Categories: ବାଣିଜ୍ୟ

ବିଦେଶୀ ନିବେଶକ ଉଠାଇ ନେଲେ ୫,୯୩୬ କୋଟି

ନୂଆଦିଲ୍ଲୀ: ଦେଶର ପୁଞ୍ଜି ବଜାରରୁ ମେ ପ୍ରଥମ ସପ୍ତାହରେ ବିଦେଶୀ ନିବେଶକମାନେ ୫,୯୩୬ କୋଟି ଟଙ୍କା ଉଠାଇ ନେଇଛନ୍ତି। କୋଭିଡ୍‌-୧୯ର ଦ୍ୱିତୀୟ ଲହର ଭୟରେ ନିବେଶକମାନେ ଏଭଳି କରିଥିବା ଜଣାପଡିଛି। ଉଲ୍ଲେଖଯୋଗ୍ୟ, କରୋନାର ଦ୍ୱିତୀୟ ଲହର ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ପୁଣି ଥରେ ସଙ୍କଟ ସ୍ଥିତି ଦେଇ ଗତି କରୁଛି। ଏପ୍ରିଲ ମାସରେ ମଧ୍ୟ ବିଦେଶୀ ନିବେଶକମାନେ ବଜାରରୁ ୯୬୫୯ କୋଟି ଟଙ୍କା ଉଠାଇ ନେଇଥିଲେ। ଏହା ପୂର୍ବରୁ ଗତ ୬ ମାସ ହେବ ନିବେଶକମାନେ ଭାରତୀୟ ପୁଞ୍ଜି ବଜାରରେ ନିବେଶ ଧାରା ଜାରି ରଖିଥିଲେ ବୋଲି ଡିପୋଜିଟୋରୀ ଡାଟାରୁ ସାମ୍ନାକୁ ଆସିଛି। କୋଭିଡ୍‌ ସ୍ଥିତି ଲାଗି ରହିଲେ ନିବେଶକଙ୍କ ଉପରେ ଏହାର ପ୍ରଭାବ ଜାରି ରହିବ ବୋଲି ବଜାର ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି।

Share