୫୦ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଚାଇନା ଅର୍ଥନୀତି ଟଳମଳ…

ବେଜିଂ,୧୮।୧ : ଶୂନ କୋଭିଡ ନୀତି ଏବଂ ରିଅଲ ଇଷ୍ଟେଟ ବଜାରରେ ବ୍ୟାପକ ହ୍ରାସ ଯୋଗୁ ୨୦୨୨ ମସିହାରେ ଚାଇନା ଅର୍ଥନୀତିର ଗତି ମାତ୍ର ତିନି ପ୍ରତିଶତକୁ ଖସି ଆସିଛି। ୧୯୪୭ ପରେ ଗତ ୫୦ ବର୍ଷ ମଧ୍ୟରେ ଏହା ହେଉଛି ଚାଇନାର ଦ୍ୱିତୀୟ ସର୍ବନିମ୍ନ ଜିଡିପି ଅଭିବୃଦ୍ଧି ହାର। ସେହି ସମୟରେ ଆର୍ଥିକ ଅଭିବୃଦ୍ଧି ହାର ୨.୩ ପ୍ରତିଶତ ଥିଲା। ଫଳରେ ଚାଇନାର ଅର୍ଥନୀତି ଟଳମଳ ହେବାରେ ଲାଗିଛି।

ଜାତୀୟ ପରିସଂଖ୍ୟାନ ବ୍ୟୁରୋ ଅନୁଯାୟୀ, ୨୦୨୨ ମସିହାରେ ଚାଇନାର ମୋଟ ଘରୋଇ ଉତ୍ପାଦ (ଜିଡିପି) ୧,୨୧,୦୨୦ ବିଲିୟନ ୟୁଆନ (୧୭,୯୪୦ ବିଲିୟନ ଡ଼ଲାର୍‌) ରେ ପହଞ୍ଚିଛି। ଯାହା ୨୦୨୧ ରେ ୧,୧୪,୩୭୦ ବିଲିୟନ ୟୁଆନ ଥିଲା । ରିପୋର୍ଟ ଅନୁଯାୟୀ, ଚାଇନାର ଜିଡିପି ଅଭିବୃଦ୍ଧି ହାର ସରକାରୀ ଲକ୍ଷ୍ୟଠାରୁ ୫.୫ ପ୍ରତିଶତ ତଳେ ରହିଛି। ଏଥି ସହିତ ସରକାର କହିଛନ୍ତି ଯେ ବର୍ତ୍ତମାନର ସଂକ୍ରମଣର ଲହର ଅତିକ୍ରମ କରିସାରିଛି।

ଏହାପୂର୍ବରୁ ୧୯୪୭ ମସିହାରେ ଚାଇନାର ଅଭିବୃଦ୍ଧି ହାର ୨.୩ ପ୍ରତିଶତ ଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଡଲାର ମୂଲ୍ୟରେ ଚଳିତ ବର୍ଷ ଚାଇନା ଜିଡିପି ହାର ୨୦୨୧ ମସିହାରେ ୧୮,୦୦୦ ବିଲିୟନ ଡ଼ଲାରରୁ ୧୭,୯୪୦ ବିଲିୟନ ଡ଼ଲାରକୁ ଖସି ଆସିଛି। ଚାଇନାର ମୁଦ୍ରା (ଆରଏମବି) ବିରୋଧରେ ଡଲାର ମଜବୁତ ଯୋଗୁ ଏହା ହେଉଛି।

୨୦୨୩ ମସିହାରେ ଚାଇନା ପାଇଁ ୪.୩ ପ୍ରତିଶତ ଅଭିବୃଦ୍ଧି ହାର ବିଶ୍ୱ ବ୍ୟାଙ୍କ ଆକଳନ କରିଛି। ପୂର୍ବ ଅଭିବୃଦ୍ଧି ହାରଠାରୁ ଏହା ବହୁତ କମ ଅଟେ। ଚାଇନାର ମନ୍ଥରତା ତୈଳ, ଖାଦ୍ୟ, ଉପଭୋକ୍ତା ସାମଗ୍ରୀ ଏବଂ ଅନ୍ୟାନ୍ୟ ଆମଦାନୀ ପାଇଁ ଚାହିଦା ହ୍ରାସ କରି ଏହାର ବାଣିଜ୍ୟ ଭାଗୀଦାରୀଙ୍କୁ କ୍ଷତି ପହଞ୍ଚାଇଛି। ମୁଦ୍ରାସ୍ଫୀତି ବୃଦ୍ଧି ପାଇଁ ସୁଧ ହାର ବୃଦ୍ଧି ପରେ ଆମେରିକା ଏବଂ ୟୁରୋପୀୟ ଚାହିଦା ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: ଏପ୍ରିଲ ୧ରୁ ବଦଳୁଛି ଏହି ନିୟମ, ଜାଣନ୍ତୁ ନୂଆ…

ନୂଆଦିଲ୍ଲୀ,୨୯।୩: ଟ୍ରେନ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରନ୍ତି ଏବଂ ଟିକେଟ କ୍ୟାନସଲ କରିବାକୁ ପଡ଼େ, ତେବେ ଭାରତୀୟ ରେଳବାଇର…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

LPG କନେକ୍ସନ ଛାଡିଲେଣି ୬ ହଜାର ଲୋକ, ଏହି ଦିଗ ପ୍ରତି ବଢୁଛି ଆଗ୍ରହ, ଗ୍ୟାସ ସଙ୍କଟ ମଧ୍ୟରେ ସରକାର ଦେଲେ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୩: ସାରା ଦେଶରେ, ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG)ର 6,000 ଉପଭୋକ୍ତା ସ୍ବେଚ୍ଛାକୃତ ଭାବରେ ସେମାନଙ୍କର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ସଂଯୋଗ ଛାଡି ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri