ପାକିସ୍ତାନ ବିମାନ ବନ୍ଦର ସଞ୍ଚାଳନ କରିବେ ବିଦେଶୀ ଏଜେନ୍ସି…

ଇସଲାମାବାଦ,୧୭।୭ : ଦାରିଦ୍ର୍ୟ ସହ ସଂଗ୍ରାମ କରୁଥିବା ପାକିସ୍ତାନର ଅବସ୍ଥା ଏତେ ଖରାପ ହୋଇଛି ବର୍ତ୍ତମାନ ଏହାର ବିମାନ ବନ୍ଦର ଚଳାଇବାରେ ମଧ୍ୟ ସକ୍ଷମ ନୁହେଁ। ଏହି କାରଣରୁ ପାକିସ୍ତାନ ସରକାର ବର୍ତ୍ତମାନ ଏହାର ଇସଲାମାବାଦ ବିମାନବନ୍ଦରକୁ ଏକ ବିଦେଶୀ ଏଜେନ୍ସି ଦ୍ୱାରା ପରିଚାଳିତ କରିବାକୁ ଚିନ୍ତା କରୁଛନ୍ତି। ଏଥିପାଇଁ ଏକ କମିଟି ଗଠନ କରାଯାଇଛି, ଯାହା ବିଦେଶୀ ଅପରେଟରଙ୍କ ସହ ଆଲୋଚନା କରୁଛି।

ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ଇସଲାମାବାଦ ବିମାନବନ୍ଦରକୁ ଆଉଟସୋର୍ସ କରିବା ପାଇଁ ଗଠିତ କମିଟି ସହିତ ଅର୍ଥମନ୍ତ୍ରୀ ଇସ୍ହାକ ଦାର ଏକ ବୈଠକ କରିଥିଲେ। ଏହି ବୈଠକରେ ପାକିସ୍ତାନର ଅର୍ଥମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅଗଷ୍ଟ ୧୨ ସୁଦ୍ଧା ଇସଲାମାବାଦ ଅନ୍ତର୍ଜାତୀୟ ବିମାନବନ୍ଦରର କାର୍ଯ୍ୟକୁ ଏକ ବିଦେଶୀ ଏଜେନ୍ସିକୁ ହସ୍ତାନ୍ତର କରିବାର ଔପଚାରିକତା ସମ୍ପୂର୍ଣ୍ଣ କରିବାକୁ। କାରଣ ଅଗଷ୍ଟ ୧୨ ହେଉଛି ବର୍ତ୍ତମାନର ପାକିସ୍ତାନ ସରକାରଙ୍କ କାର୍ଯ୍ୟକାଳର ଶେଷ ଦିନ। ଏହା ପରେ ପାକିସ୍ତାନରେ ନିର୍ବାଚନ ଅନୁଷ୍ଠିତ ହେବ

ବିଶ୍ୱ ବ୍ୟାଙ୍କର ଅନ୍ତର୍ଜାତୀୟ ଅର୍ଥ ନିଗମର ପରାମର୍ଶ କ୍ରମେ ଇସଲାମାବାଦ ବିମାନବନ୍ଦରକୁ ଆଉଟସୋର୍ସ କରିବାକୁ ପାକିସ୍ତାନ ସରକାର ପ୍ରସ୍ତୁତ ହେଉଛନ୍ତି। ବିମାନ ବନ୍ଦରର କାର୍ଯ୍ୟକୁ ଏକ ବିଦେଶୀ ଏଜେନ୍ସିକୁ ହସ୍ତାନ୍ତର କରିବାକୁ ଆଇନରେ ପରିବର୍ତ୍ତନ କରାଯାଇଛି। ପାକିସ୍ତାନ ଅର୍ଥମନ୍ତ୍ରୀ ଚାହୁଁଛନ୍ତି ଯେ ଚଳିତ ମାସ ଶେଷ ସୁଦ୍ଧା ନୂତନ ଆଇନ ସଂସଦର ଅନୁମୋଦନ ପାଇବା ଉଚିତ।

ପାକିସ୍ତାନ ସରକାର ଏହାର ପାକିସ୍ତାନ ଇଣ୍ଟରନ୍ୟାଶନାଲ ଏୟାରଲାଇନ୍ସରେ ମଧ୍ୟ ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି ଏବଂ ବେସାମରିକ ବିମାନ ଚଳାଚଳ ଆଇନରେ ମଧ୍ୟ ପରିବର୍ତ୍ତନ କରୁଛନ୍ତି। ଏହି ପରିବର୍ତ୍ତନଗୁଡିକ ଅନୁଯାୟୀ, ପାକିସ୍ତାନ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ, ପାକିସ୍ଥାନ ଇଣ୍ଟରନ୍ୟାଶନାଲ ଏୟାରଲାଇନ୍ସ ଏବଂ ବିମାନବନ୍ଦର ସୁରକ୍ଷା ବଳର କାର୍ଯ୍ୟ ଅଲଗା ହେବ ଯାହା ଦ୍ୱାରା ସେମାନେ ପରସ୍ପରର କାର୍ଯ୍ୟରେ ହସ୍ତକ୍ଷେପ କରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହୀରାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ, କେଉଁ ଜିନିଷ ଉପରେ ଲାଗିବ ଜିରୋ ଟାରିଫ(Zero Tariff)? ପୀୟୁଷ ଗୋୟଲ କହିଲେ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୭।୨: ଶନିବାର (ଫେବୃଆରୀ ୭) ଭାରତ ଏବଂ ଆମେରିକା ମଧ୍ୟରେ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମା ପରେ, କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

ଏହି କଥା ଶୁଣି କାନ୍ଦିଲେ ଭୂମିକା

ବଲିଉଡ ଅଭିନେତ୍ରୀ ଭୂମିକା ଚାୱଲା ଜଣେ ଜଣାଶୁଣା ଅଭିନେତ୍ରୀ। ଯଦିଓ ଆଜିକାଲି ସେ ଫିଲ୍ମରେ କମ୍‌ ସକ୍ରିୟ ଅଛନ୍ତି, କିନ୍ତୁ ସେ ପ୍ରାୟତଃ ଚର୍ଚ୍ଚାରେ ଅଛନ୍ତି। ସେ…

କଂଗ୍ରେସ ଛାଡିବାରୁ ଚମକିଲା ଭାଗ୍ୟ! ୪୦ ବର୍ଷ ପରେ ଭାଜପାକୁ ମିଳିବ ମେୟର ପଦ, ଋତୁ ହେବେ BMC ମେୟର

ମୁମ୍ବାଇ,୭।୨: BMC ନିର୍ବାଚନରେ ବିଜୟ ପରେ, ମେୟର ନିର୍ବାଚନକୁ ନେଇ ସସପେନ୍ସ ଶେଷ ହୋଇଛି। ଭାଜପାର ଋତୁ ତାୱଡେ ମୁମ୍ବାଇର ମେୟର ହେବେ, ସେହିପରି ଶିବସେନାର ସଞ୍ଜୟ…

କମାଲ କଲେ ବୈଜ୍ଞାନିକ, ମାଟିରେ ନୁହେଁ ପବନରେ ଫଳିଲା ଆଳୁ

ନୂଆଦିଲ୍ଲୀ,୭।୨:  ଗ୍ୱାଲିୟରର ରାଜମାତା ବିଜୟା ରାଜେ ସିନ୍ଧିଆ କୃଷି ବିଶ୍ୱବିଦ୍ୟାଳୟରେ, କୃଷି ବୈଜ୍ଞାନିକମାନେ ଏରୋପୋନିକ୍ସ ପଦ୍ଧତି ବ୍ୟବହାର କରି ଆଳୁ ବିହନ ଚାଷ କରୁଛନ୍ତି । ଏହି ଗଛଗୁଡ଼ିକୁ…

ମାଲେସିଆ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି: ଯିବା ପୂର୍ବରୁ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୭।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦୁଇ ଦିନିଆ ମାଲେସିଆ ଗସ୍ତ ଗସ୍ତରେ ଯାଇଛନ୍ତି। ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଭାରତ ଏବେ ପ୍ରତିରକ୍ଷା,…

ଆଉ ନିର୍ବାଚନ ଲଢ଼ିବେନି ଖଣି ମନ୍ତ୍ରୀ, କହିଲେ ଯୁବ ବର୍ଗଙ୍କ ପାଇଁ ବାଟ ଛାଡ଼ିବେ

ଭୁବନେଶ୍ବର,୭।୨: ଖଣି ମନ୍ତ୍ରୀ ବିଭୂତି ଜେନା ବଡ଼ ନିଷ୍ପତ୍ତି ନେଇଛନ୍ତି । ସେ ଆଉ ନିର୍ବାଚନ ଲଢ଼ିବେନି ବୋଲି ଏକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ…

ଆତ୍ମସମର୍ପଣ କଲେ ଟପ୍‌ କ୍ୟାଡର ମାଓବାଦୀ ଦମ୍ପତି, ମୁଖ୍ୟସ୍ରୋତରେ ସାମିଲ ପାଇଁ ଚିଠି ଲେଖି…

ରାୟଗଡ଼ା,୭ା୨(ଆଶିଷ ରଞ୍ଜନ ପଣ୍ଡା): ରାଜ୍ୟରେ ମାଓବାଦୀ ବିରୋଧୀ ଅଭିଯାନକୁ ଏକ ବଡ଼ ସଫଳତା ମିଳିଛି। ଦକ୍ଷିଣ ଓ ଶୀର୍ଷ ମାଓବାଦୀ ନେତା ନିଖିଲ ଓ ତାଙ୍କ ସ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri