ଜଙ୍ଗଲ ସୁରକ୍ଷାରେ ୧୩୯ ଅତ୍ୟାଧୁନିକ ଯାନ ସାମିଲ

ବାରଙ୍ଗ/ଭୁବନେଶ୍ୱର,୩୦।୧୧ (ଲିଙ୍ଗରାଜ ରାଉତ/ବନ୍ଦନା ସେଠୀ):ଆହୁରି ଅଧିକ ସୁଦୃଢ଼ ହେବ ଜଙ୍ଗଲ ସୁରକ୍ଷା ଅଭିଯାନ। ଜଙ୍ଗଲ ନିଅଁା, ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସହ ଶିକାର ଓ ଚୋରା କାରବାର ରୋକିବାକୁ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଜଙ୍ଗଲ ସୁରକ୍ଷାରେ ଅଲ୍‌-ଟେରେନ୍‌ ଭେହିକିଲ୍‌ (ଏଟିଭି), ଅଗ୍ନି ନିରାକରଣ ସହାୟତା ୟୁନିଟ୍‌ ସହ ୧୩୯ ଅତ୍ୟାଧୁନିକ ଯାନକୁ ସାମିଲ କରିଛି ଜଙ୍ଗଲ ବିଭାଗ। ଶୁକ୍ରବାର ବଟାନିକାଲ୍‌ ଗାର୍ଡେନ୍‌ଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପିସିସିଏଫ୍‌ ସୁଶାନ୍ତ ନନ୍ଦ ଏସବୁ ଯାନକୁ ରାଜ୍ୟର ୧୮ଟି ଜିଲାରେ ଥିବା ୧୯ଟି ଅଭୟାରଣ୍ୟ, ଗୋଟିଏ ଜାତୀୟ ଉଦ୍ୟାନ, ୨ଟି ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ଏବଂ ୨ଟି ସଂରକ୍ଷିତ ଅଞ୍ଚଳକୁ ପ୍ରଦାନ କରିଛନ୍ତି। ଏହି ଯାନ ମଧ୍ୟରେ ରହିଛି ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ୫୧ଟି ଅଲ-ଟେରେନ ମୋଟରଯାନ। ଜଙ୍ଗଲର ପ୍ରତି ସ୍ଥାନକୁ ଏହି ଅତ୍ୟାଧୁନିକ ଯାନ ସହଜରେ ଯାଇପାରିବ। ବାଲି, ମାଟି, କାଦୁଅ, ପଥର ଉପରେ ଚଢ଼ି ଯେକୌଣସି ପରିସ୍ଥିତିରେ ଜଙ୍ଗଲ ଭିତରକୁ ଯାଇ ପାଟ୍ରୋଲିଂ କରିବାରେ ସକ୍ଷମ ହେବ। ସମସ୍ତ ପ୍ରକାରର ଅତ୍ୟାଧୁନିକ ବ୍ୟବସ୍ଥା ରହିଥିବାରୁ ଏହା ପ୍ରାକୃତିକ ବିପଦକୁ କମ୍‌ କରିବା ସହ ଗୁପ୍ତ କାର୍ଯ୍ୟକଳାପକୁ ରୋକିବାରେ ସହାୟକ ହେବ। ସେହିପରି କଷ୍ଟୋମାଇଜ୍‌ଡ ସ୍ପ୍ରିଙ୍କଲର୍‌ ସିଷ୍ଟମ ସହିତ ୪୧ ଅଗ୍ନି ନିର୍ବାପକ ୟୁନିଟ୍‌ ଓ ୪୭ ଅଗ୍ନି ନିରାକରଣ ସହାୟତା ୟୁନିଟ୍‌ ଜଙ୍ଗଲ କ୍ଷେତ୍ର ବିଭାଗକୁ ପ୍ରଦାନ କରାଯାଇଛି। ସଡ଼କ ପାର୍ଶ୍ୱରେ ଘଟୁଥିବା ଅଗ୍ନିକାଣ୍ଡ ରୋକିବାକୁ ଦୃଷ୍ଟିରେ ରଖି ସ୍ପ୍ରିଙ୍କଲରକୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି। ଜଙ୍ଗଲରେ ଅଗ୍ନିକାଣ୍ଡ ରୋକିବା ସହ ଏଥିଜନିତ କ୍ଷୟକ୍ଷତିକୁ କମ୍‌ କରିବା ପାଇଁ ବିଶେଷ ଭାବରେ ଡିଜାଇନ କରାଯାଇଛି। ଏନେଇ ପିସିସିଏଫ୍‌ ନନ୍ଦ କହିଛନ୍ତି, ଜଙ୍ଗଲ ସୁରକ୍ଷା ଅଭିଯାନରେ ୩ ପ୍ରକାର ଗାଡ଼ି ସାମିଲ କରାଯାଇଛି। ସବୁଥିରେ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି। ଜଙ୍ଗଲର କୋଣଅନୁକୋଣରେ ଏହା ପହଞ୍ଚତ୍ପାରିବ। ପଶୁ ଶିକାର ଓ କାଠ ଚୋରାଚାଲାଣ ଉପରେ ନଜର ରଖିହେବ। ସେହିପରି ଜଙ୍ଗଲରେ ହଠାତ୍‌ ନିଅଁା ଲାଗିଲେ ଏହା ସେଠାରେ ପହଞ୍ଚତ୍ ନିଅଁା ଲିଭାଇପାରିବ। ଫଳରେ ବହୁମାତ୍ରାରେ ଜଙ୍ଗଲ ଏବଂ ଏଠାରେ ବସବାସ କରୁଥିବା ଜୀବଜନ୍ତୁଙ୍କୁ ନିଅଁା କବଳରୁ ରକ୍ଷା କରିହେବ ବୋଲି ସେ କହିଛନ୍ତି। ଟାଟା ମୋଟର୍ସ ଏବଂ ମହିନ୍ଦ୍ରା କମ୍ପାନୀର ବରିଷ୍ଠ ଅଧିକାରୀ ଓ ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏସବୁ ଯାନ ବିତରଣ କରାଯାଇଥିଲା। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ବନ ସଂରକ୍ଷକ ଓ ବନବାହିନୀ ମୁଖ୍ୟ ଦେବୀଦତ୍ତ ବିଶ୍ୱାଳ, ନିର୍ଦ୍ଦେଶକ ମନୋଜ ଭି. ନାୟାର, ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ, ଉପ-ବନ ସଂରକ୍ଷକ ସମ୍ୟକ ସାମନ୍ତରାୟଙ୍କ ସମେତ ରେଞ୍ଜରମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri