ମହଙ୍ଗା ହେବ ଖାଦ୍ୟ

ନୂଆଦିଲ୍ଲୀ,୨୫ା୪: ଗତ କିଛିମାସ ହେଲା ଭାରତରେ ଖାଦ୍ୟ ସାମଗ୍ରୀଗୁଡ଼ିକର ଦରଦାମ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ପକ୍ଷରୁ ଜାରି କରାଯାଇଥିବା ସାରା ଦେଶର କଞ୍ଜୁମର ପ୍ରାଇସ୍‌ ଇଣ୍ଡେକ୍ସ (ସିପିଆଇ) ଅନୁସାରେ ୨୦୨୧ ମାର୍ଚ୍ଚରୁ ୨୦୨୨ ମାର୍ଚ୍ଚ ମଧ୍ୟରେ ଖାଉଟି ଖାଦ୍ୟ ମୂଲ୍ୟ ପ୍ରାୟ ୧୦୦% ବୃଦ୍ଧି ପାଇଛି। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହା ୪.୮୭%ରୁ ୭.୬୮%କୁ ବଢ଼ିବା ଦେଶ ପାଇଁ ଚିନ୍ତାର କାରଣ ହୋଇଛି। ଏଭଳି ସ୍ଥିତି ଲାଗି ରହିଲେ ଆଗକୁ ଖାଦ୍ୟ ସଙ୍କଟ ଦେଖାଦେଇପାରେ ବୋଲି ଅର୍ଥନୈତିଜ୍ଞମାନେ ମତ ଦେଇଛନ୍ତି। ପେଟ୍ରୋଲ, ଡିଜେଲର ଆକାଶଛୁଆଁ ଦର, ଭୂ ରାଜନୈତିକ ପ୍ରଭାବ ଓ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ କେନ୍ଦ୍ର ସରକାରଙ୍କ ବିଫଳତାକୁ ଏଥିପାଇଁ ଦାୟୀ କରାଯାଉଛି।
ବିଶ୍ୱ ବାଣିଜ୍ୟ ସଙ୍ଗଠନ (ଡବ୍ଲ୍ୟୁଟିଓ) ଅନୁମତି ଦେଲେ ବିଶ୍ୱକୁ ଭାରତ ଖାଦ୍ୟ ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ଗତ ୧୧ ତାରିଖରେ ଆଲୋଚନା ବେଳେ କହିଥିଲେ। ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍‌ ଗହମ ଓ ଧାନ ଉତ୍ପାଦନକାରୀ ରାଷ୍ଟ୍ର। ଦେଶରେ ବର୍ତ୍ତମାନ ୮୫୦ ଲକ୍ଷ ଟନ୍‌ ଖାଦ୍ୟଶସ୍ୟ ମହଜୁଦ ରହିଛି। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ହିତାଧିକାରୀମାନଙ୍କୁ ୨୧ ନିୟୁତ ଟନ୍‌ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଉଛି। କୋଭିଡ୍‌ ମହାମାରୀ ସମୟରେ ପ୍ରାୟ ୮୦ କୋଟି ଲୋକ ଏଥିରୁ ଲାଭାନ୍ବିତ ହୋଇଥିବା ସରକାର ଦାବି କରୁଛନ୍ତି। କିନ୍ତୁ ସାମ୍ପ୍ରତିକ ସ୍ଥିତିରେ ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପରିପ୍ରେକ୍ଷୀରେ ତେଲ ଦର ବୃଦ୍ଧିଜନିତ ପ୍ରଭାବ ଭାରତୀୟ ଅର୍ଥନୀତିକୁ ବହୁଳ ପ୍ରଭାବିତ କରିଛି। ତେଣୁ ଡବ୍ଲ୍ୟୁଟିଓର ଅନୁମତି ମିଳିଲେ ସୁଦ୍ଧା ବାଇଡେନ୍‌ଙ୍କୁ ମୋଦି ଦେଇଥିବା ପ୍ରତିଶ୍ରୁତି କେତେ ଦୂର ପାଳନ କରିପାରିବେ ତାହା ସନ୍ଦେହରେ। ପରିସଂଖ୍ୟାନ ଦୃଷ୍ଟିରୁ ବିଚାର କଲେ ଭାରତର ଗ୍ରାମାଞ୍ଚଳରେ ୨୦୨୧ ମାର୍ଚ୍ଚରେ ଖାଦ୍ୟ ମୂଲ୍ୟର ମୁଦ୍ରାସ୍ଫୀତି ୩.୯୪% ଥିବାବେଳେ ଗତ ଫେବୃୟାରୀରେ ଏହା ୫.୮୧ ପ୍ରତିଶତକୁ ବୃଦ୍ଧି ପାଇ ୨୦୨୨ ମାର୍ଚ୍ଚ ବେଳକୁ ୮.୦୪%ରେ ପହଞ୍ଚତ୍ଥିଲା। ଏହି ଅବଧି ମଧ୍ୟରେ ଗ୍ରାମାଞ୍ଚଳରେ ସିପିଆଇ ମଧ୍ୟ ୪.୬୧%ରୁ ୭.୬୬%କୁ ବୃଦ୍ଧି ପାଇଛି। ଦେଶର ଖୁଚୁରା
