ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ ଆକାର (୨.୪୯ ଘନଫୁଟ) କାଠ ବୋଝେଇ ଏକ ବାଇକ୍‌ ଜବତ କରିଥିଲେ। ଜଣେ ଅଭିଯୁକ୍ତ ପର୍ଶୁରାମ ଦାସ (୪୫)ଙ୍କୁ ଗିରଫ କରିଛନ୍ତି। ଭୋର୍‌ ସମୟରୁ ଏକ ବାଇକ୍‌ ଯୋଗେ ପର୍ଶୁରାମ ଶାଳ କାଠ ନେଉଥିବା ବେଳେ ବନ ବିଭାଗର ପାଟ୍ରୋଲିଂ ସମୟରେ ହାବୁଡ଼ରେ ପଡ଼ିଯାଇଥିଲେ। ବନ କର୍ମଚାରୀଙ୍କୁ ଦେଖି ସ୍ପିଡ୍‌ରେ ବାଇକ ଧରି ପଳାଉଥଲେ। ବନବିଭାଗର କର୍ମଚାରୀମାନେ ପିଛା କରି ବାଇକ୍‌ ବୋଝେଇ ଶାଳକାଠକୁ ଧରିଥିଲେ। ଶାଳକାଠ ଚୋରକୁ କାବୁ କରି ଗିରଫ କରିବା ସହ ଅଧିକ ତଦନ୍ତ ପାଇଁ ଶାଳକାଠ ଓ ବାଇକ୍‌କୁ ଜବତ କରି ରେଞ୍ଜ ଅଫିସ କ୍ୟାମ୍ପସକୁ ଅଣାଯାଇଥିଲା। ଏହି ଅପରେଶନରେ ରେଞ୍ଜ ଅଫିସର ସାଗର ରାଜ ନାୟକଙ୍କ ନେତୃତ୍ୱରେ ପାଟଣାଗଡ଼ ରେଞ୍ଜର ଫରେଷ୍ଟର ବିନୋଦ ବିହାରୀ ଧାରୁଆ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ସାମିଲ ଥିଲେ।

ସେହିପରି ମଙ୍ଗଳବାର ପାଟଣାଗଡ଼ ଏବଂ ବଲାଙ୍ଗୀର ରେଞ୍ଜର ବନ ଅଧିକାରୀମାନେ ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପାଟନାଗଡ଼ ରେଞ୍ଜ ଅନ୍ତର୍ଗତ ଭୁଣ୍ଡିମୁହାଣର ଜମ୍ବେଶ୍ୱର ସାହୁ(୬୨)ଙ୍କ ଘରେ ଚଢାଉ କରିଥିଲେ। ଜମ୍ବେଶ୍ୱର ସାହୁ କୌଣସି ବୈଧ କାଗଜପତ୍ର ବିନା ୩୭ ଟି ଗମ୍ଭାରୀ ପଟା, ୧୬ଟି ଶାଗୁଆନ ପଟା, ୫ଟି ଶାଗୁଆନ ଆକାରର, ୧୦ଟି ଶାଗୁଆନ ଲଗ, ୬ଟି ଗମ୍ଭାରୀ ଗଣ୍ଡି ଏବଂ ୪ଟି ବିଜା ଗଣ୍ଡି ଗଚ୍ଛିତ କରିଥିଲେ।

ଫଳସ୍ବରୂପ ଅନ୍ୟ ବନ ଅଧିକାରୀ ଏବଂ ପ୍ରୋଟେକ୍ସନ ସ୍କ୍ବାଡ୍‌କୁ ଉପସ୍ଥିତିରେ ଘଟଣାସ୍ଥଳରେ ଏକ ଜବତ ତାଲିକା ପ୍ରସ୍ତୁତ କରାଯାଇଥିଲା। ଜବତ ସାମଗ୍ରୀଗୁଡ଼ିକୁ ରେଞ୍ଜ ଅଫିସ କ୍ୟାମ୍ପସକୁ ଅଣାଯାଇଥିଲା। ଏହି ମାମଲାରେ ଏକ ମାମଲା ରୁଜୁ ହୋଇଛି ଏବଂ ଅଧିକ ତଦନ୍ତ ଜାରି ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଧରଣର ପୋଲିସ ଚଢ଼ାଉ: ବିପୁଳ ପରିମାଣର ବିସ୍ଫୋରକ ସହ ୨ ଗିରଫ

ବେଲଗୁଣ୍ଠା,୧୪।୩(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେଲଗୁଣ୍ଠା ଥାନା ଅଧିକାରୀ…

ଭେଟିବାକୁ ଆସିଲେନି ପ୍ରେମିକ, ବୈତରଣୀ ପୋଲ ଉପରୁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ପୋଲିସ ପହଞ୍ଚି…

ପାଟଣା, ୧୪।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ନିକଟସ୍ଥ ବୈତରଣୀ ନଦୀ ପୋଲ ଉପରେ ଶନିବାର ଏକ ଚକିତ କଲାଭଳି ଘଟଣା…

ଦାରିଙ୍ଗବାଡ଼ିରେ କାଳବୈଶାଖୀର ତାଣ୍ଡବ: ଉଡ଼ିଗଲା ଏକାଧିକ ଘରର ଆଜବେଷ୍ଟସ, ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ…

ଦାରିଙ୍ଗବାଡ଼ି, ୧୪।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବାଡାବାଙ୍ଗା ପଞ୍ଚାୟତର ଦୁର୍ଗମ ଗ୍ରୁତୁବାଡ଼ି ଗ୍ରାମରେ ଶନିବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି।…

ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଲେ ମାଓବାଦୀ ନେତ୍ରୀ ରାଣୀତା

ମାଲକାନଗିରି,୧୪ା୩(ସୁଚିତ୍ରା ଦାସ): ମାର୍ଚ୍ଚ ୩୧ ସୁଦ୍ଧା ମାଓବାଦୀ କାର୍ଯ୍ୟକଳାପରୁ ନିବୃତ୍ତ ହୋଇ ମୁଖ୍ୟସ୍ରୋତରେ ସାମିଲହେବାକୁ ସରକାର ମାଓବାଦୀମାନଙ୍କୁ ଆହ୍ବାନ ଦେଇଥିଲେ। ଏହି ସମୟସୀମା ମଧ୍ୟରେ ଆତ୍ମସମର୍ପଣ କରୁଥିବା…

କାଜୁ ବାଡ଼ରେ ନିଆଁ ଲିଭାଇବା ହେଲା କାଳ, ଝାସରେ ଗୁରୁତର ହେଲେ ସ୍ବାମୀସ୍ତ୍ରୀ

ମୋହନା, ୧୪।୩ (ମନ୍ମଥ ମିଶ୍ର): ଗଜପତି ଜଲା ମୋହନା ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କାଜୁ ବାଡ଼ରେ ଲାଗିଥିବା ନିଆଁକୁ ଲିଭାଇବାକୁ ଯାଇ ଜଣେ ସ୍ବାମୀ…

ଦାଦନ ଖଟିବାକୁ ଯାଇ ଓଡ଼ିଆ ଶ୍ରମିକ ନିଖୋଜ

ଦିଗପହଣ୍ଡି,୧୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡ଼ା ପଞ୍ଚାୟତ ଜଲମେରିପଲ୍ଲୀ ଗ୍ରାମର ବୁଲୁ ନାଇକ(୪୨) ଦାଦନ ଶ୍ରମିକ ଭାବେ କାମ କରିବାକୁ ମହାରାଷ୍ଟ୍ରର ମୁମ୍ବାଇ…

IPL ଆରମ୍ଭ ପୂର୍ବରୁ ମହାଲଢ଼େଇ! RCBର କଟା ଘା’ରେ ଚୂନ ମାରିଲା KKR, କାବା ହେଲେ… 

ନୂଆଦିଲ୍ଲୀ,୧୪।୩: ଆଇପିଏଲ ୨୦୨୬ ସିଜନ ଆରମ୍ଭ ହେବାକୁ ମାତ୍ର ଦିନ କେଇଟା ବାକି। ନିକଟରେ ଟି-୨୦ ବିଶ୍ୱକପ ଶେଷ ହେବା ପରେ ଏବେ ପ୍ରଶଂସକ ଏହି ଟୁର୍ନାମେଣ୍ଟକୁ…

ମେଡିକାଲ ସିସିଟିଭି ଫୁଟେଜ୍‌ରେ ପୂରା ଘଟଣା : ଦିବ୍ୟାଙ୍ଗଙ୍କୁ ମାଡ ମାରିଥିବା ଡାକ୍ତରଙ୍କ ବିରୋଧରେ ମାମଲା: ରୁଜୁ 

ଭଞ୍ଜନଗର,୧୪।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ମେଡିକାଲକୁ ସାସ୍ଥ୍ୟ ପରୀକ୍ଷା କରିବାକୁ ଶୁକ୍ରବାର ଯାଇଥିବା ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଜଣେ ମହିଳା ଡାକ୍ତର ଆକ୍ରମଣ କରିଥିଲେ। ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri