ହାତୀ ମୃତଦେହ ଠାବ, ୭ଫୁଟ ତଳୁ ଉଦ୍ଧାର କଲା ବନ ବିଭାଗ 

କେସିଙ୍ଗା ,୨୨।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନ ଖଣ୍ଡ ଅଧିନସ୍ଥ ତହସିର ଗ୍ରାମ ସ୍ଥିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଞ୍ଚଳରେରେ ମୃତ ହାତୀର ଖଣ୍ଡ ବିଖଣ୍ଡିତ ମୃତଦେହ ୭ଫୁଟ ମାଟି ତଳୁ ବନ ବିଭାଗ ଓ ପ୍ରାଣୀ ଚିକିତ୍ସା ବିଭାଗ କେସିଙ୍ଗା, ଭବାନୀପାଟଣାର ମିଳିତ ଉଦ୍ୟମରେ ଜେସିବି ଲଗାଇ ବୁଧବାର ଉଦ୍ଧାର କରାଯାଇଛି। ଏଠାରେ ବିଶେଷ ସୂଚନା ଯେ
କନ୍ଧମାଳ ବାଲିଗୁଡା ବନଖଣ୍ଡ ଅଞ୍ଚଳରୁ ମୃତ ହାତୀ ଚଳିତ ମାସ ୫ରେ ନିଖୋଜ ଥିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚା ଧରିଥିଲା। କଳାହାଣ୍ଡି କେସିଙ୍ଗା ତହଁସିର ଗ୍ରାମ ନିକଟରେ ଥୁବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିକଟରେ ୭ଫୁଟ ତଳେ ଫୋତା ଯାଇଥିଲା କୌଣସି ସୂତ୍ରରୁ ବନ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ବନ ବିଭାଗ ଜାଣିବାରୁ ଜେସବି ଦ୍ୱାରା ମୃତଦେହ ୭ ଫୁଟ ମାଟି ତଳୁ ଖଣ୍ଡବିଖଣ୍ଡିତ ହାଡ଼ ଉଦ୍ଧାର କରାଯାଇଛି। କେସିଙ୍ଗା ଓ ଭବାନୀପାଟଣା ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ବୁଧବାର ରାତି ଯାଏ ଶବ ବ୍ୟବଛେଦ କରାଯାଇଥିବାର ଜଣାପଡ଼ିଛି। ଘଟଣା ସ୍ଥଳକୁ କୌଣସି ଗଣମାଧ୍ୟମକୁ ଛଡା ଯାଇ ନ ଥିଲା। ଏଠାରେ ସୂଚନାଯୋଗ୍ୟ ଯେ,
ନିଲମ୍ବିତ ରେଞ୍ଜର ବିନୟ ବିଶିଙ୍କ ଘର ହେଉଛି କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ। ତାଙ୍କ ଗ୍ରାମ ନିକଟରୁ ମିଳିଲା କନ୍ଧମାଳ ରୁ ନିଖୋଜ ଥୁବା ମୃତ ହାତୀର ଦେହାବଶେଷ।
ହାତୀ ପୋତା ହୋଇଥିବା ସ୍ଥାନ ଜଣା ପଡିବା ପରେ ଏହି ଅପରେଶନକୁ ସମ୍ପୂର୍ଣ୍ଣ ଗୁପ୍ତ ରଖା ଯାଇଥିଲା । ପରେ ବନ ବିଭାଗ ପକ୍ଷରୁ ଗ୍ରୀନ ବେରିକେଟ କରି ଘୋଡାଇ ଦେଇଥିଲେ। କେସିଙ୍ଗା ପ୍ରାଣୀ ଚିକିତ୍ସାଳୟର ବିଶେଷଜ୍ଞ ମାନେ ସେହି ସ୍ଥାନରେ ଶବ ବ୍ୟବଚ୍ଛେଦ କରିଥିଲେ। ଏମିତି କି ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ଫୋଟୋ ଉଠାଇବାକୁ ମଧ୍ୟ ମନା କରାଯାଇ ଥିଲା। ବାଲିଗୁଡା ଡି. ଏଫ. ଓ. ଙ୍କ ନେତୃତ୍ୱରେ ଏହି ଅପରେଶନ ହୋଇଥିଲା। କଳାହାଣ୍ଡି ଉତ୍ତର ବନଖଣ୍ଡ ଡି. ଏଫ .ଓ .କନ୍ଧମାଳ ଜିଲାର ଅପରେସନ ହେଉଛି ବୋଲି କହିଥିଲେ। କନ୍ଧମାଳ ଜିଲ୍ଲାରୁ ଆସିଥିବା ବନ ବିଭାଗ ଅଧିକାରୀମାନେ ସୂଚନା ଦେବା ପାଇଁ ମନା କରିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏତେବଡ଼ ସମ୍ବେଦନଶୀଳ ଘଟଣାରେ ଅପରେଶନ ବେଳେ ରାତି ହୋଇଥିଲେ ବି ମୋବାଇଲ ଲାଇଟରେ କିପରି ବ୍ୟବଚ୍ଛେଦ କରିଥିଲେ? ଆରମ୍ଭରୁ ଏହି ଘଟଣାରେ ବନ ବିଭାଗର ତଦନ୍ତ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଘଟଣାରେ ସଂଶ୍ଳିଷ୍ଟ ଥବା ରେଞ୍ଜର ବିନୟ ବିଶଙ୍କୁ ନିଲମ୍ବିତ କରିଥିବାବେଳେ ତାଙ୍କ ଗାଁ ନିକଟରୁ ମିଳିଛି ମୃତ ହାତୀର ଖଣ୍ଡ ବିଖଣ୍ଡିତ ଦେହାବଶେଷ।
ଏ ସଂକ୍ରାନ୍ତରେ କେସିଙ୍ଗା ରେଞ୍ଜର ସ୍ନିଗ୍ଧାରାଣୀ ବଳିୟାର ସିଂ ଙ୍କୁ ପଚାରିବାରୁ ଡ଼ି ଏଫ ଓ ପ୍ରେସ ମିଟ ଦ୍ୱାରା ସୂଚନା ଦେବେ ବୋଲି ପ୍ରକାଶ କରିଥିଲେ।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

କମିଗଲା ସୁନା ରେଟ୍‌: ଜାଣନ୍ତୁ ୧୦ ଗ୍ରାମକୁ କେତେ

ନୂଆଦିଲ୍ଲୀ,୨୧।୧: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ନିରନ୍ତର ବୃଦ୍ଧି ପାଉଥିଲା ଏବଂ ପ୍ରତିଦିନ ଏକ ପ୍ରବଳ ବୃଦ୍ଧି ସହିତ ନୂଆ...

‘ହଁ ମୁଁ ଏକଛତ୍ରବାଦୀ’, ଡାଭୋସରେ ଏମିତି ବୟାନ ଦେଲେ ଟ୍ରମ୍ପ, ସାରା ବିଶ୍ୱରେ ହେଉଛି ଚର୍ଚ୍ଚା

ଡାଭୋସ,୨୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ଏବଂ ତାଙ୍କ ଆକ୍ରମଣାତ୍ମକ ଶୈଳୀ ବିରୁଦ୍ଧରେ ବିଶ୍ୱ ସ୍ତରରେ ପ୍ରତିବାଦର ସ୍ବର ବଢ଼ୁଛି। ଭେନେଜୁଏଲା ଏବଂ ଗ୍ରୀନଲାଣ୍ଡ...

ରବି ଧାନ ଚାଷ ପ୍ରଭାବିତ ଆଶଙ୍କା: ଡ୍ୟାମ୍‌ରୁ ପାଣି ଛାଡ଼ିଦେଲା ଏମ୍‌ଆଇପି ବିଭାଗ

ଅମରପାଲି, ୨୨ା୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଲୁତୁରପଙ୍କ ଗ୍ରାମରେ ଘୁଙ୍ଗିନାଳ ଉପରେ ନିର୍ମାଣ ହୋଇଥିବା ଡ୍ୟାମରୁ ମଙ୍ଗଳବାର ରାତିରେ ବିନା ସୂଚନାରେ ଏମ୍‌ଆଇପି ବିଭାଗ...

୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୨।୧: ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଫେବୃଆରୀ ପ୍ରଥମ ସପ୍ତାହରେ ତାଙ୍କର ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୨ ତାରିଖରୁ ସେ ୫...

ହେବନି ଗାଡ଼ିର ପଞ୍ଜୀକରଣ, ଆସିଲା କଡ଼ା ନିୟମ

ନୂଆଦିଲ୍ଲୀ,୨୨।୧: ଚାଲାଣ ନ ଭରିଲେ ହେବନି ଗାଡ଼ି ପଞ୍ଜୀକରଣ । ମୋଟର ଯାନ ନିୟମରେ ସଂଶୋଧନ କରି ଏଭଳି କଠୋର ନିୟମ ଜାରି କରିଛନ୍ତି କେନ୍ଦ୍ର...

ବିଳମ୍ବିତ ରାତିରେ ଅଜଣା ବ୍ୟକ୍ତିଙ୍କୁ ନେଇ ସିମନବାଡିରେ ଆତଙ୍କ, ଧରା ପକାଇଲା ସିସି କ୍ୟାମେରା

ଦାରିଙ୍ଗବାଡି,୨୨।୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଏବେ ଆସାମଜିକଙ୍କ ଆଡ୍ଡା ସ୍ଥଳୀ ପାଲଟିଛି। ଅସୁରକ୍ଷିତ ମଣୁଛନ୍ତି ଗ୍ରାମବାସୀ। ଅଞ୍ଚଳରେ ଚୋରା...

ଦେଖା ହୋଇପାରିଲାନି, ଯୁବତୀଙ୍କ ଘର ଆଗରେ ଦେହକୁ କାଟି ପକାଇଲେ

ଢେଙ୍କିକୋଟ,୨୧ା୧(ନୀଳମଣି ମଣ୍ଡଳ):  କେନ୍ଦୁଝର ଜିଲା ଢେଙ୍କିକୋଟ ପୋଲିସ ବିଟ୍‌ ହାଉସ ଅନ୍ତର୍ଗତ ବଡ଼ମସିଣାବିଲା ପଞ୍ଚାୟତ ସାନମସିଣାବିଲା ଗ୍ରାମରେ ବୁଧବାର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଯୁବତୀଙ୍କୁ...

କ୍ରିକେଟ ମ୍ୟାଚ ଦେଖିବାକୁ ଯାଇ ନିଖୋଜ ଥିବା ୪ ନାବାଳକ ସୁରକ୍ଷିତ ଉଦ୍ଧାର

ଦେବଗଡ଼,୨୨।୧(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ଜିଲାର ନିଖୋଜ ୪ ନାବାଳକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ରିଆମାଳ ଥାନା ଟିଙ୍କବୀର ଗ୍ରାମର ୪ ଜଣ ପଞ୍ଚମ ଶ୍ରେଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri