Categories: ଫୁରସତ

ଏହି କାରଣ ପାଇଁ ଝିଅଙ୍କୁ ହେବାକୁ ପଡ଼ିଥାଏ ପୁଅ

ସମଗ୍ର ବିଶ୍ୱରେ ଅନେକ ଜାତିର ଲୋକ ବାସ କରନ୍ତି। ସମସ୍ତଙ୍କ ଧର୍ମ ଏବଂ ପରମ୍ପରା ଭିନ୍ନ ପ୍ରକାରର। ତେବେ ଅଲବାନିଆ ତା’ର ଭିନ୍ନ ପରମ୍ପରା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଏଠାକାର ଅନେକ ପରମ୍ପରା ମଧ୍ୟରୁ ଗୋଟିଏ ହେଉଛି ଝିଅରୁ ପୁଅ ହେବା। ଏଠାରେ ଆଜି ବି କେବଳ ପୁରୁଷଙ୍କର ମହତ୍ତ୍ୱ ରହିଛି। ସ୍ତ୍ରୀଙ୍କୁ କେବଳ ସେକ୍ସ ପାଇଁ ବ୍ୟବହାର କରାଯାଇଥାଏ ।
ଦୀର୍ଘ ଦିନ ଧରି ଏହି ଗାଁରେ ଏକ ନିୟମ ରହିଆସିଛି ଯାହାକି ‘କାନୁନ’ ନାମରେ ଜଣାଯାଏ। ଏହି ନିୟମାନୁସାରେ ଝିଅଙ୍କୁ ପରିବାରର କେବଳ ସମ୍ପତି ବୋଲି ବିବେଚନା କରାଯାଏ। ଝିଅମାନଙ୍କୁ ପୁଅ ପରି ସମାନ ଅଧିକାର ପାଇବା ପାଇଁ ହେଲେ ସେମାନଙ୍କୁ ପୁଅ ହେବାକୁ ପଡ଼ିଥାଏ। ଏଥିପାଇଁ କିଛି ସର୍ତ୍ତ ମଧ୍ୟ ମାନିବାକୁ ପଡ଼ିଥାଏ। ସେମାନଙ୍କୁ ଜୀବନସାରା କୁମାରୀ ରହିବା ସହ ଶପଥ ନେବାକୁ ପଡ଼େ। ଏହି ଶପଥ ସେମାନଙ୍କୁ ଗ୍ରାମର ୧୨ ଜଣ ବୃଦ୍ଧଙ୍କ ସମ୍ମୁଖରେ ନେବାକୁ ହୋଇଥାଏ। ଝିଅମାନେ ଯେ କୌଣସି ବୟସରେ ଏହି ଶପଥ ନେଇପାରିବେ।ଏହା ପରେ ସେମାନଙ୍କ ଜୀବନଶୈଳୀ ସମ୍ପୂର୍ଣ୍ଣ ପୁଅଙ୍କ ପରି ହୋଇଯାଏ। ଏଥିସହ ସେମାନଙ୍କ ନାମ ପରିବର୍ତ୍ତନ କରି ପୁଅ ନାମ ରଖିବାକୁ ପଡ଼େ। ଏହା ପରେ ସର୍ବସମ୍ମୁଖରେ ସେମାନେ ମଦ ପିଇପାରିବେ ଏବଂ ସୁଗାରେଟ୍‌ ମଧ୍ୟ ଟାଣି ପାରିବେ।

Share