ମୁଦ୍ରାସ୍ଫୀତିକୁ ଦର୍ଶାଉଥିବା ସିପିଆଇ ଗତ ଫେବୃୟାରୀରେ ୫.୮୫% ଥିବାବେଳେ ମାର୍ଚ୍ଚରେ ଏହା ୬.୯୫%ରେ ପହଞ୍ଚତ୍ଥିଲା। ଆସନ୍ତା ୧୬ ମାସ ମଧ୍ୟରେ ଏହା ସର୍ବୋଚ୍ଚ ସ୍ତରକୁ ଉଠିପାରେ ବୋଲି କୁହାଯାଉଛି। ଖାଇବା ତେଲ, ପନିପରିବା, ମାଛମାଂସ ଆଦିରେ ଅହେତୁକ ମୂଲ୍ୟବୃଦ୍ଧି ଦେଖିବାକୁ ମିଳିଛି। ୨୦୨୧ ମାର୍ଚ୍ଚରୁ ୨୦୨୨ ମାର୍ଚ୍ଚ ମଧ୍ୟରେ ଏହିସବୁ ଖାଦ୍ୟ ସାମଗ୍ରୀରେ ୧୮.୭୯% ବୃଦ୍ଧି ଘଟିଛି। ମୂଲ୍ୟ ବୃଦ୍ଧି ଘଟିଥିବା ସବୁ ଖାଦ୍ୟ ସାମଗ୍ରୀ ମଧ୍ୟରୁ ଏହି ମୂଲ୍ୟବୃଦ୍ଧି ହେଉଛି ସର୍ବାଧିକ। ସେହିପରି ପରିବା ଦର ୧୧.୬୪% ଓ ମାଛମାଂସ ୯.୬୩% ବୃଦ୍ଧି ପାଇଛି। ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ମଧ୍ୟ ୭.୫୨% ବୃଦ୍ଧି ପରିଲକ୍ଷିତ ହୋଇଛି। କପଡ଼ା ଓ ଫୁଟ୍‌ଓ୍ବେରରେ ୯.୪୦%, ଗୃହନିର୍ମାଣରେ ୩.୩୮% ଏବଂ ତମାଖୁ ଜାତୀୟ ସାମଗ୍ରୀରେ ୨.୯୮% ମୂଲ୍ୟ ବୃଦ୍ଧି ଖାଉଟିଙ୍କ ବଜେଟକୁ ସଙ୍କୁଚିତ କରିଦେଇଛି। ଦେଶରେ ନିଯୁକ୍ତି ସୁଯୋଗ ହ୍ରାସ ପାଇବାରେ ଲାଗିଥିବାରୁ ଲୋକଙ୍କ ଆୟ ମଧ୍ୟ କମୁଛି। ଏଭଳି ସମୟରେ ସାରା ଦେଶରେ ମୁଦ୍ରାସ୍ଫୀତି ଯୋଗୁ ଖାଦ୍ୟ ନିରାପତ୍ତା ପ୍ରତି ବିପଦ ସୃଷ୍ଟି ହୋଇପାରେ। ତେବେ କେବଳ ଭାରତ ନୁହେଁ, ଆଗକୁ ସାରା ପୃଥିବୀରେ ଖାଦ୍ୟ ୩୭% ଅଧିକ ମହଙ୍ଗା ହୋଇପାରେ ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିଛି। ଖାଦ୍ୟ ସାମଗ୍ରୀର ମୂଲ୍ୟବୃଦ୍ଧି ଘଟିଲେ ଅଭାବୀ ଓ ଗରିବ ଲୋକଙ୍କୁ ଖାଇବା ପରିମାଣ କମାଇବାକୁ ପଡ଼ିବ। ସେମାନଙ୍କ ପାଖରେ ପିଲାଙ୍କ ଶିକ୍ଷା ଓ ଅନ୍ୟ କାର୍ଯ୍ୟ ପାଇଁ ଅର୍ଥାଭାବ ଦେଖାଦେବ। ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ଡେଭିଡ୍‌ ମାଲପାସ୍‌ଙ୍କ ମତରେ ଖାଦ୍ୟ ମୂଲ୍ୟରେ ପ୍ରତି ୧% ବୃଦ୍ଧି ଘଟିଲେ ୧ କୋଟି ଲୋକ ଅତି ଦାରିଦ୍ର୍ୟ ଭିତରକୁ ଠେଲିହୋଇଯିବେ। ଏଥିଯୋଗୁ କୁପୋଷଣ ବୃଦ୍ଧି ପାଇବ, ଯାହାର ସର୍ବାଧିକ ନକାରାମତ୍କ ପ୍ରଭାବ ଶିଶୁଙ୍କ ଉପରେ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri