Posted inଫୁରସତ

ମାଟି ପାଇଁ ପଦେ

ମାଟି, ଯେଉଁଠୁ ଜୀବନ ଜିଇଁବାର ଅଧ୍ୟାୟ ଆରମ୍ଭ, ଯାହା ଉପରେ ମଣିଷ ନିଜ ମୌଳିକ ଆବଶ୍ୟକତାକୁ ପୂରଣ ପାଇଁ ନିରନ୍ତର ଜାରି ରଖେ ସଂଘର୍ଷ। ଆରମ୍ଭରୁ ମାଟି ହିଁ ଜୀବଜଗତ ପାଇଁ ସାହାରା ପାଲଟିଛି…
ମାଟି ଏକ ମାଧ୍ୟମ ଯାହା କି ଖଣିଜଲବଣ,ପାଣି, ବାୟୁ, ଜୈବିକ ପଦାର୍ଥ ତଥା ଅଣୁଜୀବଙ୍କ ସମାହାରରେ ଗଠିତ। କହିବାକୁ ଗଲେ ଏହି ୫ଟି ଉପାଦାନକୁ ନେଇ ମାଟିର ସଂଜ୍ଞା ନିରୂପଣ କରାଯାଏ।
ଖଣିଜଲବଣ- ମୃତ୍ତିକା ଗଠନରେ ଖଣିଜଲବଣର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ଶତକଡ଼ା ୪୫ ରୁ ୪୯ ଭାଗ ଖଣିଜଲବଣକୁ ନେଇ ମାଟିର ଗଠନ କରାଯାଇଥାଏ।
ପାଣି- ଏହା ଦ୍ୱିତୀୟ ମୁଖ୍ୟ ଉପାଦାନ। ମୃତ୍ତିକାର ଜଳଧାରଣ କ୍ଷମତା ଉପରେ ଫସଲର ଉପତ୍ାଦନ ହାର ନିର୍ଭର କରେ। ଯେଉଁ ମାଟିର ଜଳଧାରଣ କ୍ଷମତା ଅଧିକ ସେ ମାଟିରେ ଚାଷ କାମ ଭଲ ହୋଇଥାଏ।
ଜୈବିକ ପଦାର୍ଥ- ମାଟିରେ ଜୈବିକ ପଦାର୍ଥ ଅନ୍ୟ ଏକ ଉପାଦାନ ଭାବେ ବିଦିତ। ଜୈବିକ ପଦାର୍ଥ ଯେକୌଣସି ପଚିଥିବା କିମ୍ବା ସଢ଼ିଥିବା ଗଛ ବା ପଦାର୍ଥରୁ ପ୍ରସ୍ତୁତ ହୋଇପାରେ। ଯେଉଁ ମାଟିରେ ଜୈବ ପଦାର୍ଥ ଅଧିକ ପରିମାଣରେ ଥାଏ ସେଥିରେ କାଟାୟନ ଏକ୍ସଚେଞ୍ଜ କାପାସିଟି ଅଧିକ ଥାଏ। ସୁତରାଂ ସେଇ ମାଟିରେ ଭଲ ଭାବରେ ଫସଲ ଉପତ୍ାଦନ କରାଯାଇଥାଏ।
ବାୟୁ – ପାଣି ପରି ମାଟି ଭିତରେ ବାୟୁର ଆବଶ୍ୟକତା ବି ସେତିକି ଗୁରୁତ୍ୱପୂର୍ଣ୍ଣ। କାରଣ ଗଛର ଚେର ପାଇଁ ଅମ୍ଳଜାନ ଅପରିହାର୍ଯ୍ୟ। ଠିକ ସେମିତି ଅଙ୍ଗାରକାମ୍ଳ ଓ ଯବକ୍ଷାରଜାନ ମାଟି ତଳେ ନାଇଟ୍ରୋଜେନ ଫିକ୍ସିଂ ବ୍ୟାକ୍ଟେରିଆଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଅଣୁଜୀବ- ଯଦିଓ ମାଟି ମଧ୍ୟରେ ଅଣୁଜୀବ ଅଧିକ ପରିମାଣରେ ଦେଖାଯାଆନ୍ତି। ପରନ୍ତୁ ମୃତ୍ତିକା ଗଠନରେ ଏମାନେ ସେଭଳି ବିଶେଷ ଭୂମିକା ଗ୍ରହଣ କରନ୍ତି ନାହିଁ। ସର୍ବେକ୍ଷଣରୁ ଜଣାପଡ଼ିଛି ମୃତ୍ତିକାର ଉପର ସ୍ତରରେ ପାଖାପାଖି ୨୦୦୦୦ରୁ ଅଧିକ ଅଣୁଜୀବ ବସବାସ କରନ୍ତି। ସେମାନଙ୍କ ମଧ୍ୟରୁ ଜିଆ ଓ ସୂତ୍ରକୃମିଙ୍କ ସଂଖ୍ୟା ଅଧିକ। ଜୈବ ପଦାର୍ଥ ବିଘଟନରେ ଅଣୁଜୀବ ମୁଖ୍ୟ ଭୂମିକା ନେଇଥାନ୍ତି।
ମୃତ୍ତିକା କ୍ଷୟ କାରଣରୁ ଏବେ ମୃତ୍ତିକାର ଗଠନରେ ମଧ୍ୟ ସାମଞ୍ଜସ୍ୟ ରହେ ନାହିଁ। ତେବେ ଏଥିପାଇଁ ପ୍ରମୁଖ କାରଣ ହେଲା – ଜଙ୍ଗଲ କ୍ଷୟ , ପ୍ରାଣୀଙ୍କର ଅତ୍ୟଧିକ ଚରିବା ପାଇଁ ମାଟିକୁ ବ୍ୟବହାର, ବର୍ଷା ପାଣି ସଂରକ୍ଷଣ ନ ହୋଇପାରିବା, କଳକାରଖାନାର ବର୍ଜ୍ଜ୍ୟ ତଥା ଦୂଷିତ ପାଣି ମାଟିରେ ମିଶିବା ଏମିତି ଅନେକ। ସମ୍ପ୍ରତି ଭାରତ ବର୍ଷରେ ୧୪୭ ମିଲିୟନ ହେକ୍ଟରର ମୃତ୍ତିକା କ୍ଷୟ ହୋଇସାରିଛି। ଯଦି ଏଭଳି ଚାଲେ ତେବେ ଆଉ କିଛିବର୍ଷ ପରେ ଅବସ୍ଥା କ’ଣ ହେବ?
କୃଷି ଓ କୃଷକଙ୍କ ପାଇଁ ସରକାର ଯୋଜନା ପ୍ରଣୟନ କରୁଛନ୍ତି। ଏହାକୁ କାର୍ଯ୍ୟକାରୀ ବି କରିଛନ୍ତି। ନିକଟରେ ଜଳସେନ ପାଇଁ ସୌର ଜଳନିଧି ଯୋଜନା ଆରମ୍ଭ ହେଲା। କିନ୍ତୁ ମୃତ୍ତିକା ସଂରକ୍ଷଣ ଲାଗି ସେମିତି ଯୋଜନା କାହିଁ? ମୃତ୍ତିକା ସଂରକ୍ଷଣ ପାଇଁ ନୂତନ ବନୀକରଣ, ଜୈବିକ କୃଷି, ଜୈବିକ ଖତ ଯଥା (ଜୀବାମୃତ, ପଞ୍ଚଗବ୍ୟ, ଦଶଗବ୍ୟ, ଅମୃତପାଣି)ର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି। ମିତ୍ରକୀଟ ସଂଖ୍ୟା ବଢାଇବା ସହ ପାରମ୍ପରିକ ପଦ୍ଧତିରେ ରାସାୟନିକ ସାରର ବ୍ୟବହାରକୁ ବନ୍ଦ କରିବାକୁ ନିଷ୍ପତି ନିଆଯାଉଛି। ନିକଟରେ ୨୫ରୁ ଅଧିକ କୀଟନାଶକକୁ ଭାରତ ସରକାର ସେସବୁର ବ୍ୟବହାର ଉପରେ କଟକଣା ଲଗାଇଛନ୍ତି। ଏହା ଏକ ସୁଦୂରପ୍ରସାରୀ ପଦକ୍ଷେପ କହିଲେ ଅତ୍ୟୁକ୍ତି ହେବନାହିଁ। ଏସବୁ କୀଟନାଶକ ବଦଳରେ ଯଦି ଘରୋଇ ଉପାୟରେ କୀଟନାଶକ ପ୍ରସ୍ତୁତ କରି (ନିମ୍ବପତ୍ରର ରସ)କୁ ବ୍ୟବହାର କରାଯାଇପାରନ୍ତି, ତେବେ ସୁଫଳ ମିଳିବାର ସମ୍ଭାବନା ଅଧିକ।
ତେଣୁ ଏବେ ମାଟି ପାଇଁ ଟିକେ ଚିନ୍ତା କରିବାର ସମୟ ଆସିଛି। କୁହାଯାଏ ଯେ ମାଟି ହେଉଛି ଆମର ମା’ ଆଉ କୃଷିର ଆରମ୍ଭ ମାଟିରୁ। କିନ୍ତୁ ଆଜି ସେଇ ମାଟି ପ୍ରଦୂଷିତ ଓ ଅନୁର୍ବର। ପ୍ରବଳ ମାତ୍ରାରେ ରାସାୟନିକ ସାରର ବ୍ୟବହାର ଆଜି ମାଟି ମା’ କୁ ନଷ୍ଟ କରିଦେଇଛି। ତେବେ ନିଜେ ସଜାଗ ହେଲେ ସବୁକିଛି ସୁଧୁରିବ ବୋଲି ଆଶା।

– ଡ଼ି ଶୁଭମ୍‌
କୃଷି ସ୍ନାତକୋତ୍ତର, ମୃତ୍ତିକା ବିଜ୍ଞାନ, ସୋଆ, ଭୁବନେଶ୍ୱର, ମୋ:୯୪୩୮୪୬୭୦୭୯


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri