Categories: ବାଣିଜ୍ୟ

୮% ବୃଦ୍ଧି ପାଇଛି ବିଦେଶୀ ଋଣ

ନୂଆଦିଲ୍ଲୀ,୭।୯: ଗତ ଆର୍ଥିକ ବର୍ଷରେ ଭାରତର ବିଦେଶୀ ଋଣ ହାର ପୂର୍ବ ବର୍ଷ ତୁଳନାରେ ଅନେକ ମାତ୍ରାରେ ବୃଦ୍ଧି ପାଇଛି। ଏପରିକି ସରକାରଙ୍କ ପକ୍ଷରୁ ଜାରି ପରିସଂଖ୍ୟାନ ଅନୁସାରେ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ଭାରତର ବିଦେଶୀ ଋଣ ୬୨୦.୭ ବିଲିୟନ ଡଲାର ରହିଛି। ଏହା ୨୦୨୧ ମାର୍ଚ୍ଚ ଶେଷରେ ଥିବା ଋଣଠାରୁ ୮.୨% ଅଧିକ ବୋଲି କୁହାଯାଉଛି। ସେହିଭଳି ୨୦୨୧ ମାର୍ଚ୍ଚ ଶେଷ ସୁଦ୍ଧା ଦେଶର ବିଦେଶୀ ଋଣ ୫୭୩.୭ ବିଲିୟନ ଡଲାର ରହିଥିଲା। ୨୦୨୨ ମାର୍ଚ୍ଚ ଶେଷରେ ଦେଶର ଋଣ ଜିଡିପି ଅନୁପାତରେ ୧୯.୯% ହୋଇଛି। ଗୋଟିଏ ବର୍ଷ ପୂର୍ବେ ଏହା ୨୧.୨% ଥିଲା। ସେହିପରି ବିଦେଶୀ ଋଣର ଅନୁପାତରେ ବିଦେଶୀ ମୁଦ୍ରା ଭଣ୍ଡାର ହ୍ରାସହୋଇ ୨୦୨୨ ମାର୍ଚ୍ଚ ଶେଷ ସୁଦ୍ଧା ୯୭.୮% ହୋଇଥିଲା।

Share