜ୍ୟପାଳ ରବିଙ୍କ ପାଇଁ...

ମଣ୍ଡିରୁ ଧାନ ଚୋରି ଅଭିଯୋଗ ପ୍ରସଙ୍ଗ: ୨ ଅଧିକାରୀଙ୍କ କଥାରେ ତାଳମେଳ ନାହିଁ

ଅମରପାଲି,୨୧ା୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ମଣ୍ଡିରେ ଚାଷୀ ବିକ୍ରି ପାଇଁ ରଖିଥିବା ଧାନରୁ ଗତ ୧୬ ତାରିଖ ରାତିରେ ୧୮ ପ୍ୟାକେଟ...

ଲିଭ୍‌ ଇନ୍‌ ରିଲେଶନଶିପ୍‌ରେ ମହିଳାଙ୍କୁ ସ୍ତ୍ରୀ ମାନ୍ୟତା ମିଳିବା ଆବଶ୍ୟକ: ହାଇକୋର୍ଟ

ଚେନ୍ନାଇ,୨୧ା୧: ଲିଭ୍‌-ଇନ୍‌ ରିଲେଶନଶିପ୍‌ରେ ଥିବା ମହିଳାଙ୍କୁ ଗାନ୍ଧର୍ବ ବିବାହ ବା ପ୍ରେମ ବିବାହ ଅନୁଯାୟୀ ସ୍ତ୍ରୀର ମାନ୍ୟତା ପ୍ରଦାନ ସହ ସୁରକ୍ଷା ଦିଆଯିବା ଆବଶ୍ୟକ। ଫଳରେ...

ICCର ଅଲ୍ଟିମେଟମ୍‌ ପରେ ବି ସୁଧୁରିଲାନି ବାଂଲାଦେଶ, ସିଧା ସିଧା ଶୁଣାଇଦେଲା ‘ଆମେ…’

ଢାକା,୨୧।୧: ଆସନ୍ତା ୭ ତାରିଖରୁ ହେବାକୁଥିବା ଟି୨୦ ବିଶ୍ୱକପ୍‌ରେ ଭାଗ ନେବା ପାଇଁ ବାଂଲାଦେଶ ଦଳ କୌଣସି ପରିସ୍ଥିତିରେ ଭାରତ ଯିବନାହିଁ। ୨୧ ତାରିଖ ସୁଦ୍ଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri