ମହଙ୍ଗା ହେବ ଖାଦ୍ୟ

ନୂଆଦିଲ୍ଲୀ,୨୫ା୪: ଗତ କିଛିମାସ ହେଲା ଭାରତରେ ଖାଦ୍ୟ ସାମଗ୍ରୀଗୁଡ଼ିକର ଦରଦାମ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ପକ୍ଷରୁ ଜାରି କରାଯାଇଥିବା ସାରା ଦେଶର କଞ୍ଜୁମର ପ୍ରାଇସ୍‌ ଇଣ୍ଡେକ୍ସ (ସିପିଆଇ) ଅନୁସାରେ ୨୦୨୧ ମାର୍ଚ୍ଚରୁ ୨୦୨୨ ମାର୍ଚ୍ଚ ମଧ୍ୟରେ ଖାଉଟି ଖାଦ୍ୟ ମୂଲ୍ୟ ପ୍ରାୟ ୧୦୦% ବୃଦ୍ଧି ପାଇଛି। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହା ୪.୮୭%ରୁ ୭.୬୮%କୁ ବଢ଼ିବା ଦେଶ ପାଇଁ ଚିନ୍ତାର କାରଣ ହୋଇଛି। ଏଭଳି ସ୍ଥିତି ଲାଗି ରହିଲେ ଆଗକୁ ଖାଦ୍ୟ ସଙ୍କଟ ଦେଖାଦେଇପାରେ ବୋଲି ଅର୍ଥନୈତିଜ୍ଞମାନେ ମତ ଦେଇଛନ୍ତି। ପେଟ୍ରୋଲ, ଡିଜେଲର ଆକାଶଛୁଆଁ ଦର, ଭୂ ରାଜନୈତିକ ପ୍ରଭାବ ଓ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ କେନ୍ଦ୍ର ସରକାରଙ୍କ ବିଫଳତାକୁ ଏଥିପାଇଁ ଦାୟୀ କରାଯାଉଛି।
ବିଶ୍ୱ ବାଣିଜ୍ୟ ସଙ୍ଗଠନ (ଡବ୍ଲ୍ୟୁଟିଓ) ଅନୁମତି ଦେଲେ ବିଶ୍ୱକୁ ଭାରତ ଖାଦ୍ୟ ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ଗତ ୧୧ ତାରିଖରେ ଆଲୋଚନା ବେଳେ କହିଥିଲେ। ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍‌ ଗହମ ଓ ଧାନ ଉତ୍ପାଦନକାରୀ ରାଷ୍ଟ୍ର। ଦେଶରେ ବର୍ତ୍ତମାନ ୮୫୦ ଲକ୍ଷ ଟନ୍‌ ଖାଦ୍ୟଶସ୍ୟ ମହଜୁଦ ରହିଛି। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ହିତାଧିକାରୀମାନଙ୍କୁ ୨୧ ନିୟୁତ ଟନ୍‌ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଉଛି। କୋଭିଡ୍‌ ମହାମାରୀ ସମୟରେ ପ୍ରାୟ ୮୦ କୋଟି ଲୋକ ଏଥିରୁ ଲାଭାନ୍ବିତ ହୋଇଥିବା ସରକାର ଦାବି କରୁଛନ୍ତି। କିନ୍ତୁ ସାମ୍ପ୍ରତିକ ସ୍ଥିତିରେ ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପରିପ୍ରେକ୍ଷୀରେ ତେଲ ଦର ବୃଦ୍ଧିଜନିତ ପ୍ରଭାବ ଭାରତୀୟ ଅର୍ଥନୀତିକୁ ବହୁଳ ପ୍ରଭାବିତ କରିଛି। ତେଣୁ ଡବ୍ଲ୍ୟୁଟିଓର ଅନୁମତି ମିଳିଲେ ସୁଦ୍ଧା ବାଇଡେନ୍‌ଙ୍କୁ ମୋଦି ଦେଇଥିବା ପ୍ରତିଶ୍ରୁତି କେତେ ଦୂର ପାଳନ କରିପାରିବେ ତାହା ସନ୍ଦେହରେ। ପରିସଂଖ୍ୟାନ ଦୃଷ୍ଟିରୁ ବିଚାର କଲେ ଭାରତର ଗ୍ରାମାଞ୍ଚଳରେ ୨୦୨୧ ମାର୍ଚ୍ଚରେ ଖାଦ୍ୟ ମୂଲ୍ୟର ମୁଦ୍ରାସ୍ଫୀତି ୩.୯୪% ଥିବାବେଳେ ଗତ ଫେବୃୟାରୀରେ ଏହା ୫.୮୧ ପ୍ରତିଶତକୁ ବୃଦ୍ଧି ପାଇ ୨୦୨୨ ମାର୍ଚ୍ଚ ବେଳକୁ ୮.୦୪%ରେ ପହଞ୍ଚତ୍ଥିଲା। ଏହି ଅବଧି ମଧ୍ୟରେ ଗ୍ରାମାଞ୍ଚଳରେ ସିପିଆଇ ମଧ୍ୟ ୪.୬୧%ରୁ ୭.୬୬%କୁ ବୃଦ୍ଧି ପାଇଛି। ଦେଶର ଖୁଚୁରା
ମୁଦ୍ରାସ୍ଫୀତିକୁ ଦର୍ଶାଉଥିବା ସିପିଆଇ ଗତ ଫେବୃୟାରୀରେ ୫.୮୫% ଥିବାବେଳେ ମାର୍ଚ୍ଚରେ ଏହା ୬.୯୫%ରେ ପହଞ୍ଚତ୍ଥିଲା। ଆସନ୍ତା ୧୬ ମାସ ମଧ୍ୟରେ ଏହା ସର୍ବୋଚ୍ଚ ସ୍ତରକୁ ଉଠିପାରେ ବୋଲି କୁହାଯାଉଛି। ଖାଇବା ତେଲ, ପନିପରିବା, ମାଛମାଂସ ଆଦିରେ ଅହେତୁକ ମୂଲ୍ୟବୃଦ୍ଧି ଦେଖିବାକୁ ମିଳିଛି। ୨୦୨୧ ମାର୍ଚ୍ଚରୁ ୨୦୨୨ ମାର୍ଚ୍ଚ ମଧ୍ୟରେ ଏହିସବୁ ଖାଦ୍ୟ ସାମଗ୍ରୀରେ ୧୮.୭୯% ବୃଦ୍ଧି ଘଟିଛି। ମୂଲ୍ୟ ବୃଦ୍ଧି ଘଟିଥିବା ସବୁ ଖାଦ୍ୟ ସାମଗ୍ରୀ ମଧ୍ୟରୁ ଏହି ମୂଲ୍ୟବୃଦ୍ଧି ହେଉଛି ସର୍ବାଧିକ। ସେହିପରି ପରିବା ଦର ୧୧.୬୪% ଓ ମାଛମାଂସ ୯.୬୩% ବୃଦ୍ଧି ପାଇଛି। ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ମଧ୍ୟ ୭.୫୨% ବୃଦ୍ଧି ପରିଲକ୍ଷିତ ହୋଇଛି। କପଡ଼ା ଓ ଫୁଟ୍‌ଓ୍ବେରରେ ୯.୪୦%, ଗୃହନିର୍ମାଣରେ ୩.୩୮% ଏବଂ ତମାଖୁ ଜାତୀୟ ସାମଗ୍ରୀରେ ୨.୯୮% ମୂଲ୍ୟ ବୃଦ୍ଧି ଖାଉଟିଙ୍କ ବଜେଟକୁ ସଙ୍କୁଚିତ କରିଦେଇଛି। ଦେଶରେ ନିଯୁକ୍ତି ସୁଯୋଗ ହ୍ରାସ ପାଇବାରେ ଲାଗିଥିବାରୁ ଲୋକଙ୍କ ଆୟ ମଧ୍ୟ କମୁଛି। ଏଭଳି ସମୟରେ ସାରା ଦେଶରେ ମୁଦ୍ରାସ୍ଫୀତି ଯୋଗୁ ଖାଦ୍ୟ ନିରାପତ୍ତା ପ୍ରତି ବିପଦ ସୃଷ୍ଟି ହୋଇପାରେ। ତେବେ କେବଳ ଭାରତ ନୁହେଁ, ଆଗକୁ ସାରା ପୃଥିବୀରେ ଖାଦ୍ୟ ୩୭% ଅଧିକ ମହଙ୍ଗା ହୋଇପାରେ ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିଛି। ଖାଦ୍ୟ ସାମଗ୍ରୀର ମୂଲ୍ୟବୃଦ୍ଧି ଘଟିଲେ ଅଭାବୀ ଓ ଗରିବ ଲୋକଙ୍କୁ ଖାଇବା ପରିମାଣ କମାଇବାକୁ ପଡ଼ିବ। ସେମାନଙ୍କ ପାଖରେ ପିଲାଙ୍କ ଶିକ୍ଷା ଓ ଅନ୍ୟ କାର୍ଯ୍ୟ ପାଇଁ ଅର୍ଥାଭାବ ଦେଖାଦେବ। ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ଡେଭିଡ୍‌ ମାଲପାସ୍‌ଙ୍କ ମତରେ ଖାଦ୍ୟ ମୂଲ୍ୟରେ ପ୍ରତି ୧% ବୃଦ୍ଧି ଘଟିଲେ ୧ କୋଟି ଲୋକ ଅତି ଦାରିଦ୍ର୍ୟ ଭିତରକୁ ଠେଲିହୋଇଯିବେ। ଏଥିଯୋଗୁ କୁପୋଷଣ ବୃଦ୍ଧି ପାଇବ, ଯାହାର ସର୍ବାଧିକ ନକାରାମତ୍କ ପ୍ରଭାବ ଶିଶୁଙ୍କ ଉପରେ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?