ସଂରକ୍ଷିତ ଜଙ୍ଗଲରେ ୨୮ ବେଆଇନ ନିର୍ମାଣ ଘର ଭାଙ୍ଗିଲା ବନ ବିଭାଗ

ଝରିଗାଁ,୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ରହିଥିବା ସଂରକ୍ଷିତ ଜଙ୍ଗଲରେ ବହୁ ଅସାଧୁ ବେଆଇନ ଘର କରୁଥିବା ସହ ବହୁ ପୁରୁଣା ଜଙ୍ଗଲ ନଷ୍ଟ କରି ସେଠାରେ ଅବାଧ ଭାବେ ମକାଚାଷ କରୁଥିବା ବେଳେ ଏବେ ଜିଲା ବନ ବିଭାଗ ଆକ୍ସନ ମୋଡ୍‌ରେ ରହିଥିବା ଦେଖାଦେଇଛି। ଝରିଗାଁ ବନାଞ୍ଚଳ ଅଧିନସ୍ଥ ହାତୀବାଡ଼ି ସଂରକ୍ଷିତ ଜଙ୍ଗଲରେ ବେଆଇନ ଘର ନିର୍ମାଣ ବଢ଼ି ଚାଲିଥିଲା। ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରସାଦ ବେହେରାଙ୍କ ନେତୃତ୍ୱରେ ରବିବାର ହାତୀବାଡ଼ି ଗ୍ରାମର ରାସ୍ତାକଡ଼ର ଦୁଇ ପାର୍ଶ୍ୱରେ ରହିଥିବା ୨୮ ଘର ଉପରେ ଜେସିବି ଲଗାଇ ସମ୍ପୂର୍ଣ୍ଣ ଭଙ୍ଗା ଯାଇଛି। ଗତ ମାସ ୧୮ତାରିଖରେ ଝରିଗାଁ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ନୋଟିସ୍‌ ପ୍ରଦାନ କରାଯାଇଥିଲା। ପତ୍ର ପାଇବାର ତିନି ଦିନ ମଧ୍ୟରେ ଅସ୍ଥାୟୀ କୁଡ଼ିଆ ଉଠାଇବା ନେଇ ନୋଟିସ୍‌ରେ ଲିଖିତ ରହିଥିଲା। ଝରିଗାଁ ତହସିଲଦାର ସୁମନ୍ତ କୁମାର ପାତ୍ର ମାଜିଷ୍ଟ୍ରେଟ୍‌ ଭାବେ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ବେଳେ ଏସିଏଫ୍‌ ସୁବାସ ଚନ୍ଦ୍ର ଖୁଣ୍ଟିଆଙ୍କ ଉପସ୍ଥିତିରେ ସଂରକ୍ଷିତ ଜଙ୍ଗଲରେ ରହିଥିବା ୨୮ ବେଆଇନ ନିର୍ମାଣ ସ୍ଥାୟୀ ଏବଂ ଅସ୍ଥାୟୀ ଘର ଭଙ୍ଗାଯାଇଥିଲା। ଏହି ଅବସରରେ ଝରିଗାଁ ରେଞ୍ଜର ଗୋବିନ୍ଦ ଚନ୍ଦ୍ର ନାୟକ, ଉମରକୋଟ ରେଞ୍ଜର ବିଧୂସ୍ମିତା ସାହୁ, ନବରଙ୍ଗପୁର ରେଞ୍ଜର ଗୋପୀନାଥ ସାହୁ, ଥାନା ଏସ୍‌ଆଇ କେ.ଲକ୍ଷ୍ମୀନାରାୟଣ ଦୋରା, ଏଏସ୍‌ଆଇ ମମତା ସେଠୀଙ୍କ ସମେତ ଜିଲାର ଝରିଗାଁ, ଉମରକୋଟ, ରାଇଘର, ଡାବୁଗାଁ ଏଂ କୋଡ଼ିଙ୍ଗା ରେଞ୍ଜର ସମସ୍ତ ଫରେଷ୍ଟର, ଫରେଷ୍ଟ ଗାର୍ଡ, ଓ୍ବାଇଲ୍ଡଲାଇଫ୍‌ ଟିମ୍‌, ପାରା ଷ୍ଟାଫ ପ୍ରମୁଖ ଉପସ୍ଥିତ ରହିଥିଲେ। ସଂରକ୍ଷିତ ଜଙ୍ଗଲରେ ବେଆଇନ ଘର ଭଙ୍ଗାଯିବା ପରେ କିଛି ପରିବାର ଲୋକ ଏବେ ବେସାହାରା। ଗଛତଳେ ଆଶ୍ରୟ ନେଇଥିବା ଦେଖାଦେଇଛି। ଉଚ୍ଛେଦ ଚାଲିଥିବା ସମୟରେ ଡିଏଫ୍‌ଓ ଶୁଭେନ୍ଦୁ ପ୍ରସାଦ ବେହେରା ହାତୀବାଡ଼ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।

ସୂଚନାଯୋଗ୍ୟ, ହାତୀବାଡ଼ି ଗ୍ରାମରେ ରହିଥିବା ସଂରକ୍ଷିତ ଜଙ୍ଗଲରେ ନୂତନ ଘର ନିର୍ମାଣ ବାରଣ କରିବାରୁ ଗତ ମାସ ୧୫ ତାରିଖରେ ଫରେଷ୍ଟ ଗାର୍ଡଙ୍କୁ ମୁଣ୍ଡ ଫଟା ମାଡ଼ ହୋଇଥିଲା। ଘଟଣା ନେଇ ଝରିଗାଁ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଝରିଗାଁ ଥାନା କେସ୍‌ ନମ୍ବର ୭୬/୨୦୨୫ରେ ଏକ ମାମଲା ରୁଜୁ କରାଯାଇଥିଲା। ଘଟଣାରେ ଝରିଗାଁ ପୋଲିସ ଜଗନ୍ନାଥ ସାନ୍ତାଙ୍କ ସହ ପୁଅ କୃତ୍ତିବାସ ସାନ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri