ଉତ୍ତମ ପର୍ସନାଲିଟି ପାଇଁ…

ନିଜର ବ୍ୟକ୍ତିତ୍ୱକୁ ଆକର୍ଷଣୀୟ କରିବାକୁ କିଏ ବା ନ ଚାହେଁ ? ଏଥିପାଇଁ କେତୋଟି ବିଷୟ ପ୍ରତି ଧ୍ୟାନ ଦେବାକୁ ପଡିଥାଏ। ଜାଣନ୍ତୁ ସେ ସମ୍ପର୍କରେ…
ନିଜ ଭାବନାକୁ ରଖନ୍ତୁ ପଜିଟିଭ୍‌
ଆପଣଙ୍କ ପର୍ସନାଲିଟି ବଦଳାଇରେ ନିଜର ଚିନ୍ତଧାରାକୁ ସବୁବେଳେ ପଜିଟିଭ୍‌ ରଖନ୍ତୁ। ଏଥିଲାଗି ଆବଶ୍ୟକ ନିଜ ଦକ୍ଷତା ଉପରେ ସବୁବେଳେ ଗୁରୁତ୍ୱ ଦିଅନ୍ତୁ। ନିଜ ଭାବନକୁ ପଜିଟିଭ୍‌ ରଖିବା ସହ ସବୁ ଜିନିଷକୁ ସକାରାତ୍ମକ ସହ ଦେଖନ୍ତୁ। ଏହାଦ୍ୱାରା ଆପଣଙ୍କୁ ଖୁସି ଅନୁଭବ ହେବ। ଯାହାର ପ୍ରଭାବ ଆପଣଙ୍କ ପର୍ସନାଲିଟି ଉପରେ ପଡ଼ିଥାଏ।
ସଚ୍ଚୋଟତା ରହିବା ଜରୁରୀ
ନିଜର ବ୍ୟବହାରକୁ ସଚ୍ଚୋଟତା ସହ ପୂରଣ କରନ୍ତୁ। ଏହିଭଳି ଆପଣ ଅନ୍ୟମାନଙ୍କୁ ସହଜରେ ଇମ୍ପ୍ରେସ କରିପାରିବେ। ସମସ୍ତଙ୍କ ସାମ୍ନାରେ ନିଜର ପଜିଟିଭ୍‌ ଇମେଜ୍‌କୁ ଦର୍ଶାଇ ପାରିବେ। ଜୀବନରେ ସବୁବେଳେ ସବୁ କାମ ଲାଗି ସଚ୍ଚୋଟ ହେବା ନିହାତି ଜରୁରୀ। ଫଳରେ ଆପଣଙ୍କ ପର୍ସନାଲିଟି ଅନ୍ୟ ସାମ୍ନାରେ ପ୍ରଭାବିତ କରିବାରେ ନିହାତି ସାହାଯ୍ୟ କରିବ।
ବିନମ୍ରତା ରୁହନ୍ତୁ
ଅନ୍ୟମାନଙ୍କ ପ୍ରତି ବିନମ୍ର ରୁହନ୍ତୁ ଏବଂ ମନରେ ଦୟା ଭାବନା ରଖିବା ଦ୍ୱାରା ଏହା ଆପଣଙ୍କ ପର୍ସନାଲିଟିକୁ ଡେଭେଲପ୍‌ କରିଥାଏ। ଏମିତିରେ ଜରୁରୀ ନୁହେଁ କି ଦେଖାଇବା ପାଇଁ କ’ଣ କରିବା ନ କରି ମନ ଭିତରେ ସହାନୁଭୂତି ଭାବନା ରହିବା ମଧ୍ୟ ଜରୁରୀ। କୌଣସି ସ୍ବାର୍ଥ ରଖି କାହାକୁ ସାହାଯ୍ୟ କରନ୍ତୁ ନାହିଁ।
ସବୁବେଳେ ଆକ୍ଟିଭ୍‌ ରହନ୍ତୁ
ସବୁ କାମରେ ଆକ୍ଟିଭ୍‌ ଏବଂ ଏନର୍ଜେଟିକ୍‌ ରହି ଆପଣ ଆତ୍ମବିଶ୍ୱାସ ବୃଦ୍ଧି କରିପାରିବେ। ଆପଣଙ୍କ କନ୍‌ଫିଡେନ୍ସ ପର୍ସନାଲିଟ ବଢ଼ାଇବାରେ ସାହାଯ୍ୟ କରିଥାଏ। ଏମିତିରେ ସବୁ କାମ ପ୍ରତି ଆକ୍ଟିଭ୍‌ ଏବଂ ଏନର୍ଜେଟିକ୍‌ ରହିବା ଆବଶ୍ୟକ। ଏହାଦ୍ୱାରା ଆପଣଙ୍କ ଛବି ଲୋକଙ୍କ ମଧ୍ୟରେ ଭଲ ହେବାକୁ ଲାଗେ ଏବଂ ଲୋକମାନେ ଆପଣଙ୍କ ପ୍ରତି ଆଟ୍ରାକ୍ଟିଭ୍‌ ହେବାକୁ ଲାଗନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri