କରୋନାକୁ ହରାଇ ଫେରିଥିବା ରୋଗୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କଲେ ଗଞ୍ଜାମ ଜିଲାପାଳ, ଜାଣନ୍ତୁ କ’ଣ

ଛତ୍ରପୁର,୨୪।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ଦୈନିକ ସୁସ୍ଥ ହାର ବଢ଼ିଉଛି। ଅପରପକ୍ଷରେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ବ୍ରହ୍ମପୁରରେ ପୋଷ୍ଟ କୋଭିଡ୍‌ କେୟାର ସେଣ୍ଟର ସୋମବାର ଉଦ୍‌ଘାଟିତ ହୋଇଯାଇଛି କରୋନାକୁ ହରାଇ ହସ୍ପିଟାଲରୁ ଡିସ୍‌ଚାର୍ଜ ହେଉଥିବା ବ୍ୟକ୍ତିଙ୍କୁ ଏଠାରେ ଦିନକର ରହିବା ସୁବିଧା ଦିଆଯିବା ସହ ଯତ୍ନ ନିଆଯାଉଛି। ସେଠାରେ ଅକ୍ସିଜେନ ପାର୍ଲର, ଯୋଗ ଓ ପ୍ରାଣାୟାମ ଟିପ୍ସ, ମାଗଣା ସ୍ପିରୋମିଟର, ନିଉଟ୍ରିସିଓନିଷ୍ଟ ପରାମର୍ଶ ଆଦିର ଉପଲବ୍ଧ ବ୍ୟବସ୍ଥା ହୋଇଛି। ଏନେଇ ସୋମବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏଥିରେ ସହଯୋଗ କରିଥିବାରୁ ରୋଟାରି କ୍ଲବ ଓ ଜିସିସିକୁ ଜିଲାପାଳ ଧନ୍ୟବାଦ ଦେଇଛନ୍ତି।