ଆମେରିକାରେ କମିଛନ୍ତି ବିଦେଶୀ ବିଦ୍ୟାର୍ଥୀ

ଓ୍ବାଶିଂଟନ୍‌, ୨୧ା୩: ଆମେରିକାରେ ୨୦୨୦ରେ ଅଧ୍ୟୟନ କରୁଥିବା ବାହାର ଦେଶର ଛାତ୍ରୀଛାତ୍ରଙ୍କ ସଂଖ୍ୟା ୨୦୧୯ଠାରୁ କମ୍‌ ରହିଛି। ଗତ ବର୍ଷ ସେଠାରେ ପଢ଼ୁଥିବା ବିଦେଶୀ ପିଲାଙ୍କ ମଧ୍ୟରୁ ୪୭ ପ୍ରତିଶତ କେବଳ ଭାରତ ଓ ଚାଇନାର ବୋଲି ଏକ ରିପୋର୍ଟରେ କୁହାଯାଇଛି। ଷ୍ଟୁଡେଣ୍ଟ ଆଣ୍ଡ ଏକ୍ସଚେଞ୍ଜ ଭିଜିଟର ପ୍ରୋଗ୍ରାମ (ଏସ୍‌ଇଭିପି) ପକ୍ଷରୁ ସଦ୍ୟ ପ୍ରକାଶିତ ବାର୍ଷିକ ରିପୋର୍ଟ ଅନୁଯାୟୀ, ୨୦୧୯ ତୁଳନାରେ ୨୦୨୦ରେ ଏହି ସଂଖ୍ୟା ୧୭.୮୬ ପ୍ରତିଶତ କମିଛି।
କଲେଜ କିମ୍ବା ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ପାଇଁ ଅନ୍ତର୍ଜାତୀୟ ଛାତ୍ରୀଛାତ୍ରଙ୍କ ନିମନ୍ତେ ଏଫ୍‌-୧ ଭିସା ଏବଂ ଭୋକେଶନାଲ ଓ ଟେକ୍ନିକାଲ ସ୍କୁଲ ପାଇଁ ଏମ୍‌-୧ ଭିସା ଆବଶ୍ୟକ। ଉକ୍ତ ରିପୋର୍ଟ ଅନୁଯାୟୀ, କେବଳ ଆମେରିକୀୟ ସ୍କୁଲଗୁଡ଼ିକରେ ୨୦୧୯ଠାରୁ ୨୦୨୦ରେ ବିଦେଶୀ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୭୨ ପ୍ରତିଶତ ହ୍ରାସ ପାଇଛି। ଅନ୍ତର୍ଜାତୀୟ ଛାତ୍ରୀଛାତ୍ରଙ୍କ ତଥ୍ୟ ରଖୁଥିବା ଓ୍ବେବ-ଆଧାରିତ ସଂସ୍ଥା ଏସ୍‌ଇଭିପି ଅନୁସାରେ, ମୋଟ ପିଲାଙ୍କ ମଧ୍ୟରୁ ୩ ଲକ୍ଷ ୮୨ ହଜାର ୫୬୧ ଜଣ ଚାଇନାର ହୋଇଥିବାବେଳେ ୨ ଲକ୍ଷ ୭ ହଜାର ୪୬୦ ଜଣ ଭାରତର। ଏହା ତଳକୁ ଦକ୍ଷିଣ କୋରିଆର ୬୮ ହଜାର ୨୧୭ ଜଣ, ସାଉଦି ଆରବର ୩୮ ହଜାର ୩୯, କାନାଡାର ୩୫ ହଜାର ୫୦୮ ଏବଂ ବ୍ରାଜିଲର ୩୪ ହଜାର ୮୯୨ ଜଣ ଛାତ୍ରୀଛାତ୍ର ଆମେରିକାରେ ଅଧ୍ୟୟନରତ। ସେମାନଙ୍କ ମଧ୍ୟରେ ଛାତ୍ରୀଙ୍କ ସଂଖ୍ୟା ୪୪ ପ୍ରତିଶତ ହୋଇଥିବାବେଳେ ଛାତ୍ରଙ୍କ ସଂଖ୍ୟା ୫୬ ପ୍ରତିଶତ। ଆମେରିକାରେ ପାଠ ପଢ଼ୁଥିବା ଭାରତୀୟଙ୍କ ମଧ୍ୟରେ ୩୫ ପ୍ରତିଶତ ଛାତ୍ରୀ ଏବଂ ୬୫ ପ୍ରତିଶତ ଛାତ୍ର। ୨୦୧୯ରେ କରୋନା ମହାମାରୀ ଯୋଗୁ ଆମେରିକାରେ ଅନ୍ତର୍ଜାତୀୟ ଛାତ୍ରୀଛାତ୍ରଙ୍କ ସଂଖ୍ୟା ହ୍ରାସ ପାଇଥିବା ଏସ୍‌ଇଭିପି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri