‘୧୪ଶ କୋଟି ପାଇଁ ଆମାଜନ ୨୬ ହଜାର କୋଟିର କମ୍ପାନୀକୁ ବରବାଦ କରିଦେଲା’

ନୂଆଦିଲ୍ଲୀ,୧।୪: “ଆମଜାନ ଆମକୁ ଧ୍ୱଂସ କରିବାକୁ ଚାହୁଁଛି। ଆଉ ଏଥିରେ ସେ ସଫଳ ହୋଇଛି”। ଆମାଜନ ବିରୋଧରେ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ବେଳେ ଏଭଳି ସ୍ବରରେ କହିଛି ଫ୍ୟୁଚର ରିଟେଲ ଗ୍ରୁପ୍‌। ମାମଲାର ପରବର୍ତ୍ତୀ ଶୁଣାଣି ଅପ୍ରିଲ ୪ ତାରିଖରେ ହେବ।

ଆମାଜନ ଆଇଏନ୍‌ସି. ଏବଂ ଫ୍ୟୁଚର ରିଟେଲ ଲିମିଟେଡ୍‌ (ଏଫ୍‌ଆରଏଲ୍‌) କୋର୍ଟ ବାହାରେ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ ବିଫଳ ହୋଇଛି। ଅନ୍ୟପକ୍ଷରେ ୪.୮୦୦ କୋଟି ଟଙ୍କାର ରେଣ୍ଟ ବକାୟା ଥିବାରୁ କିଶୋର ବିୟାନିଙ୍କ ନେତୃତ୍ୱାଧୀନ ଗ୍ରୁପ୍‌ର ୧୦୦ରୁ ଅଧିକ ଷ୍ଟୋରକୁ ଦଖଲ କରି ନେଇଥିଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ (ଆଇଆଇଏଲ)।

ଫ୍ୟୁଚର ରିଟେଲ ଏବଂ ଆରଆଇଏଲ୍‌କୁ ଆମାଜନ ଠକ କହୁଥିବା ବେଳେ ଫ୍ୟୁଚର ଗ୍ରୁପ୍‌ ପକ୍ଷରୁ କୁହାଯାଇଛି, “୧୪ଶ କୋଟି (ଆମାଜନ-ଫ୍ୟୁଚର ବିବାଦୀୟ ଚୁକ୍ତି) ଟଙ୍କା ପାଇଁ ଆମାଜନ ୨୬ ହଜାର କୋଟି ଟଙ୍କାର କମ୍ପାନୀକୁ ବରବାଦ କରିଦେଲା। ଆମାଜନ ଯାହା ଚାହୁଁଥିଲା, ତାହା ସଫଳତାର ସହ କରି ଦେଖାଇଛି। ଆମେ ଏବେ ସୂତାଖିଅରେ ଅଟକିଛୁ। କେହି ଆମ ସହ ବ୍ୟବସାୟ କରିବାକୁ ଚାହୁଁ ନାହାନ୍ତି। ଘର ମାଲିକ ଏଭିକ୍‌ଶନ ନୋଟିସ ପଠାଇଲେ, ଆମେ କ’ଣ କରିପାରିବୁ। ୮୩୫ ଷ୍ଟୋର ଉପରୁ ଆମେ ନିୟନ୍ତ୍ରଣ ହରାଇଛୁ। ଏବେ କେବଳ ୩୭୪ ଷ୍ଟୋର ଚାଲିଛି”।

Share