ଏହି ସବୁ କାରଣ ପାଇଁ ଚିନିକଳ ବନ୍ଦ କରିବାକୁ ହୋଇଛି ନିଷ୍ପତ୍ତି

ବରଗଡ଼,୨୦।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ତୋରା ସମବାୟ ଚିନିକଳ ବନ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କ ସମବାୟ ସମିତି ସମୂହର ରେଜିଷ୍ଟ୍ରାର ଉଦ୍ଧବ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ନିର୍ଦ୍ଦେଶନାମା ନଂ-୧୮୨୭୩ ତା-୧୬।୧୦।୨୦୨୩ରିଖରେ ବିଭିନ୍ନ କାରଣ ଦର୍ଶାଇ ଉକ୍ତ ଚିନିକଳ ବନ୍ଦ ନିଷ୍ପତ୍ତି ନିଆଯାଇଥିବା ସେ ଉଲ୍ଲେଖ କରିଛନ୍ତି।

ସେଥିରେ ଉଲ୍ଲେଖ ରହିଛି, ୨୦୨୨-୨୩ ଅଡ଼ିଟ୍‌ ରିପୋର୍ଟ ଅନୁସାରେ ଏହି ଚିନିକଳ ଠିକ୍‌ ଭାବେ ବ୍ୟବସାୟ କରୁନାହିଁ ଗତ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ଚିନିକଳକୁ ୭୨କୋଟି ୫୯ଲକ୍ଷ ଟଙ୍କା କ୍ଷତି ସହିବାକୁ ପଡ଼ିଛି। ସେହିପରି ୧୯୮୯ ଅଗଷ୍ଟ ୨୦ତାରିଖ ପରଠାରୁ ଆଦୌ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇ ନ ଥିବା ୨୦୧୬-୧୭ ଅଡ଼ିଟ୍‌ ରିପୋର୍ଟରୁ ଜାଣିବାକୁ ମିଳିଛି ବୋଲି ଚିଠିରେ ଉଲ୍ଲେଖ ରହିଛି।

ଏହା ସହିତ ଚିଠିରେ ଆହୁରି ଉଲ୍ଲେଖ ରହିଛି, ଗତ ମେ ୯ତାରିଖରେ ବରଗଡ଼ ସମବାୟ ଚିନିକଳ ପରିଚାଳନା ନିର୍ଦ୍ଦେଶକଙ୍କୁ କାହିଁକି ଏହି ଚିନିକଳକୁ ବନ୍ଦ କରି ଦିଆ ନ ଯିବ, ସେ ନେଇ କାରଣ ଦର୍ଶାଇବା ପାଇଁ ନୋଟିସ୍‌ ଜାରି କରି ୩୦ଦିନ ମଧ୍ୟରେ ଲିଖିତ ସ୍ପଷ୍ଟିକରଣ ଦେବାକୁ ନିର୍ଦ୍ଦେଶ ଥିଲା। ୨୦୧୬-୧୭ରୁ ଚିନିକଳ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା, ଚିନିକଳକୁ କ୍ଷତି ସହିବାକୁ ପଡୁଥିବା ଏବଂ ଏହାର ପୁନରୁଦ୍ଧାର ଆଶା କ୍ଷୀଣ ବୋଲି ପରିଚାଳନା ନିର୍ଦ୍ଦେଶକ ସ୍ପଷ୍ଟୀକରଣ ଦେଇଥିଲେ। ସେଭଳି ସ୍ପଷ୍ଟୀକରଣ ମିଳିବା ପରେ ତାକୁ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ଏହାପରେ ଚିନିକଳ ପୁନରୁଦ୍ଧାର ଆଶା ସମ୍ଭବ ହେଉ ନ ଥିବା ଯୋଗୁ ବନ୍ଦ ନିଷ୍ପତ୍ତି ନିଆଯାଇଥିବା ଏବଂ ବରଗଡ଼ ଅତିରିକ୍ତ ଜିଲାପାଳ ଲଲାଟ କୁମାର ଲୁହାଙ୍କୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଚିନିକଳର ଲିକ୍ୟୁଡେଟର ଭାବେ ନିଯୁକ୍ତ କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି ।
ପ୍ରକାଶଥାଉକି, ୧୯୭୪ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥି ବରଗଡ଼ ସମବାୟ ଚିନିକଳକୁ ଉଦ୍‌ଘାଟନ କରିଥିଲେ। ସେହିଦିନଠାରୁ ଦୀର୍ଘବର୍ଷ ଧରି ଚିନିକଳ ଠିକ୍‌ଭବେ ଚାଲୁଥିଲା। ଜିଲା ତଥା ଜିଲା ବାହାର ଆଖୁଚାଷୀମାନେ ମଧ୍ୟ ଉକ୍ତ ଚିନିକଳ ଦ୍ୱାରା ଉପକୃତ ହେଉଥିଲେ। ଚିନିକଳ ଅଞ୍ଚଳର ବହୁଲୋକଙ୍କୁ କର୍ମ ଯୋଗାଉଥିଲା। ତେବେ ପରବର୍ତ୍ତୀ ସମୟରେ ଚିନିକଳ ଅକାମୀ ହୋଇ ପଡ଼ିଥିଲା। ଏହାକୁ କାର୍ଯ୍ୟକ୍ଷମ କରିବା ତଥା ବକେୟା ଦରମା ପ୍ରଦାନ ଦାବିରେ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ଚିନିକଳକୁ ୧୧କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ। କିନ୍ତୁ ତାହା ମଧ୍ୟ ମିଳି ନ ଥିଲା ଏବଂ ଶେଷରେ ଚିନିକଳ ବନ୍ଦ ନିର୍ଦ୍ଦେଶ ଜାଣିବା ପରେ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ ବିଜୟର ସପ୍ତାହ ପରେ ୧୨ କୋଟିର ଫେରାରି କାର କିଣିଲେ ହାର୍ଦ୍ଦିକ

ମୁମ୍ୱାଇ,୧୬ା୩: ଟି୨୦ ବିଶ୍ୱକପ୍‌ ଜିତିବାର ଏକ ସପ୍ତାହ ପରେ ଷ୍ଟାର୍‌ ଅଲ୍‌ରାଉଣ୍ଡର ହାର୍ଦ୍ଦିକ୍‌ ପାଣ୍ଡ୍ୟା ଏକ ନୂଆ ଫେରାରି ୧୨ ସିଲିଣ୍ଡ୍ରି କାର୍‌ କିଣିଛନ୍ତି। ଏହି ସୁପର…

ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଧର୍ମଶାଳା,୧୬ା୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଉଟ୍‌ସୋର୍ସିଂ କର୍ମଚାରୀମାନେ ଅଢ଼େଇ ଘଣ୍ଟା କାର୍ଯ୍ୟବନ୍ଦ କରି ଆନ୍ଦୋଳନରେ ବସିଛନ୍ତି। ସେମାନଙ୍କ ବିଭିନ୍ନ ସମସ୍ୟା ରହିଥିବା…

CPET ପରୀକ୍ଷା ନେଇ ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି,  ଆବେଦନର ସମୟ ସୀମା…

ଭୁବନେଶ୍ବର,୧୬ା୩: Common PG Entrance Test (CPET) ପରୀକ୍ଷା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଆବେଦନର ସମୟସୀମାକୁ ବୃଦ୍ଧି କରାଯାଇଛି ।…

ଉପାସନାଙ୍କ ଭୋଟ୍‌ ନେଇ ରାଗିଗଲେ ନବୀନ, ଅଭିଯୋଗ ଆଣି କହିଲେ…

ଭୁବନେଶ୍ୱର,୧୬ା୩: ସୋମବାର ରାଜ୍ୟ ସଭା ଆସନ ଲାଗି ମତଦାନ ଚାଲିଛି। ଏହି ସମୟରେ ବିଧାୟିକା ଉପାସନା ମହାପାତ୍ରଙ୍କ ଭୋଟ୍‌କୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଅଧିକ ଚା’ ପିଉଛନ୍ତି କି, ହୋଇପାରେ…

ଚା’ ଓ କଫି ଅମ୍ଳୀୟ। ତେଣୁ ଖାଲି ପେଟରେ ଏହାକୁ ପିଇଲେ ଅମ୍ଳ ବୃଦ୍ଧି ପାଇଥାଏ। ସକାଳେ ପାକସ୍ଥଳୀ ଭିତରେ କୌଣସି ଖାଦ୍ୟ ନ ଥାଏ। ବିଶେଷକରି…

ବ୍ଲକ୍‌ରେ ନାହିଁ ଶିଶୁଉଦ୍ୟାନ, ଖେଳପଡ଼ିଆ, ପଠାଗାର ଶିଶୁ, ଯୁବଗୋଷ୍ଠୀଙ୍କ ମାନସିକ ଓ ଶାରିରୀକ ବିକାଶରେ ବାଧା

ନନ୍ଦପୁର,୧୬ା୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକର ୨୩ ପଞ୍ଚାୟତବାସୀ, ଶିଶୁ, କିଶୋର, ମହିଳା, ଯୁବଗୋଷ୍ଠୀ ଓ ବୃଦ୍ଧାବୃଦ୍ଧଙ୍କ ପାଇଁ କୌଣସି ଚିତ୍ତ ବିନୋଦନର…

ଗୋଟିଏ ରାତିରେ ଏକାଧିକ ଚୋରି, ପୋଲିସର ତନାଘନା

ନନ୍ଦପୁର,୧୬ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଥାନାରେ ରବିବାର ରାତ୍ରରେ ଥାନା ଅଧୀନ ଗୁଣ୍ଠାପୁଟ, ପିତାଗୁଡ଼ା, ସୁବାଇ ଗ୍ରାମରୁ ଏକାଧିକ ଚୋରି ଘଟଣାର ଅଭିଯୋଗ ହୋଇଛି।…

ଶେଷ ହେଲା ଯୁଦ୍ଧ! ପ୍ରଥମଥର ପାଇଁ ଇରାନ ନେଇଛି ଏହି ପ୍ରମୁଖ ପଦକ୍ଷେପ… ଅକାମୀ ହୋଇଗଲାଣି ଇସ୍ରାଏଲର ପ୍ରତିରକ୍ଷା ବ୍ୟବସ୍ଥା…

ଜେରୁଜେଲମ,୧୬।୩: ଇରାନ-ଇସ୍ରାଏଲ ବିବାଦ ଆରମ୍ଭ ହେବାର ୧୫ ଦିନରୁ ଅଧିକ ସମୟ ବିତିଗଲାଣି। ଏହା ମଧ୍ୟରେ, ରିପୋର୍ଟ ଆସିଛି ଯେ ଇରାନର IRGC (ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri