ସୁଭଦ୍ରା ପାଇଁ ଯାଇନାହାନ୍ତି ବ୍ୟାଙ୍କ୍‌, ତେବେ ମୋବାଇଲରେ ଏମିତି କରନ୍ତୁ ଚେକ୍‌, ଜାଣିପାରିବେ ଟଙ୍କା ଆସିବ ନା ନାହିଁ

ଭୁବନେଶ୍ୱର,୩୧।୧: ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି କି? ଯଦି ହଁ ତେବେ ଜାଣି ନିଅନ୍ତୁ ବଡ଼ ସୂଚନା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୁଭଦ୍ରା ଯୋଜନାକୁ ନେଇ ବଡ଼ ଘୋଷଣା କରିଛନ୍ତି । ଯେଉଁମାନଙ୍କ ନ୍ୟାସନାଲ ପେମେଣ୍ଟସ କର୍ପୋରେଶନ ଅଫ ଇଣ୍ଡିଆ ବା ଭାରତୀୟ ଜାତୀୟ ଦେୟ ନିଗମ ବା NPCI କ୍ଲିୟର ହୋଇନଥିବ ସେମାନଙ୍କ ଆକାଉଣ୍ଟକୁ ଯିବନି ସୁଭଦ୍ରା ଟଙ୍କା । ତେଣୁ ଏହା କରାଇବା ଜରୁରୀ ।

ବ୍ୟାଙ୍କରେ ଏ ନେଇ ସ୍ବତନ୍ତ୍ର ବ୍ୟବସ୍ଥର କରାଯାଇଛି । ଜାନୁଆରୀ ୨୯ ଓ ୩୦ ୨ ଦିନ ବ୍ୟାଙ୍କରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ତେବେ ଗତକାଲି ଏହାର ଡେଡଲାଇନ ଥିଲା । ସୁଭଦ୍ରା ପାଇଁ ଆବେଦନ କରିଥିବା ହିତାଧିକାରୀ ନିଜ ନିଜ ବ୍ୟାଙ୍କକୁ ଯାଇ NPCI କ୍ଲିୟର କରିଥିଲେ। ଏଥିରେ ଯେଉଁମାନଙ୍କର NPCI କ୍ଲିୟର କରିବା ପାଇଁ ବ୍ୟାଙ୍କରୁ ଫୋନ ଯାଉଛି ସେମାନେ ନିଜ ନିଜ ବ୍ୟାଙ୍କ ଶାଖାକୁ ଯାଇ NPCI କ୍ଲିୟର କରିଥିଲେ । ତା ପରେ ଯାଇ ୪ର୍ଥ ପର୍ଯ୍ୟାୟ ଟଙ୍କା ଆସିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ନଚେତ ଚତୁର୍ଥ ପର୍ଯ୍ୟାୟରେ ସେମାନେ ଟଙ୍କା ପାଇବେ ନାହିଁ । ତେବେ ଯଦି ବ୍ୟାଙ୍କକୁ ଯାଇ ସେସବୁ କାମ ସାରିଦେଇଛନ୍ତି କିମ୍ବା ବ୍ୟାଙ୍କକୁ ଯାନାହାନ୍ତି ତେବେ ଜାଣି ନିଅନ୍ତୁ ଏହି କାମ।

ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି..କିନ୍ତୁ ଟଙ୍କା ଆସିନି କିମ୍ବା ପରବର୍ତ୍ତୀ କିସ୍ତିରେ ଟଙ୍କା ଆସିବ କି ନାହିଁ । ଏହି ପ୍ରଶ୍ନ ଅନେକ ହିତାଧିକାରୀଙ୍କ ମନରେ ଏବେ ବି ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ଯଦି ଆପଣ ବି ଜାଣିବାକୁ ଚାହୁଁଛନ୍ତି ତେବେ ଆସନ୍ତୁ ଜାଣିବା ।
ରାଜ୍ୟ ସରକାର ସମସ୍ତ ବର୍ଗର ବିକାଶ ନିମନ୍ତେ ନିରନ୍ତର ପ୍ରୟାସ କରୁଛନ୍ତି। ଏହି କ୍ରମରେ ରାଜ୍ୟରେ ବିଭିନ୍ନ ଯୋଜନା ଲାଗୁ କରୁଛନ୍ତି । ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ବିକାଶମୁଖୀ ଯୋଜନା ମଧ୍ୟରୁ ସୁଭଦ୍ରା ଯୋଜନା ହେଉଛି ଗୋଟିଏ । ଏହି ସ୍କିମରେ ମହିଳାମାନଙ୍କୁ ୫ ବର୍ଷରେ ୫୦ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୋହନ ସରକାର । ସୁଭଦ୍ରା ଯୋଜନାରେ ବର୍ତ୍ତମାନ ସୁଦ୍ଧା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନ କରିଛନ୍ତି ସରକାର । ମହିଳାମାନଙ୍କୁ ୫ ହଜାର ଟଙ୍କା ହାତ ଖର୍ଚ୍ଚ ମିଳିଛି । ବାକି ଟଙ୍କା କିସ୍ତି ଅନୁସାରେ ପ୍ରଦାନ କରାଯିବ । କିନ୍ତୁ ସବୁଠୁ ବଡ଼ କଥା ହେଉଛି ସବୁ ମହିଳାଙ୍କୁ ଏହି ଟଙ୍କା ମିଳିନାହଁ ।

ସେପ୍ଟେମୱର ୧୭ ପୂର୍ବରୁ ଅଧିକାଂଶ ମହିଳା ସୁଭଦ୍ରା ଯୋଜନାରେ ଆବେଦନ କରିଥିଲେ ବି ଏବେ ପର୍ଯ୍ୟନ୍ତ ସେମାନଙ୍କ ଖାତାକୁ ଟଙ୍କା ଆସିନାହିଁ । କାହିଁକି ଟଙ୍କା ଆସିନି ସେ ନେଇ ସେମାନଙ୍କ ମଧ୍ୟ ଦ୍ୱନ୍ଦ୍ୱ ଲାଗିରହିଛି । ବାରମୱାର ବ୍ୟାଙ୍କ ଇକେୱାସି ଓ ଆଧାର କାର୍ଡ ଲିଙ୍କ କରିଥିଲେ ବି ସେମାନଙ୍କୁ ୫ ହଜାର ଟଙ୍କା ମିଳିପାରିନାହିଁ । ଯଦି ଆପଣଙ୍କୁ ବି ଟଙ୍କା ମିଳିନାହିଁ ତେବେ ହିତାଧିକାରୀ କିପରି ଜାଣିବେ, ସେମାନଙ୍କ ଆବେଦନର ଷ୍ଟାଟସ ବାବଦରେ । ଏଥିପାଇଁ ସରକାରୀ ୱେବସାଇଟ ସୁଭଦ୍ରା ପୋର୍ଟାଲକୁ ଭିଜିଟ କରିବାକୁ ପଡିବ ।

ପୋର୍ଟାଲ ଖୋଲିବା ପରେ ଆପଣଙ୍କ ଡାହାଣ ପାଖରେ କର୍ନରରେ ଆବେଦନ ସ୍ଥିତି ଉପରେ କ୍ଲିକ କରନ୍ତୁ । ତାପରେ ଆପଣ ସାମ୍ନାରେ ଏକ ବକ୍ସ ଖୋଲିବ, ଯେଉଁଥିରେ ଆପଣଙ୍କୁନ ନିଜର ଆଧାର ନଂ ଦାଖଲ କରିବାକୁ ପଡ଼ିବ । ଏହା ପରେ ଆପଣଙ୍କ ଆଧାର ସହ ରେଜିଷ୍ଟ୍ରର ଥିବା ମୋବାଇଲ ନଂକୁ ଓଟିପି ଆସିବ । ସେହି ଓଟିପି ପ୍ରବେଶ କରିବା ମାତ୍ରେ ଆପଣଙ୍କ ସାମ୍ନାରେ ଆପ୍ଲିକେସନର ଷ୍ଟାଟସ ଦେଖାଯିବ ।

ଏକ ପୃଷ୍ଠା ଖୋଲିବ ଯେଉଁଥିରେ ହିତାଧିକାରୀଙ୍କ ବିବରଣୀ ଦେଖାଯିବ । ତଳେ ଏକ ବକ୍ସ, ଇ କେୱାଇସି ଷ୍ଟାଟସ, ଇ କେୱାଇସି ପ୍ରକାର, ସୱୀକୃତି ସ୍ଥିତି, ପେମେଣ୍ଟ ସ୍ଥିତି ଦେଖାଯିବ । ଯଦି ଇ କେୱାଇସି ଷ୍ଟାଟସରେ ପେଣ୍ଡିଂ ଦେଖାଯାଉଛି, ତେବେ ଆପଣ ତୁରନ୍ତ ଇକେୱାଇସି କରିନିଅନ୍ତୁ । ସୱୀକୃତି ଷ୍ଟାଟସରେ ଅଣ୍ଡର ପ୍ରୋସେସ ଲେଖାଥିଲେ ସେମାନଙ୍କ ଆବେଦନ ସରକାରଙ୍କ ବିଚାରଧୀନ ଅଛି ବୋଲି ଜାଣିବେ ।

ଯଦି ଆବେଦନ ରିଜେକ୍ଟ ହୋଇଯାଇଥିବ ତେବେ ପେଜରେ ରିଜେକ୍ଟ ବୋଲି ଲେଖାଯିବ । ଏହି ଷ୍ଟେପ ଲାପଟପ ଓ ଡେସ୍କଟପ ପାଇଁ ପ୍ରଜ୍ୟୁଜ । ଜଣେ ମୋବାଇଲରେ ଚାହିଁଲେ ମଧ୍ୟ ଷ୍ଟାଟସ ଚେକ କରିପାରିବେ । ମୋବାଇଲରେ ସୁଭଦ୍ରା ପୋର୍ଟାଲ ଖୋଲି ହିତାଧିକାରୀ ନିଜର ଆବେଦନର Subhadra Yojana Status ଚେକ କରିପାରିବେ। ପେଜ ଖୋଲିଲେ ଡାହାଣ ପାଖରେ ୩ଟି ଗାର ଦେଖାଯିବ, ଯେଉଁଥିରେ କ୍ଲିକ କଲେ ହିତାଧିକାରୀ ନିଜ ଷ୍ଟାଟସ ଚେକ କରିପାରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri