କେତେ ବର୍ଷ ଯାଏ ଜାରି ରଖିବେ SIP? ନିବେଶ ପୂର୍ବରୁ ଜାଣନ୍ତୁ ୭ରୁ ୧୦+ ବର୍ଷର ନିୟମ 

ନୂଆଦିଲ୍ଲୀ,୭।୧୧: ଏସ୍‌ଆଇପି (Systematic Investment Plan) ବିଷୟରେ କଥା ଉଠିଲେ ପ୍ରଥମେ ମନେ ପଡ଼େ ଅନୁଶାସନ ଓ ଧୌର୍ଯ୍ୟ। ଏସ୍‌ଆଇପି ଆରମ୍ଭ କରିବା ପରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ନିବେଶରେ ଅନୁଶାସନ ବଜାୟ ରଖିବା ଏବଂ ବଜାରର ଉତ୍‌ଥାନ ପତନକୁ ସହି ଧୌର୍ଯ୍ୟର ସହ ନିବେଶ ଜାରି ରଖିବା। ବିଶ୍ୱବିଖ୍ୟାତ ନିବେଶକ ୱାରେନ ବଫେଟ ମଧ୍ୟ କହନ୍ତି ଯେ ତାଙ୍କ ସଫଳତାର ରହସ୍ୟ ହେଉଛି ‘ଅନୁଶାସନ, ସମୟ ଏବଂ ଚକ୍ରବୃଦ୍ଧି (compounding)’ର ଜାଦୁ।
ଏସଆଇପିର ଅସଲି ଜାଦୁ ସମୟ ସହିତ ଦେଖାଯାଏ:
ସମସ୍ତ ଆର୍ଥିକ ବିଶେଷଜ୍ଞ ଏବଂ ମ୍ୟୁଚୁଆଲ ଫଣ୍ଡ ଗୁରୁମାନେ ଏହା ହିଁ କହନ୍ତି। ଏସ୍‌ଆଇପିର ଅସଲି ଲାଭ ସମୟ ସହିତ ଦେଖାଯାଏ। ବଜାରରେ ପତନ ହେଲେ ଅନେକ ଅନୁଭବୀ ନିବେଶକ ମଧ୍ୟ ଭୟଭୀତ ହୋଇ ଏସଆଇପି ବନ୍ଦ କରିବା ବିଷୟରେ ଭାବନ୍ତି। କିନ୍ତୁ ପ୍ରକୃତରେ, ଏସଆଇପିରେ ସଫଳତାର ରହସ୍ୟ ହେଉଛି ଦୀର୍ଘକାଳୀନ ନିବେଶ ଜାରି ରଖିବା।
ଏସଆଇପି କିପରି କାମ କରେ: ସମୟକୁ କାମ କରିବାକୁ ଦିଅନ୍ତୁ:
ଏସ୍‌ଆଇପିରେ ଆପଣ ପ୍ରତି ମାସରେ ନିର୍ଦ୍ଧିଷ୍ଟ ରାଶି ନିବେଶ କରନ୍ତି। କେତେକ ସମୟରେ ୟୁନିଟ ମହଙ୍ଗା ଦାମରେ ମିଳେ, କେତେକ ସମୟରେ ଶସ୍ତାରେ। ଏହାକୁ କୁହାଯାଏ Rupee Cost Averaging। ଅର୍ଥାତ ସମୟ ସହିତ ଆପଣଙ୍କ ଔସତ କ୍ରୟ ମୂଲ୍ୟ ସନ୍ତୁଳିତ ହୋଇଯାଏ। କିନ୍ତୁ ଏହି ଔସତକୁ ପ୍ରଭାବଶାଳୀ କରିବା ପାଇଁ ଏସଆଇପିକୁ ଦୀର୍ଘକାଳୀନ ଭାବେ ଜାରି ରଖିବା ଆବଶ୍ୟକ। ୧-୨ ବର୍ଷରେ ବଜାରର ଅସ୍ଥିରତା ଯୋଗୁ ରିଟର୍ନ ସ୍ପଷ୍ଟ ଦେଖାଯାଏ ନାହିଁ, କିନ୍ତୁ ୭-୧୦ ବର୍ଷରେ ଏହି ଉତଥାନ ପତନ ସନ୍ତୁଳିତ ହୋଇଯାଏ। ବିଶେଷଜ୍ଞଙ୍କ ମତରେ, ୭ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ଏସ୍‌ଆଇପି ଚଳାଇଲେ ପୁଞ୍ଜି ହାନିର ବିପଦ ପ୍ରାୟଶଃ ଶୂନ୍ୟ ହୋଇଯାଏ। ଗତ ୨୦ ବର୍ଷରେ ୭+ ବର୍ଷର ଏସ୍‌ଆଇପିରେ କେବେବି ନକାରାତ୍ମକ ରିଟର୍ଣ୍ଣ ମିଳିନାହିଁ ଏବଂ ପ୍ରାୟ ୮୧% ମାମଲାରେ ୧୦%ରୁ ଅଧିକ ବାର୍ଷିକ ରିଟର୍ଣ୍ଣ ମିଳିଛି।
ସଂକ୍ଷିପ୍ତ ବନାମ ଦୀର୍ଘକାଳୀନ ଏସଆଇପି: ପାର୍ଥକ୍ୟ ସ୍ପଷ୍ଟ
ଯଦି ଆପଣ କେବଳ ୨-୩ ବର୍ଷ ଏସଆଇପି କରନ୍ତି, ତେବେ ରିଟର୍ଣ୍ଣ ସମ୍ପୂର୍ଣ୍ଣ ରୂପେ ବଜାରର ଅବସ୍ଥା ଉପରେ ନିର୍ଭର କରିବ। କିନ୍ତୁ ୭-୧୦ ବର୍ଷ କିମ୍ବା ତା’ଠାରୁ ଅଧିକ ଜାରି ରଖିଲେ ଚକ୍ରବୃଦ୍ଧିର ପ୍ରଭାବ ସ୍ପଷ୍ଟ ଦେଖାଯିବ।  ଉଦାହରଣ -୫,୦୦୦ ମାସିକ ଏସ୍‌ଆଇପି, ୧୫% CAGR ରିଟର୍ଣ୍ଣରେ   ୩ ବର୍ଷରେ = ୨.୨୫ ଲକ୍ଷ
୫ ବର୍ଷରେ = ୪.୩୭ ଲକ୍ଷ
୭ ବର୍ଷରେ = ୭.୧୬ ଲକ୍ଷ
୧୦ ବର୍ଷରେ = ୧୩.୧୫ ଲକ୍ଷ
ଏହା ସ୍ପଷ୍ଟ ଦର୍ଶାଏ ଯେ ଯେତେ ଅଧିକ ସମୟ, ସେତେ ଅଧିକ ବୃଦ୍ଧି। ସମୟ ହିଁ ଅସଲି ଚକ୍ରବୃଦ୍ଧି ଶକ୍ତି।
ନିବେଶକମାନେ ଏସଆଇପି ମଝିରେ କାହିଁକି ବନ୍ଦ କରନ୍ତି?
ଅନେକ ନିବେଶକ ୨-୩ ବର୍ଷ ପରେ ଏସଆଇପି ବନ୍ଦ କରିଦିଅନ୍ତି କାରଣ ସେମାନଙ୍କୁ ଲାଗେ ରିଟର୍ନ ମିଳୁନାହିଁ। କିନ୍ତୁ ପ୍ରକୃତରେ, ଆରମ୍ଭିକ କିଛି ବର୍ଷ ହେଉଛି ଗଢ଼ିବାର ବର୍ଷ। ଅସଲି ଲାଭ ୮ମ ବର୍ଷ ପରେ ଦେଖାଯିବା ଆରମ୍ଭ କରେ, ଯେତେବେଳେ interest-on-interestର ପ୍ରଭାବ ଦେଖାଯାଏ।
୧୦ ବର୍ଷ ଯଥେଷ୍ଟ କି?
୧୦ ବର୍ଷ ଏକ ଉତ୍ତମ ଆରମ୍ଭ, କିନ୍ତୁ ଯଦି ଆପଣଙ୍କ ଲକ୍ଷ୍ୟ ହେଉଛି ଅବସର ଗ୍ରହଣ, ସନ୍ତାନଙ୍କ ଶିକ୍ଷା କିମ୍ବା ଘର କିଣିବା, ତେବେ ୧୫ରୁ ୨୦ ବର୍ଷ ପର୍ଯ୍ୟନ୍ତ ଏସ୍‌ଆଇପି ଜାରି ରଖନ୍ତୁ। ଏତେ ଦୀର୍ଘ ସମୟରେ ବଜାର ଅନେକ ବୁଲ ଏବଂ ବେୟାର୍‌ ଚକ୍ର ଦେଇ ଗତିକରେ, ଯାହା ପ୍ରତିଶତ କ୍ରୟ ମୂଲ୍ୟକୁ ଅତି ଆକର୍ଷଣୀୟ କରିଦିଏ।
ଏସଆଇପି ନିବେଶକଙ୍କ ପାଇଁ ମୁଖ୍ୟ ଶିକ୍ଷା:
-୩ ବର୍ଷରୁ କମ ଏସଆଇପି – ବଜାର ଟାଇମିଙ୍ଗର ବିପଦ
-୫ରୁ ୭ ବର୍ଷ-ଆରମ୍ଭିକ ଚକ୍ରବୃଦ୍ଧିର ଲାଭ
-୧୦ରୁ ୧୫ ବର୍ଷ-ଅସଲି ସମ୍ପତ୍ତି ର୍ନିମାଣର ଆରମ୍ଭ
-୨୦ ବର୍ଷ କିମ୍ବା ଅଧିକ-ଆର୍ଥିକ ସ୍ବାଧୀନତାର କୁଞ୍ଜି
ଏସଆଇପି କେତେ ଦିନ ଜାରି ରଖିବେ?
ଏହି ପ୍ରଶ୍ନର ଉତ୍ତର ହେଉଛି ଯେତେବେଳେ ପର୍ଯ୍ୟନ୍ତ ଆପଣଙ୍କ ଲକ୍ଷ୍ୟ ପୂରଣ ନ ହୋଇଛି। ଯଦି ଆପଣଙ୍କ ଲକ୍ଷ୍ୟ ୧୦ କିମ୍ବା ୧୫ ବର୍ଷର, ତେବେ ମଝିର ବଜାର ଉତ୍‌ଥାନପତନ ଆପଣଙ୍କୁ ପ୍ରଭାବିତ କରିବ ନାହିଁ।
ମନେରଖନ୍ତୁ, ଏସଆଇପିର ଜାଦୁ ସମୟ ଓ ଧୌଯ୍ୟରେ ହିଁ ପ୍ରକାଶ ପାଏ। ସମୟକୁ ନିଜର ସାଥୀ କରନ୍ତୁ ଏବଂ ଚକ୍ରବୃଦ୍ଧିକୁ ଆପଣଙ୍କ ପାଇଁ କାମ କରିବାକୁ ଦିଅନ୍ତୁ। ଧୀରେ ଧୀରେ ଏସଆଇପି କୋଟିପତି ବନାଇଦିଏ।

ପରାମର୍ଶ: ଏସଆଇପି ଆରମ୍ଭ କରିବା ପୂର୍ବରୁ ଜଣେ ସର୍ଟିଫାଏଡ ଆର୍ଥିକ ପରାମର୍ଶଦାତାଙ୍କ ସହ ଆଲୋଚନା କରନ୍ତୁ। ନିବେଶ ବଜାର ବିପଦ ସହ ଜଡ଼ିତ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ପଲ୍ଲୀଶ୍ରୀ ମେଳାକୁ ବୃଦ୍ଧି କରି କହିଲେ…

ଛତ୍ରପୁର,୩୧ା୧(ଦିଲ୍ଲୀପ ସାମଲ): ଗଞ୍ଜାମବାସୀଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶତାଧିକ କୋଟିର ପ୍ରକଳ୍ପ ସହିତ ଆଉ ଏକ ବଡ଼ ଉପହାର ଦେଇଛନ୍ତି। ଗୋପାଳପୁର ବେଳାଭୂମି…

ଗ୍ରୀନଫିଲ୍ଡ ଷ୍ଟାଡିୟମ ବାହାରେ ଲାଗିଲା MS Dhoniଙ୍କ ୫୦ ଫୁଟର ‘କଟ ଆଉଟ’, ଜାଣନ୍ତୁ କେତେବେଳେ ଆରମ୍ଭ ହେବ IND vs NZ ପଞ୍ଚମ T20

ନୂଆଦିଲ୍ଲୀ,୩୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ T20 ସିରିଜର ଶେଷ ମ୍ୟାଚ ଶନିବାର ତିରୁଭାନନ୍ତପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ। ଏଠାରେ ଚାରୋଟି…

President Droupadi Murmu to visit Odisha: କଡ଼ାକଡ଼ି ହେବ ସୁରକ୍ଷା ବ୍ୟବସ୍ଥା, ମୁତୟନ ହେବେ…

ଭୁବନେଶ୍ୱର,୩୧।୧: ଫେବୃଆରୀ ପ୍ରଥମ ସପ୍ତାହରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୁରୀ ପୋଲିସ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ବ୍ଲୁ…

T20 World Cup: ଅଷ୍ଟ୍ରେଲିଆକୁ ଶକ୍ତ ଧକ୍କା! Pat Cummins ଆଉଟ, ଆସିଲା୧୫ ସଦସ୍ୟ ବିଶିଷ୍ଟ ଚୁଡ଼ାନ୍ତ ତାଲିକା

ନୂଆଦିଲ୍ଲୀ,୩୧।୧: କ୍ରିକେଟ ଅଷ୍ଟ୍ରେଲିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଏହାର ମୁଖ୍ୟ ଦଳ ଘୋଷଣା କରିଛି। ବୋର୍ଡ ପୂର୍ବରୁ ଏକ ପ୍ରାରମ୍ଭିକ ଦଳ ଚୟନ କରିଥିଲା, ଯେଉଁଥିରେ…

ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା ହାଇୱା, ଘଟଣାସ୍ଥଳରେ…

ଧର୍ମଶାଳା,୩୧।୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ନାନପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

୧୫୩ ବର୍ଷରେ ଯୋରନ୍ଦା ମେଳା: ଜୀବଜଗତର ମଙ୍ଗଳ ପାଇଁ ଆଜି ଘୃତାହୁତି କରିବେ…

ଢେଙ୍କାନାଳ,୩୧ା୧(ରତନ ନାୟାର): ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ମହିମାଗାଦି ଯୋରନ୍ଦାରେ ପ୍ରସିଦ୍ଧ ମାଘମେଳା ଶନିବାର ଆରମ୍ଭ ହୋଇଛି। ଚଳିତ ବର୍ଷ ମେଳା ୧୫୩ ବର୍ଷରେ ପହଞ୍ଚିଛି। ସେହିପରି ଚଳିତ…

ନବୀନ ନିବାସରୁ ବାହାରି ବଡ଼ ସୂଚନା ଦେଲେ କଳିକେଶ: କହିଦେଲେ ସାଂଘାତିକ କଥା, ରାଜନୀତିରେ ହଇଚଇ

ଭୁବନେଶ୍ୱର,୩୧।୧: ନବୀନ ନିବାସରୁ ବାହାରିଲେ କଳିକେଶ ନାରାୟଣ ସିଂହଦେଓ। ଏହି ସମୟରେ ଗଣମାଧ୍ୟମ ଜରିଆରେ କଳିକେଶ ବଡ଼ ସୂଚନା ଦେଇ କହିଛନ୍ତି, ଓଡ଼ିଶା ଲାଗି କାମ କରିବା…

ଆମେରିକାରେ ପୁଣି ହେଲା ଶଟ୍‌ଡାଉନ, ଜାଣନ୍ତୁ କାହିଁକି…

ଓ୍ବାଶିଂଟନ୍‌,୩୧।୧: ଆମେରିକା ଉପରେ ପୁଣିଥରେ ତାଲାବନ୍ଦୀ ଅର୍ଥାତ୍‌ ଶଟ୍‌ଡାଉନ ହୋଇଛି। କାରଣ ସିନେଟରେ ଫଣ୍ଡିଂ ବିଲ୍‌ ଅଟକି ରହିଛି, ଯାହା ଫଳରେ ରାଷ୍ଟ୍ରପତି ଟ୍ରମ୍ପ ଚାପରେ ପଡ଼ିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri