Posted inଖେଳ

କାହାପାଇଁ କ୍ରିକେଟ ଖେଳନ୍ତି ହାର୍ଦ୍ଦିକ ପାଣ୍ଡ୍ୟା? Videoରୁ ଜଣାପଡ଼ିଲା ସତ

ନୂଆଦିଲ୍ଲୀ,୫।୨: ଦୀର୍ଘଦିନର ବ୍ୟବଧାନ ପରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦିନିକିଆ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବେ। ୨୦୨୩ରୁ ସେ ଦିନିକିଆ କ୍ରିକେଟ ଖେଳିନାହାନ୍ତି। ଏମିତିରେ ଫେବୃଆରୀ ୬ରେ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେଉଥିବା ଦିନିକିଆ ସିରିଜରେ ସେ ନଜର ଆସିବେ। ଏହାପରେ ଚାମ୍ପିଅନ୍ସ ଟ୍ରଫିରେ ମଧ୍ୟ ସେ ଖେଳିବା ସ୍ପଷ୍ଟ ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ହାର୍ଦ୍ଦିକ ବଡ଼ ବୟାନ ଦେଇଛନ୍ତି। ସେ କେବେହେଲେ ନିଜ ପାଇଁ ଖେଳନ୍ତି ନାହିଁ ବରଂ ନିଜ ଦେଶ ପାଇଁ, ନିଜ ଟିମ୍‌ ପାଇଁ ଖେଳନ୍ତି ବୋଲି କହିଛନ୍ତି। ICC ପକ୍ଷରୁ ହାର୍ଦ୍ଦିକଙ୍କ ଭିଡିଓ ଶେୟାର କରାଯାଇଛି।

ICC ଭିଡିଓରେ ସେ କହିଛନ୍ତି, ମୁଁ ହାର୍ଦ୍ଦିକ ପାଣ୍ଡ୍ୟା ପାଇଁ ଖେଳି ନ ଥାଏ , ମୁଁ ଦଳ ପାଇଁ ଖେଳେ। ମୁଁ ଭାରତ ପାଇଁ ଖେଳେ। ଏହା ହିଁ ଲକ୍ଷ୍ୟ ଅଟେ। ପ୍ରତି ବଲ୍‌କୁ ଖେଳିବାକୁ ଚେଷ୍ଟା କରେ ଏବଂ ନିଜର ଉପଲବ୍ଧି ଦେଖିଥାଏ। ସେହିଭଳି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ୨୦୨୨ ମେଲବର୍ନ ମ୍ୟାଚ୍‌ ନେଇ ସେ କହିଛନ୍ତି, ଯେତେବେଳେ ମୁଁ ମଇଦାନକୁ ଯାଇଥିଲି, ଦର୍ଶକଙ୍କ ଉପସ୍ଥିତି ଭିନ୍ନ ଉର୍ଜା ସଞ୍ଚାର କରିଥିଲା। ଏହା ବହୁତ ଅଦ୍ଭୁତ ଦୃଶ୍ୟ ଥିଲା। ମୁଁ ଅନେକ ମ୍ୟାଚ୍‌ ଖେଳିଛି, ହେଲେ ତାହା ଜବରଦସ୍ତ ଅନୁଭୁତି ଆଣିଥିଲା, ଯେଉଁଥିରେ ମୁଁ ଉତ୍ସାହିତ ହୋଇଥିଲି ଏବଂ ଖୁସି ମଧ୍ୟ ହୋଇଥିଲି। କାରଣ ଭାରତ ଏବଂ ପାକିସ୍ତାନ ମ୍ୟାଚ୍‌କୁ ଲୋକେ ମନେ ରଖିଥାନ୍ତି ଏବଂ ଅପେକ୍ଷା କରି ରହିଥାନ୍ତି ବୋଲି ସେ କହିଛନ୍ତି।

ତେବେ ଉକ୍ତ ମ୍ୟାଚ୍‌କୁ ଭାରତୀୟ ଟିମ୍‌ ଅନ୍ତିମ ଦୁଇ ବଲ୍‌ ଥାଇ ଜିତିବାରେ ସଫଳ ହୋଇଥିଲା। ୧୬୦ ରନ୍‌ ଟାର୍ଗେଟର ପିଛା କରି ଟିମ୍‌ ଇଣ୍ଡିଆ ୩୧ ରନ୍‌ରେ ୪ ଉଇକେଟ ହରାଇଥିଲା। ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, କେଏଲ୍‌ ରାହୁଲ ଏବଂ ଅକ୍ଷର ପଟେଲ ପାଭିଲିୟନ ଫେରି ଯାଇଥିଲେ। ଏହିଠାରୁ ବିରାଟ କୋହଲି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୧୧୩ ରନ୍‌ର ଭାଗୀଦାରି କରିଥିଲେ। ଶେଷ ଓଭରର ପ୍ରଥମ ବଲରେ ହାର୍ଦ୍ଦିକ ଆଉଟ୍‌ ହୋଇଥିଲେ। ସେ ୩୭ ବଲ୍‌ରେ ୪୦ ରନ୍‌ର ଏକ ଲଢ଼ୁଆ ଇନିଂସ ଖେଳିଥିଲେ। ଶେଷ ବଲରେ ଚୌକା ମାରି ରବିଚନ୍ଦ୍ରନ ଅଶ୍ୱିନ ଭାରତକୁ ମ୍ୟାଚ୍‌ ଜିତାଇଥିଲେ। ବିରାଟ କୋହଲି ୫୩ ବଲ୍‌ରେ ୮୨ ରନ୍‌ର ଏକ ସ୍ମରଣୀୟ ଇନିଂସ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri