ମହାକାଳପଡ଼ା,୮।୭( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ସ୍ଥାନୀୟ କଣ୍ଡରା ପାଟିଆ ଗ୍ରାମ ଜୋରୀ ସଂଲଗ୍ନ ୧୭୦ ଏକର ସରକାରୀ ଜମିରେ ପିଢ଼ି ପିଢ଼ି ଧରି ୭୭ ପରିବାର ଚାଷ ବାସ କରି ପରିବାର ପୋଷଣ କରନ୍ତି । ହେଲେ କିଛି ମାସ ହେବ ବନବିଭାଗ ଓ ଗ୍ରାମବାସୀମାନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କୁହାଯାଉଛି। ଅପର ପକ୍ଷରେ ଏଠାରେ ବନବିଭାଗ ବୃକ୍ଷରୋପଣ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଏହାକୁ ଗ୍ରାମବାସୀମାନେ ତୀବ୍ର ବିରୋଧ ପ୍ରଦର୍ଶନ କରିବା ପାଇଁ ଗାଁ ମୁଣ୍ଡ ରାସ୍ତାରେ ଆବାଳ ବୃଦ୍ଧ ବନିତା ମିଳିତ ହୋଇ ଧାରଣା ଦେଇଛନ୍ତି । ପ୍ରଶାସନ ପକ୍ଷରୁ ପୋଲିସ ଛାଉଣୀ କରି ବୃକ୍ଷରୋପଣ କରିବା ପାଇଁ ଉଦ୍ୟମ କରୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଅମଲ ଅଧିକାରୀ , ହୃଷୀକେଶ ଗିରି , ଅମଲ ସରକାର , ସୁବିମଲ ଦଣ୍ଡ ପାଟ , ବନମାଳୀ ବେରା ପ୍ରମୁଖ ଉପସ୍ଥିତ ରହି ଆମ୍ଭ ବାପ ଅଜା ଅମଳରୁ ଚାଷ ଜମିରେ ଧାନ ଫସଲ କରି ପରିବାର ପୋଷଣ କରନ୍ତି ବୋଲି କହିଛନ୍ତି।