ସୁସ୍ଥ ହୃତ୍‌ପିଣ୍ଡ ପାଇଁ…

ଆଜିର ସମୟରେ ଚିନ୍ତାଜନକ ହେଉଛି ହୃଦ୍‌ରୋଗ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ ପ୍ରତି ବର୍ଷ ପାଖାପାଖି ୧କୋଟି ୭୦ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କର ଅସ୍ବାଭାବିକ ହୃଦ୍‌ରୋଗରେ ମୃତ୍ୟୁ ଘଟୁଛି; ଯାହାର ବଡ଼ କାରଣ ଶାରୀରିକ ପରିଶ୍ରମର ଅଭାବ, ଧୂମ ଓ ନିଶା ସେବନ, ମାନସିକ ଚାପ, ଖାଦ୍ୟପେୟ ଓ ବିଶ୍ରାମର ଅନିୟମିତତା। ବର୍ତ୍ତମାନ ସମୟରେ ଅଧିକାଂଶ ଯୁବବର୍ଗ ହୃଦ୍‌ରୋଗର ଶିକାର ହେଉଛନ୍ତି।
ଅନ୍ତତଃ ପକ୍ଷେ ମାସକୁ ଥରେ ଉପବାସ ରହିବା ଦ୍ୱାରା ହୃଦ୍‌ଘାତ ଆଶଙ୍କା ହ୍ରାସ ପାଏ। ଅଲିଭ ତେଲ ହୃତ୍‌ପିଣ୍ଡଜନିତ ସମସ୍ୟା ହ୍ରାସ କରିପାରେ। ହଳଦୀରେ ଥିବା କୁର୍ଜମିନ ନାମକ ଔଷଧୀୟ ପଦାର୍ଥ ହୃଦ୍‌ରୋଗରୁ ରକ୍ଷା କରିଥାଏ। ବର୍ଷକୁ ଅନ୍ତତଃ ଦୁଇଥର ରକ୍ତଦାନ ଦ୍ୱାରା ହୃଦ୍‌ରୋଗର ଆଶଙ୍କାକୁ କମ୍‌ କରିହେବ। ଚାପମୁକ୍ତ ସନ୍ତୁଳିତ ଜୀବନଶୈଳୀ ଅନୁସରଣ କରନ୍ତୁ। ନିଶାଦ୍ରବ୍ୟ ସେବନଠାରୁ ଦୂରେଇ ରୁହନ୍ତୁ। ଦୈନିକ ଅତି କମ୍‌ରେ ଅଧଘଣ୍ଟା ବ୍ୟାୟାମ କରନ୍ତୁ। ହୃଦ୍‌ରୋଗ ପାଇଁ ଓଜନ ବୃଦ୍ଧି ବା ମେଦ ବହୁଳତା ୩୨ ଭାଗ ଦାୟୀ। ତେଣୁ ଶରୀରର ଗଢ଼ଣ ଓ ବୟସ ଅନୁସାରେ ଓଜନ କେତେ ରହିବା ଆବଶ୍ୟକ, ତାହା ଜାଣନ୍ତୁ। ଆବଶ୍ୟକତାଠାରୁ ଅଧିକ ଓଜନ ଥିଲେ, ତାହାକୁ କିପରି ସନ୍ତୁଳିତ ସ୍ତରକୁ ଆଣିହେବ; ସେଥିନେଇ ଡାକ୍ତରଙ୍କ ପରାମର୍ଶ କରନ୍ତୁ। ୩୦ରୁ ୫୦ ବର୍ଷ ଭିତରେ ଓଜନ ବଢ଼ିବାର ଆଶଙ୍କା ଅଧିକ। ଓଜନ ବୃଦ୍ଧି ହୃଦ୍‌ରୋଗ ସହ ବହୁ ରୋଗକୁ ଜନ୍ମ ଦେଇପାରେ। ତେଣୁ କୋଲେଷ୍ଟରଲ୍‌ ଯୁକ୍ତ ଖାଦ୍ୟ ସହ ଆଳୁ, ଭାତ ଆଦି କମ୍‌ ଖାଇବା ଆବଶ୍ୟକ। ଫଳ, ଗଜାମୁଗ, ବୁଟ ଓ ଦଲିଆ ଆଦି ଲୋକ ଗ୍ଲାଇସେମିକ୍‌ ଇଣ୍ଡେକ୍ସ ଯୁକ୍ତ ଖାଦ୍ୟ ସୁସ୍ଥ ହୃଦୟ ପାଇଁ ଖୁବ୍‌ ଉପଯୋଗୀ। ଦ୍ରୁତ ପ୍ରାତଃଭ୍ରମଣ ଖୁବ ଉପଯୋଗୀ। ୱାକିଂ ସ୍ପିଡ୍‌ ଠିକ୍‌ ଅଛି ନା ନାହିଁ ତାହା ନିଜେ ଜାଣିପାରିବେ। ଉଦାହରଣ ସ୍ବରୂପ ଚାଲିବା ବେଳେ ଯଦି କୌଣସି ବାକ୍ୟକୁ ଆରାମରେ କହିପାରୁଛନ୍ତି, ତା’ହେଲେ ଜାଣନ୍ତୁ ଗତି ଧିମା ଅଛି। ଅଧା ବାକ୍ୟ ଠିକ୍‌ରେ କହିପାରୁ ନ ଥିଲେ ଜାଣନ୍ତୁ ଅଧିକ ଅଛି। ଯଦି ବାକ୍ୟଟି କଷ୍ଟରେ କହିପାରୁଛନ୍ତି ତା’ହେଲେ ବୁଝି ନିଅନ୍ତୁ ଗତି ଠିକ୍‌ ଅଛି। ବୟସ ୫୧ ଛୁଇଁଲେ ଖାଦ୍ୟରେ ସାଲାଡ଼, ସବୁଜ ପନିପରିବା ଓ ଫଳକୁ ପ୍ରାଧାନ୍ୟ ଦିଅନ୍ତୁ। ଅଳ୍ପ ଅଳ୍ପ କରି ଦିନରେ ୬ଥର ଖାଇବା ଦରକାର। ୫୧ ବର୍ଷରୁ ଅଧିକ ବୟସର ଲୋକମାନେ କଠୋର ବ୍ୟାୟାମ ଓ ଅଧିକ ଶାରୀରିକ ପରିଶ୍ରମ କରିବା ଉଚିତ ନୁହେଁ। ଦିନରେ ୪୫ ମିନିଟ୍‌ ପର୍ଯ୍ୟନ୍ତ ଚାଲନ୍ତୁ। ବ୍ୟବସ୍ଥିତ ଜୀବନ ଶୈଳୀ ନିଶ୍ଚିତ ଭାବରେ ଆପଣମାନଙ୍କୁ ହୃଦ୍‌ରୋଗରୁ ରକ୍ଷା କରିବ ଏ ବିଶ୍ୱାସ ରଖନ୍ତୁ।
– ଡା. ଚନ୍ଦ୍ରକାନ୍ତ ମିଶ୍ର
ହୃଦ୍‌ରୋଗ ବିଶେଷଜ୍ଞ, କଟକ ମୋ:୯୪୩୭୨୭୭୮୬୪


Enter your email to get our daily news in your inbox.

All Right Reserved By Dharitri.Com

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri