Posted inଜାତୀୟ

ଜାନୁୟାରୀ ୨୬ ପରେଡରେ ସ୍ବାଧୀନତାର ୭୫ ବର୍ଷ-ନାରୀଶକ୍ତି ଆଧାରିତ ପ୍ରଜ୍ଞାପନ ମେଢ଼ ପାଇଁ ପ୍ରସ୍ତାବ ଜାରି କଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ, ୧୩।୯ : ଆସନ୍ତା ବର୍ଷ ୨୦୨୩ ଜାନୁୟାରୀ ୨୬ ପରେଡରେ କେନ୍ଦ୍ର ସରକାର ତିନୋଟି ସ୍ବତନ୍ତ୍ର ଥିମ ଆଧାରିତ ପ୍ରଜ୍ଞାପନ ମେଢ଼ ପାଇଁ ପ୍ରସ୍ତାବ ଦେଇଛନ୍ତି। ପରେଡରେ ସ୍ବାଧୀନତାର ୭୫ ବର୍ଷ, ନାରୀଶକ୍ତି ଏବଂ ଅନ୍ତର୍ଜାତୀୟ ଜୋୱାର୍‌ ବାଜରା ବର୍ଷ ଆଧାରିତ ପ୍ରଜ୍ଞାପନ ମେଢ଼ ପାଇଁ ପ୍ରସ୍ତାବ ଦିଆଯାଇଛି।

ପ୍ରତିରକ୍ଷା ମନ୍ତ୍ରଣାଳୟର ଚିଠିରେ ବିଭିନ୍ନ ରାଜ୍ୟ ସରକାର, କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗକୁ ଜାନୁଆରୀ ୨୬ରେ ହେବାକୁ ଥିବା ଗଣତନ୍ତ୍ର ଦିବସ ପରେଡରେ ଭାଗ ନେବାକୁ ଆମନ୍ତ୍ରଣ କରାଯାଇଛି। ଏହି ତିନୋଟି ଥିମ ମଧ୍ୟରୁ ଗୋଟିଏ ବା ତିନୋଟି ଚୟନ କରି ପ୍ରଜ୍ଞାପନ ମେଢ଼ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି।

ଭାରତର ସ୍ବାଧୀନତାର ୭୫ ବର୍ଷ ବିଷୟବସ୍ତୁ ଅଧୀନରେ ପ୍ରସ୍ତୁତ ହେବାକୁ ଥିବା ପ୍ରଜ୍ଞାପନ ମେଢ଼ରେ ଭାରତର ସ୍ବାଧୀନତା ସଂଗ୍ରାମ, ଦେଶର ସଫଳତା, କାର୍ଯ୍ୟ ଏବଂ ଗତ ସାତ ଦଶନ୍ଧିର ସଂକଳ୍ପ ଅନ୍ତର୍ଭୁକ୍ତ ହେବ।

ଭାରତର ପ୍ରସ୍ତାବ ଉପରେ ମିଳିତ ଜାତିସଂଘ ସାଧାରଣ ସଭା ୨୦୨୩କୁ ଅନ୍ତର୍ଜାତୀୟ ଜୋୱାର୍‌ ବାଜରା ବର୍ଷ ଭାବେ ଘୋଷଣା କରିଛି। ଗତ ବର୍ଷ ୨୦୨୧ ମସିହାରେ ଭାରତ ମିଳିତ ଜାତିସଂଘକୁ ଏହି ପ୍ରସ୍ତାବ ଦେଇଥିଲା। ଏହି ପ୍ରସ୍ତାବକୁ ୭୨ ଦେଶ ସମର୍ଥନ କରିଥିଲେ। ଗଣତନ୍ତ୍ର ଦିବସ ପରେଡ ପ୍ରଜ୍ଞାପନ ମେଢ଼ରେ କେନ୍ଦ୍ର ଏହି ଥିମର ପ୍ରସ୍ତାବ ଦେଇଛି।

ଅଧିକାରୀଙ୍କ ଅନୁଯାୟୀ, ଏହି ଉତ୍ସବ ପାଳନ ପାଇଁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏକ ମୂଳ କମିଟି ଗଠନ କରିଛି। ଦେଶରେ ଜୋୱାର ବାଜରା ଉତ୍ପାଦନ ଏବଂ ଯୋଗାଣକୁ ପ୍ରୋତ୍ସାହିତ କରିବା ପାଇଁ ନୀତିର ଭିତ୍ତିଭୂମି କାର୍ଯ୍ୟକାରୀ କରିବାକୁ ନିଶ୍ଚିତ କରିବାକୁ ମନ୍ତ୍ରଣାଳୟ ଏକ ଟାସ୍କଫୋର୍ସ ଗଠନ କରିଛି। ସମ୍ପୃକ୍ତ ବିଭାଗଗୁଡିକ ସେପ୍ଟେମ୍ବର ୩୦ ସୁଦ୍ଧା ପ୍ରତିରକ୍ଷା ମନ୍ତ୍ରଣାଳୟରେ ସୁଚିନ୍ତିତ ପ୍ରସ୍ତାବ ଏବଂ ସଂକ୍ଷିପ୍ତ ପ୍ରବନ୍ଧ ସହିତ ସେମାନଙ୍କର ପ୍ରସ୍ତାବ ଦାଖଲ କରିବାକୁ ପଡିବ ବୋଲି ସୂଚିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ପୁଟିନଙ୍କ ବାସଭବନକୁ ୟୁକ୍ରେନର ଡ୍ରୋନ୍ ମାଡ଼; ଏପରି ପ୍ରତିକ୍ରିୟା ଦେଲେ ଜେଲେନସ୍କି

ନୂଆଦିଲ୍ଲୀ,୨୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ୟୁକ୍ରେନ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିବା ରୁଷିଆ ଦାବି କରିଛି। ତେବେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା...

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ନୂଆବର୍ଷ ୨୦୨୬ରୁ ଏହି ୩ ରାଶିର ଭଲ ଦିନ ଆରମ୍ଭ: ସୃଷ୍ଟି ହେଉଛି ଚତୁର୍ଗ୍ରହୀ ଯୋଗ, ଘଟିବ…

୨୦୨୬ର ପ୍ରଥମ ଦିନ ଜ୍ୟୋତିଷ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ଦିନରେ ଏକ ଶକ୍ତିଶାଳୀ ଚତୁର୍ଗ୍ରହୀ ଯୋଗ ସୃଷ୍ଟି ହେଉଛି। ଜାନୁଆରୀ ୧, ୨୦୨୬...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ୭୯,୦୦୦ କୋଟି ଟଙ୍କାର ସାମରିକ ଉପକରଣ କିଣିବାକୁ ମଞ୍ଜୁରୀ

ନୂଆଦିଲ୍ଲୀ ,୨୯।୧୨: ଶକ୍ତିଶାଳୀ ହେବ ଭାରତୀୟ ସେନା। ନାଲି ଆଖି ଦେଖାଇଲେ ମିସାଇଲ ମାଡ଼ କରିବ ଭାରତ। ଦେଶର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri