Posted inଖେଳ

କାହାପାଇଁ କ୍ରିକେଟ ଖେଳନ୍ତି ହାର୍ଦ୍ଦିକ ପାଣ୍ଡ୍ୟା? Videoରୁ ଜଣାପଡ଼ିଲା ସତ

ନୂଆଦିଲ୍ଲୀ,୫।୨: ଦୀର୍ଘଦିନର ବ୍ୟବଧାନ ପରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦିନିକିଆ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବେ। ୨୦୨୩ରୁ ସେ ଦିନିକିଆ କ୍ରିକେଟ ଖେଳିନାହାନ୍ତି। ଏମିତିରେ ଫେବୃଆରୀ ୬ରେ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେଉଥିବା ଦିନିକିଆ ସିରିଜରେ ସେ ନଜର ଆସିବେ। ଏହାପରେ ଚାମ୍ପିଅନ୍ସ ଟ୍ରଫିରେ ମଧ୍ୟ ସେ ଖେଳିବା ସ୍ପଷ୍ଟ ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ହାର୍ଦ୍ଦିକ ବଡ଼ ବୟାନ ଦେଇଛନ୍ତି। ସେ କେବେହେଲେ ନିଜ ପାଇଁ ଖେଳନ୍ତି ନାହିଁ ବରଂ ନିଜ ଦେଶ ପାଇଁ, ନିଜ ଟିମ୍‌ ପାଇଁ ଖେଳନ୍ତି ବୋଲି କହିଛନ୍ତି। ICC ପକ୍ଷରୁ ହାର୍ଦ୍ଦିକଙ୍କ ଭିଡିଓ ଶେୟାର କରାଯାଇଛି।

ICC ଭିଡିଓରେ ସେ କହିଛନ୍ତି, ମୁଁ ହାର୍ଦ୍ଦିକ ପାଣ୍ଡ୍ୟା ପାଇଁ ଖେଳି ନ ଥାଏ , ମୁଁ ଦଳ ପାଇଁ ଖେଳେ। ମୁଁ ଭାରତ ପାଇଁ ଖେଳେ। ଏହା ହିଁ ଲକ୍ଷ୍ୟ ଅଟେ। ପ୍ରତି ବଲ୍‌କୁ ଖେଳିବାକୁ ଚେଷ୍ଟା କରେ ଏବଂ ନିଜର ଉପଲବ୍ଧି ଦେଖିଥାଏ। ସେହିଭଳି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ୨୦୨୨ ମେଲବର୍ନ ମ୍ୟାଚ୍‌ ନେଇ ସେ କହିଛନ୍ତି, ଯେତେବେଳେ ମୁଁ ମଇଦାନକୁ ଯାଇଥିଲି, ଦର୍ଶକଙ୍କ ଉପସ୍ଥିତି ଭିନ୍ନ ଉର୍ଜା ସଞ୍ଚାର କରିଥିଲା। ଏହା ବହୁତ ଅଦ୍ଭୁତ ଦୃଶ୍ୟ ଥିଲା। ମୁଁ ଅନେକ ମ୍ୟାଚ୍‌ ଖେଳିଛି, ହେଲେ ତାହା ଜବରଦସ୍ତ ଅନୁଭୁତି ଆଣିଥିଲା, ଯେଉଁଥିରେ ମୁଁ ଉତ୍ସାହିତ ହୋଇଥିଲି ଏବଂ ଖୁସି ମଧ୍ୟ ହୋଇଥିଲି। କାରଣ ଭାରତ ଏବଂ ପାକିସ୍ତାନ ମ୍ୟାଚ୍‌କୁ ଲୋକେ ମନେ ରଖିଥାନ୍ତି ଏବଂ ଅପେକ୍ଷା କରି ରହିଥାନ୍ତି ବୋଲି ସେ କହିଛନ୍ତି।

ତେବେ ଉକ୍ତ ମ୍ୟାଚ୍‌କୁ ଭାରତୀୟ ଟିମ୍‌ ଅନ୍ତିମ ଦୁଇ ବଲ୍‌ ଥାଇ ଜିତିବାରେ ସଫଳ ହୋଇଥିଲା। ୧୬୦ ରନ୍‌ ଟାର୍ଗେଟର ପିଛା କରି ଟିମ୍‌ ଇଣ୍ଡିଆ ୩୧ ରନ୍‌ରେ ୪ ଉଇକେଟ ହରାଇଥିଲା। ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, କେଏଲ୍‌ ରାହୁଲ ଏବଂ ଅକ୍ଷର ପଟେଲ ପାଭିଲିୟନ ଫେରି ଯାଇଥିଲେ। ଏହିଠାରୁ ବିରାଟ କୋହଲି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୧୧୩ ରନ୍‌ର ଭାଗୀଦାରି କରିଥିଲେ। ଶେଷ ଓଭରର ପ୍ରଥମ ବଲରେ ହାର୍ଦ୍ଦିକ ଆଉଟ୍‌ ହୋଇଥିଲେ। ସେ ୩୭ ବଲ୍‌ରେ ୪୦ ରନ୍‌ର ଏକ ଲଢ଼ୁଆ ଇନିଂସ ଖେଳିଥିଲେ। ଶେଷ ବଲରେ ଚୌକା ମାରି ରବିଚନ୍ଦ୍ରନ ଅଶ୍ୱିନ ଭାରତକୁ ମ୍ୟାଚ୍‌ ଜିତାଇଥିଲେ। ବିରାଟ କୋହଲି ୫୩ ବଲ୍‌ରେ ୮୨ ରନ୍‌ର ଏକ ସ୍ମରଣୀୟ ଇନିଂସ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri