ବୈଦେଶିକ ମୁଦ୍ରା ଭଣ୍ଡାର ୨୧ ମାସର ସର୍ବୋଚ୍ଚ ସ୍ତରରେ: ଗୋଟିଏ ବର୍ଷରେ ୫୮ ବିଲିୟନ ଡଲାର ବୃଦ୍ଧି…

ନୂଆଦିଲ୍ଲୀ,୩୧।୧୨ : ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୨୧ ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏହା ୪.୪୭୧ ବିଲିୟନ ଡ଼ଲାର ବୃଦ୍ଧି ସହିତ ୬୨୦.୪୪୧ ବିଲିୟନ ଡ଼ଲାରରେ ପହଞ୍ଚିଛି। ଡିସେମ୍ବର ମାସର ପ୍ରଥମ ସପ୍ତାହରେ ବୈଦେଶିକ ମୁଦ୍ରା ଭଣ୍ଡାର ୬୧୫.୯୭ ବିଲିୟନ ଡ଼ଲାର ଥିଲା । ୨୦୨୩ କ୍ୟାଲେଣ୍ଡର ବର୍ଷରେ ବୈଦେଶିକ ମୁଦ୍ରା ଭଣ୍ଡାରରେ ୫୮ ବିଲିୟନ ଡଲାର ବୃଦ୍ଧି ଘଟିଛି।

ଡିସେମ୍ବର ୨୯ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ବୈଦେଶିକ ମୁଦ୍ରା ସଂରକ୍ଷଣ ତଥ୍ୟ ପ୍ରକାଶ କରିଛି। ଆରବିଆଇ ତଥ୍ୟ ଅନୁଯାୟୀ, ଡିସେମ୍ବର ୨୯ଶେଷ ହେବାକୁ ଥିବା ସପ୍ତାହରେ ବୈଦେଶିକ ମୁଦ୍ରା ସଂରକ୍ଷଣ ୪.୪୭ ବିଲିୟନ ଡ଼ଲାରରେ ବୃଦ୍ଧି ହୋଇ ୬୨୦.୪୪ ବିଲିୟନ ଡ଼ଲାରରେ ପହଞ୍ଚିଛି। ଲଗାତାର ଷଷ୍ଠ ସପ୍ତାହରେ ବୈଦେଶିକ ମୁଦ୍ରା ଭଣ୍ଡାରରେ ଏଭଳି ବୃଦ୍ଧି ଦେଖିବାକୁ ମିଳିଛି। ବିଦେଶୀ ମୁଦ୍ରା ସମ୍ପତ୍ତି (ଏଫସିଏ) ରେ ମଧ୍ୟ ଏକ ବଡ ବୃଦ୍ଧି ଘଟିଛି। ଏଫସିଏ ୪.୬୯୮ ବିଲିୟନ ଡ଼ଲାର ବୃଦ୍ଧି ସହିତ ୫୪୯.୭୪୭ ବିଲିୟନ ଡ଼ଲାରରେ ଠିଆ ହୋଇଥିଲା ।

ଯଦି ଆମେ ଗତ ବର୍ଷ ଅର୍ଥାତ ୨୦୨୨ ବର୍ଷ ବିଷୟରେ କଥା ହେବା, ତେବେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ମୋଟ ୭୧ ବିଲିୟନ ଡ଼ଲାରରେ ହ୍ରାସ ପାଇଛି। ଏଥି ସହିତ ଚଳିତ ବର୍ଷ ଆରବିଆଇର ସୁନା ଭଣ୍ଡାରରେ ହ୍ରାସ ଘଟିଛି। ୧୦୨ ମିଲିୟନ ଡ଼ଲାର ହ୍ରାସ ସହିତ ସୁନା ସଂରକ୍ଷଣ ୪୭୪.୭୪ ବିଲିୟନ ଡ଼ଲାରକୁ ଖସି ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବକାରୀ ଥାନାଠାରୁ ଅନତି ଦୂରରେ ଚାଲିଛି ଚୋରାମଦ କାରବାର, ପ୍ରତିବାଦରେ ମହିଳା…

ଧର୍ମଶାଳା,୬ା୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ଅଞ୍ଚଳର ଶତାଧିକ ମହିଳା ଚୋରା ମଦ ବିକ୍ରି ପ୍ରତିବାଦରେ ଧର୍ମଶାଳା ଅବକାରୀ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। ଜାରକା…

ପ୍ରାକ ବଜେଟ ବୈଠକରେ ହେଲା ଜରୁରୀ ଆଲୋଚନା: ମଧ୍ୟବିତ୍ତଙ୍କ ପାଇଁ ଏଥର ଫୋକସ୍‌ରେ ରହିବ…

ଭୁବନେଶ୍ୱର,୬।୨: ଆସନ୍ତା ୨୦ ଫେବୃୟାରୀରେ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ ହେବ। ଏହା ପୂର୍ବରୁ ଓଡ଼ିଶାବାସୀଙ୍କ ଠାରୁ ମଧ୍ୟ ରାୟ ଲୋଡିଛନ୍ତି ରାଜ୍ୟ ସରକାର। ମୁଖ୍ରମନ୍ତ୍ରୀ କହିଛନ୍ତି,…

RCB ମହିଳା ଟିମକୁ ଶୁଭେଚ୍ଛା ଜଣାଉ ଜଣାଉ ପୁରୁଷ ଟିମକୁ ଏମିତି କହିଲେ ବିଜୟ ମାଲ୍ୟା, ଯାହା ହେଉଛି ଭାଇରାଲ

ନୂଆଦିଲ୍ଲୀ,୬।୨: ମହିଳା ପ୍ରିମିୟର ଲିଗ ୨୦୨୬ର ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଟାଇଟଲ ଜିତିଛି। ସ୍ମୃତି ମନ୍ଧାନାଙ୍କ ନେତୃତ୍ୱରେ RCB…

ଏମିତି ମିଛ କହିଲେ ଟ୍ରମ୍ପ: ପୋଲ୍‌ ଖୋଲି ଦେଲା ଚାଇନା

ଓ୍ବାଶିଂଟନ୍‌,୬।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଫୋନ କଲ୍‌ ପରେ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଅନେକ ସାହସିକ ଦାବି…

ଝିଅ ଜନ୍ମ ହେବା ମାତ୍ରେ ମିଳିବ ୨୧,୦୦୦ ଟଙ୍କା, ପଢିବା ଖର୍ଚ୍ଚ ମଧ୍ୟ ବହନ କରିବେ ସରକାର, ଜାଣନ୍ତୁ ଏହି ଯୋଜନା କ’ଣ…

ନୂଆଦିଲ୍ଲୀ,୬।୨: ଝିଅମାନଙ୍କୁ ଶିକ୍ଷା ଏବଂ ପାଳନପୋଷଣ ପାଇଁ ସରକାର ଅନେକ ଯୋଜନା ଚଳାନ୍ତି। ରାଜ୍ୟ ସରକାରଗୁଡ଼ିକ ମଧ୍ୟ ରାଜ୍ୟ ସ୍ତରରେ ଅନେକ ଯୋଜନା ଚଳାନ୍ତି, ଯେପରିକି ଉତ୍ତର…

କୁମୁତାଲପେଟାରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି

ଜେକେପୁର,୬ା୨(ରାଜେଶ ବିଶ୍ୱାଳ): ରାୟଗଡା ବ୍ଲକର କୁମୁତାଲପେଟା ପଞ୍ଚାୟତ ଅନ୍ତର୍ଗତ କୁମୁତାଲପେଟା ଗ୍ରାମରେ ଥିବା ପଞ୍ଚାୟତ କମ୍ପ୍ଲେକ୍ସର ଏକ ଦୋକାନରେ ଶୁକ୍ରବାର ଭୋର୍‌ ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।…

‘ଆପଣଙ୍କୁ କେବଳ ପବ୍ଲିସିଟି ଦରକାର’, କାହିଁକି ପ୍ରଶାନ୍ତ କିଶୋରଙ୍କୁ ଏମିତି କହିଲେ ସୁପ୍ରିମକୋର୍ଟ? ଜାଣନ୍ତୁ…

ପାଟନା,୬।୨: ୨୦୨୫ ବିହାର ବିଧାନସଭା ନିର୍ବାଚନକୁ ଚ୍ୟାଲେଞ୍ଜ କରି ଏବଂ ନୂତନ ନିର୍ବାଚନ ପାଇଁ ପ୍ରଶାନ୍ତ କିଶୋରଙ୍କ ଜନ ସୂରଜ ପାର୍ଟି ଦ୍ୱାରା ଦାୟର କରାଯାଇଥିବା ଆବେଦନର…

ଅଟୋ ଛାତରେ ବସି କୁକୁରର ସହର ପରିକ୍ରମା, ଭିଡିଓ ଭାଇରାଲ୍

ପୁଣେ,୬।୨: ମହାରାଷ୍ଟ୍ରର ପୁଣେ ସହରରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ସହରର ବ୍ୟସ୍ତବହୁଳ ‘ଡାଙ୍ଗେ ଛକ’ ଅଞ୍ଚଳରେ ଏକ ଚଳନ୍ତା ଅଟୋ-ରିକ୍ସା ଛାତ ଉପରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri