Posted inଜାତୀୟ

ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଆଇପିଏସ ଅନଲାଇନରେ ନେଲେ ଭାଜପାର ସଦସ୍ୟତା

ନୂଆଦିଲ୍ଲୀ,୧୧।୮: ଜମ୍ମୁ-କଶ୍ମୀରରୁ ଏକ ବଡ ଖବର ସାମ୍ନାକୁ ଆସିଛି। ଏଠାରେ ଚାକିରି ସମୟ ଶେଷ ହେବା ପୂର୍ବରୁ ଜଣେ ଆଇପିଏସଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବା ପରେ ଏବେ ସେ ଭାରତୀୟ ଜନତା ପାର୍ଟି(ଭାଜପା)ର ଅନଲାଇନ ମେମ୍ବରଶିପ ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଏହି ନିର୍ଦ୍ଦେଶ ଦିଆଯିବାର ଗୋଟିଏ ଦିନ ପରେ ପୂର୍ବତନ ଆଇପିଏସ ଅଧିକାରୀ ବସନ୍ତ ରଥ ଭାଜପାର ଅନଲାଇନ ସଦସ୍ୟତା ଗ୍ରହଣ କରିଥିଲେ, ଏହା ପରେ ସେ ପ୍ରମାଣପତ୍ରର ଫଟୋ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଥିଲେ।
ଏହାପରେ ଭାଜପାର ଜାମ୍ମୁ-କାଶ୍ମୀର ୟୁନିଟ ମଧ୍ୟ ପୂର୍ବତନ ଆଇପିଏସ ଅଧିକାରୀଙ୍କ ସଦସ୍ୟତା ଠାରୁ ନିଜକୁ ଦୂରେଇ ରଖିଥିଲା।
ଏହି ସମଗ୍ର ପ୍ରସଙ୍ଗରେ ଭାଜପାର ଜମ୍ମୁ କଶ୍ମୀର ୟୁନିଟର ମୁଖ୍ୟ ମୁଖପାତ୍ର ସୁନୀଲ ସେଠୀ କହିଛନ୍ତି ଯେ ନେତୃତ୍ୱ ତାଙ୍କୁ କୌଣସି ଦାୟିତ୍ୱ ଦେବା ନେଇ ଏପର୍ଯ୍ୟନ୍ତ କିଛିି ନିଷ୍ପତ୍ତି ନେଇନାହାଁନ୍ତି। ସେ କହିଛନ୍ତି ଯେ ପୂର୍ବତନ ଅଧିକାରୀ ତାଙ୍କର ଅନଲାଇନ ପଞ୍ଜୀକରଣ କରିଛନ୍ତି, ଦଳର ସଦସ୍ୟତା ଗ୍ରହଣ କରିନାହାଁନ୍ତି। ଯେକେହି ନିଜକୁ ଅନଲାଇନ ରେଜିଷ୍ଟ୍ରେସନ କରିପାରିବେ। ଏହାକୁ ସଦସ୍ୟତା କୁହାଯାଇପାରିବ ନାହିଁ। ଏଭଳି ନିଷ୍ପତ୍ତି ନେବାବେଳେ ଅନେକ ଜିନିଷକୁ ଧ୍ୟାନରେ ରଖାଯାଏ, କାରଣ ଭାଜପା ଏକ ଅନୁଶାସିତ ଦଳ।
ବାସ୍ତବରେ ଦୀର୍ଘ ଦିନ ଧରି ନିଲମ୍ବିତ ହୋଇଥିବା ବସନ୍ତ ରଥଙ୍କୁ ସମୟ ପୁର୍ବରୁ ଅବସର ଦିଆଯାଇଥିଲା, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ତାଙ୍କୁ ଏକ ନିର୍ଦ୍ଦେଶ ଜାରି କରିଥିଲେ ଯାହା ତାଙ୍କୁ ପ୍ରଦାନ କରାଯାଇଥିଲା। ଏହି ଆଦେଶ ପାଇବା ପରେ ବସନ୍ତ ରଥ ସୋସିଆଲ ମିଡିଆରେ ଭାଜପାର ସ୍ବାଗତ ନୋଟରେ ଏକ ସ୍କ୍ରିନସଟ ସେୟାର କରିଛନ୍ତି ଯେଉଁଥିରେ ଲେଖାଥିଲା ଯେ ଆପଣ ବର୍ତ୍ତମାନ ଭାଜପାର ଜଣେ ପାଦଚଲଶ ସଦସ୍ୟ ଏବଂ ଏହାର ନେତାଙ୍କ ପାଇଁ ଶକ୍ତିର ଉତ୍ସ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri