ନିରାମୟ ଜୀବନ ପାଇଁ…

ବ୍ୟକ୍ତିଗତ ପ୍ରଗତି ତଥା ନିଜ ପରିବାର ଏବଂ ସମାଜର ସମୃଦ୍ଧି ପାଇଁ ଉତ୍ତମ ସ୍ବାସ୍ଥ୍ୟର ବିକଳ୍ପ ନାହିଁ। ଆମର ପାରମ୍ପରିକ ଧାରଣା ଯେ, ‘ରୋଗ ନ ଭୋଗିବା ହିଁ ସ୍ବାସ୍ଥ୍ୟ’ ଏବଂ ରୋଗ ନ ଥିଲେ ଆମେ ସୁସ୍ଥ। ଏହି ଚିରାଚରିତ ଧାରଣାଟି କିନ୍ତୁ ଭୁଲ। ସମ୍ପୂର୍ଣ୍ଣ ଶାରୀରିକ, ମନସ୍ତାତ୍ତ୍ୱିକ ଓ ସାମାଜିକ ସୁସ୍ଥତା ହିଁ ସ୍ବାସ୍ଥ୍ୟ। ପରେ ଅବଶ୍ୟ ଏଥିରେ ସଂଯୁକ୍ତ କରାଯାଇଛି ଆଧ୍ୟାତ୍ମିକ ସୁସ୍ଥତା। ତେବେ ସ୍ବାସ୍ଥ୍ୟ ଏକ ମୌଳିକ ମାନବିକ ଅଧିକାର। ଉତ୍ପାଦନକ୍ଷମ ତଥା ଗୁଣାତ୍ମକ ଜୀବନ ପାଇଁ ସ୍ବାସ୍ଥ୍ୟ ଅପରିହାଯର୍ର୍‌ୟ। ସ୍ବାସ୍ଥ୍ୟ ହେଉଛି ବ୍ୟକ୍ତିଗତ, ଗୋଷ୍ଠୀଗତ, ରାଷ୍ଟ୍ରୀୟ ଏବଂ ଅନ୍ତଃରାଷ୍ଟ୍ରୀୟ ଦାୟିତ୍ୱ। ସାରା ବିଶ୍ୱର ସାମାଜିକ ଲକ୍ଷ୍ୟ ହେଉଛି ବିଶ୍ୱ ଜନସାଧାରଣଙ୍କ ସ୍ବାସ୍ଥ୍ୟର ସୁରକ୍ଷା।
ଦିନକୁ ଦିନ ହୃଦ୍‌, ରକ୍ତନଳୀ ରୋଗ, ଉଚ୍ଚ ରକ୍ତଚାପ, ମଧୁମେହ, ପୃଥୁଳତା, ଦୀର୍ଘକାଳୀନ ଫୁସ୍‌ଫୁସ, ଗଣ୍ଠିବାତ, ମାନସିକ ଅବସାଦ, କ୍ୟାନ୍‌ସର ଇତ୍ୟାଦି ଅଣସଂକ୍ରାମକ ରୋଗ ବଢ଼ିବାରେ ଲାଗିଛି ।
ଏହିସବୁ କରାଇବା ପାଇଁ କୌଣସି ଜୀବାଣୁ, ଭୂତାଣୁ କବକ କି ପରଜୀବୀ ପ୍ରତ୍ୟକ୍ଷ ଭାବରେ ଦାୟୀ ନୁହନ୍ତି। ଦାୟୀ ଆମର ପ୍ରତିକୂଳ ଜୀବନଶୈଳୀ। ତେଣୁ ସମୟର ପରିବର୍ତ୍ତନ ସହ ଖାପଖୁଆଇ ଚଳିବା ନିମନ୍ତେ ଜୀବନଶୈଳୀ ଅନୁରୂପ ଭାବରେ ପରିବର୍ତ୍ତନ କରିବା ନିହାତି ଆବଶ୍ୟକ ବୋଲି କୁହନ୍ତି ବରିଷ୍ଠ ପୁଷ୍ଟି ବିଶେଷଜ୍ଞ ଡା. ନିତ୍ୟାନନ୍ଦ ସ୍ବାଇଁ।
ସୁଷମ ଖାଦ୍ୟ: ଭାତ, ଡାଲି, ଶାଗ, ସନ୍ତୁଳା, ମାଛ ଆଦି ପାରମ୍ପରିକ ଖାଦ୍ୟ ସ୍ବାସ୍ଥ୍ୟପକ୍ଷେ ହିତକର। ଚର୍ବି ଲାଗିଥିବା ମାଂସ, ବସାଦହି, ଲହୁଣି, ଘିଅ, ବେଶି ତେଲ ଓ ତେଲରେ ଛଣାଛଣି ଜିନିଷ କମ୍‌ ପରିମାଣରେ ଖାଇବା ଆବଶ୍ୟକ। ଲୁଣ କମ୍‌ ଖାଆନ୍ତୁ।
ଓ କୋଲ୍‌ଡ୍ରିଙ୍କ୍‌ ଖାଇବା ମନା। ଚୋକଡ଼ମିଶା ଅଟାର ରୁଟି, ବୋଳ ଚାଉଳର ଭାତ, ଚୋପା ଲାଗିଥିବା ଡାଲି, ସବୁପ୍ରକାର ଶାଗ ଓ ପନିପରିବା ଏବଂ ଫଳରୁ ବେଶି ତନ୍ତୁଜାତୀୟ ଉପାଦାନ ମିଳୁଥିବାରୁ ତାହା ସଂକ୍ରାମକ ରୋଗଗୁଡ଼ିକୁ ନିବାରଣ କରିବାରେ ସହାୟକ। ବେଶି ପରିମାଣର ମିଠା ଖାଇବା ହିତକର ନୁହେଁ। ଶାଗ, କଖାରୁ, ବନ୍ଧାକୋବି, କଞ୍ଚାଲଙ୍କା, ପାଚିଲା ଅମୃତଭଣ୍ଡା, ପାଚିଲା ଆମ୍ବ, ଅଁଳା, ଅଙ୍ଗୁର, ଲେମ୍ବୁ, କମଳା, ଟମାଟୋ, ରସୁଣ, ପିଆଜ, ଅଦା, ଲବଙ୍ଗ, ହଳଦୀ, ସୋରିଷ, ରାଶି, ବାଦାମ ତେଲ, ସୂର୍ଯ୍ୟମୁଖୀ ତେଲ ଇତ୍ୟାଦିରୁ ମିଳେ ଅଧିକ ପରିମାଣର ଆଣ୍ଟିଅକ୍ସିଡାଣ୍ଟ। ଅଣସଂକ୍ରାମକ ରୋଗଗୁଡ଼ିକୁ ରୋକିବାରେ ଆଣ୍ଟିଅକ୍ସିଡାଣ୍ଟ ଖୁବ୍‌ ସହାୟକ।
ଅବଶ୍ୟ ଏବେକାର ସ୍ଲୋଗାନ ହେଉଛି ‘ଫାଇଭ୍‌ ଏ ଡେ’ ଫର୍‌ ବେଟର ହେଲ୍‌ଥ’ ବା ‘ଉତ୍ତମ ସ୍ବାସ୍ଥ୍ୟ ପାଇଁ ଦିନକୁ ୫ ଥର’ ଦିନକୁ ୨ ଥର ଫଳ ଓ ୩ ଥର ପନିପରିବା ଖୁବ୍‌ ସ୍ବାସ୍ଥ୍ୟପ୍ରଦ। ବେଶି ଖାଇବା ମନା, କମ୍‌ ଖାଇବା ମନା, ଉପାସ ରହିବା ମନା, ବୟସକୁ ଚାହିଁ ଯାହା ପାଇଁ ଯେତିକି।
ନିୟମିତ ବ୍ୟାୟାମ:
ନିୟମିତ ବ୍ୟାୟାମ
କିମ୍ବା କଠିନ ଶାରୀରିକ
ପରିଶ୍ରମ ରୋଗ
ପ୍ରତିରୋଧକ ଶକ୍ତି
ବୃଦ୍ଧି
କରେ।
ଅଣସଂକ୍ରାମକ
ରୋଗ ନିବାରଣ
କରେ, ପାର୍କିନସନ୍‌ ଓ ଆଲଜିମର ରୋଗରୁ ସୁରକ୍ଷିତ ରଖେ, ସୁନିଦ୍ରା ଆଣେ, ମନକୁ ପ୍ରଶାନ୍ତ ରଖେ। ଶସ୍ତାରେ ସ୍ବାସ୍ଥ୍ୟଲାଭ କରିବାରେ ବ୍ୟାୟାମର ବିକଳ୍ପ ନାହିଁ, ଚାଲିବା ସବୁଠାରୁ ନିରାପଦ ବ୍ୟାୟାମ। ଧୂମପାନ, ମଦ୍ୟପାନ ଓ ମାଦକଦ୍ରବ୍ୟ ବର୍ଜନ ଜରୁରୀ ।
ସମୟ ସହ ପ୍ରତିଯୋଗିତା: ସମସ୍ତେ ଏବେ ସମୟ ସାଙ୍ଗରେ ପ୍ରତିଯୋଗିତା ଚଳେଇଛୁ। ସକାଳେ ଶେଯ ଛାଡ଼ିବା ପରଠାରୁ ରାତିରେ ଶୋଇବା ପାଇଁ ଶେଯକୁ ଯିବା ପର୍ଯ୍ୟନ୍ତ ବିଶ୍ରାମ ନାହିଁ, ଯାହାକି ଅସୁସ୍ଥତାର ଅନ୍ୟତମ କାରଣ ।
ମାନସିକ ଚାପ: ଅତ୍ୟଧିକ ମାନସିକ ଚାପ ଅଣସଂକ୍ରାମକ ରୋଗଗୁଡ଼ିକର ଜନନୀ। ତେଣୁ ଚାପ ହ୍ରାସ ନ ପାଇଲେ ଏହା ଆମ ସ୍ବାସ୍ଥ୍ୟକୁ ନଷ୍ଟ କରିଦେବ ।
ସାମାଜିକ ସମ୍ପର୍କ : ସାମାଜିକ ସମ୍ପର୍କ ଆମକୁ ବଞ୍ଚାଇ ରଖେ ଏବଂ ନିଃସଙ୍ଗତା ଆମକୁ ମାରିଦିଏ। ସୁତରାଂ ସମସ୍ତଙ୍କ ସହ ସୁସମ୍ପର୍କ ରକ୍ଷା କରି ଓ ସମାଜ ସହ ବୁଝାମଣା ରଖି ଚଳିପାରିଲେ ମନ ଓ ଶରୀର ପରସ୍ପର ମଧ୍ୟରେ ବୁଝାମଣା ରଖିବା ସହଜ ହୋଇଯାଏ। ଏହା ଉତ୍ତମ ସ୍ବାସ୍ଥ୍ୟପ୍ରତି ଖୁବ୍‌ ସହାୟକ।
ସକାରାତ୍ମକ ମନୋଭାବ: ଜୀବନ ପ୍ରତି ସକାରାତ୍ମକ ମନୋଭାବ ପୋଷଣ କରିବା ସ୍ବାସ୍ଥ୍ୟ ପାଇଁ ଯଥେଷ୍ଟ ଅନୁକୂଳ ସାବ୍ୟସ୍ତ ହୋଇଥାଏ।
ମୂଲ୍ୟବୋଧ ପ୍ରତି ସମ୍ମାନ: ମୂଲ୍ୟବୋଧଭିତ୍ତିକ ଜୀବନ ନିର୍ବାହ କଲେ ମନ ଓ ଶରୀର ପାରସ୍ପରିକ ସମ୍ପର୍କ ରକ୍ଷା କରି ବ୍ୟକ୍ତିଙ୍କୁ ନୀରୋଗ ରଖିଥାଏ।
ସୁସ୍ଥ ରଖେ ରୁଚି : ପଢ଼ିବା, ଲେଖିବା, ଗୀତ ଗାଇବା, ବାଦ୍ୟଯନ୍ତ୍ର ବଜାଇବା, ଚିତ୍ର ଆଙ୍କିବା, ମୂର୍ତ୍ତି ଗଢ଼ିବା, ବଗିଚା କରିବା ଆଦି ରୁଚି ମଧ୍ୟ ବ୍ୟକ୍ତିକୁ ସୁସ୍ଥ ରଖେ।
ବିଶ୍ରାମ ସହ ମନୋରଞ୍ଜନ: ଉତ୍ତମ ସ୍ବାସ୍ଥ୍ୟ ବଜାୟ ରଖିବାରେ ବିଶ୍ରାମ ଓ ଚିତ୍ତବିନୋଦନ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ବିଶ୍ରାମବିହୀନ ତଥା ମନୋରଞ୍ଜନ ବିହୀନ ଜୀବନ ବିବିଧ ରୋଗ ସୃଷ୍ଟି କରିପାରେ।
ଦୁର୍ଘଟଣା ନିବାରଣ: ଅସାବଧାନତା ଓ ଅବହେଳା ଆକସ୍ମିକ ଦୁର୍ଘଟଣାର ପ୍ରମୁଖ କାରଣ। ସ୍ବାସ୍ଥ୍ୟହାନି, ବିକଳାଙ୍ଗ ଅବସ୍ଥା ଓ ଅକାଳ ମୃତ୍ୟୁ ଦୁର୍ଘଟଣାର ପ୍ରଧାନ ପରିଣତି। ସଚେତନ ତଥା ସାବଧାନ ରହିଲେ ଦୁର୍ଘଟଣାକୁ ବହୁଳାଂଶ ଏଡ଼ାଇ ଦେଇହେବ।
ଯୋଗ, ପ୍ରାଣାୟାମ, ପ୍ରାର୍ଥନା: ଯୋଗ, ପ୍ରାଣାୟାମ, ନିୟମିତ ଧ୍ୟାନ, ପ୍ରାର୍ଥନା କଲେ ରକ୍ତଚାପ, ମାନସିକ ଚାପ ହ୍ରାସ ପାଇବା ସହ ଶରୀର ସୁସ୍ଥ ରୁହେ। ହୃଦ୍‌ରୋଗ ହେବାର ଆଶଙ୍କା କମିଯାଏ।
ନିୟମିତ ବ୍ୟବଧାନରେ ସ୍ବାସ୍ଥ୍ୟ ପରୀକ୍ଷା: ନିୟମିତ ବ୍ୟବଧାନରେ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ଜରୁରୀ । ତେଣୁ ଅନୁକୂଳ ଜୀବନଶୈଳୀ ଅବଲମ୍ବନ ଓ ବ୍ୟକ୍ତିଗତ ସ୍ବାସ୍ଥ୍ୟରକ୍ଷା ବ୍ୟକ୍ତିକୁ ଦୀର୍ଘାୟୁ କରିବା ସଙ୍ଗେସଙ୍ଗେ ନୀରୋଗ ରଖିଥାଏ ।
ପ୍ରତିରୋଧକ ଶକ୍ତି ପାଇଁ : ସଂକ୍ରାମକ ରୋଗଗୁଡ଼ିକୁ ପ୍ରତିରୋଧ କରିବା ପାଇଁ ପ୍ରକୃତି ଆମ ପ୍ରତ୍ୟେକଙ୍କ ଶରୀରରେ ଏକ ସ୍ବତନ୍ତ୍ର ରୋଗ ପ୍ରତିରୋଧ ତନ୍ତ୍ର ବା ଇମ୍ୟୁନ ସିଷ୍ଟମ ରଖିଛି। ଏହି ତନ୍ତ୍ରର କାର୍ଯ୍ୟ ଫଳରେ ଶରୀରରେ ଆଣ୍ଟିବଡି ନାମକ ପୁଷ୍ଟିସାରୀୟ ଉପାଦାନମାନ ତିଆରି ହୋଇ ଆମକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ପ୍ରତିଷେଧକ ଟିକା ନେଇ ଶରୀରରେ ଏହି ପ୍ରତିରୋଧ ଶକ୍ତି ସୃଷ୍ଟି କରିବା ସମ୍ଭବ। ଏହାଛଡ଼ା ସୁଷମ ଖାଦ୍ୟ, ନିୟମିତ ବ୍ୟାୟାମ, ସକାରାତ୍ମକ ମନୋଭାବ ତଥା ଅନ୍ୟାନ୍ୟ ଅନୁକୂଳ ଜୀବନଶୈଳୀ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରେ।
-ବୀରଭଦ୍ର ବିଶ୍ୱାଳ


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri