Posted inଖେଳ

ଅବସରରୁ ଫେରିଲେ ଫୁଟ୍‌ବଲ ଆଇକନ ସୁନୀଲ ଛେତ୍ରୀ

ନୂଆଦିଲ୍ଲୀ,୭ା୩: ଚଳିତ ମାସରେ ହେବାକୁଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତୀୟ ଦଳକୁ ସାହାଯ୍ୟ କରିବା ଲାଗି ଭାରତୀୟ ଫୁଟ୍‌ବଲ ଆଇକନ ସୁନୀଲ ଛେତ୍ରୀ ଅନ୍ତର୍ଜାତୀୟ ଅବସରରୁ ପ୍ରତ୍ୟାବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସର୍ବଭାରତୀୟ ପୁଟ୍‌ବଲ ମହାସଂଘ(ଏଆଇଏଫ୍‌ଏଫ୍‌) ପକ୍ଷରୁ ଅବଗତ କରାଯାଇଛି। ୪୦ ବର୍ଷ ବୟସରେ ଛେତ୍ରୀ ଭାରତୀୟ ଦଳକୁ ଫେରିଛନ୍ତି।

ସୁନୀଲ ଫେରିଛନ୍ତି। ଅଧିନାୟକ, ଲିଡର, କିମ୍ବଦନ୍ତୀ ସୁନୀଲ ଚଳିତ ମାସରେ ହେବାକୁ ଥିବା ଫିଫା ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତ ଲାଗି ଖେଳିବେ ବୋଲି ଏଆଇଏଫ୍‌ଏଫ୍‌ ସୋସିଆଲ ମିଡିଆ ଏକ୍ସ’ରେ ପୋଷ୍ଟ କରି ସୂଚନା ଦିଆଯାଇଛି।

୨୦୦୫ରେ ଅନ୍ତର୍ଜାତୀୟସ୍ତରରେ ପଦାର୍ପଣ କରିଥିବା ଛେତ୍ରୀ ଭାରତ ପାଇଁ ସର୍ବାଧିକ ମ୍ୟାଚ୍‌ ଖେଳିବା ଏବଂ ସର୍ବାଧିକ ସଂଖ୍ୟକ ଗୋଲସ୍କୋର କରିବା ରେକର୍ଡ ସହ ଗତବର୍ଷ ଅବସର ଘୋଷଣା କରିଥିଲେ। କିନ୍ତୁ ତାଙ୍କୁ ୨୬ ଜଣିଆ ଭାରତୀୟ ଦଳରେ ସାମିଲ କରାଯାଇଛି। ଫଳରେ ସେ ଅବସର ଘୋଷଣା କରିବାର ଏକବର୍ଷ ମଧ୍ୟରେ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ସେ ଗତବର୍ଷ ଜୁନ୍‌ ୬ରେ କୁଏଟ୍‌ ବିପକ୍ଷରେ ଖେଳାଯାଇଥିବା ଫିଫା ବିଶ୍ୱକପ ୍‌କ୍ୱାଲିଫାୟର୍ସ ମ୍ୟାଚ୍‌ ପରେ ଅବସର ନେଇଥିଲେ। ଅବସର ପରଠାରୁ ସେ ଇଣ୍ଡିଆନ୍‌ ସୁପର ଲିଗ୍‌ରେ ବେଙ୍ଗାଲୁରୁ ଏଫ୍‌ସି ଲାଗି ଖେଳିବା ଜାରି ରଖିଥିଲେ। ସେ ଚଳିତ ସିଜନରେ ୨୩ ମ୍ୟାଚ୍‌ରେ ୧୨ ଗୋଲ କରିଥିଲେ, ଯାହାକି ଭାରତୀୟଙ୍କ ମଧ୍ୟରେ ସର୍ବାଧିକ।

ମାନୋଲୋ ମାର୍କ୍ୟୁଜ୍‌ଙ୍କ ମାର୍ଗଦର୍ଶନରେ ଭାରତୀୟ ଦଳ ଆସନ୍ତା ୧୯ ତାରିଖରେ ମାଳଦ୍ୱୀପ ସହ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବ। ଏହାପରେ ୨୫ ତାରିଖରେ ବାଂଲାଦେଶ ବିପକ୍ଷରେ ଭାରତ ଏଏଫ୍‌ସି ଏସିଆନ କପ୍‌ ୨୦୨୭ କ୍ୱାଲିଫାୟର୍ସ ଅନ୍ତିମ ରାଉଣ୍ଡର ପ୍ରଥମ ମ୍ୟାଚ୍‌ ଖେଳିବ।

ମାର୍କ୍ୟୁଜ୍‌ କହିଛନ୍ତି, ଏସିଆନ କପ୍‌ ଲାଗି ଯୋଗ୍ୟତା ହାସଲ କରିବା ଆମ ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ଟୁର୍ନାମେଣ୍ଟର ଗୁରୁତ୍ୱ ଏବଂ ଆଗକୁ ଆମେ ଖେଳିବାକୁ ଥିବା ମ୍ୟାଚ୍‌କୁ ଦୃଷ୍ଟିରେ ରଖି ଜାତୀୟ ଦଳକୁ ସୁଦୃଢ଼ କରିବା ଲାଗି ମୁଁ ଛେତ୍ରୀଙ୍କ ସହ ଆଲୋଚନା କରିଥିଲି। ସେ ରାଜି ହୋଇଥିଲେ। ଏଥିଯୋଗୁ ତାଙ୍କୁ ଦଳରେ ସାମିଲ କରାଯାଇଛି।

ଭାରତକୁ ଏସିଆନ କପ୍‌ ଲାଗି କ୍ୱାଲିଫାଇଙ୍ଗ ଗ୍ରୁପ୍‌ରେ ବାଂଲାଦେଶ, ହଂକଂ ଓ ସିଙ୍ଗାପୁର ସହ ସାମିଲ କରାଯାଇଛି। ଗତ ସଂସ୍କରଣରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଭାରତ ତା’ର ସମସ୍ତ ଗ୍ରୁପ୍‌ ପର୍ଯ୍ୟାୟରେ ପରାଜିତ ହୋଇଥିଲା।

ଗୋଲକିପର: ଅମରିନ୍ଦର ସିଂ, ଗୁରମିତ ସିଂ, ବିଶାଲ କେଥ।
ଡିଫେଣ୍ଡର: ଆଶିଷ ରାଇ, ବୋରିସ ସିଂ ଥାଙ୍ଗଜାମ, ଚିଙ୍ଗଲେନସାନା ସିଂ କୋନଶାମ, ମିଙ୍ଗଥାନମାଓ୍ବଲା, ମେହତାବ ସିଂ, ରାହୁଲ ଭେକେ, ରୋହନ ସିଂ, ସନ୍ଦେଶ ଝିଙ୍ଗାନ, ସୁବାଶିଷ ବୋଷ।

ମିଡ୍‌ଫିଲ୍ଡର: ଆଶିକ କୁରୁନିୟାନ, ଆୟୁଷ ଦେବ ଛେତ୍ରୀ, ବ୍ରାଣ୍ଡନ ଫର୍ନାଣ୍ଡେସ, ଜ୍ୟାକ୍‌ସନ ସିଂ ଥୋଉନାଓଜାମ, ଲାଲେଙ୍ଗମାଓ୍ବିଆ, ଲିଷ୍ଟନ କୋଲାକୋ, ମହେଶ ସିଂ ନାଓରେମ, ସୁରେଶ ସିଂଓ୍ବାଙ୍ଗଜାମ।

ଫର୍‌ଓ୍ବାର୍ଡ: ସୁନୀଲ ଛେତ୍ରୀ, ଫାରୁଖ ଚୌଧାରୀ, ଇର୍ଫାନ ୟାଦ୍ୱାଦ, ଲଲିଆଞ୍ଜୁଆଲା ଚାଙ୍ଗଟେ ଓ ମନ୍‌ଭିର ସିଂ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri