ସମବାୟରେ ପରଦେଶୀ ନିଯୁକ୍ତି

ଦକ୍ଷିଣ ଆଫ୍ରିକା ନିକଟ ଭାରତ ମହାସାଗରରେ ମରିସସ୍‌ ଦେଶ କେତେକ ଛୋଟ ଛୋଟ ଦ୍ୱୀପକୁ ନେଇ ଗଠିତ। ୭ ସେପ୍ଟେମ୍ବର ୨୦୨୪ ମସିହା ସୁଦ୍ଧା ମରିସସ୍‌ର ଜନସଂଖ୍ୟା ୧୬,୭୦,୬୩୦ ଥିଲା। ଉକ୍ତ ଦ୍ୱୀପପୁଞ୍ଜ ଫରାସୀମାନଙ୍କ ଦ୍ୱାରା ୧୭୧୫ ମସିହାରୁ ୧୮୧୦ ମସିହା ପର୍ଯ୍ୟନ୍ତ ଶାସିତ ହେଉଥିଲା। ୧୮୧୦ ମସିହାରୁ ବ୍ରିଟିଶମାନଙ୍କ ଦ୍ୱାରା ଫରାସୀମାନଙ୍କୁ ବିଦାକରି ଶାସନ ଆରମ୍ଭ କରାଯାଇଥିଲା। ଇଂରେଜମାନେ ଜମିର ମାଲିକ ହୋଇ ଆଫ୍ରିକାର କଳା ଲୋକମାନଙ୍କୁ କ୍ରୀତଦାସ ଭାବେ ଖଟାଉଥିଲେ। ମରିସସ୍‌ର ମୁଖ୍ୟ ଫସଲ ଥିଲା ଆଖୁଚାଷ। ଆଫ୍ରିକୀୟ କଳା ଲୋକମାନଙ୍କୁ ଇଂରେଜମାନେ ଆଖୁଚାଷର ଶ୍ରମିକଭାବରେ ଖଟାଉଥିଲେ। ଏହାର ଫଳ ସ୍ବରୂପ ଶ୍ରମିକମାନେ କଠିନ ପରିଶ୍ରମକରି ମଧ୍ୟ ନିର୍ଯାତିତ ହେଉଥିଲେ। ୧୮୩୪ ମସିହାରେ ବ୍ରିଟିଶ ସରକାର ଦାସ ପ୍ରଥାର ବିଲୋପ କରିବାରୁ ଦାସମାନେ ଆଖୁଚାଷ ଶ୍ରମିକଭାବରେ କାମ କରିବାକୁ ଅନିଚ୍ଛା ପ୍ରକାଶ କଲେ। ଫଳରେ ଆଖୁଚାଷ ବାଧାପ୍ରାପ୍ତ ହେଲା।
ବ୍ରିଟିଶ ସରକାର ବାଧ୍ୟହୋଇ ଭାରତବର୍ଷର ବିଭିନ୍ନ ଗରିବ ରାଜ୍ୟ ବିଶେଷକରି ବିହାର, ଉତ୍ତର ପ୍ରଦେଶ ଓ ତାମିଲନାଡୁରୁ ଶ୍ରମିକମାନଙ୍କୁ ଚୁକ୍ତିଭିତ୍ତିରେ ମରିସସ୍‌ ଆଣି ଆଖୁଚାଷରେ ଶ୍ରମିକଭାବେ ଖଟାଇଲେ। ୧୮୩୪ ରୁ ୧୮୯୨ ମସିହା ପର୍ଯ୍ୟନ୍ତ ୪ ଲକ୍ଷ ୬୦ ହଜାର ଭାରତୀୟ ମରିସସ୍‌କୁ ଶ୍ରମିକଭାବେ ଆଖୁଚାଷ କାର୍ଯ୍ୟ କରିବାକୁ ଯାଇଥିଲେ। ଏହି ଶ୍ରମିକମାନେ ସେଠାରେ ରହି ଆଖୁଚାଷୀଙ୍କ ଅଧୀନରେ କଠିନ ପରିଶ୍ରମ କରୁଥିଲେ। ଫଳରେ ଆଖୁଚାଷୀମାନେ ଚାଷରେ ଖର୍ଚ୍ଚ ଅପେକ୍ଷା ଅଧିକ ଲାଭ ପାଉଥିଲେ। ଭାରତରୁ ଯାଇଥିବା ଶ୍ରମିକମାନେ ଆଫ୍ରିକୀୟ ଦାସମାନଙ୍କ ପରି ଜମିମାଲିକମାନଙ୍କ ଶୋଷଣରୁ ତ୍ରାହି ପାଇଲେ ନାହିଁ। ଜମି ମାଲିକମାନେ ଭାରତୀୟ ଶ୍ରମିକମାନଙ୍କୁ କେତେକ ନିତାନ୍ତ ଆବଶ୍ୟକ ଖାଦ୍ୟପଦାର୍ଥ ଯୋଗାଇ ଆଖୁକ୍ଷେତ୍ର ବାହାରକୁ ଛାଡୁ ନ ଥିଲେ ଓ ଶ୍ରମିକମାନେ ଆଖୁକ୍ଷେତ ନିକଟରେ ଆଖୁପତ୍ରରେ ନିର୍ମିତ କୁଡ଼ିଆରେ ବାସ କରୁଥିଲେ। ଆଖୁଚାଷରେ ଶ୍ରମ ବ୍ୟତୀତ ଅନ୍ୟ କିଛି କାର୍ଯ୍ୟ(ଯାହା ଓଭରଟାଇମ୍‌ ବୋଲି କୁହାଯାଏ) ଶ୍ରମିକମାନେ କରିବା ପାଇଁ ଚାହିଁବାରୁ ଅନ୍ୟାନ୍ୟ କାମ କରି ଆଉ କିଛି ଅଧିକ ଅର୍ଥ ରୋଜଗାର କଲେ। ୧୮୬୦ ମସିହା ପର୍ଯ୍ୟନ୍ତ ଜମି ମାଲିକମାନେ ପରଦେଶୀ ଭାରତୀୟ ଶ୍ରମିକମାନଙ୍କୁ ସ୍ଥାୟୀ ବାସିନ୍ଦା ହୋଇଯିବା ଆଶଙ୍କାରେ ଜମିର ସ୍ବାଧିକାରୀ କରୁ ନ ଥିଲେ। କିନ୍ତୁ ୧୮୬୦ ମସିହାରେ ଜମି ମାଲିକମାନେ ଭାରତୀୟମାନଙ୍କୁ ଗରିବ କରିବା ଉଦ୍ଦେଶ୍ୟରେ ମାଲିକମାନଙ୍କଠାରୁ ପାଉଥିବା ମଜୁରି ବାବଦ ଅର୍ଥ ନେଇ ତା’ ବଦଳରେ ମରିସସ୍‌ର କିଛି ପାହାଡ଼ିଆ ଅନୁର୍ବର କ୍ଷୁଦ୍ର କ୍ଷେତ୍ରମାନ ବିକ୍ରି କରିବା ଆରମ୍ଭ କଲେ। ଉଦ୍ଦେଶ୍ୟ ଥିଲା ଭାରତୀୟ ଶ୍ରମିକମାନଙ୍କର ମଜୁରି ବାବଦ ଅର୍ଥ ଅନୁର୍ବର ଜମି କିଣାରେ ଖର୍ଚ୍ଚ ହୋଇଯାଇ ସେମାନେ ଆର୍ଥିକ ଅନଟନ ମଧ୍ୟରେ ଜୀବିକା ନିର୍ବାହ କରିବେ। ଫଳରେ ସେମାନେ ଯେଉଁ ଗରିବକୁ ସେହି ଗରିବ ହୋଇ ଆଖୁ କ୍ଷେତରେ ଶ୍ରମିକ ଭାବରେ ସବୁଦିନ ପାଇଁ ମରିସସ୍‌ରେ ଜୀବନ ବିତାଇଲେ। ମାତ୍ର ଭାରତୀୟ ଶ୍ରମିକମାନେ ମିଳିଥିବା ଅନୁର୍ବର ଓ ପାହାଡ଼ିଆ ଜମିରେ କିଛି ଫସଲ କରିବାକୁ ଚାହିଁ ଜମିମାଲିକ ମାନଙ୍କଠାରୁ ଶତକଡ଼ା ୨୦୦ ଟଙ୍କା ସୁଧରେ କରଜ ଆକାରରେ ଅର୍ଥ ଆଣି କିଣିଥିବା ଜମିରେ ଆଖୁଚାଷ ଆରମ୍ଭ କଲେ। ମାତ୍ର ଜମି ଅନୁର୍ବର ଥିବାରୁ ହାତ ଉଧାରି ଋଣ ଉପରେ ଚଢ଼ାଦରରେ ସୁଧ ସହ ଜମିରେ ଫସଲ ତଥା ଆଖୁଚାଷ ଲାଭଜନକ ନ ହେବାରୁ ସେମାନେ ବାଧ୍ୟହୋଇ ଜମିଗୁଡ଼ିକୁ ପଡ଼ିଆ ପକାଇଲେ।
ଭାଗ୍ୟର ବିଡ଼ମ୍ବନା ହେତୁ ୧୮୯୨ ମସିହାରେ ପ୍ରଚଣ୍ଡ ଝଡ଼ବାତ୍ୟାରେ ଜମି ମାଲିକମାନଙ୍କ ଆଖୁ ସମ୍ପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ ହୋଇଯିବାରୁ ଜମି ମାଲିକମାନେ ବ୍ରିଟିଶ୍‌ ସରକାରଙ୍କ ଆର୍ଥିକ ସାହାଯ୍ୟ ଲୋଡ଼ିଲେ। ଫଳରେ ୧୯୦୯ ମସିହାରେ ବ୍ରିଟିଶ ସରକାର ଅଧିକ ଆଖୁ ଉପତ୍ାଦନ ପାଇଁ ଏକ ରାଜକୀୟ କମିଶନ ବସାଇଲେ। ଉକ୍ତ କମିଶନଙ୍କ ସୁପାରିସ ଭିତ୍ତିରେ ଭାରତୀୟ କ୍ଷୁଦ୍ର ଆଖୁ ଚାଷୀମାନେ ସୁଲଭ ସୁଧରେ ଋଣ ପାଇବା ପାଇଁ ୧୯୧୨ ମସିହାରେ ବ୍ରିଟିଶ ସରକାର ଭାରତରୁ ଉଇଲ୍‌ ବରଫୋର ନାମକ ଜଣେ ଉଚ୍ଚ ପଦସ୍ଥ ବେସାମରିକ କର୍ମଚାରୀଙ୍କୁ ମରିସସ୍‌ ପଠାଇଲେ। ମରିସସ୍‌ର ପରଦେଶୀ ଭାରତୀୟମାନେ ସ୍ବଚ୍ଛଳ ହୋଇଯିବା ଆଶଙ୍କାରେ ଜମି ମାଲିକମାନଙ୍କ ବିରୋଧ ସତ୍ତ୍ୱେ ଉକ୍ତ ଅଧିକାରୀ ଜଣକ ୧୯୧୩ ମସିହାରେ ‘ରାଇଫେସନ୍‌ ନୀତି’ ଅନୁସରଣକରି ଗାଁ ସମବାୟ ଋଣ ସମିତିମାନ ଗଠନ କରିବାକୁ ପଦକ୍ଷେପ ନେଲେ।
୧୯୧୩ ମସିହାରେ ମରିସସ୍‌ରେ ପ୍ରଥମ ସମବାୟ ଚିନିକଳ ଆରମ୍ଭ ହୋଇଥିଲା। ୧୯୧୩-୧୯୩୨ ମସିହା ପର୍ଯ୍ୟନ୍ତ ବିଭିନ୍ନ ଗୋଷ୍ଠୀଙ୍କୁ ନେଇ ୨୮ଟି ପ୍ରାଥମିକ ଋଣ ସମବାୟ ସମିତି ଯାହାର ସଭ୍ୟ ସଂଖ୍ୟା ୨୨୦୦କୁ ନେଇ ସମିତିଗୁଡ଼ିକ ନିବନ୍ଧିତ ହୋଇ କାର୍ଯ୍ୟ କରିବା ଆରମ୍ଭ କଲେ। କିନ୍ତୁ ପରଦେଶୀ ଭାରତୀୟ କ୍ଷୁଦ୍ରଚାଷୀମାନେ ସମିତିର ସଭ୍ୟ ହୋଇ ସୁଲଭ ସୁଧରେ ଋଣ ପାଇ ଆଖୁ ଉପତ୍ାଦନ କଲେ ସିନା, କିନ୍ତୁ ଇଂରେଜ ଆଖୁକଳ ମାଲିକମାନେ ସେମାନଙ୍କଠାରୁ ମନଇଚ୍ଛା କମ୍‌ ଦରରେ ଆଖୁ କିଣିବାରୁ ଭାରତୀୟମାନେ ଆଖୁଚାଷରେ ଲାଭବାନ୍‌ ହୋଇପାରିଲେ ନାହିଁ। ଫଳରେ ଋଣୀ ଆଖୁଚାଷୀମାନେ ଶତକଡ଼ା ୫୩ ଭାଗ ଖିଲାପୀ ହୋଇ ସମବାୟ ସମିତିରୁ ନେଇଥିବା ଋଣ ପରିଶୋଧ କରିପାରିଲେ ନାହିଁ। ତେଣୁ ୧୯୩୯ ମସିହାରେ ମରିସସ୍‌ ସରକାର ଆଖୁ ଦର ନିୟନ୍ତ୍ରଣ ଆଇନ ଗୃହୀତକରାଇ ସ୍ଥିରୀକୃତ ଲାଭଜନକ ଦରରେ ଚାଷୀମାନଙ୍କଠାରୁ ଆଖୁ କିଣିବା ପାଇଁ ଚିନିକଳ ମାଲିକମାନଙ୍କୁ ବାଧ୍ୟକରାଇଲେ। ନୂତନ ଦରରେ ଆଖୁଚାଷୀମାନଙ୍କଠାରୁ ଚିନିକଳ ମାଲିକମାନେ ଆଖୁ କିଣିନେଲେ।

ପ୍ରତାପ ଚନ୍ଦ୍ର ସାମଲ
ବରିଷ୍ଠ ସମବାୟବିତ୍‌
ମୋ:୯୦୯୦୩୨୫୮୦୨


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

ବାଇକ୍‌  ଧକ୍କାରେ  ଚାଲିଗଲା ବୃଦ୍ଧଙ୍କ ଜୀବନ 

ମୋହନା,୨୦।୧( ମନ୍ମଥ ମିଶ୍ର ): ବାଇକ ଧକ୍କାରେ ବୃଦ୍ଧମୃତ। ମୃତ ବୃଦ୍ଧ ଜଣକ ହେଲେ ଆର.ଉଦୟଗିରି ଥାନା ନିସଂଗପୁର ଗ୍ରାମର ୭୦ ବର୍ଷୀୟ ସାରଥୀ ବେହେରଦଲାଇ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri