ସୁଭଦ୍ରା ପାଇଁ ଯାଇନାହାନ୍ତି ବ୍ୟାଙ୍କ୍‌, ତେବେ ମୋବାଇଲରେ ଏମିତି କରନ୍ତୁ ଚେକ୍‌, ଜାଣିପାରିବେ ଟଙ୍କା ଆସିବ ନା ନାହିଁ

ଭୁବନେଶ୍ୱର,୩୧।୧: ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି କି? ଯଦି ହଁ ତେବେ ଜାଣି ନିଅନ୍ତୁ ବଡ଼ ସୂଚନା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୁଭଦ୍ରା ଯୋଜନାକୁ ନେଇ ବଡ଼ ଘୋଷଣା କରିଛନ୍ତି । ଯେଉଁମାନଙ୍କ ନ୍ୟାସନାଲ ପେମେଣ୍ଟସ କର୍ପୋରେଶନ ଅଫ ଇଣ୍ଡିଆ ବା ଭାରତୀୟ ଜାତୀୟ ଦେୟ ନିଗମ ବା NPCI କ୍ଲିୟର ହୋଇନଥିବ ସେମାନଙ୍କ ଆକାଉଣ୍ଟକୁ ଯିବନି ସୁଭଦ୍ରା ଟଙ୍କା । ତେଣୁ ଏହା କରାଇବା ଜରୁରୀ ।

ବ୍ୟାଙ୍କରେ ଏ ନେଇ ସ୍ବତନ୍ତ୍ର ବ୍ୟବସ୍ଥର କରାଯାଇଛି । ଜାନୁଆରୀ ୨୯ ଓ ୩୦ ୨ ଦିନ ବ୍ୟାଙ୍କରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ତେବେ ଗତକାଲି ଏହାର ଡେଡଲାଇନ ଥିଲା । ସୁଭଦ୍ରା ପାଇଁ ଆବେଦନ କରିଥିବା ହିତାଧିକାରୀ ନିଜ ନିଜ ବ୍ୟାଙ୍କକୁ ଯାଇ NPCI କ୍ଲିୟର କରିଥିଲେ। ଏଥିରେ ଯେଉଁମାନଙ୍କର NPCI କ୍ଲିୟର କରିବା ପାଇଁ ବ୍ୟାଙ୍କରୁ ଫୋନ ଯାଉଛି ସେମାନେ ନିଜ ନିଜ ବ୍ୟାଙ୍କ ଶାଖାକୁ ଯାଇ NPCI କ୍ଲିୟର କରିଥିଲେ । ତା ପରେ ଯାଇ ୪ର୍ଥ ପର୍ଯ୍ୟାୟ ଟଙ୍କା ଆସିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ନଚେତ ଚତୁର୍ଥ ପର୍ଯ୍ୟାୟରେ ସେମାନେ ଟଙ୍କା ପାଇବେ ନାହିଁ । ତେବେ ଯଦି ବ୍ୟାଙ୍କକୁ ଯାଇ ସେସବୁ କାମ ସାରିଦେଇଛନ୍ତି କିମ୍ବା ବ୍ୟାଙ୍କକୁ ଯାନାହାନ୍ତି ତେବେ ଜାଣି ନିଅନ୍ତୁ ଏହି କାମ।

ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି..କିନ୍ତୁ ଟଙ୍କା ଆସିନି କିମ୍ବା ପରବର୍ତ୍ତୀ କିସ୍ତିରେ ଟଙ୍କା ଆସିବ କି ନାହିଁ । ଏହି ପ୍ରଶ୍ନ ଅନେକ ହିତାଧିକାରୀଙ୍କ ମନରେ ଏବେ ବି ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ଯଦି ଆପଣ ବି ଜାଣିବାକୁ ଚାହୁଁଛନ୍ତି ତେବେ ଆସନ୍ତୁ ଜାଣିବା ।
ରାଜ୍ୟ ସରକାର ସମସ୍ତ ବର୍ଗର ବିକାଶ ନିମନ୍ତେ ନିରନ୍ତର ପ୍ରୟାସ କରୁଛନ୍ତି। ଏହି କ୍ରମରେ ରାଜ୍ୟରେ ବିଭିନ୍ନ ଯୋଜନା ଲାଗୁ କରୁଛନ୍ତି । ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ବିକାଶମୁଖୀ ଯୋଜନା ମଧ୍ୟରୁ ସୁଭଦ୍ରା ଯୋଜନା ହେଉଛି ଗୋଟିଏ । ଏହି ସ୍କିମରେ ମହିଳାମାନଙ୍କୁ ୫ ବର୍ଷରେ ୫୦ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୋହନ ସରକାର । ସୁଭଦ୍ରା ଯୋଜନାରେ ବର୍ତ୍ତମାନ ସୁଦ୍ଧା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନ କରିଛନ୍ତି ସରକାର । ମହିଳାମାନଙ୍କୁ ୫ ହଜାର ଟଙ୍କା ହାତ ଖର୍ଚ୍ଚ ମିଳିଛି । ବାକି ଟଙ୍କା କିସ୍ତି ଅନୁସାରେ ପ୍ରଦାନ କରାଯିବ । କିନ୍ତୁ ସବୁଠୁ ବଡ଼ କଥା ହେଉଛି ସବୁ ମହିଳାଙ୍କୁ ଏହି ଟଙ୍କା ମିଳିନାହଁ ।

ସେପ୍ଟେମୱର ୧୭ ପୂର୍ବରୁ ଅଧିକାଂଶ ମହିଳା ସୁଭଦ୍ରା ଯୋଜନାରେ ଆବେଦନ କରିଥିଲେ ବି ଏବେ ପର୍ଯ୍ୟନ୍ତ ସେମାନଙ୍କ ଖାତାକୁ ଟଙ୍କା ଆସିନାହିଁ । କାହିଁକି ଟଙ୍କା ଆସିନି ସେ ନେଇ ସେମାନଙ୍କ ମଧ୍ୟ ଦ୍ୱନ୍ଦ୍ୱ ଲାଗିରହିଛି । ବାରମୱାର ବ୍ୟାଙ୍କ ଇକେୱାସି ଓ ଆଧାର କାର୍ଡ ଲିଙ୍କ କରିଥିଲେ ବି ସେମାନଙ୍କୁ ୫ ହଜାର ଟଙ୍କା ମିଳିପାରିନାହିଁ । ଯଦି ଆପଣଙ୍କୁ ବି ଟଙ୍କା ମିଳିନାହିଁ ତେବେ ହିତାଧିକାରୀ କିପରି ଜାଣିବେ, ସେମାନଙ୍କ ଆବେଦନର ଷ୍ଟାଟସ ବାବଦରେ । ଏଥିପାଇଁ ସରକାରୀ ୱେବସାଇଟ ସୁଭଦ୍ରା ପୋର୍ଟାଲକୁ ଭିଜିଟ କରିବାକୁ ପଡିବ ।

ପୋର୍ଟାଲ ଖୋଲିବା ପରେ ଆପଣଙ୍କ ଡାହାଣ ପାଖରେ କର୍ନରରେ ଆବେଦନ ସ୍ଥିତି ଉପରେ କ୍ଲିକ କରନ୍ତୁ । ତାପରେ ଆପଣ ସାମ୍ନାରେ ଏକ ବକ୍ସ ଖୋଲିବ, ଯେଉଁଥିରେ ଆପଣଙ୍କୁନ ନିଜର ଆଧାର ନଂ ଦାଖଲ କରିବାକୁ ପଡ଼ିବ । ଏହା ପରେ ଆପଣଙ୍କ ଆଧାର ସହ ରେଜିଷ୍ଟ୍ରର ଥିବା ମୋବାଇଲ ନଂକୁ ଓଟିପି ଆସିବ । ସେହି ଓଟିପି ପ୍ରବେଶ କରିବା ମାତ୍ରେ ଆପଣଙ୍କ ସାମ୍ନାରେ ଆପ୍ଲିକେସନର ଷ୍ଟାଟସ ଦେଖାଯିବ ।

ଏକ ପୃଷ୍ଠା ଖୋଲିବ ଯେଉଁଥିରେ ହିତାଧିକାରୀଙ୍କ ବିବରଣୀ ଦେଖାଯିବ । ତଳେ ଏକ ବକ୍ସ, ଇ କେୱାଇସି ଷ୍ଟାଟସ, ଇ କେୱାଇସି ପ୍ରକାର, ସୱୀକୃତି ସ୍ଥିତି, ପେମେଣ୍ଟ ସ୍ଥିତି ଦେଖାଯିବ । ଯଦି ଇ କେୱାଇସି ଷ୍ଟାଟସରେ ପେଣ୍ଡିଂ ଦେଖାଯାଉଛି, ତେବେ ଆପଣ ତୁରନ୍ତ ଇକେୱାଇସି କରିନିଅନ୍ତୁ । ସୱୀକୃତି ଷ୍ଟାଟସରେ ଅଣ୍ଡର ପ୍ରୋସେସ ଲେଖାଥିଲେ ସେମାନଙ୍କ ଆବେଦନ ସରକାରଙ୍କ ବିଚାରଧୀନ ଅଛି ବୋଲି ଜାଣିବେ ।

ଯଦି ଆବେଦନ ରିଜେକ୍ଟ ହୋଇଯାଇଥିବ ତେବେ ପେଜରେ ରିଜେକ୍ଟ ବୋଲି ଲେଖାଯିବ । ଏହି ଷ୍ଟେପ ଲାପଟପ ଓ ଡେସ୍କଟପ ପାଇଁ ପ୍ରଜ୍ୟୁଜ । ଜଣେ ମୋବାଇଲରେ ଚାହିଁଲେ ମଧ୍ୟ ଷ୍ଟାଟସ ଚେକ କରିପାରିବେ । ମୋବାଇଲରେ ସୁଭଦ୍ରା ପୋର୍ଟାଲ ଖୋଲି ହିତାଧିକାରୀ ନିଜର ଆବେଦନର Subhadra Yojana Status ଚେକ କରିପାରିବେ। ପେଜ ଖୋଲିଲେ ଡାହାଣ ପାଖରେ ୩ଟି ଗାର ଦେଖାଯିବ, ଯେଉଁଥିରେ କ୍ଲିକ କଲେ ହିତାଧିକାରୀ ନିଜ ଷ୍ଟାଟସ ଚେକ କରିପାରିବେ ।


Enter your email to get our daily news in your inbox.

All Right Reserved By Dharitri.Com

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri