ମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ୩ଦିନ ପରେ ମଧ୍ୟ ପଡିଛି ଅଇଁଠା ପ୍ଲେଟ୍‌

ଦାରିଙ୍ଗବାଡ଼ି,୩୧।୧୦(ଡି.ଏନ୍‌.ଏ): ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଗତ ଗୁରୁବାର ଓ ଶୁକ୍ରବାର ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମଗୁଡ଼ିକରେ ଦଳୀୟ ନେତା ଓ କର୍ମୀମାନଙ୍କ ନିମନ୍ତେ ଖାଦ୍ୟପେୟ ବ୍ୟବସ୍ଥା ହୋଇଥିଲା। ତେବେ କାର୍ଯ୍ୟକ୍ରମ ସରିବାର ୩ ଦିନ ପରେ ବିଭିନ୍ନ ସ୍ଥାନରେ ପଡ଼ିଥିବା ବହୁ ଅଇଣ୍ଠା ଥାଳି (ଥର୍ମୋକଲ ପ୍ଲେଟ)ଗୁଡ଼ିକୁ ଉଠାଇ ନଷ୍ଟ କରାଯାଇ ନ ଥିବାରୁ ତାହା ଏଣେତେଣେ ପଡ଼ି ଦୁର୍ଗନ୍ଧ ହେଉଛି। ଏପରିକି ଥାଳିଗୁଡ଼ିକ ପବନରେ ଉଡ଼ି ଲୋକଙ୍କ ଘରେ ମଧ୍ୟ ପଶୁଛି। ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି।
ପ୍ରକାଶ ଯେ, ମନ୍ତ୍ରୀ ଗୁରୁବାର ବିଳମ୍ବିତ ରାତିରେ ଦାରିଙ୍ଗବାଡ଼ିରେ ପହଞ୍ଚିବା ପରେ ଶୁକ୍ରବାର ଦାରିଙ୍ଗବାଡ଼ି ଏବଂ ବ୍ରାହ୍ମଣୀଗାଁଠାରେ ଏସ୍‌ଏଚ୍‌ଜିଙ୍କୁ ନେଇ ସମୀକ୍ଷା ବୈଠକ ହୋଇଥିଲା। ଅପରାହ୍ନରେ ଦଳୀୟ କର୍ମୀଙ୍କୁ ନେଇ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା। ଏହି ଦୁଇଟି କାର୍ଯ୍ୟକ୍ରମରେ ଶତାଧିକ ମହିଳାଙ୍କ ପାଇଁ ମଧ୍ୟାହ୍ନଭୋଜନ ବ୍ୟବସ୍ଥା ଦାରିଙ୍ଗବାଡି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କରାଯାଇଥିଲା। ପ୍ରତି ବୈଠକରେ ଯୋଗଦାନ କରିଥିବା ମହିଳାମାନେ ଖାଇବା ପ୍ଲେଟ ଛାଡି ଯାଇଥିଲେ। ବର୍ତ୍ତମାନ ତାହା ସଫେଇ ନ କରି ଛାଡ଼ି ଦିଆଯାଇଥିବାରୁ ଏବେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ଗୋଟିଏ ପଟେ ବ୍ଲକ ପ୍ରଶାସନ ସ୍ବଚ୍ଛ ଭାରତକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରୁଥିବା ବେଳେ ପ୍ରଶାସନ ପକ୍ଷରୁ କିପରି ଅଇଣ୍ଠା ଥାଳି ଉଠାଗଲାନି, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ହେଉଛି ା ସେହିପରି ହେଲିପ୍ୟାଡ୍‌ ପଡ଼ିଆ ଠାରେ ହୋଇଥିବା ଦଳୀୟ କାର୍ଯ୍ୟକ୍ରମକୁ ଆସିଥିବା କର୍ମୀଙ୍କୁ ରନ୍ଧାଖାଦ୍ୟ ଦିଆଯାଇଥିବା ବେଳେ ସେଠାରେ ମଧ୍ୟ କୁଢ଼ କୁଢ଼ ଅଇଣ୍ଠା ଥାଳି ଏଣେତେଣେ ପଡ଼ିଛି। ଫଳରେ ନିକଟରେ ଥିବା ମହାବିଦ୍ୟାଳୟର ଛାତ୍ରୀଛାତ୍ର ସ୍ଥାନୀୟ ଲୋକଙ୍କୁ ଓ ଲୋକ ପ୍ରତିନିଧିମାନଙ୍କୁ ଏଭଳି ଅଳିଆ ଆବର୍ଜନା ନ କରିବାକୁ ପରାମର୍ଶ ଦେଉଥିବା ଭିଡିଓ ଏବେ ଘୂରିବୁଲୁଛି ା ଏନେଇ ଓଡ଼ିଶା ମିଶନ ଶକ୍ତିର ବିପିଏମ୍‌ ପିଣ୍ଟୁ ନାୟକଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ମୋବାଇଲ ସୁଇଚ ଅଫ୍‌ ଥିବାରୁ ସମ୍ଭବ ହୋଇ ନ ଥିଲା। ବିଡିଓ କଳାକୃଷ୍ଣ ପ୍ରଧାନଙ୍କ ମତ ନିଆଯିବାରୁ ସେ ଏନେଇ ଉକ୍ତ ବିଭାଗର ଅଧିକାରୀଙ୍କୁ ଜଣାଇ ସଫେଇ କରାଯିବାକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri