କେତେ ବର୍ଷ ଯାଏ ଜାରି ରଖିବେ SIP? ନିବେଶ ପୂର୍ବରୁ ଜାଣନ୍ତୁ ୭ରୁ ୧୦+ ବର୍ଷର ନିୟମ 

ନୂଆଦିଲ୍ଲୀ,୭।୧୧: ଏସ୍‌ଆଇପି (Systematic Investment Plan) ବିଷୟରେ କଥା ଉଠିଲେ ପ୍ରଥମେ ମନେ ପଡ଼େ ଅନୁଶାସନ ଓ ଧୌର୍ଯ୍ୟ। ଏସ୍‌ଆଇପି ଆରମ୍ଭ କରିବା ପରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ନିବେଶରେ ଅନୁଶାସନ ବଜାୟ ରଖିବା ଏବଂ ବଜାରର ଉତ୍‌ଥାନ ପତନକୁ ସହି ଧୌର୍ଯ୍ୟର ସହ ନିବେଶ ଜାରି ରଖିବା। ବିଶ୍ୱବିଖ୍ୟାତ ନିବେଶକ ୱାରେନ ବଫେଟ ମଧ୍ୟ କହନ୍ତି ଯେ ତାଙ୍କ ସଫଳତାର ରହସ୍ୟ ହେଉଛି ‘ଅନୁଶାସନ, ସମୟ ଏବଂ ଚକ୍ରବୃଦ୍ଧି (compounding)’ର ଜାଦୁ।
ଏସଆଇପିର ଅସଲି ଜାଦୁ ସମୟ ସହିତ ଦେଖାଯାଏ:
ସମସ୍ତ ଆର୍ଥିକ ବିଶେଷଜ୍ଞ ଏବଂ ମ୍ୟୁଚୁଆଲ ଫଣ୍ଡ ଗୁରୁମାନେ ଏହା ହିଁ କହନ୍ତି। ଏସ୍‌ଆଇପିର ଅସଲି ଲାଭ ସମୟ ସହିତ ଦେଖାଯାଏ। ବଜାରରେ ପତନ ହେଲେ ଅନେକ ଅନୁଭବୀ ନିବେଶକ ମଧ୍ୟ ଭୟଭୀତ ହୋଇ ଏସଆଇପି ବନ୍ଦ କରିବା ବିଷୟରେ ଭାବନ୍ତି। କିନ୍ତୁ ପ୍ରକୃତରେ, ଏସଆଇପିରେ ସଫଳତାର ରହସ୍ୟ ହେଉଛି ଦୀର୍ଘକାଳୀନ ନିବେଶ ଜାରି ରଖିବା।
ଏସଆଇପି କିପରି କାମ କରେ: ସମୟକୁ କାମ କରିବାକୁ ଦିଅନ୍ତୁ:
ଏସ୍‌ଆଇପିରେ ଆପଣ ପ୍ରତି ମାସରେ ନିର୍ଦ୍ଧିଷ୍ଟ ରାଶି ନିବେଶ କରନ୍ତି। କେତେକ ସମୟରେ ୟୁନିଟ ମହଙ୍ଗା ଦାମରେ ମିଳେ, କେତେକ ସମୟରେ ଶସ୍ତାରେ। ଏହାକୁ କୁହାଯାଏ Rupee Cost Averaging। ଅର୍ଥାତ ସମୟ ସହିତ ଆପଣଙ୍କ ଔସତ କ୍ରୟ ମୂଲ୍ୟ ସନ୍ତୁଳିତ ହୋଇଯାଏ। କିନ୍ତୁ ଏହି ଔସତକୁ ପ୍ରଭାବଶାଳୀ କରିବା ପାଇଁ ଏସଆଇପିକୁ ଦୀର୍ଘକାଳୀନ ଭାବେ ଜାରି ରଖିବା ଆବଶ୍ୟକ। ୧-୨ ବର୍ଷରେ ବଜାରର ଅସ୍ଥିରତା ଯୋଗୁ ରିଟର୍ନ ସ୍ପଷ୍ଟ ଦେଖାଯାଏ ନାହିଁ, କିନ୍ତୁ ୭-୧୦ ବର୍ଷରେ ଏହି ଉତଥାନ ପତନ ସନ୍ତୁଳିତ ହୋଇଯାଏ। ବିଶେଷଜ୍ଞଙ୍କ ମତରେ, ୭ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ଏସ୍‌ଆଇପି ଚଳାଇଲେ ପୁଞ୍ଜି ହାନିର ବିପଦ ପ୍ରାୟଶଃ ଶୂନ୍ୟ ହୋଇଯାଏ। ଗତ ୨୦ ବର୍ଷରେ ୭+ ବର୍ଷର ଏସ୍‌ଆଇପିରେ କେବେବି ନକାରାତ୍ମକ ରିଟର୍ଣ୍ଣ ମିଳିନାହିଁ ଏବଂ ପ୍ରାୟ ୮୧% ମାମଲାରେ ୧୦%ରୁ ଅଧିକ ବାର୍ଷିକ ରିଟର୍ଣ୍ଣ ମିଳିଛି।
ସଂକ୍ଷିପ୍ତ ବନାମ ଦୀର୍ଘକାଳୀନ ଏସଆଇପି: ପାର୍ଥକ୍ୟ ସ୍ପଷ୍ଟ
ଯଦି ଆପଣ କେବଳ ୨-୩ ବର୍ଷ ଏସଆଇପି କରନ୍ତି, ତେବେ ରିଟର୍ଣ୍ଣ ସମ୍ପୂର୍ଣ୍ଣ ରୂପେ ବଜାରର ଅବସ୍ଥା ଉପରେ ନିର୍ଭର କରିବ। କିନ୍ତୁ ୭-୧୦ ବର୍ଷ କିମ୍ବା ତା’ଠାରୁ ଅଧିକ ଜାରି ରଖିଲେ ଚକ୍ରବୃଦ୍ଧିର ପ୍ରଭାବ ସ୍ପଷ୍ଟ ଦେଖାଯିବ।  ଉଦାହରଣ -୫,୦୦୦ ମାସିକ ଏସ୍‌ଆଇପି, ୧୫% CAGR ରିଟର୍ଣ୍ଣରେ   ୩ ବର୍ଷରେ = ୨.୨୫ ଲକ୍ଷ
୫ ବର୍ଷରେ = ୪.୩୭ ଲକ୍ଷ
୭ ବର୍ଷରେ = ୭.୧୬ ଲକ୍ଷ
୧୦ ବର୍ଷରେ = ୧୩.୧୫ ଲକ୍ଷ
ଏହା ସ୍ପଷ୍ଟ ଦର୍ଶାଏ ଯେ ଯେତେ ଅଧିକ ସମୟ, ସେତେ ଅଧିକ ବୃଦ୍ଧି। ସମୟ ହିଁ ଅସଲି ଚକ୍ରବୃଦ୍ଧି ଶକ୍ତି।
ନିବେଶକମାନେ ଏସଆଇପି ମଝିରେ କାହିଁକି ବନ୍ଦ କରନ୍ତି?
ଅନେକ ନିବେଶକ ୨-୩ ବର୍ଷ ପରେ ଏସଆଇପି ବନ୍ଦ କରିଦିଅନ୍ତି କାରଣ ସେମାନଙ୍କୁ ଲାଗେ ରିଟର୍ନ ମିଳୁନାହିଁ। କିନ୍ତୁ ପ୍ରକୃତରେ, ଆରମ୍ଭିକ କିଛି ବର୍ଷ ହେଉଛି ଗଢ଼ିବାର ବର୍ଷ। ଅସଲି ଲାଭ ୮ମ ବର୍ଷ ପରେ ଦେଖାଯିବା ଆରମ୍ଭ କରେ, ଯେତେବେଳେ interest-on-interestର ପ୍ରଭାବ ଦେଖାଯାଏ।
୧୦ ବର୍ଷ ଯଥେଷ୍ଟ କି?
୧୦ ବର୍ଷ ଏକ ଉତ୍ତମ ଆରମ୍ଭ, କିନ୍ତୁ ଯଦି ଆପଣଙ୍କ ଲକ୍ଷ୍ୟ ହେଉଛି ଅବସର ଗ୍ରହଣ, ସନ୍ତାନଙ୍କ ଶିକ୍ଷା କିମ୍ବା ଘର କିଣିବା, ତେବେ ୧୫ରୁ ୨୦ ବର୍ଷ ପର୍ଯ୍ୟନ୍ତ ଏସ୍‌ଆଇପି ଜାରି ରଖନ୍ତୁ। ଏତେ ଦୀର୍ଘ ସମୟରେ ବଜାର ଅନେକ ବୁଲ ଏବଂ ବେୟାର୍‌ ଚକ୍ର ଦେଇ ଗତିକରେ, ଯାହା ପ୍ରତିଶତ କ୍ରୟ ମୂଲ୍ୟକୁ ଅତି ଆକର୍ଷଣୀୟ କରିଦିଏ।
ଏସଆଇପି ନିବେଶକଙ୍କ ପାଇଁ ମୁଖ୍ୟ ଶିକ୍ଷା:
-୩ ବର୍ଷରୁ କମ ଏସଆଇପି – ବଜାର ଟାଇମିଙ୍ଗର ବିପଦ
-୫ରୁ ୭ ବର୍ଷ-ଆରମ୍ଭିକ ଚକ୍ରବୃଦ୍ଧିର ଲାଭ
-୧୦ରୁ ୧୫ ବର୍ଷ-ଅସଲି ସମ୍ପତ୍ତି ର୍ନିମାଣର ଆରମ୍ଭ
-୨୦ ବର୍ଷ କିମ୍ବା ଅଧିକ-ଆର୍ଥିକ ସ୍ବାଧୀନତାର କୁଞ୍ଜି
ଏସଆଇପି କେତେ ଦିନ ଜାରି ରଖିବେ?
ଏହି ପ୍ରଶ୍ନର ଉତ୍ତର ହେଉଛି ଯେତେବେଳେ ପର୍ଯ୍ୟନ୍ତ ଆପଣଙ୍କ ଲକ୍ଷ୍ୟ ପୂରଣ ନ ହୋଇଛି। ଯଦି ଆପଣଙ୍କ ଲକ୍ଷ୍ୟ ୧୦ କିମ୍ବା ୧୫ ବର୍ଷର, ତେବେ ମଝିର ବଜାର ଉତ୍‌ଥାନପତନ ଆପଣଙ୍କୁ ପ୍ରଭାବିତ କରିବ ନାହିଁ।
ମନେରଖନ୍ତୁ, ଏସଆଇପିର ଜାଦୁ ସମୟ ଓ ଧୌଯ୍ୟରେ ହିଁ ପ୍ରକାଶ ପାଏ। ସମୟକୁ ନିଜର ସାଥୀ କରନ୍ତୁ ଏବଂ ଚକ୍ରବୃଦ୍ଧିକୁ ଆପଣଙ୍କ ପାଇଁ କାମ କରିବାକୁ ଦିଅନ୍ତୁ। ଧୀରେ ଧୀରେ ଏସଆଇପି କୋଟିପତି ବନାଇଦିଏ।

ପରାମର୍ଶ: ଏସଆଇପି ଆରମ୍ଭ କରିବା ପୂର୍ବରୁ ଜଣେ ସର୍ଟିଫାଏଡ ଆର୍ଥିକ ପରାମର୍ଶଦାତାଙ୍କ ସହ ଆଲୋଚନା କରନ୍ତୁ। ନିବେଶ ବଜାର ବିପଦ ସହ ଜଡ଼ିତ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

‘ମୋର ବିଜୟ କି ଲାଭ ଯଦି ଲଦାଖ ହାରିଯାଏ?’ ଜେଲରୁ ମୁକୁଳିବା ପରେ ମୁହଁ ଖୋଲିଲେ ସୋନମ ୱାଙ୍ଗଚୁକ

ୱାଶିଂଟନ,୧୭।୩: ପ୍ରାୟ ୧୭୦ ଦିନ କାରାଗାରରେ ବିତାଇବା ପରେ ଶନିବାର ଜେଲରୁ ମୁକୁଳିଛନ୍ତି ଲଦାଖର ବିଶିଷ୍ଟ ଶିକ୍ଷାବିତ୍ ତଥା ପରିବେଶ କର୍ମୀ ସୋନମ ୱାଙ୍ଗଚୁକ। କେନ୍ଦ୍ର ସରକାର…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri