ଦେବଗଡ଼, ୧୬ା୯ (ଶଶାଙ୍କ ଶେଖର ଝାଙ୍କର)- ତିଲେଇବଣି ବ୍ଲକ ଲଇମୁରା ଗ୍ରାମପଞ୍ଚାୟତ ଅନ୍ତର୍ଗତ କନ୍ଦର୍ପ ଗ୍ରାମରେ ନୀଳଚକ୍ର ଯୁବକ ସଂଘ ପକ୍ଷରୁ ଆୟୋଜିତ ୨ ଦିନିଆ ଜିଲାସ୍ତରୀୟ ଫୁଟ୍ବଲ ଟୁର୍ନାମେଣ୍ଟ ସୋମବାର ଉଦ୍ଯାପିତ ହୋଇଯାଇଛି। ଏଥିରେ ମୋଟ୍ ୧୬ଟି ଅଂଶଗ୍ରହଣ କରିଥିଲା। ଫାଇନାଲ ମ୍ୟାଚ୍ରେ ଲଇମୁରା ଫୁଟ୍ବଲ ଟିମ୍କୁ ୧-୦ ଗୋଲରେ ପରାସ୍ତ କରି ଲମ୍ବଡୁରା ଫୁଟ୍ବଲ ଟିମ୍ ଚାମ୍ପିୟନ ହୋଇଛି। ନୀଳଚକ୍ର ଯୁବକ ସଂଘ ସଭାପତି ଦୁର୍ଗାଚରଣ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ସଭ୍ୟ ରାଜେଶ ମହାନାୟକ, ବିଧାୟକଙ୍କ ତିଲେଇବଣି ବ୍ଲକ ପ୍ରତିନିଧି ନଗେନ ପଣ୍ଡା, ଲଇମୁରା ସରପଞ୍ଚ ପ୍ରମିଳା କିଷାନ ଯୋଗଦେଇଥିଲେ। ଏହି ଅବସରରେ ଚାମ୍ପିୟାନ ଟିମ୍କୁ ଟ୍ରଫି ସହ ୧୫ ହଜାର ଟଙ୍କା ଏବଂ ରନର ଅପ୍ ଟିମ୍କୁ ଟ୍ରଫି ସହ ୧୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦକ ଭୀମସେନ କିଷାନ ଧନ୍ୟବାଦ ଦେଇଥିଲେ।
ଫଟୋ- କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ଖେଳାଳି।


