ଘୁମୁସର ବନଖଣ୍ଡରେ ପ୍ରଥମଥର ଦେଖିବାକୁ ମିଳିଲା ବିଦେଶାଗତ ପକ୍ଷୀ, ଗତବର୍ଷ ଅପେକ୍ଷା ଏଥର…

ଭଞ୍ଜନଗର,୧୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ରବିବାର ପକ୍ଷୀ ଗଣନା ହୋଇଛି। ଏଥିରେ କଲେଜ ଛାତ୍ରୀଛାତ୍ର, ସ୍ବେଚ୍ଛାସେବୀ, ବନ ସୁରକ୍ଷା ସମିତି କର୍ମକର୍ତ୍ତାଙ୍କ ସମେତ ବନ ବିଭାଗ କର୍ମଚାରୀ ସାମିଲ ହୋଇଥିଲେ। ଏନେଇ ୩୮ଟି ଟିମ୍‌ ଗଠନ କରାଯାଇଥିଲା । ସେମାନେ ବିଭିନ୍ନ ଜଳାଶୟରେ ପକ୍ଷୀ ଗଣନା କରିଥିଲେ। ସକାଳ ୬ ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଏହି ଗଣନା ହୋଇଥିଲା। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଆଉ କିଛି ନୂଆ ପକ୍ଷୀ ଗଣନା ସମୟରେ ଠାବ କରାଯାଇଛି । ଏଥିସହ ପ୍ରଥମ ଥର ପାଇଁ ଏହି ବନଖଣ୍ଡକୁ ବହୁ ପରିମାଣର
ବିଦେଶାଗତ ପକ୍ଷୀ ଆସିଛନ୍ତି। ଗାର୍ଡଓ୍ବାଲ, କିଙ୍ଗ ଫିସର, କମନ ପୋଚାରଡ୍‌, ଲେଶନ ଓ୍ବିସଲିଙ୍ଗ ଡକ୍ସ, କମନ କିଙ୍ଗ,ହ୍ବାଇଟ୍‌ ବ୍ରେଷ୍ଟେଡ୍‌ କିଙ୍ଗ ଭଳି ଅନେକ ବିଦେଶାଗତ ପକ୍ଷୀ ପ୍ରଥମଥର ପାଇଁ ଏହି ବନଖଣ୍ଡରେ ଦେଖାଦେଇଛି। ଏହି ବନଖଣ୍ଡ ଅଞ୍ଚଳରେ ଥିବା ଆର୍ଦ୍ରଭୂମି ଅଞ୍ଚଳରେ ଉକ୍ତ ପକ୍ଷୀଗୁଡ଼ିକ ଆଜି ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ପ୍ରତିବର୍ଷ ରାଜ୍ୟରେ ପକ୍ଷୀ ଗଣନା ହେଉଛି। ଏହି ସମୟରେ ବିଦେଶାଗତ ପକ୍ଷୀ ଏବଂ ଅଞ୍ଚଳ ପକ୍ଷୀ ଚିହ୍ନଟ କରିବା ସହ ସଂପୃକ୍ତ ଅଞ୍ଚଳର ଜଳବାୟୁ, ମାଟି ଓ ପାଣି ଜାଣିବା ପାଇଁ ଏହି ଗଣନା ହେଉଛି। ଏହାକୁ ଦେଖି ପକ୍ଷୀମାନଙ୍କ ସୁରକ୍ଷା ସହ ସଂପୃକ୍ତ ଅଞ୍ଚଳର ବିକାଶ ପାଇଁ ବି ପଦକ୍ଷେପ ନିଆଯାଉଛି। ଆଜକୁ ଦୁଇ ବର୍ଷ ହେବ କଲେଜ ଛାତ୍ରୀଛାତ୍ର ପକ୍ଷୀ ଗଣନାରେ ସାମିଲ ହୋଇଛନ୍ତି। ଏହାଦ୍ବାରା ଛାତ୍ରୀଛାତ୍ରଙ୍କ ଗବେଷଣାତ୍ମକ ଜ୍ଞାନ ବୃଦ୍ଧି ହେଉଛି। ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପକ୍ଷୀ ଗଣନା ହୋଇଥିଲା। ପକ୍ଷୀ ଗଣନା ଆଜି ଶାନ୍ତି ଶୃଙ୍ଖଳାର ସହ ସରିଛି।

ଅନ୍ୟମାନଙ୍କ ମଧ୍ୟରେ ଏସିଏଫ ବିବେକ ଦାସ, ବିମଳ ପ୍ରଧାନ, ମୂଜାଗଡ଼ ରେଞ୍ଜର ବିମ୍ବାଧର ସାହୁ, ଜଗନ୍ନାଥପ୍ରସାଦ ରେଞ୍ଜର ସୁଜାତା ରାଣୀ ପଣ୍ଡା, ଗାଲେରୀ ରେଞ୍ଜର ଜ୍ଞାନେନ୍ଦ୍ର ଲିମା, ତାରସିଂ ରେଞ୍ଜର ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ପକ୍ଷୀଗଣନାରେ ସାମିଲ ହୋଇଥିଲେ।
ଏନେଇ ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତିଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଗତବର୍ଷ ୭୧୦୦ ପକ୍ଷୀ ଠାବ କରାଯାଇଥିଲା। ଚଳିତ ବର୍ଷ ଏହା ବହୁତ ହେବ। ଯାହାକୁ ଅଞ୍ଚଳର ଜଳବାୟୁ ପ୍ରତି ଭଲ ସୂଚନା ବୋଲି ମହାନ୍ତି କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ମହିଳାମାନେ ସଚେତନ ହେଲେ ପରିବାର ଦିବ୍ୟ ହେବ’

ଭଞ୍ଜନଗର,୧୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଶ୍ରୀଅରବିନ୍ଦ ଶକ୍ତିପୀଠ ପରିସରରେ ରବିବାର ଲାଲସିଂ ଆନନ୍ଦମୟୀ ମହିଳା ପାଠଚକ୍ରର ୨୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି...

ଭୟଙ୍କର ହତ୍ୟାକାଣ୍ଡ; ୨ ସ୍ତ୍ରୀଙ୍କୁ ଛାଡି ତୃତୀୟ ସହ ଲିଭ-ଇନରେ ରହୁଥିଲେ ଅବସରପ୍ରାପ୍ତ ରେଳ କର୍ମଚାରୀ, ପ୍ରେମିକାକୁ କାଟି…

ଲକ୍ଷ୍ନୌ,୧୮ା୧:  ଉତ୍ତରପ୍ରଦେଶ ଝାନ୍ସୀର ସିପ୍ରି ବଜାର ପୋଲିସ ଷ୍ଟେସନ ଅନ୍ତର୍ଗତ ବ୍ରହ୍ମନଗରରେ ରହୁଥିବା ଜଣେ ଅବସରପ୍ରାପ୍ତ ରେଳ କର୍ମଚାରୀ ତାଙ୍କ ଲିଭ୍-ଇନ୍ ପାର୍ଟନରଙ୍କୁ ହତ୍ୟା କରି ତାଙ୍କ...

ଭୟଙ୍କର ବିସ୍ଫୋରଣ: ଉଡ଼ିଗଲା ଛାତ, ଚାଲିଗଲା ଜଣଙ୍କ ଜୀବନ

କଟକ,୧୮।୧: କଟକ ସଦର ଥାନା ଖଲର୍ଦ୍ଦା ଗାଁରେ ରବିବାର ଏକ ଅଘଟଣ ଘଟିଛି। ବେଆଇନ ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ ଘଟି ଜଣଙ୍କ ମୃତ୍ୟୁ ଘଟିଛି।...

ଅନ୍ୟ ଜିଲା ଠିକାଦାରଙ୍କୁ ଦୃଢ଼ ବିରୋଧ, ଟେଣ୍ଡର ପକାଇଲେ…

କେସିଙ୍ଗା,୧୮ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଠିକାଦାର କଣ୍ଟ୍ରାକ୍ଟର ଆସୋସିଏଶନର ଜିଲା ସଭାପତି ଜଗଦୀଶ ମଣ୍ଡଳଙ୍କ ସଭାପତିତ୍ୱରେ ଜିଲାସ୍ତରୀୟ ଠିକାଦାର ସଂଘର ଏକ ସାଧାରଣ ବୈଠକ କେସିଙ୍ଗା ସହରସ୍ଥିତ...

କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି କି? ଜାଣନ୍ତୁ କେମିତି କଟିଥାଏ ସୁଧ, ନଚେତ୍ ଫସିଯିବେ ଋଣ ଜାଲରେ

ମୁମ୍ବାଇ,୧୮ା୧: ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀରେ କ୍ରେଡିଟ୍ କାର୍ଡ ଏକ ଅପରିହାର୍ଯ୍ୟ ଅଙ୍ଗ ପାଲଟିଛି। ସହଜ ପେମେଣ୍ଟ ସୁବିଧା ଯୋଗୁଁ ଲୋକେ ଏହାକୁ ବହୁଳ ଭାବେ ବ୍ୟବହାର...

କଣ୍ଡୋମ୍ ଉପରେ ନୂଆ ଟ୍ୟାକ୍ସ ଲଗାଇଛି ଚାଇନା: ବଢିବ କି ଦେଶରେ ହ୍ରାସ ପାଉଥିବା ପ୍ରଜନନ ହାର ?

ନୂଆଦିଲ୍ଲୀ,୧୮ା୧: ଚାଇନା ବହୁ ବର୍ଷ ପୂର୍ବରୁ ଏକ ସନ୍ତାନ ନୀତି ପ୍ରଚଳନ କରିଥିଲା। କିନ୍ତୁ ସେତେବେଳେ ବହୁତ କମ୍ ଲୋକ ଜାଣିଥିଲେ ଯେ ଏହା ନିଜର...

୮୦ ମିନିଟ ପର୍ଯ୍ୟନ୍ତ କାର ଉପରେ ଟର୍ଚ୍ଚ ଲାଇଟ ଜଳାଇ ଚିତ୍କାର କରୁଥିଲେ ସଫ୍ଟୱେର୍‌ ଇଞ୍ଜିନିୟର, ହେଲେ ନାଚାର ଥିଲେ ପିତା

ନୋଏଡା,୧୮।୧: ନୋଏଡାର ସେକ୍ଟର ୧୫୦ ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୨୭ ବର୍ଷୀୟ ସଫ୍ଟୱେର୍‌ ଇଞ୍ଜିନିୟର ଯୁବରାଜ ମେହେଟ୍ଟାଙ୍କ ମୃତ୍ୟୁ ଘଟିଛି। ଘନ କୁହୁଡ଼ି ଯୋଗୁ...

ଗ୍ୟାସ ଡିଲରଙ୍କ ମନମାନି? ଡେଲିଭରି ପାଇଁ ନେଉଛନ୍ତି ଅତିରିକ୍ତ ଟଙ୍କା? ଏଭଳି ଅଭିଯୋଗ କଲେ ଫସିବେ…

ନୂଆଦିଲ୍ଲୀ,୧୮।୧: ଅନେକ ସମୟରେ ଏଲପିଜି ଗ୍ୟାସ୍ ସିଲିଣ୍ଡରର ଡେଲିଭରି ଚାର୍ଜ, ଅତିରିକ୍ତ ଟଙ୍କା ଆଦାୟ କିମ୍ବା ଖରାପ ବ୍ୟବହାରକୁ ନେଇ ଡିଷ୍ଟ୍ରିବ୍ୟୁଟର ଓ ଡେଲିଭରି ଏଜେନ୍ସିମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri