୪ର୍ଥ ଥର ପାଇଁ ଋଣ ଖିଲାପ କଲା ଏଫ୍‌ଇଏଲ୍‌

ନୂଆଦିଲ୍ଲୀ,୨୬।୬: ଋଣ ଭାରରେ ଡୁବି ରହିଥିବା ଫ୍ୟୁଚର ଗ୍ରୁପ୍‌ର ଫ୍ୟୁଚର ଏଣ୍ଟରପ୍ରାଇସେସ୍‌ ଲିମିଟେଡ୍‌ (ଏଫ୍‌ଇଏଲ୍‌) ୪.୧୦ କୋଟି ଟଙ୍କାର ଋଣ ଶୁଝିବା ଦିଗରେ ଖିଲାପକାରୀ ସାବ୍ୟସ୍ତ ହୋଇଛି। ଋଣ ପରିଶୋଧ ଧାର୍ଯ୍ୟ ତାରିଖ ଜୁନ୍‌ ୨୪ରେ ଥିବା ବେଳେ ଏଫ୍‌ଇଏଲ୍‌ ଏଥିରେ ବିଫଳ ରହିଥିବା ଏକ ନିୟାମକ ଫାଇଲିଂରେ କହିଛି। କମ୍ପାନୀ ଚଳିତ ବର୍ଷ ଜୁନ୍‌ ୨୪ରେ ଅଣପରିବର୍ତ୍ତନୀୟ ଋଣ ସ୍ବୀକାରପତ୍ର ଉପରେ ସୁଧ ସମ୍ବନ୍ଧିତ ନିଜ ଦାୟିତ୍ୱ ପୂରା କରିବାକୁ ଅସଫଳ ରହିଛି। କିଶୋର ବିୟାନୀଙ୍କର ଏହି ଫ୍ୟୁଚର ଗ୍ରୁପ୍‌ ଫାର୍ମ ଦ୍ୱାରା ଜୁନ୍‌ ମାସରେ ଏହା ୪ର୍ଥ ଋଣ ଖିଲାପ । ଚଳିତ ସପ୍ତାହ ଆରମ୍ଭରେ ଏଫ୍‌ଇଏଲ୍‌ ନିଜ ଅଣପରିବର୍ତ୍ତନୀୟ ଋଣ ସ୍ବୀକାରପତ୍ର ପାଇଁ ୮୫.୭୧ ଲକ୍ଷ ଏବଂ ୬.୦୭ କୋଟି ଟଙ୍କାର ଋଣ ପରିଶୋଧ ପାଇଁ ୨ଥର ଡିଫଲ୍ଟ ସାବ୍ୟସ୍ତ ହୋଇଛି। ଏହାଛଡ଼ା ଚଳିତ ମାସ ଆରମ୍ଭରେ ଏଫ୍‌ଇଏଲ୍‌ ୧.୪୧ କୋଟି ଟଙ୍କାର ଋଣ ପରିଶୋଧରେ ଖିଲାପୀ କରିଥିଲା। ବର୍ତ୍ତମାନ ସୁଦ୍ଧା ଏଫ୍‌ଇଏଲ୍‌କୁ ୪୦ କୋଟି ଟଙ୍କାର ସୁଧ ଅର୍ଥ ଶୁଝିବା ବାକି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃଆରୀ ୧୨ରେ ଭାରତ ବନ୍ଦ, ଜାଣନ୍ତୁ ବ୍ୟାଙ୍କ ଖୋଲା ରହିବ ନା ବନ୍ଦ…

ନୂଆଦିଲ୍ଲୀ,୧୦।୨: ଯଦି ଆପଣଙ୍କର କୌଣସି ବ୍ୟାଙ୍କ କିମ୍ୱା ସରକାରୀ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ କାମ ଅଛି ଏବଂ ଆପଣ ଏହାକୁ ଫେବୃଆରୀ 12 ତାରିଖରେ ସମାପ୍ତ କରିବାକୁ ଯୋଜନା…

ଅଷ୍ଟମ ବେତନ କମିଶନ: ଏହି କର୍ମଚାରୀଙ୍କୁ ମିଳିପାରେ ୩ ରୁ ୯ ଲକ୍ଷ ଟଙ୍କାର ବକେୟା

ନୂଆଦିଲ୍ଲୀ,୧୦।୨: ଆଗକୁ ଲାଗୁ ହେବାକୁ ଯାଉଛି ଅଷ୍ଟମ ବେତନ କମିଶନ। ଏହା ପିଛିଲା ଭାବେ ଲାଗୁ ହେବାକୁ ଥିବାରୁ କର୍ମଚାରୀମାନଙ୍କୁ ବକେୟା ଦରମା ମଧ୍ୟ ମିଳିବ। ଫଳରେ…

ସୁନା ୩ହଜାର ରୂପା ୯ହଜାର, ୧୦ଦିନରେ ଆହୁରି ଖସିବ…

ନୂଆଦିଲ୍ଲୀ,୧୦।୨: ୧ ଫେବୃଆରୀରୁ ୧୦ ଫେବୃଆରୀ, ୨୦୨୬ ପର୍ଯ୍ୟନ୍ତ ଗତ ୧୦ ଦିନ ମଧ୍ୟରେ ସୁନା ଏବଂ ରୂପା ମୂଲ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଦେଇଛି। ଜାନୁଆରୀ ଶେଷରେ…

ବର୍ଷସାରା ମାଗଣା ପିଜ୍ଜା: ଡୋମିନୋଜ୍‌ ଆଣିଲା ଜବରଦସ୍ତ ଅଫର୍‌

ନୂଆଦିଲ୍ଲୀ,୧୦।୨: ପିଜ୍ଜା ପ୍ରେମୀଙ୍କ ପାଇଁ ଖୁସିଖବର। ଡୋମିନୋଜ୍‌ ଗ୍ରାହକଙ୍କ ପାଇଁ ବଡ଼ ଅଫର୍‌ ଆଣିଛି। ଜାତୀୟ ପିଜ୍ଜା ଦିବସ ଅବସରରେ ଡୋମିନୋଜ ଇଣ୍ଡିଆ ଏକ ଅନନ୍ୟ ପ୍ରତିଯୋଗିତା…

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

ଏପ୍ରିଲ ୧ରୁ ଲାଗୁ ହେବାକୁ ଯାଉଛି ନୂଆ ଆୟକର ଆଇନ, ଜାଣନ୍ତୁ କରଦାତାଙ୍କ ପାଇଁ କ’ଣ ହେବ ପରିବର୍ତ୍ତନ…

ନୂଆଦିଲ୍ଲୀ,୯।୨: ଦେଶର ଆୟକର ବ୍ୟବସ୍ଥାରେ ୧ ଏପ୍ରିଲ, ୨୦୨୬ରୁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ…

୧୦୦ ଟପିବ ପେଟ୍ରୋଲ ଦର? ଟ୍ରମ୍ପଙ୍କ ଯୋଗୁ ଗୋଟିଏ ଝଟକାରେ ହୁ ହୁ ହୋଇ ବଢ଼ିବାକୁ ଯାଉଛି ମୂଲ୍ୟ…!

ନୂଆଦିଲ୍ଲୀ,୯।୨: ଭାରତ ଏବଂ ଆମେରିକା ମଧ୍ୟରେ ନିକଟରେ ହୋଇଥିବା ଟ୍ରେଡ୍‌ ଡିଲ(ବାଣିଜ୍ୟ ଚୁକ୍ତି) ନେଇ ଜୋରଦାର ଚର୍ଚ୍ଚା ହେଉଛି। କାରଣ ଏହା ଭାରତର ସାଧାରଣ ନାଗରିକଙ୍କୁ ମହଙ୍ଗା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri