Categories: ବାଣିଜ୍ୟ

୨୬%ରୁ କମ୍‌ ରହିବ ଡିଜିଟାଲ ମିଡିଆରେ ବିଦେଶୀ ନିବେଶ

ନୂଆଦିଲ୍ଲୀ: ଡିଜିଟାଲ ମିଡିଆକୁ ନିୟନ୍ତ୍ରଣ କରିବା ଲାଗି ସରକାର ପ୍ରଥମ ପଦକ୍ଷେପ ନେଇଛନ୍ତି। ଯେଉଁ ଡିଜିଟାଲ ମିଡିଆ କମ୍ପାନୀଗୁଡ଼ିକରେ ବିଦେଶୀ ନିବେଶ ୨୬%ରୁ ଅଧିକ ରହିଛି ସେହି କମ୍ପାନୀ ସେମାନଙ୍କ ବିଦେଶୀ ନିବେଶକୁ ୨୬% ରଖିବାକୁ ହେବ। ଏହି କାର୍ଯ୍ୟକୁ ଶେଷ କରିବା ଲାଗି ସରକାର ଆସନ୍ତା ବର୍ଷ ଅକ୍ଟୋବର ଯାଏ ସମୟ ଦେଇଛନ୍ତି। ସମାଚାର ଏବଂ କରେଣ୍ଟ ଆଫାୟାର୍ସ ସେଗ୍‌ମେଣ୍ଟରେ କାମ କରୁଥିବା କମ୍ପାନୀଗୁଡିକ ଲାଗି ଏହା ଲାଗୁହେବ। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମା ମୁତାବକ, ଏଭଳି କମ୍ପାନୀଗୁଡିକୁ ଭାରତର ଫଣ୍ଡିଂ ନିୟମକୁ ମାନିବାକୁ ହେବ। ଯେଉଁ କମ୍ପାନୀଗୁଡିକରେ ୨୬% ଅଧିକ ବିଦେଶୀ ନିବେଶ ରହିଛି ତାକୁ କମ୍‌ କରିବାକୁ ହେବ। ଯେଉଁ କମ୍ପାନୀଗୁଡିକରେ ନିବେଶ ୨୬%ରୁ ନିମ୍ନ ରହିଛି ସେମାନଙ୍କୁ ଏ ସମ୍ପର୍କିତ ବିସ୍ତୃତ ସୂଚନା ଗୋଟିଏ ମାସ ମଧ୍ୟରେ ଦେବାକୁ ନିର୍ଦ୍ଦେଶ ରହିଛି। ଏହାବାଦ ଶେୟାର ହୋଲ୍ଡିଂ ସମ୍ପର୍କିତ ବିସ୍ତୃତ ସୂଚନା ପ୍ରଦାନ କରିବାକୁ ହେବ। ଇକ୍ୱିଟି ସେକ୍ଟରରେ କମ୍ପାନୀ ମଧ୍ୟ ସରକାରଙ୍କୁ ଆବଶ୍ୟକ ସୂଚନା ଦେବେ। ନୂଆ ନିବେଶ କ୍ଷେତ୍ରରେ ସରକାରଙ୍କଠାରୁ ଅନୁମତି ନେବାକୁ ପଡ଼ିବ।

Share