ପୁରୀ ରଥଯାତ୍ରାରେ ୨୦ଲକ୍ଷ ଶ୍ରଦ୍ଧାଳୁଙ୍କୁ ଭୋଜନ ସେବା

ଭୁବନେଶ୍ୱର,୮।୭ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିନ୍ଦଲ ଫାଉଣ୍ଡେଶନ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ସାମିଲ ହୋଇ ଦେୟ ମୁକ୍ତ ସେବା ଓ ସୁବିଧା ଭକ୍ତମାନଙ୍କୁ ଯୋଗାଇ ଦେଇଥିଲା। ବିଶେଷ କରି ନବଯୌବନ ଦର୍ଶନରୁ ସୁନାବେଶ ପର୍ଯ୍ୟନ୍ତ ଭକ୍ତ ଓ ଅନ୍ୟସମସ୍ତ ସହାୟକଙ୍କୁ ଯୋଗାଇ ଦେଇଥିଲା। ଏପରିକି ଦୀର୍ଘ ୧୧ ଦିନ ଧରି ଦେୟ ମୁକ୍ତ ଅନ୍ନ ସେବା ସ୍ବେଚ୍ଛାସେବୀଙ୍କ ଜରିଆରେ କରାଯାଉଥିଲା।
ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର (ଜେଏସ୍‌ପି)ର ସାମାଜିକ ଶାଖା ଜିନ୍ଦଲ ଫାଉଣ୍ଡେଶନ ପୁରୀର ପବିତ୍ର ରଥଯାତ୍ରା ସମୟରେ ଭକ୍ତମାନଙ୍କୁ ସେବା କରିବାର ଦୀର୍ଘ ପରମ୍ପରାକୁ ଜାରି ରଖିଛି। ଏପରିକି ଚଳିତ ବର୍ଷ ୨୦ଲକ୍ଷରୁ ଅଧିକ ଭୋଜନ ସେବା ଭକ୍ତମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଛି। ନବଯୌବନ ଦର୍ଶନ ଦିନଠାରୁ ଆରମ୍ଭ କରି ସୁନାବେଶ ପର୍ଯ୍ୟନ୍ତ ଦୀର୍ଘ ୧୧ଦିନ ଧରି ଜିନ୍ଦଲ ଫାଉଣ୍ଡେଶନ ସତେଜ ଓ ଗରମ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲାବେଳେ ଅଧିକରୁ ଅଧିକ ଶ୍ରଦ୍ଧାଳୁଙ୍କୁ ଭୋଜନ ସେବା ଯୋଗାଇବା ପାଇଁ ପୁରୀ ରେଳଷ୍ଟେଶନ ଏବଂ ଗୁଣ୍ଡିଚା ମନ୍ଦିର ନିକଟସ୍ଥ ବସ୍‌ ଷ୍ଟାଣ୍ଡଠାରେ ୨ଟି ବୃହତ ଖାଦ୍ୟ ଷ୍ଟଲ୍‌ ଖୋଲାଯାଇଥିଲା। ଏହି ଷ୍ଟଲଗୁଡିକରେ ସତେଜ ରନ୍ଧା ଯାଇଥିବା ପୁଷ୍ଟିକର ପାରମ୍ପରିକ ଓଡ଼ିଆ ଖାଦ୍ୟ ଯଥା ଅରୁଆ ଅନ୍ନ, ଡାଲମା ଏବଂ ଖଟା ଆଦି ପ୍ରଦାନ କରାଯାଇଥିଲା। ସେହିପରି ପରିଷ୍କାର ପରିଚ୍ଛନ୍ନ ପରିବେଶରେ ଏହି ଖାଦ୍ୟ ପ୍ରସ୍ତୁତ ହେଉଥିବାବେଳେ ଆଧ୍ୟାତ୍ମିକ ଭାବାବେଗକୁ ମଧ୍ୟ ପ୍ରାଥମିକତା ଦିଆଯାଇଥିଲା। ଏପରିକି ୧୬୦ରୁ ଅଧିକ ସମର୍ପିତ ସ୍ବେଚ୍ଛାସେବୀ ଓ କର୍ମଚାରୀ ନିରନ୍ତର ଭାବେ ରନ୍ଧନ, ପରିବହନ ଓ ବଣ୍ଟନ କାର୍ଯ୍ୟରେ ନିୟୋଜିତ ଥିଲେ।
