Posted inଜାତୀୟ

ଭାରତରେ ଖାଦ୍ୟ ଉତ୍ପାଦନ ସଙ୍କଟ: ୨୦୫୦ ସୁଦ୍ଧା ଜନସଂଖ୍ୟାର ଅଧା ଲୋକ ପଡ଼ିବେ ବିପଦରେ

ନୂଆଦିଲ୍ଲୀ,୧୮ା୩: ଗ୍ଲୋବାଲ ଓ୍ବାର୍ମିଂ ଦ୍ୱାରା ହୋଇଥିବା ପାର୍ଶ୍ୱ ପ୍ରତିକ୍ରିୟା ହେତୁ ଖୁବ୍‌ ଶୀଘ୍ର ବିଶ୍ୱର ଅନେକ ଦେଶକୁ ଖାଦ୍ୟ ଯୋଗାଣ ସଙ୍କଟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏକ ରିପୋର୍ଟ ଅନୁଯାୟୀ, ବିଶ୍ୱ ତାପମାତ୍ରା ଏବଂ ଖାଦ୍ୟର ସ୍ଥିତିକୁ ନେଇ ଜଣାପଡ଼ିଛି ଯେ, ଜଳ ଏବଂ ଉତ୍ତାପ ଚାପ (ଭାରତରେ ଖାଦ୍ୟ ସୁରକ୍ଷା) କାରଣରୁ ୨୦୫୦ରେ ଭାରତ ଖାଦ୍ୟ ଯୋଗାଣରେ ୧୬%ରୁ ଅଧିକ ଅଭାବର ସମ୍ମୁଖୀନ ହେବ। ଖାଦ୍ୟ ଅସୁରକ୍ଷିତ ଜନସଂଖ୍ୟାରେ ୫୦%ରୁ ଅଧିକ ବୃଦ୍ଧି ଘଟିବ। ତେବେ ଚାଇନା ଶୀର୍ଷରେ ରହିଛି। ଯେଉଁଠାରେ ଖାଦ୍ୟ ଯୋଗାଣ ୨୨.୪% ହ୍ରାସ ପାଇବ ଏବଂ ଦକ୍ଷିଣ ଆମେରିକାରେ ୧୯.୪% ହ୍ରାସ ପାଇବ।

ରିପୋର୍ଟରେ ଦର୍ଶାଯାଇଛି, ଚାଇନା ଏବଂ ଏସିଆନ ସଦସ୍ୟଙ୍କ ସମେତ ଅନେକ ଏସୀୟ ଦେଶ ୨୦୫୦ ସୁଦ୍ଧା ନିଟ୍‌ ଖାଦ୍ୟ ଆମଦାନୀକାରୀ ହେବେ। ଜଳ ଚାପର ଅର୍ଥ ହେଉଛି, ଉତ୍ସଗୁଡ଼ିକ ହ୍ରାସ ପାଉଥିବାବେଳେ ବିଶୁଦ୍ଧ କିମ୍ବା ବ୍ୟବହାର ଯୋଗ୍ୟ ଜଳର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ୨୦୧୯ରେ ଜଳ ସଙ୍କଟର ସମ୍ମୁଖୀନ ହେବାରେ ଭାରତ ବିଶ୍ୱରେ ୧୩ ତମ ସ୍ଥାନରେ ଥିଲା।

ଭାରତରେ ଜଳ ଯୋଗାଣର ଉପଲବ୍ଧତା ୧୧୦୦-୧୧୯୭ ବିଲିୟନ କ୍ୟୁବିକ୍‌ ମିଟର (ବିସିଏମ) ମଧ୍ୟରେ ଅଛି। ଏହାର ବିପରୀତରେ, ଚାହିଦା ୨୦୧୦ରେ ୫୫୦-୭୧୦ ବିସିଏମ୍‌ରୁ ୨୦୫୦ରେ ପ୍ରାୟ ୯୦୦-୧୪୦୦ ବିସିଏମ୍‌କୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଗ୍ଲୋବାଲ କମିଶନ ଅଫ ଇକୋନୋମିକ୍ସ ଅଫ୍‌ ଓ୍ବାଟର (GCEW)ଦ୍ୱାରା ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି ଯେ, ଜଳ ଚାପକୁ ଦୂର କରିବାରେ ଭାରତର ଖରାପ ଜଳ ନୀତି ଡିଜାଇନ ଏକ ପ୍ରମୁଖ ପ୍ରତିବନ୍ଧକ ଅଟେ। ଏହା କୃଷକମାନଙ୍କୁ ଭାରତର ଶକ୍ତି ସବସିଡିକୁ ଟାର୍ଗେଟ କରିଥାଏ, ଯାହା ଜଳର ଅତ୍ୟଧିକ ବ୍ୟବହାରକୁ ଉତ୍ସାହିତ କରିଥାଏ, ଯାହାଫଳରେ ଜଳଜଳ ନଷ୍ଟ ହୋଇଯାଏ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri