୩ ବାର୍‌ହାଙ୍କ ମୃତଦେହ ଜବତ, ୧୧ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ

ଦେବଗଡ଼,୭ା୧୧(ଶଶାଙ୍କ ଶେଖର ଝାଙ୍କର): ବନ ବିଭାଗ ପକ୍ଷରୁ ରାତ୍ର କାଳୀନ ପାଟ୍ରୋଲିଂ ଚାଲିଥିବାବେଳେ ଦେବଗଡ଼ ବନଖଣ୍ଡ ତଥା ଦେବଗଡ଼ ବନାଞ୍ଚଳ ଓ ଦେବଗଡ଼ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ସୁନାମୁଣ୍ଡା ଖସଡ଼ା ଜଙ୍ଗଲରୁ ୩ଟି ଜଙ୍ଗଲୀ ବାର୍‌ହାଙ୍କର ମୃତଦେହ ଜବତ କରାଯାଇଛି। ସେହିପରି ଏ ଶିକାରରେ ବ୍ୟବହୃତ ଜିଆଇ ତାର, ବିଦ୍ୟୁତତାର ଏବଂ କାଚ ବୋତଲ ଆଦି ଜବତ କରାଯିବା ସହ ଏ ଘଟଣାରେ ସମ୍ପୃକ୍ତ ୧୧ ଜଣ ଶିକାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ବନ ବିଭାଗ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଅନ୍ୟ ଦିନଗୁଡିକ ଭଳି ଗୁରୁବାର ବିଳମ୍ବିତ ରାତ୍ରିରେ ମଧ୍ୟ ଦେବଗଡ଼ ବନ ବିଭାଗ ପକ୍ଷରୁ ସୁନାମୁଣ୍ଡା ଖସଡା ଜଙ୍ଗଲ ଓ ଆଖପାଖ ଅଞ୍ଚଳରେ ରାତ୍ରକାଳୀନ ପାଟ୍ରୋଲିଂ କରାଯାଉଥିଲା। ଏହି ସମୟରେ ବେଆଇନ ଭାବେ ଜଙ୍ଗଲ ମଧ୍ୟକୁ ବିଦ୍ୟୁତତାର ବିଛାଯାଇଥିବା ଏବଂ କେତେକ ଶିକାରୀ ଜଙ୍ଗଲ ପାର୍ଶ୍ୱରେ ଲୁଚି ରହିଥିବା ବନ ବିଭାଗ କର୍ମଚାରୀମାନେ ଦେଖିବାକୁ ପାଇଥିଲେ। ବନ ବିଭାଗ କର୍ମଚାରୀମାନେ ସେମାନଙ୍କୁ କାବୁ କରିବା ସହ ପଚରାଉଚରା କରିବାରୁ ବିଦ୍ୟୁତତାର ସଂଯୋଗ କରି ସେମାନେ ୩ଟି ଜଙ୍ଗଲୀ ବାର୍‌ହା ଶିକାର କରିଥିବା ଉତ୍ତର ଦଇଥିଲେ। ଫଳରେ ବନ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇ ଜଙ୍ଗଲ ମଧ୍ୟରୁ ଉକ୍ତଟି ମୃତ ବାର୍‌ହାଙ୍କୁ ମୃତଦେହ ସହିତ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଥିଲା।

ସେହିପରି ଏ ଘଟଣାରେ ସମ୍ପୃକ୍ତ ୧୧ ଜଣଙ୍କୁ ଘଟଣାସ୍ଥଳରୁ କାବୁ କରାଇ ଦେବଗଡ଼ ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଇଥିଲା। ପଚରାଉଚରା ସମୟରେ ସେମାନେ ସୁନା ମୁଣ୍ଡା ଗ୍ରାମର ସୁଶାନ୍ତ କାଲୋ(୩୨), ସୁଜିତ ସାହୁ(୩୫), ବୈରାଗୀ ବେହେରା(୨୦), ଜିତୁ ବେହେରା(୨୦), ଶୁକୃ ନାୟକ(୨୭), ନିକଟସ୍ଥ କଳାମାଟି ଗ୍ରାମର ଦର୍ଶନ ବୁଡ଼ା(୪୫), ଦେବଗଡ଼ର ଦେବେନ୍ଦ୍ର ପାତ୍ର(୨୫) ଲଇମୁରା ଥାନାଞ୍ଚଳ ଝରାଗୋଗୁଆ ଗ୍ରାମର ସଞ୍ଜୟ ବେହେରା(୩୨), ଲଇମୁରା ଥାନାଞ୍ଚଳ ଝରାଗୋଗୁଆ ଗ୍ରାମର ଉତ୍ତମ ପେଣ୍ଠେଇ(୨୦) , ଦେବଗଡ଼ ଥାନା ଶୁଳିଆ ଗ୍ରାମର ରାଜକିଶୋର ନାୟକ(୪୫) ଓ ଲଇମୁରା ଥାନାଞ୍ଚଳ ଝରାଗୋଗୁଆ ଗ୍ରାମର ସୁନୀଲ ମୁଣ୍ଡା(୨୬) ବୋଲି ନିଜ ନିଜର ପରିଚୟ ଦେବା ସହ ବିଦ୍ୟୁତ୍‌ ଖୁଣ୍ଟରୁ ଜିଆଇ ତାର ସହାୟତାରେ ବେଆଇନ ହୁକିଂ କରି ବାର୍‌ହା ତିନୋଟିଙ୍କୁ ଶିକାର କରିଥିବା ସ୍ବୀକାର କରିଥିଲେ।

ସେହିପରି ଛାଡ଼ଖାଇ ପାଳନ ପାଇଁ ସେମାନେ ମିଳିତ ଭାବେ ବାର୍‌ହା ଶିକାର କରିଥିବା ପ୍ରକାଶ କରିଥିଲେ। ଏହାପରେ ସେମାନଙ୍କୁ ବନ୍ୟପ୍ରାଣୀ ଆଇନର ବିଭିନ୍ନ ଧାରାରେ ଗିରଫ କରାଯିବା ସହ ଅତିରିକ୍ତ ବନ ସଂରକ୍ଷିକା ସ୍ବାଧୀନତା ସାହାଣୀଙ୍କ ତତ୍ତ୍ୱାବଧାନରେ ଘଟଣାସ୍ଥଳକୁ ନିଆଯାଇ କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ କରାଯାଇଥିଲା। ପରେ ବାର୍‌ହାଗୁଡ଼ିକର ମୃତଦେହ ବ୍ୟବଚ୍ଛେଦ  ମାଟିରେ ପୋତି ଦିଆଯାଇଥିଲା। ସେମାନଙ୍କୁ ଅଦାଲତକୁ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri