ମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ୩ଦିନ ପରେ ମଧ୍ୟ ପଡିଛି ଅଇଁଠା ପ୍ଲେଟ୍‌

ଦାରିଙ୍ଗବାଡ଼ି,୩୧।୧୦(ଡି.ଏନ୍‌.ଏ): ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଗତ ଗୁରୁବାର ଓ ଶୁକ୍ରବାର ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମଗୁଡ଼ିକରେ ଦଳୀୟ ନେତା ଓ କର୍ମୀମାନଙ୍କ ନିମନ୍ତେ ଖାଦ୍ୟପେୟ ବ୍ୟବସ୍ଥା ହୋଇଥିଲା। ତେବେ କାର୍ଯ୍ୟକ୍ରମ ସରିବାର ୩ ଦିନ ପରେ ବିଭିନ୍ନ ସ୍ଥାନରେ ପଡ଼ିଥିବା ବହୁ ଅଇଣ୍ଠା ଥାଳି (ଥର୍ମୋକଲ ପ୍ଲେଟ)ଗୁଡ଼ିକୁ ଉଠାଇ ନଷ୍ଟ କରାଯାଇ ନ ଥିବାରୁ ତାହା ଏଣେତେଣେ ପଡ଼ି ଦୁର୍ଗନ୍ଧ ହେଉଛି। ଏପରିକି ଥାଳିଗୁଡ଼ିକ ପବନରେ ଉଡ଼ି ଲୋକଙ୍କ ଘରେ ମଧ୍ୟ ପଶୁଛି। ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି।
ପ୍ରକାଶ ଯେ, ମନ୍ତ୍ରୀ ଗୁରୁବାର ବିଳମ୍ବିତ ରାତିରେ ଦାରିଙ୍ଗବାଡ଼ିରେ ପହଞ୍ଚିବା ପରେ ଶୁକ୍ରବାର ଦାରିଙ୍ଗବାଡ଼ି ଏବଂ ବ୍ରାହ୍ମଣୀଗାଁଠାରେ ଏସ୍‌ଏଚ୍‌ଜିଙ୍କୁ ନେଇ ସମୀକ୍ଷା ବୈଠକ ହୋଇଥିଲା। ଅପରାହ୍ନରେ ଦଳୀୟ କର୍ମୀଙ୍କୁ ନେଇ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା। ଏହି ଦୁଇଟି କାର୍ଯ୍ୟକ୍ରମରେ ଶତାଧିକ ମହିଳାଙ୍କ ପାଇଁ ମଧ୍ୟାହ୍ନଭୋଜନ ବ୍ୟବସ୍ଥା ଦାରିଙ୍ଗବାଡି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କରାଯାଇଥିଲା। ପ୍ରତି ବୈଠକରେ ଯୋଗଦାନ କରିଥିବା ମହିଳାମାନେ ଖାଇବା ପ୍ଲେଟ ଛାଡି ଯାଇଥିଲେ। ବର୍ତ୍ତମାନ ତାହା ସଫେଇ ନ କରି ଛାଡ଼ି ଦିଆଯାଇଥିବାରୁ ଏବେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ଗୋଟିଏ ପଟେ ବ୍ଲକ ପ୍ରଶାସନ ସ୍ବଚ୍ଛ ଭାରତକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରୁଥିବା ବେଳେ ପ୍ରଶାସନ ପକ୍ଷରୁ କିପରି ଅଇଣ୍ଠା ଥାଳି ଉଠାଗଲାନି, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ହେଉଛି ା ସେହିପରି ହେଲିପ୍ୟାଡ୍‌ ପଡ଼ିଆ ଠାରେ ହୋଇଥିବା ଦଳୀୟ କାର୍ଯ୍ୟକ୍ରମକୁ ଆସିଥିବା କର୍ମୀଙ୍କୁ ରନ୍ଧାଖାଦ୍ୟ ଦିଆଯାଇଥିବା ବେଳେ ସେଠାରେ ମଧ୍ୟ କୁଢ଼ କୁଢ଼ ଅଇଣ୍ଠା ଥାଳି ଏଣେତେଣେ ପଡ଼ିଛି। ଫଳରେ ନିକଟରେ ଥିବା ମହାବିଦ୍ୟାଳୟର ଛାତ୍ରୀଛାତ୍ର ସ୍ଥାନୀୟ ଲୋକଙ୍କୁ ଓ ଲୋକ ପ୍ରତିନିଧିମାନଙ୍କୁ ଏଭଳି ଅଳିଆ ଆବର୍ଜନା ନ କରିବାକୁ ପରାମର୍ଶ ଦେଉଥିବା ଭିଡିଓ ଏବେ ଘୂରିବୁଲୁଛି ା ଏନେଇ ଓଡ଼ିଶା ମିଶନ ଶକ୍ତିର ବିପିଏମ୍‌ ପିଣ୍ଟୁ ନାୟକଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ମୋବାଇଲ ସୁଇଚ ଅଫ୍‌ ଥିବାରୁ ସମ୍ଭବ ହୋଇ ନ ଥିଲା। ବିଡିଓ କଳାକୃଷ୍ଣ ପ୍ରଧାନଙ୍କ ମତ ନିଆଯିବାରୁ ସେ ଏନେଇ ଉକ୍ତ ବିଭାଗର ଅଧିକାରୀଙ୍କୁ ଜଣାଇ ସଫେଇ କରାଯିବାକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri