ସମବାୟରେ ପରଦେଶୀ ନିଯୁକ୍ତି

ଦକ୍ଷିଣ ଆଫ୍ରିକା ନିକଟ ଭାରତ ମହାସାଗରରେ ମରିସସ୍‌ ଦେଶ କେତେକ ଛୋଟ ଛୋଟ ଦ୍ୱୀପକୁ ନେଇ ଗଠିତ। ୭ ସେପ୍ଟେମ୍ବର ୨୦୨୪ ମସିହା ସୁଦ୍ଧା ମରିସସ୍‌ର ଜନସଂଖ୍ୟା ୧୬,୭୦,୬୩୦ ଥିଲା। ଉକ୍ତ ଦ୍ୱୀପପୁଞ୍ଜ ଫରାସୀମାନଙ୍କ ଦ୍ୱାରା ୧୭୧୫ ମସିହାରୁ ୧୮୧୦ ମସିହା ପର୍ଯ୍ୟନ୍ତ ଶାସିତ ହେଉଥିଲା। ୧୮୧୦ ମସିହାରୁ ବ୍ରିଟିଶମାନଙ୍କ ଦ୍ୱାରା ଫରାସୀମାନଙ୍କୁ ବିଦାକରି ଶାସନ ଆରମ୍ଭ କରାଯାଇଥିଲା। ଇଂରେଜମାନେ ଜମିର ମାଲିକ ହୋଇ ଆଫ୍ରିକାର କଳା ଲୋକମାନଙ୍କୁ କ୍ରୀତଦାସ ଭାବେ ଖଟାଉଥିଲେ। ମରିସସ୍‌ର ମୁଖ୍ୟ ଫସଲ ଥିଲା ଆଖୁଚାଷ। ଆଫ୍ରିକୀୟ କଳା ଲୋକମାନଙ୍କୁ ଇଂରେଜମାନେ ଆଖୁଚାଷର ଶ୍ରମିକଭାବରେ ଖଟାଉଥିଲେ। ଏହାର ଫଳ ସ୍ବରୂପ ଶ୍ରମିକମାନେ କଠିନ ପରିଶ୍ରମକରି ମଧ୍ୟ ନିର୍ଯାତିତ ହେଉଥିଲେ। ୧୮୩୪ ମସିହାରେ ବ୍ରିଟିଶ ସରକାର ଦାସ ପ୍ରଥାର ବିଲୋପ କରିବାରୁ ଦାସମାନେ ଆଖୁଚାଷ ଶ୍ରମିକଭାବରେ କାମ କରିବାକୁ ଅନିଚ୍ଛା ପ୍ରକାଶ କଲେ। ଫଳରେ ଆଖୁଚାଷ ବାଧାପ୍ରାପ୍ତ ହେଲା।
ବ୍ରିଟିଶ ସରକାର ବାଧ୍ୟହୋଇ ଭାରତବର୍ଷର ବିଭିନ୍ନ ଗରିବ ରାଜ୍ୟ ବିଶେଷକରି ବିହାର, ଉତ୍ତର ପ୍ରଦେଶ ଓ ତାମିଲନାଡୁରୁ ଶ୍ରମିକମାନଙ୍କୁ ଚୁକ୍ତିଭିତ୍ତିରେ ମରିସସ୍‌ ଆଣି ଆଖୁଚାଷରେ ଶ୍ରମିକଭାବେ ଖଟାଇଲେ। ୧୮୩୪ ରୁ ୧୮୯୨ ମସିହା ପର୍ଯ୍ୟନ୍ତ ୪ ଲକ୍ଷ ୬୦ ହଜାର ଭାରତୀୟ ମରିସସ୍‌କୁ ଶ୍ରମିକଭାବେ ଆଖୁଚାଷ କାର୍ଯ୍ୟ କରିବାକୁ ଯାଇଥିଲେ। ଏହି ଶ୍ରମିକମାନେ ସେଠାରେ ରହି ଆଖୁଚାଷୀଙ୍କ ଅଧୀନରେ କଠିନ ପରିଶ୍ରମ କରୁଥିଲେ। ଫଳରେ ଆଖୁଚାଷୀମାନେ ଚାଷରେ ଖର୍ଚ୍ଚ ଅପେକ୍ଷା ଅଧିକ ଲାଭ ପାଉଥିଲେ। ଭାରତରୁ ଯାଇଥିବା ଶ୍ରମିକମାନେ ଆଫ୍ରିକୀୟ ଦାସମାନଙ୍କ ପରି ଜମିମାଲିକମାନଙ୍କ ଶୋଷଣରୁ ତ୍ରାହି ପାଇଲେ ନାହିଁ। ଜମି ମାଲିକମାନେ ଭାରତୀୟ ଶ୍ରମିକମାନଙ୍କୁ କେତେକ ନିତାନ୍ତ ଆବଶ୍ୟକ ଖାଦ୍ୟପଦାର୍ଥ ଯୋଗାଇ ଆଖୁକ୍ଷେତ୍ର ବାହାରକୁ ଛାଡୁ ନ ଥିଲେ ଓ ଶ୍ରମିକମାନେ ଆଖୁକ୍ଷେତ ନିକଟରେ ଆଖୁପତ୍ରରେ ନିର୍ମିତ କୁଡ଼ିଆରେ ବାସ କରୁଥିଲେ। ଆଖୁଚାଷରେ ଶ୍ରମ ବ୍ୟତୀତ ଅନ୍ୟ କିଛି କାର୍ଯ୍ୟ(ଯାହା ଓଭରଟାଇମ୍‌ ବୋଲି କୁହାଯାଏ) ଶ୍ରମିକମାନେ କରିବା ପାଇଁ ଚାହିଁବାରୁ ଅନ୍ୟାନ୍ୟ କାମ କରି ଆଉ କିଛି ଅଧିକ ଅର୍ଥ ରୋଜଗାର କଲେ। ୧୮୬୦ ମସିହା ପର୍ଯ୍ୟନ୍ତ ଜମି ମାଲିକମାନେ ପରଦେଶୀ ଭାରତୀୟ ଶ୍ରମିକମାନଙ୍କୁ ସ୍ଥାୟୀ ବାସିନ୍ଦା ହୋଇଯିବା ଆଶଙ୍କାରେ ଜମିର ସ୍ବାଧିକାରୀ କରୁ ନ ଥିଲେ। କିନ୍ତୁ ୧୮୬୦ ମସିହାରେ ଜମି ମାଲିକମାନେ ଭାରତୀୟମାନଙ୍କୁ ଗରିବ କରିବା ଉଦ୍ଦେଶ୍ୟରେ ମାଲିକମାନଙ୍କଠାରୁ ପାଉଥିବା ମଜୁରି ବାବଦ ଅର୍ଥ ନେଇ ତା’ ବଦଳରେ ମରିସସ୍‌ର କିଛି ପାହାଡ଼ିଆ ଅନୁର୍ବର କ୍ଷୁଦ୍ର କ୍ଷେତ୍ରମାନ ବିକ୍ରି କରିବା ଆରମ୍ଭ କଲେ। ଉଦ୍ଦେଶ୍ୟ ଥିଲା ଭାରତୀୟ ଶ୍ରମିକମାନଙ୍କର ମଜୁରି ବାବଦ ଅର୍ଥ ଅନୁର୍ବର ଜମି କିଣାରେ ଖର୍ଚ୍ଚ ହୋଇଯାଇ ସେମାନେ ଆର୍ଥିକ ଅନଟନ ମଧ୍ୟରେ ଜୀବିକା ନିର୍ବାହ କରିବେ। ଫଳରେ ସେମାନେ ଯେଉଁ ଗରିବକୁ ସେହି ଗରିବ ହୋଇ ଆଖୁ କ୍ଷେତରେ ଶ୍ରମିକ ଭାବରେ ସବୁଦିନ ପାଇଁ ମରିସସ୍‌ରେ ଜୀବନ ବିତାଇଲେ। ମାତ୍ର ଭାରତୀୟ ଶ୍ରମିକମାନେ ମିଳିଥିବା ଅନୁର୍ବର ଓ ପାହାଡ଼ିଆ ଜମିରେ କିଛି ଫସଲ କରିବାକୁ ଚାହିଁ ଜମିମାଲିକ ମାନଙ୍କଠାରୁ ଶତକଡ଼ା ୨୦୦ ଟଙ୍କା ସୁଧରେ କରଜ ଆକାରରେ ଅର୍ଥ ଆଣି କିଣିଥିବା ଜମିରେ ଆଖୁଚାଷ ଆରମ୍ଭ କଲେ। ମାତ୍ର ଜମି ଅନୁର୍ବର ଥିବାରୁ ହାତ ଉଧାରି ଋଣ ଉପରେ ଚଢ଼ାଦରରେ ସୁଧ ସହ ଜମିରେ ଫସଲ ତଥା ଆଖୁଚାଷ ଲାଭଜନକ ନ ହେବାରୁ ସେମାନେ ବାଧ୍ୟହୋଇ ଜମିଗୁଡ଼ିକୁ ପଡ଼ିଆ ପକାଇଲେ।
ଭାଗ୍ୟର ବିଡ଼ମ୍ବନା ହେତୁ ୧୮୯୨ ମସିହାରେ ପ୍ରଚଣ୍ଡ ଝଡ଼ବାତ୍ୟାରେ ଜମି ମାଲିକମାନଙ୍କ ଆଖୁ ସମ୍ପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ ହୋଇଯିବାରୁ ଜମି ମାଲିକମାନେ ବ୍ରିଟିଶ୍‌ ସରକାରଙ୍କ ଆର୍ଥିକ ସାହାଯ୍ୟ ଲୋଡ଼ିଲେ। ଫଳରେ ୧୯୦୯ ମସିହାରେ ବ୍ରିଟିଶ ସରକାର ଅଧିକ ଆଖୁ ଉପତ୍ାଦନ ପାଇଁ ଏକ ରାଜକୀୟ କମିଶନ ବସାଇଲେ। ଉକ୍ତ କମିଶନଙ୍କ ସୁପାରିସ ଭିତ୍ତିରେ ଭାରତୀୟ କ୍ଷୁଦ୍ର ଆଖୁ ଚାଷୀମାନେ ସୁଲଭ ସୁଧରେ ଋଣ ପାଇବା ପାଇଁ ୧୯୧୨ ମସିହାରେ ବ୍ରିଟିଶ ସରକାର ଭାରତରୁ ଉଇଲ୍‌ ବରଫୋର ନାମକ ଜଣେ ଉଚ୍ଚ ପଦସ୍ଥ ବେସାମରିକ କର୍ମଚାରୀଙ୍କୁ ମରିସସ୍‌ ପଠାଇଲେ। ମରିସସ୍‌ର ପରଦେଶୀ ଭାରତୀୟମାନେ ସ୍ବଚ୍ଛଳ ହୋଇଯିବା ଆଶଙ୍କାରେ ଜମି ମାଲିକମାନଙ୍କ ବିରୋଧ ସତ୍ତ୍ୱେ ଉକ୍ତ ଅଧିକାରୀ ଜଣକ ୧୯୧୩ ମସିହାରେ ‘ରାଇଫେସନ୍‌ ନୀତି’ ଅନୁସରଣକରି ଗାଁ ସମବାୟ ଋଣ ସମିତିମାନ ଗଠନ କରିବାକୁ ପଦକ୍ଷେପ ନେଲେ।
୧୯୧୩ ମସିହାରେ ମରିସସ୍‌ରେ ପ୍ରଥମ ସମବାୟ ଚିନିକଳ ଆରମ୍ଭ ହୋଇଥିଲା। ୧୯୧୩-୧୯୩୨ ମସିହା ପର୍ଯ୍ୟନ୍ତ ବିଭିନ୍ନ ଗୋଷ୍ଠୀଙ୍କୁ ନେଇ ୨୮ଟି ପ୍ରାଥମିକ ଋଣ ସମବାୟ ସମିତି ଯାହାର ସଭ୍ୟ ସଂଖ୍ୟା ୨୨୦୦କୁ ନେଇ ସମିତିଗୁଡ଼ିକ ନିବନ୍ଧିତ ହୋଇ କାର୍ଯ୍ୟ କରିବା ଆରମ୍ଭ କଲେ। କିନ୍ତୁ ପରଦେଶୀ ଭାରତୀୟ କ୍ଷୁଦ୍ରଚାଷୀମାନେ ସମିତିର ସଭ୍ୟ ହୋଇ ସୁଲଭ ସୁଧରେ ଋଣ ପାଇ ଆଖୁ ଉପତ୍ାଦନ କଲେ ସିନା, କିନ୍ତୁ ଇଂରେଜ ଆଖୁକଳ ମାଲିକମାନେ ସେମାନଙ୍କଠାରୁ ମନଇଚ୍ଛା କମ୍‌ ଦରରେ ଆଖୁ କିଣିବାରୁ ଭାରତୀୟମାନେ ଆଖୁଚାଷରେ ଲାଭବାନ୍‌ ହୋଇପାରିଲେ ନାହିଁ। ଫଳରେ ଋଣୀ ଆଖୁଚାଷୀମାନେ ଶତକଡ଼ା ୫୩ ଭାଗ ଖିଲାପୀ ହୋଇ ସମବାୟ ସମିତିରୁ ନେଇଥିବା ଋଣ ପରିଶୋଧ କରିପାରିଲେ ନାହିଁ। ତେଣୁ ୧୯୩୯ ମସିହାରେ ମରିସସ୍‌ ସରକାର ଆଖୁ ଦର ନିୟନ୍ତ୍ରଣ ଆଇନ ଗୃହୀତକରାଇ ସ୍ଥିରୀକୃତ ଲାଭଜନକ ଦରରେ ଚାଷୀମାନଙ୍କଠାରୁ ଆଖୁ କିଣିବା ପାଇଁ ଚିନିକଳ ମାଲିକମାନଙ୍କୁ ବାଧ୍ୟକରାଇଲେ। ନୂତନ ଦରରେ ଆଖୁଚାଷୀମାନଙ୍କଠାରୁ ଚିନିକଳ ମାଲିକମାନେ ଆଖୁ କିଣିନେଲେ।

ପ୍ରତାପ ଚନ୍ଦ୍ର ସାମଲ
ବରିଷ୍ଠ ସମବାୟବିତ୍‌
ମୋ:୯୦୯୦୩୨୫୮୦୨


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?