ଏହି ସବୁ କାରଣ ପାଇଁ ଚିନିକଳ ବନ୍ଦ କରିବାକୁ ହୋଇଛି ନିଷ୍ପତ୍ତି

ବରଗଡ଼,୨୦।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ତୋରା ସମବାୟ ଚିନିକଳ ବନ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କ ସମବାୟ ସମିତି ସମୂହର ରେଜିଷ୍ଟ୍ରାର ଉଦ୍ଧବ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ନିର୍ଦ୍ଦେଶନାମା ନଂ-୧୮୨୭୩ ତା-୧୬।୧୦।୨୦୨୩ରିଖରେ ବିଭିନ୍ନ କାରଣ ଦର୍ଶାଇ ଉକ୍ତ ଚିନିକଳ ବନ୍ଦ ନିଷ୍ପତ୍ତି ନିଆଯାଇଥିବା ସେ ଉଲ୍ଲେଖ କରିଛନ୍ତି।

ସେଥିରେ ଉଲ୍ଲେଖ ରହିଛି, ୨୦୨୨-୨୩ ଅଡ଼ିଟ୍‌ ରିପୋର୍ଟ ଅନୁସାରେ ଏହି ଚିନିକଳ ଠିକ୍‌ ଭାବେ ବ୍ୟବସାୟ କରୁନାହିଁ ଗତ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ଚିନିକଳକୁ ୭୨କୋଟି ୫୯ଲକ୍ଷ ଟଙ୍କା କ୍ଷତି ସହିବାକୁ ପଡ଼ିଛି। ସେହିପରି ୧୯୮୯ ଅଗଷ୍ଟ ୨୦ତାରିଖ ପରଠାରୁ ଆଦୌ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇ ନ ଥିବା ୨୦୧୬-୧୭ ଅଡ଼ିଟ୍‌ ରିପୋର୍ଟରୁ ଜାଣିବାକୁ ମିଳିଛି ବୋଲି ଚିଠିରେ ଉଲ୍ଲେଖ ରହିଛି।

ଏହା ସହିତ ଚିଠିରେ ଆହୁରି ଉଲ୍ଲେଖ ରହିଛି, ଗତ ମେ ୯ତାରିଖରେ ବରଗଡ଼ ସମବାୟ ଚିନିକଳ ପରିଚାଳନା ନିର୍ଦ୍ଦେଶକଙ୍କୁ କାହିଁକି ଏହି ଚିନିକଳକୁ ବନ୍ଦ କରି ଦିଆ ନ ଯିବ, ସେ ନେଇ କାରଣ ଦର୍ଶାଇବା ପାଇଁ ନୋଟିସ୍‌ ଜାରି କରି ୩୦ଦିନ ମଧ୍ୟରେ ଲିଖିତ ସ୍ପଷ୍ଟିକରଣ ଦେବାକୁ ନିର୍ଦ୍ଦେଶ ଥିଲା। ୨୦୧୬-୧୭ରୁ ଚିନିକଳ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା, ଚିନିକଳକୁ କ୍ଷତି ସହିବାକୁ ପଡୁଥିବା ଏବଂ ଏହାର ପୁନରୁଦ୍ଧାର ଆଶା କ୍ଷୀଣ ବୋଲି ପରିଚାଳନା ନିର୍ଦ୍ଦେଶକ ସ୍ପଷ୍ଟୀକରଣ ଦେଇଥିଲେ। ସେଭଳି ସ୍ପଷ୍ଟୀକରଣ ମିଳିବା ପରେ ତାକୁ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ଏହାପରେ ଚିନିକଳ ପୁନରୁଦ୍ଧାର ଆଶା ସମ୍ଭବ ହେଉ ନ ଥିବା ଯୋଗୁ ବନ୍ଦ ନିଷ୍ପତ୍ତି ନିଆଯାଇଥିବା ଏବଂ ବରଗଡ଼ ଅତିରିକ୍ତ ଜିଲାପାଳ ଲଲାଟ କୁମାର ଲୁହାଙ୍କୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଚିନିକଳର ଲିକ୍ୟୁଡେଟର ଭାବେ ନିଯୁକ୍ତ କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି ।
ପ୍ରକାଶଥାଉକି, ୧୯୭୪ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥି ବରଗଡ଼ ସମବାୟ ଚିନିକଳକୁ ଉଦ୍‌ଘାଟନ କରିଥିଲେ। ସେହିଦିନଠାରୁ ଦୀର୍ଘବର୍ଷ ଧରି ଚିନିକଳ ଠିକ୍‌ଭବେ ଚାଲୁଥିଲା। ଜିଲା ତଥା ଜିଲା ବାହାର ଆଖୁଚାଷୀମାନେ ମଧ୍ୟ ଉକ୍ତ ଚିନିକଳ ଦ୍ୱାରା ଉପକୃତ ହେଉଥିଲେ। ଚିନିକଳ ଅଞ୍ଚଳର ବହୁଲୋକଙ୍କୁ କର୍ମ ଯୋଗାଉଥିଲା। ତେବେ ପରବର୍ତ୍ତୀ ସମୟରେ ଚିନିକଳ ଅକାମୀ ହୋଇ ପଡ଼ିଥିଲା। ଏହାକୁ କାର୍ଯ୍ୟକ୍ଷମ କରିବା ତଥା ବକେୟା ଦରମା ପ୍ରଦାନ ଦାବିରେ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ଚିନିକଳକୁ ୧୧କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ। କିନ୍ତୁ ତାହା ମଧ୍ୟ ମିଳି ନ ଥିଲା ଏବଂ ଶେଷରେ ଚିନିକଳ ବନ୍ଦ ନିର୍ଦ୍ଦେଶ ଜାଣିବା ପରେ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୌଡ଼ରାଣୀଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼, ଶୋକ ପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୩୦।୧: ଭାରତୀୟ ଅଲିମ୍ପିକ ଆସୋସିଏସନର ସଭାପତି ଏବଂ ରାଜ୍ୟ ସଭା ସଦସ୍ୟ ପି.ଟି. ଉଷାଙ୍କ ସ୍ବାମୀ ଭି. ଶ୍ରୀନିବାସନଙ୍କ ଶୁକ୍ରବାର ସକାଳେ ଦେହାନ୍ତ ହୋଇଛି। ପରିବାର ସୂତ୍ରରୁ…

T20 World Cup 2026: ICC-ବାଂଲାଦେଶ ବିବାଦକୁ ନେଇ ମୁହଁ ଖୋଲିଲା ଶ୍ରୀଲଙ୍କା

ନୂଆଦିଲ୍ଲୀ,୩୦।୧: ୨୦୨୬ ଟି୨୦ ବିଶ୍ୱକପ ନେଇ ଆଇସିସି ଏବଂ ବାଂଲାଦେଶ ମଧ୍ୟରେ ବିବାଦ ଅନ୍ତର୍ଜାତୀୟ କ୍ରିକେଟରେ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି। ଭାରତ, ପାକିସ୍ତାନ ଏବଂ ବାଂଲାଦେଶ…

OISF ଯବାନଙ୍କ ବସ୍‌କୁ ଧକ୍କା ଦେଲା ଟ୍ରକ, ୨୬ ଜଣ ଯବାନ ଆହତ

କେନ୍ଦୁଝର,୩୦।୧ (ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନାର ୫୨୦ ନମ୍ବର ଜାତୀୟ ରାଜପଥର ତଡୁଆବାହାଳ ନିକଟରେ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ଓଆଇଏସଏଫ୍) ଯବାନଙ୍କୁ…

Budget 2026: କରଦାତାଙ୍କୁ ମିଳିବ ବଡ଼ ଆଶ୍ବସ୍ତି! ଏହି ନିୟମରେ ପରିବର୍ତ୍ତନ କରିପାରନ୍ତି ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,୩୦।୧: ବଜେଟ୍ ୨୦୨୬ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି ଏବଂ ପ୍ରତି ବର୍ଷ ପରି, ଦେଶବ୍ୟାପୀ ଲକ୍ଷ ଲକ୍ଷ କରଦାତା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପରେ ନଜର…

ବଡ଼ ଖବର! କାକାଙ୍କ ସହ ଏକାଠି ହେବାକୁ ଯାଉଥିଲେ ଅଜିତ, ହେଲେ ବିଧିର ବିଧାନ ଥିଲା କିଛି ଅଲଗା

ମୁମ୍ବାଇ,୩୦।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଅକାଳ ମୃତ୍ୟୁ ପରେ ରାଜନୈତିକ ମହଲରେ ଶୋକ ପ୍ରକାଶ ପାଇଛି। ଏହି ସମୟରେ, ସୂତ୍ରଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଖବର ପ୍ରକାଶ କରୁଛନ୍ତି।…

ଚଳନ୍ତା ଟ୍ରକର ଚକା ଫାଟି ଲାଗିଗଲା ନିଆଁ, ତାପରେ…

ପଟ୍ଟାଙ୍ଗି,୩୦।୧(ଶରତ କୁମାର ଧଳ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଦେଇ ପଡୋଶୀ ଆନ୍ଧ୍ରକୁ ସଂଯୋଗ କରିଥିବା ୨୬ନଂ ଜାତୀୟ ରାଜପଥ ଘାଟି ରାସ୍ତାରେ ଚଳନ୍ତା ଟ୍ରକର ଚକା…

ଶେଖ ହାସିନାଙ୍କ ଭାଷଣକୁ ନେଇ ନିଆଁବାଣ ହେଲା ବାଂଲାଦେଶ, ଭାରତ ବିରୋଧରେ ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ/ଢାକା,୩୦।୧: ବାଂଲାଦେଶ ଚଟ୍ଟୋଗ୍ରାମର ମିରସରାଇରେ ଭାରତୀୟ ଅର୍ଥନୈତିକ କ୍ଷେତ୍ର ପ୍ରକଳ୍ପକୁ ଆନୁଷ୍ଠାନିକ ଭାବରେ ବାତିଲ କରିଛି। ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ଅଧ୍ୟକ୍ଷତାରେ ବାଂଲାଦେଶ ଅର୍ଥନୈତିକ କ୍ଷେତ୍ର…

ମଣ୍ଡିରେ ପଡ଼ିଥିବା ଧାନ ଶୀଘ୍ର ଉଠାଅ,ସିପିଆଇ ପକ୍ଷରୁ ଜିଲାପାଳଙ୍କ ଅଫିସ ଘେରାଉ

ଭବାନୀପାଟଣା,୩୦।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ବିଭିନ୍ନ ମଣ୍ଡିରେ ପଡିଥିବା ଧାନକୁ ଶୀଘ୍ର ଉଠାଣ ଦାବିରେ ଗୁରୁବାର ଭବାନୀପାଟଣାରେ ଜିଲାପାଳଙ୍କ ଅଫିସ ଘେରାଉ କରିଛି ସିପିଆଇ। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri