ଧୂଆଁରେ ଅଣନିଃଶ୍ୱାସୀ ଉତ୍ତର ଘୁମୁସର ବନଖଣ୍ଡବାସୀ

ଭଞ୍ଜନଗର,୬।୩(ଡି.ଏନ.ଏ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ଚଳିତ ବର୍ଷର ସୋମବାର ୧୫୭ଟି ସ୍ଥାନରେ ଜଙ୍ଗଲ ନିଆଁ ଲାଗଛି। ସେଥିମଧ୍ୟରୁ ରବିବାର ୧୫ରୁ ଊର୍ଦ୍ଧ୍ୱ ସ୍ଥାନରେ ନିଆଁ ଲାଗିଥିବା ବେଳେ ସୋମବାର ୧୯ରୁ ଊର୍ଦ୍ଧ୍ୱ ଜଙ୍ଗଲରେ ନିଆଁ ଲାଗିଛି । ସାଟେଲାଇଟ୍‌ ମାଧ୍ୟମରେ ନିଆଁକୁ ବୈଜ୍ଞାନିକମାନେ ଚିହ୍ନଟ କରୁଛନ୍ତି । ଏହାପରେ ବନ ବିଭାଗକୁ ସୂଚନା ଦିଆଯାଉଛି। ତେଣୁ ବିଭାଗ କର୍ମଚାରୀ ସମସ୍ତ ରେଡ୍‌ ପଏଣ୍ଟକୁ ନିୟନ୍ତ୍ରଣ କରୁଛନ୍ତି । ପୂର୍ବରୁ ସାଟେଲାଇଟ୍‌ ବ୍ୟବସ୍ଥା ନ ଥିଲା। ତେଣୁ ନିଆଁ ଲିଭିଲା କି ନାହିଁ ଜାଣି ହେଉନଥିଲା। ସାଟେଲାଇଟ୍‌ ମାଧ୍ୟମରେ ସମସ୍ତ ତଥ୍ୟ ବର୍ତ୍ତମାନ ଜଣାପଡ଼ିଯାଉଛି। ବିଗତ କିଛିଦିନ ହେବ ଭଞ୍ଜନଗରରେ ତାପମାତ୍ରା ମଧ୍ୟ ବଢ଼ିଛି। ମୁଜାଗଡ଼, ତାରସିଂ ଏବଂ କେନ୍ଦ୍ରୀୟ ବନାଞ୍ଚଳରେ ଜଙ୍ଗଲ ପୋଡ଼ି ବୃଦ୍ଧି ଯୋଗୁ ରବିବାର ଓ ସୋମବାର ଭଞ୍ଜନଗର ସହର ସମେତ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟାହ୍ନ ୧୨ଟା ଯାଏ ଆକାଶ ନିଆଁ ମୟ ଥିଲା। ଏଥିଯୋଗୁ ଶାରୀରିକ ସ୍ତରରେ ଦୁର୍ବଳ ଥିବା ଲୋକମାନେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ମାର୍ଚ୍ଚ ପହିଲାରୁ ଏହିଭଳି ଅବସ୍ଥା ହୋଇଥିବା ବେଳେ ଆଗକୁ ବର୍ଷା ସୂଚନା ନାହିଁ । ଅପ୍ରେଲ ଆଡ଼କୁ ପରିସ୍ଥିତି ଅସମ୍ଭାଳ ହେବାର ସମ୍ଭାବନା ରହିଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଅନ୍ୟପଟେ ଜଙ୍ଗଲ ପୋଡ଼ିଯୋଗୁ ବନ୍ୟପ୍ରାଣୀ ବିପଦରେ ପଡୁଛନ୍ତି । ପରିବେଶ ଦୁଷିତ ହେଉଛି । ଜଙ୍ଗଲର ତିନୋଟି ସ୍ତର ମଧ୍ୟରୁ ଦୁଇଟି ସ୍ତର ବିଶେଷ କ୍ଷତିଗ୍ରସ୍ତ ହେଉଛି। ତୃତୀୟସ୍ତରରେ ଥିବା ବଡ଼ବଡ଼ ଗଛ ଗୁଡ଼ିକ ଅଗ୍ନିକାଣ୍ଡରେ ବିଶେଷ କ୍ଷତିଗ୍ରସ୍ତ ହେଉନଥିଲେ ମଧ୍ୟ ଶୁଖିଲା ଗଛ ଗୁଡ଼ିକ ପୋଡ଼ିଯାଉଛି। ଜଙ୍ଗଲ ପୋଡ଼ି ଯୋଗୁ ଶହ ଶହ ହେକ୍ଟର ହେକ୍ଟର ଜଙ୍ଗଲ ନଷ୍ଟ ହୋଇଗଲାଣି। ବନ ସୁରକ୍ଷା ସମିତି କର୍ମକର୍ତ୍ତା ଏବଂ ଜଙ୍ଗଲ ନିକଟବର୍ତ୍ତି ଗ୍ରାମରେ ବସବାସ କରୁଥିବା ଲୋକଙ୍କ ସହ ବନ ବିଭାଗର ଅଧିକାଶଂ କର୍ମଚାରୀ ବିଗତ କିଛିବର୍ଷ ହେବ ଆଉ ସମ୍ପର୍କ ରଖୁନାହାନ୍ତି। ଜଙ୍ଗଲ ଏବଂ ବନ ସୁରକ୍ଷା ସମିତିର ବିକାଶ ପାଇଁ ଆସୁଥିବା ଅର୍ଥକୁ ନେଇ ବିଭିନ୍ନ ସମୟରେ ଭିଏସ୍‌ଏସ୍‌ ଏବଂ ବନ ବିଭାଗ କର୍ମଚାରୀ ମଧ୍ୟରେ ବିବାଦ ରହୁଛି। ଫଳରେ ଭିଏସ୍‌ଏସ୍‌ କର୍ମକର୍ତ୍ତା ଏବଂ ବନ କର୍ମଚାରୀ ମଧ୍ୟରେ ସମ୍ପର୍କରେ ଦୁରତା ବଢ଼ୁଛି । ଜଙ୍ଗଲରେ ଶିକାର କିମ୍ବା ନିଆଁ ଲାଗିଲେ ଲୋକେ ବିଭାଗୀୟ କର୍ମଚାରୀଙ୍କୁ ତୁରନ୍ତ ସୂଚନା ଦେଉନାହାନ୍ତି। ତେଣୁ ଘଟଣା ସମ୍ପର୍କରେ ବିଳମ୍ବରେ ଜାଣି ପଦକ୍ଷେପ ନେବା ବେଳକୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ଯେଉଁଠି ଧୂଆଁକୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ ସେଠି ବାରମ୍ବାର ରେଡ ପଏଣ୍ଟ ଆସୁଛି। ଧୂଆଁ ନିୟନ୍ତ୍ରଣକୁ ଆସିଲେ ଗ୍ରୀନ୍‌ ପଏଣ୍ଟ ଆସୁଛି। ପରିସ୍ଥିତି ଅସମ୍ଭାଳ ଆଡ଼କୁ ଯିବାପରେ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ଚାପରେ କର୍ମଚାରୀମାନେ ବର୍ତ୍ତମାନ ଲୋକଙ୍କ ସହ ସୁସମ୍ପର୍କ ରଖି ଦିନ ରାତି ଗୋଟେ କରି ଧୂଆଁକୁ ଦମନ କରିବା ପାଇଁ ଲାଗିପଡ଼ିଛନ୍ତି । ଡିଏଫ୍‌ଓ ସୁଦର୍ଶନ ବେହେରା ପ୍ରତ୍ୟକ୍ଷ ଭାବେ ଧୂଆଁକୁ କିଭଳି ଦମନ କରାଯିବ ସେନେଇ ପଦକ୍ଷେପ ନେଉଛନ୍ତି । ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ସୁରେଶ ସ୍ବାଇଁ କହିଛନ୍ତି ଯେ ସମନ୍ବୟ ଅଭାବରୁ ଏହି ଅବସ୍ଥା ଉପୁଜିଛି । ଫାୟାର ଲାଇନ ଅଧିକରୁ ଅଧିକ କାଟିବାର ଆବଶ୍ୟକତା ଥିଲା। ନଚେତ ଗୁଡ଼ ପାଣି ପକାଇଥିଲେ ଏତେଟା ଜଙ୍ଗଲ ପୋଡ଼ିନଥାନ୍ତା। ଗୁଡ଼ ପାଣି ପକାଇଲେ ଉଇ ଧରିଦେବ । ଫଳରେ ଧୂଆଁ ଆଗକୁ ମାଡ଼ିପାରିବ
ନାହିଁ । ଗଞ୍ଜାମ ଜିଲା ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ଶୁଳପାଣି ଶତପଥି କହିଛନ୍ତି, ଜଙ୍ଗଲ ପୋଡ଼ି ମନୁଷ୍ୟକୃତ । ଅସାବଧାନତା ହିଁ ଜଙ୍ଗଲ ପୋଡ଼ିର ମୁଖ୍ୟ କାରଣ । ବନ ସୁରକ୍ଷା ସମିତି ଏବଂ ବନ ବିଭାଗ ମଧ୍ୟରେ ସମନ୍ବୟ ରହିଲେ ଧୂଆଁକୁ ନିୟନ୍ତ୍ରଣ କରିହେବ ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri