ଭଞ୍ଜନଗର,୬।୩(ଡି.ଏନ.ଏ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ଚଳିତ ବର୍ଷର ସୋମବାର ୧୫୭ଟି ସ୍ଥାନରେ ଜଙ୍ଗଲ ନିଆଁ ଲାଗଛି। ସେଥିମଧ୍ୟରୁ ରବିବାର ୧୫ରୁ ଊର୍ଦ୍ଧ୍ୱ ସ୍ଥାନରେ ନିଆଁ ଲାଗିଥିବା ବେଳେ ସୋମବାର ୧୯ରୁ ଊର୍ଦ୍ଧ୍ୱ ଜଙ୍ଗଲରେ ନିଆଁ ଲାଗିଛି । ସାଟେଲାଇଟ୍ ମାଧ୍ୟମରେ ନିଆଁକୁ ବୈଜ୍ଞାନିକମାନେ ଚିହ୍ନଟ କରୁଛନ୍ତି । ଏହାପରେ ବନ ବିଭାଗକୁ ସୂଚନା ଦିଆଯାଉଛି। ତେଣୁ ବିଭାଗ କର୍ମଚାରୀ ସମସ୍ତ ରେଡ୍ ପଏଣ୍ଟକୁ ନିୟନ୍ତ୍ରଣ କରୁଛନ୍ତି । ପୂର୍ବରୁ ସାଟେଲାଇଟ୍ ବ୍ୟବସ୍ଥା ନ ଥିଲା। ତେଣୁ ନିଆଁ ଲିଭିଲା କି ନାହିଁ ଜାଣି ହେଉନଥିଲା। ସାଟେଲାଇଟ୍ ମାଧ୍ୟମରେ ସମସ୍ତ ତଥ୍ୟ ବର୍ତ୍ତମାନ ଜଣାପଡ଼ିଯାଉଛି। ବିଗତ କିଛିଦିନ ହେବ ଭଞ୍ଜନଗରରେ ତାପମାତ୍ରା ମଧ୍ୟ ବଢ଼ିଛି। ମୁଜାଗଡ଼, ତାରସିଂ ଏବଂ କେନ୍ଦ୍ରୀୟ ବନାଞ୍ଚଳରେ ଜଙ୍ଗଲ ପୋଡ଼ି ବୃଦ୍ଧି ଯୋଗୁ ରବିବାର ଓ ସୋମବାର ଭଞ୍ଜନଗର ସହର ସମେତ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟାହ୍ନ ୧୨ଟା ଯାଏ ଆକାଶ ନିଆଁ ମୟ ଥିଲା। ଏଥିଯୋଗୁ ଶାରୀରିକ ସ୍ତରରେ ଦୁର୍ବଳ ଥିବା ଲୋକମାନେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ମାର୍ଚ୍ଚ ପହିଲାରୁ ଏହିଭଳି ଅବସ୍ଥା ହୋଇଥିବା ବେଳେ ଆଗକୁ ବର୍ଷା ସୂଚନା ନାହିଁ । ଅପ୍ରେଲ ଆଡ଼କୁ ପରିସ୍ଥିତି ଅସମ୍ଭାଳ ହେବାର ସମ୍ଭାବନା ରହିଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଅନ୍ୟପଟେ ଜଙ୍ଗଲ ପୋଡ଼ିଯୋଗୁ ବନ୍ୟପ୍ରାଣୀ ବିପଦରେ ପଡୁଛନ୍ତି । ପରିବେଶ ଦୁଷିତ ହେଉଛି । ଜଙ୍ଗଲର ତିନୋଟି ସ୍ତର ମଧ୍ୟରୁ ଦୁଇଟି ସ୍ତର ବିଶେଷ କ୍ଷତିଗ୍ରସ୍ତ ହେଉଛି। ତୃତୀୟସ୍ତରରେ ଥିବା ବଡ଼ବଡ଼ ଗଛ ଗୁଡ଼ିକ ଅଗ୍ନିକାଣ୍ଡରେ ବିଶେଷ କ୍ଷତିଗ୍ରସ୍ତ ହେଉନଥିଲେ ମଧ୍ୟ ଶୁଖିଲା ଗଛ ଗୁଡ଼ିକ ପୋଡ଼ିଯାଉଛି। ଜଙ୍ଗଲ ପୋଡ଼ି ଯୋଗୁ ଶହ ଶହ ହେକ୍ଟର ହେକ୍ଟର ଜଙ୍ଗଲ ନଷ୍ଟ ହୋଇଗଲାଣି। ବନ ସୁରକ୍ଷା ସମିତି କର୍ମକର୍ତ୍ତା ଏବଂ ଜଙ୍ଗଲ ନିକଟବର୍ତ୍ତି ଗ୍ରାମରେ ବସବାସ କରୁଥିବା ଲୋକଙ୍କ ସହ ବନ ବିଭାଗର ଅଧିକାଶଂ କର୍ମଚାରୀ ବିଗତ କିଛିବର୍ଷ ହେବ ଆଉ ସମ୍ପର୍କ ରଖୁନାହାନ୍ତି। ଜଙ୍ଗଲ ଏବଂ ବନ ସୁରକ୍ଷା ସମିତିର ବିକାଶ ପାଇଁ ଆସୁଥିବା ଅର୍ଥକୁ ନେଇ ବିଭିନ୍ନ ସମୟରେ ଭିଏସ୍ଏସ୍ ଏବଂ ବନ ବିଭାଗ କର୍ମଚାରୀ ମଧ୍ୟରେ ବିବାଦ ରହୁଛି। ଫଳରେ ଭିଏସ୍ଏସ୍ କର୍ମକର୍ତ୍ତା ଏବଂ ବନ କର୍ମଚାରୀ ମଧ୍ୟରେ ସମ୍ପର୍କରେ ଦୁରତା ବଢ଼ୁଛି । ଜଙ୍ଗଲରେ ଶିକାର କିମ୍ବା ନିଆଁ ଲାଗିଲେ ଲୋକେ ବିଭାଗୀୟ କର୍ମଚାରୀଙ୍କୁ ତୁରନ୍ତ ସୂଚନା ଦେଉନାହାନ୍ତି। ତେଣୁ ଘଟଣା ସମ୍ପର୍କରେ ବିଳମ୍ବରେ ଜାଣି ପଦକ୍ଷେପ ନେବା ବେଳକୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ଯେଉଁଠି ଧୂଆଁକୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ ସେଠି ବାରମ୍ବାର ରେଡ ପଏଣ୍ଟ ଆସୁଛି। ଧୂଆଁ ନିୟନ୍ତ୍ରଣକୁ ଆସିଲେ ଗ୍ରୀନ୍ ପଏଣ୍ଟ ଆସୁଛି। ପରିସ୍ଥିତି ଅସମ୍ଭାଳ ଆଡ଼କୁ ଯିବାପରେ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ଚାପରେ କର୍ମଚାରୀମାନେ ବର୍ତ୍ତମାନ ଲୋକଙ୍କ ସହ ସୁସମ୍ପର୍କ ରଖି ଦିନ ରାତି ଗୋଟେ କରି ଧୂଆଁକୁ ଦମନ କରିବା ପାଇଁ ଲାଗିପଡ଼ିଛନ୍ତି । ଡିଏଫ୍ଓ ସୁଦର୍ଶନ ବେହେରା ପ୍ରତ୍ୟକ୍ଷ ଭାବେ ଧୂଆଁକୁ କିଭଳି ଦମନ କରାଯିବ ସେନେଇ ପଦକ୍ଷେପ ନେଉଛନ୍ତି । ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ସୁରେଶ ସ୍ବାଇଁ କହିଛନ୍ତି ଯେ ସମନ୍ବୟ ଅଭାବରୁ ଏହି ଅବସ୍ଥା ଉପୁଜିଛି । ଫାୟାର ଲାଇନ ଅଧିକରୁ ଅଧିକ କାଟିବାର ଆବଶ୍ୟକତା ଥିଲା। ନଚେତ ଗୁଡ଼ ପାଣି ପକାଇଥିଲେ ଏତେଟା ଜଙ୍ଗଲ ପୋଡ଼ିନଥାନ୍ତା। ଗୁଡ଼ ପାଣି ପକାଇଲେ ଉଇ ଧରିଦେବ । ଫଳରେ ଧୂଆଁ ଆଗକୁ ମାଡ଼ିପାରିବ
ନାହିଁ । ଗଞ୍ଜାମ ଜିଲା ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ଶୁଳପାଣି ଶତପଥି କହିଛନ୍ତି, ଜଙ୍ଗଲ ପୋଡ଼ି ମନୁଷ୍ୟକୃତ । ଅସାବଧାନତା ହିଁ ଜଙ୍ଗଲ ପୋଡ଼ିର ମୁଖ୍ୟ କାରଣ । ବନ ସୁରକ୍ଷା ସମିତି ଏବଂ ବନ ବିଭାଗ ମଧ୍ୟରେ ସମନ୍ବୟ ରହିଲେ ଧୂଆଁକୁ ନିୟନ୍ତ୍ରଣ କରିହେବ ।
Posted inHome Left, ଆମ ଜିଲା ଖବର, ଗଞ୍ଜାମ View All
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…
ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...
ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...
ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…
ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...
ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ
ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...
ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ
୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...
ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର
ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...
ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…
ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...
ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି
ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍ରେ ସ୍ଥାନୀୟ ଏମ୍ପି ପ୍ରଦୀପ କୁମାର...
Archives