ସୂଚନାଯୋଗ୍ୟ, ପୁରୀ ସାଂସଦ ଡ. ସମ୍ବିତ ପାତ୍ର ବସ୍‌ଷ୍ଟାଣ୍ଡ ଷ୍ଟଲର ଶୁଭାରମ୍ଭ କରିଥିବାବେଳେ ରେଳଷ୍ଟେଶନ ଷ୍ଟଲକୁ ଏଡିଆରଏମ ଡି.କେ.ବେହେରା ଶୁଭାରମ୍ଭ କରିଥିଲେ।
ଏ ନେଇ ଜିନ୍ଦଲ ଫାଉଣ୍ଡେଶନର ଅଧ୍ୟକ୍ଷା ଶାଲୁ ଜିନ୍ଦଲ କହିଛନ୍ତି, ପୁରୀ ରଥଯାତ୍ରା ସମୟରେ ଜଣେ ବି ଶ୍ରଦ୍ଧାଳୁ ଯେପରି ଭୋକରେ ରହିବେ ନାହିଁ, ସେଥିପାଇଁ ବିଗତ ୧୧ ବର୍ଷ ଧରି ଆମେ ଆମର ଏହି ସମର୍ପିତ ପ୍ରୟାସକୁ ଜାରି ରଖିଛୁ। ଏହି ପବିତ୍ର ଶ୍ରଦ୍ଧା ଓ ଏକତାର ପର୍ବରେ ଆମେ ସେବା କରିପାରୁଥିବାରୁ ମହାପ୍ରଭୁ ଜଗନ୍ନାଥଙ୍କୁ ଆମେ ଧନ୍ୟବାଦ ଜଣାଉଛୁ।
ବିଶେଷ କରି ଜେଏସ୍‌ପିର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ଦୂର ଦୃଷ୍ଟିରେ ଅନୁପ୍ରାଣିତ ହୋଇ ଜିନ୍ଦଲ ଫାଉଣ୍ଡେଶନ୍‌ ୨୦୧୫ରୁ ପୁରୀ ରଥଯାତ୍ରା ସମୟରେ ଭକ୍ତମାନଙ୍କୁ ସେବା ଯୋଗାଇ ଆସୁଛି।
ଅପରପକ୍ଷରେ ଭୋଜନ ସେବା ବ୍ୟତୀତ ଜିନ୍ଦଲ ଫାଉଣ୍ଡେଶନ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ୧୦,୦୦୦ ଓଆରଏସ ପ୍ୟାକେଟ ମଧ୍ୟ ବଣ୍ଟନ କରାଯାଇଥିଲା। ଏପରିକି ଜିଲା ପ୍ରଶାସନ ପକ୍ଷରୁ ନିୟୋଜିତ ଆଗଧାଡ଼ିର ସ୍ବେଚ୍ଛାସେବୀଙ୍କ ସହାୟତା ପାଇଁ ଫାଉଣ୍ଡେଶନ ୬୦୦ ରେନିକୋଟ୍‌ ମଧ୍ୟ ପ୍ରଦାନ କରାଯାଇଥିଲାବେଳେ ହଜାରେ ଲିଟର ଧାରଣ କ୍ଷମତା ବିଶିଷ୍ଟ ୩ଟି ଶୀତଳ ପାନୀୟ ଜଳ ଟ୍ୟାଙ୍କର ନିରନ୍ତର ଭାବେ ନିୟୋଜିତ ହୋଇଥିଲା। ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ତଥା ରଥଯାତ୍ରାରେ ପରିମଳ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ଜିଲା ପ୍ରଶାସନକୁ ୫୦ଟି ବାୟୋଟଏଲେଟ ମଧ୍ୟ ପ୍ରଦାନ କରାଯାଇଥିଲା। ଉତ୍ସର୍ଗୀକୃତ ସେବା ଓ ସହଯୋଗ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର ବାର୍ତ୍ତାରେ ଜିନ୍ଦଲ ଫାଉଣ୍ଡେଶନକୁ ଉଚ୍ଚ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୫।୩:  ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri