ଉତ୍ତମ ପର୍ସନାଲିଟି ପାଇଁ…

ନିଜର ବ୍ୟକ୍ତିତ୍ୱକୁ ଆକର୍ଷଣୀୟ କରିବାକୁ କିଏ ବା ନ ଚାହେଁ ? ଏଥିପାଇଁ କେତୋଟି ବିଷୟ ପ୍ରତି ଧ୍ୟାନ ଦେବାକୁ ପଡିଥାଏ। ଜାଣନ୍ତୁ ସେ ସମ୍ପର୍କରେ…
ନିଜ ଭାବନାକୁ ରଖନ୍ତୁ ପଜିଟିଭ୍‌
ଆପଣଙ୍କ ପର୍ସନାଲିଟି ବଦଳାଇରେ ନିଜର ଚିନ୍ତଧାରାକୁ ସବୁବେଳେ ପଜିଟିଭ୍‌ ରଖନ୍ତୁ। ଏଥିଲାଗି ଆବଶ୍ୟକ ନିଜ ଦକ୍ଷତା ଉପରେ ସବୁବେଳେ ଗୁରୁତ୍ୱ ଦିଅନ୍ତୁ। ନିଜ ଭାବନକୁ ପଜିଟିଭ୍‌ ରଖିବା ସହ ସବୁ ଜିନିଷକୁ ସକାରାତ୍ମକ ସହ ଦେଖନ୍ତୁ। ଏହାଦ୍ୱାରା ଆପଣଙ୍କୁ ଖୁସି ଅନୁଭବ ହେବ। ଯାହାର ପ୍ରଭାବ ଆପଣଙ୍କ ପର୍ସନାଲିଟି ଉପରେ ପଡ଼ିଥାଏ।
ସଚ୍ଚୋଟତା ରହିବା ଜରୁରୀ
ନିଜର ବ୍ୟବହାରକୁ ସଚ୍ଚୋଟତା ସହ ପୂରଣ କରନ୍ତୁ। ଏହିଭଳି ଆପଣ ଅନ୍ୟମାନଙ୍କୁ ସହଜରେ ଇମ୍ପ୍ରେସ କରିପାରିବେ। ସମସ୍ତଙ୍କ ସାମ୍ନାରେ ନିଜର ପଜିଟିଭ୍‌ ଇମେଜ୍‌କୁ ଦର୍ଶାଇ ପାରିବେ। ଜୀବନରେ ସବୁବେଳେ ସବୁ କାମ ଲାଗି ସଚ୍ଚୋଟ ହେବା ନିହାତି ଜରୁରୀ। ଫଳରେ ଆପଣଙ୍କ ପର୍ସନାଲିଟି ଅନ୍ୟ ସାମ୍ନାରେ ପ୍ରଭାବିତ କରିବାରେ ନିହାତି ସାହାଯ୍ୟ କରିବ।
ବିନମ୍ରତା ରୁହନ୍ତୁ
ଅନ୍ୟମାନଙ୍କ ପ୍ରତି ବିନମ୍ର ରୁହନ୍ତୁ ଏବଂ ମନରେ ଦୟା ଭାବନା ରଖିବା ଦ୍ୱାରା ଏହା ଆପଣଙ୍କ ପର୍ସନାଲିଟିକୁ ଡେଭେଲପ୍‌ କରିଥାଏ। ଏମିତିରେ ଜରୁରୀ ନୁହେଁ କି ଦେଖାଇବା ପାଇଁ କ’ଣ କରିବା ନ କରି ମନ ଭିତରେ ସହାନୁଭୂତି ଭାବନା ରହିବା ମଧ୍ୟ ଜରୁରୀ। କୌଣସି ସ୍ବାର୍ଥ ରଖି କାହାକୁ ସାହାଯ୍ୟ କରନ୍ତୁ ନାହିଁ।
ସବୁବେଳେ ଆକ୍ଟିଭ୍‌ ରହନ୍ତୁ
ସବୁ କାମରେ ଆକ୍ଟିଭ୍‌ ଏବଂ ଏନର୍ଜେଟିକ୍‌ ରହି ଆପଣ ଆତ୍ମବିଶ୍ୱାସ ବୃଦ୍ଧି କରିପାରିବେ। ଆପଣଙ୍କ କନ୍‌ଫିଡେନ୍ସ ପର୍ସନାଲିଟ ବଢ଼ାଇବାରେ ସାହାଯ୍ୟ କରିଥାଏ। ଏମିତିରେ ସବୁ କାମ ପ୍ରତି ଆକ୍ଟିଭ୍‌ ଏବଂ ଏନର୍ଜେଟିକ୍‌ ରହିବା ଆବଶ୍ୟକ। ଏହାଦ୍ୱାରା ଆପଣଙ୍କ ଛବି ଲୋକଙ୍କ ମଧ୍ୟରେ ଭଲ ହେବାକୁ ଲାଗେ ଏବଂ ଲୋକମାନେ ଆପଣଙ୍କ ପ୍ରତି ଆଟ୍ରାକ୍ଟିଭ୍‌ ହେବାକୁ ଲାଗନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

ଏହି ଦେଶରେ ହେବନାହିଁ ଆଇପିଏଲ୍‌ ପ୍ରସାରଣ, କାହିଁକି ଜାଣନ୍ତୁ…

ଢାକା,୩୧ା୩: ଭାରତର ପ୍ରସାରଣକାରୀ ସଂସ୍ଥା ଜିଓଷ୍ଟାର ବାଂଲାଦେଶରେ ଚଳିତ ବର୍ଷର ଆଇପିଏଲ୍‌ ପ୍ରସାରଣ ଚୁକ୍ତିକୁ ବରଖାସ୍ତ କରିଛି। ସ୍ଥାନୀୟ ସାଥି କମ୍ପାନୀ ପାଉଣା ଦେବାରେ ବିଫଳ ହୋଇଥିବାରୁ…

ହାଇକୋର୍ଟ ଗେଟ୍ ଆଗରେ ଗାଡ଼ିରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା….

କଟକ,୩୧।୩(ପ୍ରଭୁକଲ୍ୟାଣ ପାଲ୍/କାର୍ତ୍ତିକ ସାହୁ): ହାଇକୋର୍ଟ ଲାଲବାଗ ଗେଟ ପାର୍ଶ୍ଵରେ ଅଗ୍ନିକାଣ୍ଡ । ଲାଲବାଗ ଗେଟ କାଳିଗଳି ସମୁଖରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଗାଡ଼ି…

Video: ଯୁଦ୍ଧ ଶେଷ କରିବାକୁ ଇରାନ ରାଜି ହେବାର ସଙ୍କେତ ଦେବା ଭିତରେ ଏମିତି ଭିଡ଼ିଓ ଶେୟାର କଲେ ଟ୍ରମ୍ପ, ସାରା ବିଶ୍ୱ ଚକିତ! ଦେଖନ୍ତୁ…

ତେହରାନ,୩୧।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ଗୋଟିଏ ମାସ ବିତିଗଲାଣି। ଆଜି (ମଙ୍ଗଳବାର) ଏହି ସଂଘର୍ଷର 32ତମ ଦିନ। ଆମେରିକା ଏବଂ…

ଜଙ୍ଗଲରେ ଦନ୍ତା ହାତୀ: ଭୟରେ ଅଞ୍ଚଳବାସୀ, ସତର୍କ ରହିବାକୁ ପରାମର୍ଶ ଦେଲା ବନବିଭାଗ

ଜି.ଉଦୟଗିରି,୩୧।୩(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ନିକଟ ରଟିଙ୍ଗିଆ ସଂରକ୍ଷିତ ଜଙ୍ଗଲରେ ସୋମବାର ରାତିରେ ଦନ୍ତା ହାତୀ ଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri